ଆଇସିୟୁ, ଭେଣ୍ଟିଲେଟର ନାହିଁ

ସୋନପୁର,୧୯।୫(ନି.ପ୍ର.) – କରୋନାର ଦ୍ୱିତୀୟ ଲହର ସୁବର୍ଣ୍ଣପୁର ଜିଲାର ଜନସାଧାରଣଙ୍କୁ ହନ୍ତସନ୍ତ କରୁଛି। ପ୍ରତିଦିନ ଶତାଧିକ ଲୋକ ସଂକ୍ରମିତ ହେଉଛନ୍ତି। ଅସୁସ୍ଥଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ସେଥିପାଇଁ ଅଧିକାଂଶ ରୋଗୀ ଚିକିତ୍ସା ପାଇଁ ଜିଲା ମୁଖ୍ୟ ଚିକିତ୍ସାଳୟକୁ ଆସୁଛନ୍ତି। ହେଲେ ଏହି ଚିକିତ୍ସାଳୟରେ ଏବେ ନାନା ଅବ୍ୟବସ୍ଥା ଲାଗିରହିଛି। ରୋଗୀଙ୍କ ପାଇଁ ସିଟି ସ୍କାନ ବ୍ୟବସ୍ଥା ନାହିଁ। ରେଡିଓଲୋଜିଷ୍ଟ(ରଞ୍ଜନରଶ୍ମି ବିଶେଷଜ୍ଞ) ନଥିବାରୁ ଅଲଟ୍ରାସାଉଣ୍ଡ ମେଶିନ ରୋଗୀଙ୍କ କାମରେ ଆସୁନି। ଇଣ୍ଟେନ୍‌ସିଭ କେୟାର ୟୁନିଟ୍‌(ଆଇସିୟୁ) ନ ଥିବା ବେଳେ ଭେଣ୍ଟିଲେଟର ନାହିଁ। ୫୮ଜଣ ଡାକ୍ତରଙ୍କ ଆବଶ୍ୟକ ଥିବା ବେଳେ ୨୨ ପଦବୀ ଖାଲି ପଡିଛି। ଏପରି ସ୍ଥିତିରେ ଦାୟିତ୍ୱରେ ଥିବା ଡାକ୍ତରମାନେ ରୋଗୀଙ୍କୁ କଟକ, ଭୁବନେଶ୍ୱର, ବୁର୍ଲା ଓ ବଲାଙ୍ଗୀର ରେଫର କରୁଥିବା ଅଭିଯୋଗ ହେଉଛି।
ଜିଲାରେ ଜିଲା ମୁଖ୍ୟ ଚିକିତ୍ସାଳୟକୁ ମିଶାଇ ୨୭ଟି ସ୍ବାସ୍ଥ୍ୟକେନ୍ଦ୍ର ଅଛି। ଏହି ସ୍ବାସ୍ଥ୍ୟକେନ୍ଦ୍ରଗୁଡିକରେ ୧୫୨ଡାକ୍ତର ପଦବୀ ଥିବାବେଳେ ମାତ୍ର ୭୨ଜଣ ଡାକ୍ତର ଅଛନ୍ତି। ଜିଲାରେ ୮୦ଡାକ୍ତର ପଦବୀ ଖାଲି ପଡିଛି। ଜିଲା ମୁଖ୍ୟ ଚିକିତ୍ସାଳୟଠାରୁ ଆରମ୍ଭ କରି ବୀରମହାରାଜପୁର ଉପଖଣ୍ଡ ସ୍ବାସ୍ଥ୍ୟକେନ୍ଦ୍ର, ନାଇକେନପାଲି, ତରଭା, ଉଲୁଣ୍ଡା, ବିନିକା ଓ ଡୁଙ୍ଗୁରିପାଲି ଗୋଷ୍ଠି ସ୍ବାସ୍ଥ୍ୟକେନ୍ଦ୍ର ଏବଂ ସମସ୍ତ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ଡାକ୍ତର ଅଭାବଜନିତ ସମସ୍ୟା ଲାଗିରହିଛି। ସୁବର୍ଣ୍ଣପୁର ଓ ବୌଦ୍ଧ ଜିଲାର ପ୍ରାୟ ଅଧାଲୋକ ନିର୍ଭର କୁରୁଥିବା ସୁବର୍ଣ୍ଣପୁର ଜିଲା ମୁଖ୍ୟ ଚିକିତ୍ସାଳୟରେ ଉନ୍ନତମାନର ସ୍ବାସ୍ଥ୍ୟସେବା ଉପକରଣ ଓ ଆବଶ୍ୟକ ପାଥୋଲାବ୍‌ ବ୍ୟବସ୍ଥା ନାହିଁ। ସାମାନ୍ୟ ରୋଗର ଚିକିତ୍ସା ବଦଳରେ ରୋଗୀଙ୍କୁ କେବଳ ଅନ୍ୟ ଡାକ୍ତରଖାନାକୁ ରେଫର କରାଯାଉଛି। କୋଭିଡ୍‌ ବେଳେ ଅତ୍ୟାଧୁନିକ ସ୍ବାସ୍ଥ୍ୟସେବାର