Categories: ଜାତୀୟ

ବେସରକାରୀ ହସ୍ପିଟାଲରେ ଚିକିତ୍ସିତ ହେଲେ ସରକାର ଦେବେ ଖର୍ଚ୍ଚ

ଲକ୍ଷ୍ନୌ,୨୫।୪: ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ରବିବାର ଏକ ବଡ଼ ଘୋଷଣା କରିଛନ୍ତି। ସେ କହିଛନ୍ତି ଯେ କୌଣସି ଘରୋଇ କିମ୍ବା ସରକାରୀ ଡାକ୍ତରଖାନା କରୋନା ରୋଗୀଙ୍କ ଚିକିତ୍ସା କରିବାକୁ ମନା କରିପାରିବ ନାହିଁ। ଯଦି ସରକାରୀ ଡାକ୍ତରଖାନାରେ ଶଯ୍ୟା ଉପଲବ୍ଧ ନାହିଁ, ତେବେ ରୋଗୀଙ୍କୁ ଘରୋଇ ଡାକ୍ତରଖାନାରେ ଚିକିତ୍ସା କରାଯାଉ। ସେମାନଙ୍କର ଚିକିତ୍ସା ଖର୍ଚ୍ଚ ସରକାର ବହନ କରିବେ, କିନ୍ତୁ ରୋଗୀଙ୍କୁ ତୁରନ୍ତ ଚିକିତ୍ସା ସୁବିଧା ଯୋଗାଇ ଦିଆଯିବା ଉଚିତ୍‌ ବୋଲି ଟିମ -୧୧ ସହିତ ଏକ ସମୀକ୍ଷା ବୈଠକରେ ମୁଖ୍ୟମନ୍ତ୍ରୀ ଏହି କଥା କହିଛନ୍ତି। ସୂଚନାଯୋଗ୍ୟ, ୧୮ ବର୍ଷରୁ ଅଧିକ ନାଗରିକଙ୍କୁ ମାଗଣା ଟିକାକରଣ ନିଷ୍ପତ୍ତି ନେଇଥିବା ଉତ୍ତରପ୍ରଦେଶ ହେଉଛି ପ୍ରଥମ ରାଜ୍ୟ। ମେ ୧ରୁ ଆରମ୍ଭ ହେବାକୁ ଥିବା ଏହି ବିଶାଳ ଟିକାକରଣ ଅଭିଯାନ ସମ୍ବନ୍ଧରେ ଭାରତ ସରକାରଙ୍କ ନିର୍ଦ୍ଦେଶାବଳୀ ଅନୁଯାୟୀ ସମସ୍ତ ଆବଶ୍ୟକୀୟ ପ୍ରସ୍ତୁତି ଠିକ ସମୟରେ ଶେଷ ହେବା ଉଚିତ୍‌ ବୋଲି ଯୋଗୀ ଆଦିତ୍ୟନାଥ କହିଛନ୍ତି।

Share