ବାଦ୍‌ ପଡ଼ିବ ନାହିଁ କୌଣସି ଘର: ଜନଗଣନା ସର୍ଭେ ଆରମ୍ଭ

ମହାକାଳପଡ଼ା,୧୮ା୪(ପ୍ରତାପ ଚନ୍ଦ୍ର ସ୍ବାଇଁ):ବହୁ ପ୍ରତୀକ୍ଷିତ ଭାରତୀୟ ଜନ ଗଣନା ସର୍ଭେ ୨୦/୨୬-୨୭ ଗୁରୁବାରଠାରୁ ଆରମ୍ଭ ହୋଇଛି। ପ୍ରତି ଘର ଜନଗଣନା ସର୍ଭେରେ ସାମିଲ ହେବେ। ସର୍ଭେ ସମ୍ପର୍କରେ କୌଣସି ଘର ବାଦ୍‌ ପଡ଼ିବ ନାହିଁ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି। ଏହି ସର୍ଭେରେ ପ୍ରତି ଘରର ସମସ୍ତ ଟିକିନିଖି ତଥ୍ୟ ବା ରେକର୍ଡ ସଂଗ୍ରହକରି ଡିଜିଟାଇଜେଶନରେ ସଂରକ୍ଷିତ ରହିବ।
ଏହି ଅବସରରେ କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ୍‌ର ୩୧ ପଞ୍ଚାୟତ ସମସ୍ତ ମୌଜାରେ ଦାୟିତ୍ୱରେ ଥିବା ଜନଗଣନା ଅଧିକାରୀ କର୍ମଚାରୀମାନେ ସାମିଲ ହୋଇଛନ୍ତି। ସ୍ଥାନୀୟ ପେଟଛେଲା ପଞ୍ଚାୟତ ବି ବି କଲୋନି ମୌଜାରେ ୱାର୍ଡ ୧୨/୧୩ ରେ ଏକ ଟିମ୍‌ ଘରକୁ ଘର ବୁଲି ପାରିପାଶର୍‌ବିକ ସୀମା ମ୍ୟାପିଂ ସର୍ଭେ ଆରମ୍ଭ କରିଥିଲେ। ପରେ ଗୃହ ଗଣନା ଓ ଜନଗଣନା ସର୍ଭେ ଉପରେ ଘର ମାଲିକମାନଙ୍କଠାରୁ ୩୩/୩୪ ପ୍ରଶ୍ନର ଉତ୍ତର ସଂଗୃହୀତ ହେବ ବୋଲି କୁହାଯାଉଛି। ଅପରପକ୍ଷରେ ଏହି ଅଞ୍ଚଳ ସର୍ଭେ ଟିମ୍‌ର ନିରପେକ୍ଷ ନିର୍ଭୁଲ୍‌ ଓ ସ୍ବଚ୍ଛତା ରଖିବା ପାଇଁ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ବୋଲି ସର୍ଭେ ଟିମ୍‌ ପକ୍ଷରୁ କୁହାଯାଉଛି। ଏ ସଂକ୍ରାନ୍ତରେ ବିଡିଓ ତଥା ତହସିଲଦାର ରବି ନାରାୟଣ ଆଚାର୍ଯ୍ୟଙ୍କ ମତାମତ ନେବାରେ ଜନ ଗଣନା ସର୍ଭେରେ ନିର୍ଭୁଲ୍‌ ନିରପେକ୍ଷ ଓ ସ୍ବଚ୍ଛତା ବଜାୟ ରଖିବା ପାଇଁ ପ୍ରାଥମିକତା ରହିଛି। ସେଥି ପାଇଁ ପ୍ରଶାସନ ପକ୍ଷରୁ ସ୍ବତନ୍ତ୍ର ଦୃଷ୍ଟି ରହିଛି ବୋଲି କହିଛନ୍ତି।

 

Dharitri – Odisha’s No.1 Odia Daily

 

Share