ଗୁରୁତ୍ୱ ରହିଛି। ହେଲେ ଏହି ସୁବିଧା ଏଠାରେ ନ ଥିବାରୁ ଅନେକ ରୋଗୀ ପ୍ରାଣ ହରାଇଲେଣି । ଜିଲା ମୁଖ୍ୟ ଚିକିତ୍ସାଳୟରେ ବରିଷ୍ଠ ସ୍ତ୍ରୀ ଓ ପ୍ରସୂତି ବିଶେଷଜ୍ଞ, ନିଶ୍ଚେତକ, ଶଲ୍ୟ, ଇଏନଟି(କାନ, ନାକ ଓ ଗଳା), ସର୍ଜରୀ, ଭେଶଜ, ପାଥୋଲୋଜି, ଶିଶୁ, ମାନସିକ ରୋଗ, ହୃଦ୍‌ରୋଗ ଓ କିଡ୍‌ନୀ ରୋଗ ବିଶେଷଜ୍ଞଙ୍କ ସମେତ ଜିଲା ଜନସ୍ବାସ୍ଥ୍ୟ ଅଧିକାରୀ ଏବଂ ଜିଲା ରକ୍ତ ଭଣ୍ଡାର ଅଧିକାରୀ ନାହାନ୍ତି। ପ୍ରତି ଜିଲାରେ କିଡନୀ ରୋଗୀଙ୍କ ପାଇଁ ଡାଏଲିସିସି ସୁବିଧା ଥିବା ବେଳେ ଏଠାରେ ସେ ବ୍ୟବସ୍ଥା ନାହିଁ। ଡାକ୍ତର ନ ଥିବାରୁ ପରାମର୍ଶ ପାଇଁ ହୃଦ୍‌ରୋଗୀ ଓ କିଡ୍‌ନୀ ରୋଗୀ ବାହାରକୁ ଯାଇ ଅଯଥାରେ ଖର୍ଚ୍ଚାନ୍ତ ହେଉଛନ୍ତି। ସେହିପରି ଅକ୍ସିଜେନ୍‌ ପ୍ଲାଣ୍ଟ ନ ଥିବାରୁ ପାଇପ୍‌ ମାଧ୍ୟମରେ ଏସଏନସିୟୁ ବେଡ୍‌ ତଥା ସାଧାରଣ ବେଡ୍‌କୁ ଅକ୍ସିଜେନ୍‌
ଯୋଗାଣ ବ୍ୟବସ୍ଥା ହୋଇପାରିନି। ଜିଲାରେ ୩୦୦ଶଯ୍ୟା ବିଶିଷ୍ଟ ୭ମହଲା ନୂତନ ଜିଲା ମୁଖ୍ୟ ଡାକ୍ତରଖାନା କୋଠା ନିର୍ମାଣ ପାଇଁ ୩ ବର୍ଷ ପୂର୍ବରୁ ଶିଳାନ୍ୟାସ ହୋଇଛି। ଏଥିପାଇଁ ଏକାଧିକ ଥର ଉଚ୍ଚସ୍ତରୀୟ ସମୀକ୍ଷା ହେଲାଣି। କିନ୍ତୁ ରାଜ୍ୟ ସରକାର ଅନୁଦାନ ଯୋଗାଇ ଦେଇନାହାନ୍ତି। ଜିଲା ମୁଖ୍ୟ ଚିକିତ୍ସା ଓ ଜନସ୍ବାସ୍ଥ୍ୟ ଅଧିକାରୀ ଡାକ୍ତର ଦିଲ୍ଳିପ କୁମାର ପଣ୍ଡା କୁହନ୍ତି, କରୋନା ରୋଗୀଙ୍କ ଚିକିତ୍ସା ପାଇଁ ଆଇଟିଆଇଠାରେ ୨୦୦ଶଯ୍ୟା ବିଶିଷ୍ଟ କୋଭିଡ୍‌ ହସ୍ପିଟାଲ କାର୍ଯ୍ୟକ୍ଷମ ଅଛି। ମହାନଦୀ କୂଳରେ ନିର୍ମାଣାଧୀନ ଏମ୍‌ସିଏଚ୍‌(ମାତୃ ଶିଶୁ ସ୍ବାସ୍ଥ୍ୟ କେନ୍ଦ୍ର) କୋଠା ଖୁବ୍‌ଶୀଘ୍ର ୨୦ ଶଯ୍ୟା ବିଶିଷ୍ଟ କୋଭିଡ୍‌ ହସ୍ପିଟାଲ ହେବାକୁ ଯାଉଛି । ଜିଲାରେ ୩ଟି କୋଭିଡ୍‌ ହସ୍ପିଟାଲ ଖୋଲାଯିବ। ସେହିପରି ଭେଣ୍ଟିଲେଟର, ଆଇସିୟୁ କାର୍ଯ୍ୟକ୍ଷମ ପାଇଁ ସରକାର କ୍ୟାପିଟାଲ ହସ୍ପିଟାଲରୁ ଜଣେ ନିଶ୍ଚେତକ ବିଶେଷଜ୍ଞଙ୍କୁ ପଠାଇଛନ୍ତି। କୋଭିଡ୍‌ ରୋଗୀଙ୍କ ପାଇଁ ଆଉ ସମସ୍ୟା ହେବ ନାହିଁ। ଡାକ୍ତର ଓ କର୍ମଚାରୀ ଅଭାବ ସମ୍ପର୍କରେ ସରକାରଙ୍କୁ
ନିୟମିତଭାବେ ଅବଗତ କରାଯାଉଛି ।


