Categories: ଜାତୀୟ

ହିଜାବ କଟକଣା ଉପରେ ଜାରି ହେଲା ନୂଆ ନିର୍ଦ୍ଦେଶ

ବେଙ୍ଗାଲୁରୁ,୧୮।୨: ଶିକ୍ଷାନୁଷ୍ଠାନରେ ଧାର୍ମିକ ପୋଷାକ ନ ପିନ୍ଧିବାକୁ କର୍ନାଟକ ହାଇକୋର୍ଟ ଦେଇଥିବା ପ୍ରସ୍ତାବ ରାଜ୍ୟର ସମସ୍ତ ସଂଖ୍ୟାଲଘୁ ଶିକ୍ଷାନୁଷ୍ଠାନରେ ମଧ୍ୟ କାର୍ଯ୍ୟକାରୀ କରାଯିବ। ଏ ନେଇ କର୍ନାଟକ ସରକାର ଗୁରୁବାର ଏକ ସର୍କୁଲାର ଜାରି କରିଛନ୍ତି।

ସଂଖ୍ୟାଲଘୁ କଲ୍ୟାଣ ବିଭାଗ ଓ ମୌଲାନା ଆଜାଦ ମୋଡେଲ ସ୍କୁଲ (ଇଂଲିଶ ମିଡିୟମ) ଦ୍ୱାରା ପରିଚାଳିତ ରେସିଡେନସିଆଲ ସ୍କୁଲରେ ମଧ୍ୟ କର୍ନାଟକ ହାଇକୋର୍ଟଙ୍କ ଆନ୍ତରୀଣ ନିର୍ଦ୍ଦେଶ କାର୍ଯ୍ୟକାରୀ ହେବ। ଏଥି ଯୋଗୁ ସଂଖ୍ୟାଲଘୁ ସ୍କୁଲରେ ଛାତ୍ରୀଛାତ୍ରଙ୍କୁ ହିଜାବ, ସାଫ୍ରନ ସ୍କାର୍ଫ ଓ ଅନ୍ୟ ଧାର୍ମିକ ପ୍ରତୀକ ପରିଧାନ କରି କ୍ଲାସରୁମ୍‌ରେ ବସି ପାରିବେ ନାହିଁ।

ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ, ଛାତ୍ରୀମାନେ ହିଜାବ ପିନ୍ଧି ସ୍କୁଲ ଆସିପାରିବେ। କିନ୍ତୁ କ୍ଲାସରେ ଯୋଗ ଦେଇ ପାରିବେ ନାହିଁ।

Share