Enter your email to get our daily news in your inbox.

All Right Reserved By Dharitri.Com

ଯୋଡ଼ାରେ ବାୟୁ ପ୍ରଦୂଷଣ ଗମ୍ଭୀର ସ୍ଥିତିରେ

ଯୋଡ଼ା,୬ା୧୨(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ଅଞ୍ଚଳରେ ବାୟୁ ପ୍ରଦୂଷଣର ଗମ୍ଭୀର ସ୍ଥିତିରେ ରହିଛି। ଯୋଡ଼ା, ଆଖପାଖ ଅଞ୍ଚଳରେ ସବୁଜିମା, ବନାଞ୍ଚଳ ଥାଇ ମଧ୍ୟ ବାୟୁ...

୨ ଡିଗ୍ରୀ ତଳେ ଶିମିଳିପାଳ: ବନ୍ୟପ୍ରାଣୀଙ୍କ ଉପରେ ପ୍ରଭାବ

ବାରିପଦା,୬ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲାରେ ଶୀତର ଲହରୀ ବୃଦ୍ଧି ପାଉଛି। ଶିମିଳିପାଳରେ ପାରଦ ୨ ଡିଗ୍ରୀ ତଳକୁ ଖସିଆସିଛି। ତାପମାତ୍ରା ହ୍ରାସ ପାଇଥିବାରୁ ବନ୍ୟପ୍ରାଣୀଙ୍କ...

ପୁଣି ଜନନୀ ଯନ୍ତ୍ରଣା: ରାସ୍ତା ନ ଥିବାରୁ ଗାଁକୁ ଗଲାନି ଆମ୍ବୁଲାନ୍ସ, ଶେଷରେ…

ମୋହନା,୬ା୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକର ଢେପାଗୁଡ଼ା ପଞ୍ଚାୟତରେ ଜନନୀ ଯନ୍ତ୍ରଣା ଥମିବାରେ ନାଁ ଧରୁନି । ରାସ୍ତା ନ ଥିବାରୁ କେଉଁଠି ଭାର...

ଦୁଇ ପୁଅ ଭାଜପାରେ ମିଶିବା ପରେ ପ୍ରତିକ୍ରିୟା ରଖିଲେ ପ୍ରଫୁଲ୍ଲ, କହିଲେ ରାଜନୀତିରେ..

ଭୁବନେଶ୍ୱର,୬।୧୨: ଦୁଇ ପୁଅ ଏବଂ ଭଉଣୀ ଭାଜପାରେ ମିଶିବା ପରେ ବିଜେଡି ନେତା ପ୍ରଫୁଲ୍ଲ ସାମଲ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଛନ୍ତି। ପ୍ରଫୁଲ୍ଲ ପ୍ରତିକ୍ରିୟାରେ...

ଗୋଟିଏ ଜୁଇରେ ଜଳିଲା ସ୍ବାମୀ-ସ୍ତ୍ରୀଙ୍କ ମୃତଦେହ, କାନ୍ଦ ବୋବାଳିରେ ଫାଟୁଛି ଗାଁ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା ’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ଏକ...

ଗାଁକୁ ଫେରିବା ବେଳେ ବାଇକ୍‌କୁ ଧକ୍କାଦେଲା ବୁଲେଟ୍‌, ଚାଲିଗଲା ସଳିତା ବିକାଳିଙ୍କ ଜୀବନ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଖଲିଙ୍ଗି ବାସୁଦେବପୁର ଶାସନ ଗ୍ରାମର ବାସୁ ଓରଫ ଦେବେନ୍ଦ୍ର ସାହୁ(୪୫)ଙ୍କର ଶନିବାର ସନ୍ଧ୍ୟାରେ...

ଫେରିଲେ ୩ ଯବାନ: ବାଜାବାଣ, ନାଚରେ ଦୁଲୁକିଲା ଗାଁ ଦାଣ୍ଡ

କେନ୍ଦୁଝର,୬।୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଦେଶ ସେବା ପାଇଁ ଯାଇ ବିଭିନ୍ନ ସ୍ଥାନରେ ନିଯୁକ୍ତି ପାଇଥିବାକେନ୍ଦୁଝର ସଦର ବ୍ଳକ ଅଧୀନ ନରସିଂହପୁର, ବନାଯୋଡି, ସିଲିସୁଆଁ ଗ୍ରାମର ୩ଜଣ...

ଉତ୍ତମ ପ୍ରଦର୍ଶନ ପାଇଁ ସମ୍ବର୍ଦ୍ଧିତ ହେଲେ ୨ ହୋମ୍‌ଗାର୍ଡ

ଭଞ୍ଜନଗର,୬ା୧୨(ବାବୁଲା ପ୍ରଧାନ): କର୍ମକ୍ଷେତ୍ରରେ ଉତ୍ତମ ପ୍ରଦର୍ଶନ ପାଇଁ ଭଞ୍ଜନଗର ଥାନାର ଦୁଇ ହୋମଗାର୍ଡ ସମ୍ବର୍ଦ୍ଧିତ ହୋଇଛନ୍ତି। ସେମାନେ ହେଲେ ଗୃହରକ୍ଷୀ ପ୍ଲାଟୁନ କମାଣ୍ଡର ପି.ହେମନ୍ତ ରାଓ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri