ସହାୟତା ଡେସ୍କରୁ ମିଳୁନି ସହଯୋଗ

ଅନୁଗୋଳ ଅଫିସ, ୩୦।୧୧: ମେଡିକାଲ ଆସିଥିବା ରୋଗୀଟିଏ ଉପଯୁକ୍ତ ଚିକିତ୍ସା ସେବା ପାଇପାରୁ ନ ଥିବା ଅନେକ ସମୟରେ ଦେଖାଯାଇଥାଏ। ଏପରି କି ବିଭାଗୀୟ ଡାକ୍ତରଙ୍କ ନିକଟରେ ସେ କିପରି ତୁରନ୍ତ ପହଞ୍ଚିପାରିବ ତାହା ମଧ୍ୟ ଜାଣି ନ ଥାଏ। ଏପରି ରୋଗୀଙ୍କୁ ତତ୍କାଳ ସହାୟତାର ହାତ ବଢ଼ାଇବା ସହ କେମିତି ଆବଶ୍ୟକ ଚିକିତ୍ସା ସେବା ମିଳିପାରିବ ତାହା ମେଡିକାଲରେ ଥିବା ହେଲ୍ସ ଡେସ୍କ କର୍ମଚାରୀମାନେ ବୁଝିବା କଥା। କିନ୍ତୁ ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟ ହେଲ୍ପ ଡେସ୍କର କେତେଜଣ କର୍ମଚାରୀ ରୋଗୀଙ୍କୁ ସାହାଯ୍ୟ ସହଯୋଗ କରୁ ନ ଥିବା ଅଭିଯୋଗ ହେଉଛି।
ସୂଚନା ଅନୁଯାୟୀ, ଅନୁଗୋଳ ମୁଖ୍ୟ ଚିକିତ୍ସାଳୟ ସହ ଜିଲାର ଅନ୍ୟ ଡାକ୍ତରଖାନାରେ ରୋଗୀଙ୍କୁ ବିଭିନ୍ନ ସହଯୋଗ ଯୋଗାଇ ଦେବାକୁ ହେଲ୍ପ ଡେସ୍କରେ ୪୦ରୁ ଅଧିକ କର୍ମଚାରୀ ନିୟୋଜିତ ଅଛନ୍ତି। ସେମାନଙ୍କ ମଧ୍ୟରୁ କେବଳ ୧୪ ଜଣ ଜିଲା ମୁଖ୍ୟ ଚିକିତ୍ସାଳୟରେ କାମ କରୁଛନ୍ତି। ଦୈନିକ ବିଭିନ୍ନ ୱାର୍ଡ ବୁଲି ମିଳୁଥିବା ସେବା ସମ୍ପର୍କରେ ରୋଗୀଙ୍କଠାରୁ ମତାମତ ସଂଗ୍ରହ କରି ସରକାରଙ୍କ ୫-ଟି ବିଭାଗକୁ ପଠାଇବା ସେମାନଙ୍କ ମୁଖ୍ୟ କାର୍ଯ୍ୟ। ଏଥିସହ ଡାକ୍ତର-ରୋଗୀଙ୍କ ମଧ୍ୟରେ ସମନ୍ବୟ ରକ୍ଷା କରିବା, ରୋଗୀଙ୍କୁ ବିଭିନ୍ନ ଓ୍ବାର୍ଡକୁ ନେବା ଆଣିବାରେ ସହଯୋଗ କରିବା, ଅଜଣା ରୋଗୀ ଆସିଲେ ସେମାନଙ୍କ ସମ୍ପୂର୍ଣ୍ଣ ଦାୟିତ୍ୱ ବହନ କରିବା ହେଲ୍ପ ଡେସ୍କ କର୍ମଚାରୀଙ୍କ କାର୍ଯ୍ୟ। କିନ୍ତୁ ଜିଲାର ଅନ୍ୟ ଡାକ୍ତରଖାନା କଥା ଛାଡ଼ନ୍ତୁ, ମୁଖ୍ୟ ଚିକିତ୍ସାଳୟରେ ଥିବା ଏହି ହେଲ୍ପ ଡେସ୍କ କର୍ମଚାରୀମାନେ ଅନେକ ସମୟରେ ରୋଗୀଙ୍କୁ ସାହାଯ୍ୟ ସହଯୋଗ ଯୋଗାଉ ନ ଥିବା ଅଭିଯୋଗ ହେଉଛି। ରବିବାର ଏହାର ଏକ ଉଦାହରଣ ମଧ୍ୟ ଦେଖିବାକୁ ମିଳିଛି। ଜଣେ ଅସୁସ୍ଥ ମହିଳାଙ୍କୁ ଧରି ତାଙ୍କ ସ୍ବାମୀ ଓ କୁନି ପୁଅ ଜିଲା ମୁଖ୍ୟ ଚିକିତ୍ସାଳୟକୁ ଆସିଥିଲେ। ସେମାନେ ପ୍ରଥମେ ବହିର୍ବିଭାଗକୁ ଯାଇଥିଲେ। ହେଲେ ସେଠାରୁ ମହିଳାଙ୍କୁ ଓପିଡିରେ ଡାକ୍ତରଙ୍କ ନିକଟକୁ ଯିବାକୁ ପରାମର୍ଶ ଦିଆଯାଇଥିଲା। କିନ୍ତୁ ମହିଳାଙ୍କୁ ସେଠାକୁ ଷ୍ଟ୍ରେଚରରେ ନେବାକୁ କେହି ନ ଥିଲେ। ହେଲ୍ପ ଡେସ୍କ କର୍ମଚାରୀମାନଙ୍କ ମଧ୍ୟ ଦେଖା ନ ଥିଲା। ଉପାୟ ଶୂନ୍ୟ ହୋଇ ସ୍ବାମୀ ଓ କୁନି ଶିଶୁ ଉକ୍ତ ଷ୍ଟ୍ରେଚରକୁ ଠେଲି ଠେଲି ଓପିଡିଯାଏ ନେଉଥିବା ଦେଖଣାହାରୀଙ୍କୁ ଆଶ୍ଚର୍ଯ୍ୟ କରିଦେଇଥିଲା। କେବଳ ଏହି ଗୋଟିଏ ନୁହେଁ, ଜିଲା ମୁଖ୍ୟ ଚିକିତ୍ସାଳୟରେ ଏପରି ଦୃଶ୍ୟ ଦୈନିକ ଦେଖିବାକୁ ମିଳୁଛି। ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କ ଠାରୁ ଆରମ୍ଭ କରି ଡାକ୍ତର, ମ୍ୟାନେଜରଙ୍କ ଯାଏ ସମସ୍ତେ ଏପରି ଅଭିଯୋଗ ସମ୍ପର୍କରେ ଅବଗତ ରହୁଥିଲେ ମଧ୍ୟ ହେଲ୍ପ ଡେସ୍କ କର୍ମଚାରୀଙ୍କୁ କିଛି କହୁ ନ ଥିବା ରୋଗୀମାନେ ଅଭିଯୋଗ କରୁଛନ୍ତି।

ଉପଯୁକ୍ତ ପ୍ରଶିକ୍ଷଣର ଅଭାବ
ହେଲ୍ପ ଡେସ୍କ କର୍ମଚାରୀ ଥିଲେ ମଧ୍ୟ ସେମାନଙ୍କ ମଧ୍ୟରେ ସହଯୋଗ ମନୋବୃତ୍ତିର ଅଭାବ ଦେଖିବାକୁ ମିଳୁଛି। ତେଣୁ ଠିକ୍‌ ଭାବେ ସେମାନଙ୍କୁ ପ୍ରଶିକ୍ଷଣ ଦିଆଯାଇ ନାହିଁ। ଏପରି ମାନସିକତା ପରିବର୍ତ୍ତନ ପାଇଁ କାଉନସେଲିଂ କରାଯିବା ଜରୁରୀ। ଏହାଛଡ଼ା ଆବଶ୍ୟକ ଅନୁସାରେ ହେଲ୍ପ ଡେସ୍କରେ ନିଯୁକ୍ତି ମଧ୍ୟ ଦିଆଯାଉ ନାହିଁ।
-ରଶ୍ମି ରଞ୍ଜନ ସାହୁ, ଅନୁଗୋଳ

କାର୍ଯ୍ୟାନୁଷ୍ଠାନ ନିଆଯିବା ଦରକାର
ରୋଗୀଙ୍କୁ ସହଯୋଗ କରିବା ପାଇଁ ହେଲ୍ପ ଡେସ୍କ କର୍ମଚାରୀଙ୍କୁ ନିୟୋଜିତ କରାଯାଇଥିଲେ ମଧ୍ୟ ଅନେକ ସମୟରେ ସୁଇପରମାନେ ରୋଗୀଙ୍କୁ ସାହାଯ୍ୟ କରୁଥିବା ଦେଖାଯାଉଛି। ମେଡିକାଲ କର୍ତ୍ତୃପକ୍ଷ କାର୍ଯ୍ୟାନୁଷ୍ଠାନ ନେଉ ନ ଥିବାରୁ ସମ୍ପୃକ୍ତ କର୍ମଚାରୀମାନେ ଢିଲା ମାରୁଛନ୍ତି। ତେଣୁ ଅବହେଳା କରୁଥିବା କର୍ମଚାରୀଙ୍କୁ ଦଣ୍ଡିତ କରାଯାଉ।
– ପ୍ରଦୀପ ଦେବତା, ଆଇନଜୀବୀ

କର୍ତ୍ତୃପକ୍ଷ ତଦାରଖ କରିବା ଆବଶ୍ୟକ
ଗ୍ରାମାଞ୍ଚଳରୁ ଆସୁଥିବା ଅନେକ ରୋଗୀ କେଉଁଠିକୁ ଯାଇ କିପରି ବିଭାଗୀୟ ଡାକ୍ତରଙ୍କ ନିକଟରେ ଚିକିତ୍ସିତ ହେବେ ତାହା ଜାଣି ନ ଥାନ୍ତି। ଏ କ୍ଷେତ୍ରରେ ହେଲ୍ପ ଡେସ୍କ କର୍ମଚାରୀଙ୍କ ସହଯୋଗ ଅତ୍ୟନ୍ତ ଆବଶ୍ୟକ। କିନ୍ତୁ ମେଡିକାଲ କର୍ତ୍ତୃପକ୍ଷ ତଦାରଖ କରୁ ନ ଥିବାରୁ କର୍ମଚାରୀମାନେ ଠିକ୍‌ ଭାବେ କାର୍ଯ୍ୟ କରୁନାହାନ୍ତି।
– ମାନସ ପାଳ, ଅନୁଗୋଳ

ଘଟଣାର ଅନୁଧ୍ୟାନ କରାଯିବ
ମେଡିକାଲରେ ରୋଗୀଙ୍କୁ ସହଯୋଗ କରିବା ପାଇଁ ହେଲ୍ପ ଡେସ୍କ କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି। କିନ୍ତୁ ଅସହାୟ ରୋଗୀଙ୍କୁ ସହଯୋଗ ନ ମିଳିବା ଦୁର୍ଭାଗ୍ୟଜନକ। ମହିଳା ରୋଗୀଙ୍କୁ ଷ୍ଟ୍ରେଚରରେ ତାଙ୍କ ସ୍ବାମୀ ଓ ଶିଶୁ ଠେଲି ଠେଲି ନେବା ଅତ୍ୟନ୍ତ ନିନ୍ଦନୀୟ। ଯଦି ଏପରି ହୋଇଥିବ ତା’ହେଲେ ଘଟଣାର ଅନୁଧ୍ୟାନ କରାଯାଇ ପଦକ୍ଷେପ ନିଆଯିବ।
-ବିଶ୍ୱ ବିହାରୀ ମହାନ୍ତି, ଏଡିଏମ୍‌ଓ (ମେଡିକାଲ), ଅନୁଗୋଳ


Enter your email to get our daily news in your inbox.

All Right Reserved By Dharitri.Com

ଯୁବକଙ୍କୁ ମରଣାନ୍ତକ ଆକ୍ରମଣ ଘଟଣା: ୨ ଭାଇଙ୍କ ସମେତ ସହଯୋଗୀ ଗଲେ ଜେଲ

ଦିଗପହଣ୍ଡି,୨୪।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡରେ ରହୁଥିବା ପଦ୍ମନାଭପୁର ଗ୍ରାମର ବଳିଆ ସେଠୀ ଏବଂ ତାଙ୍କ ଭାଇ କାଳିଆ ସେଠୀଙ୍କ ସମେତ ସହଯୋଗୀ ଚାଞ୍ଚଡାପଲ୍ଲୀ ଗ୍ରାମର…

ଅଭିଭାବକ, ଶିକ୍ଷକ ମଧ୍ୟରେ ସମନ୍ବୟ ରହିଲେ…

ଭଞ୍ଜନଗର,୨୪।୩(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ଗାମୁଣ୍ଡି ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଅତିଥି ମାନେ ଯୋଗଦେଇ ଅଭିଭାବକ,…

ମୋଦିଙ୍କୁ ଫୋନ କଲେ ଟ୍ରମ୍ପ, ଯୁଦ୍ଧ ନେବ ଭୟଙ୍କର ମୋଡ!

ନୂଆଦିଲ୍ଲୀ,୨୪।୩: ଯୁଦ୍ଧ ଭିତରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟପ୍ରାଚ୍ୟରେ ସଂଘର୍ଷ ସମ୍ପର୍କରେ ଫୋନରେ କଥା ହୋଇଛନ୍ତି। ଉଭୟ ନେତା…

ଚିର ନିଦ୍ରାରେ ହରିଶ ରାଣା: ୧୩ ବର୍ଷର ଯନ୍ତ୍ରଣାରୁ ମୁକ୍ତି, ସୁପ୍ରିମକୋର୍ଟଙ୍କ ଅନୁମତି ପରେ ମିଳିଲା ‘ଇଚ୍ଛାମୃତ୍ୟୁ’

ନୂଆଦିଲ୍ଲୀ,୨୪।୩: ଦୀର୍ଘ ୧୩ ବର୍ଷ ଧରି କୋମାରେ ରହି ମୃତ୍ୟୁ ସହ ସଂଗ୍ରାମ କରୁଥିବା ହରିଶ ରାଣା ଶେଷରେ ଆଖି ବୁଜିଛନ୍ତି। ଭାରତର ସର୍ବୋଚ୍ଚ ନ୍ୟାୟାଳୟଙ୍କ ଐତିହାସିକ…

ପୋଲିସ -ପଡାବାସୀ ମୁହାଁମୁହିଁ : ଗରିବଙ୍କ ଘର ଉପରେ ମାଡିଲା ବୁଲଡୋଜର

ବରଗଡ଼,୨୪।୩(ପ୍ରେମାନନ୍ଦ ଖମାରୀ) : ବରଗଡ଼ ସହରରେ ଜବରଦଖଲ ଉଚ୍ଛେଦ ଚାଲିଛି। ପର୍ଯ୍ୟାୟକ୍ରମେ ସହରର ଗୋଟିଏ ପଡାରୁ ଅନ୍ୟ ପଡାରେ ଏହି ଅଭିଯାନ ଚାଲିଛି। ତେବେ ଏଥିରେ ଅଧିକ…

ଆତ୍ମସମର୍ପଣ କଲେ ମୋଷ୍ଟ ୱାଣ୍ଟେଡ ମାଓବାଦୀ ନେତା ଶୁକ୍ରୁ, ୫୫ ଲକ୍ଷର…

ଫୁଲବାଣୀ,୨୪।୩(ରିଙ୍କୁ ରାଉତ): ଆତ୍ମସମର୍ପଣ କଲେ ମୋଷ୍ଟ ୱାଣ୍ଟେଡ ମାଓବାଦୀ ନେତା ଶୁକ୍ରୁ। କନ୍ଧମାଳ ପୋଲିସ ପାଖରେ ଶୁକ୍ରୁର ଆତ୍ମସମର୍ପଣ କରିଥିବା ଜଣାପଡ଼ିଛି। ଏକେ-୪୭ ସହ ସେ  ଆତ୍ମସମର୍ପଣ…

ମିଳିଲା ଢାବା ମାଲିକଙ୍କ ଗାଡ଼ି: ବଡଦେବତାରୁ ଚୋରି ହୋଇଥିବା ଗାଡ଼ି ପଟଙ୍ଗି ଜଙ୍ଗଲରୁ …

ନନ୍ଦପୁର/ପାଡୁଆ,୨୪।୩:(ତୁଷାର କାନ୍ତ ମହାନ୍ତ/ଶଙ୍କର ପୂଜାରୀ): କୋରାପୁଟ ଜିଲା ପାଡୁଆ ପୋଲିସର ବଡ଼ ସଫଳତା। ଗତ ରବିବାର ରାତିରେ ବଡଦେବତା ମନ୍ଦିର ଛକ ଢାବା ମାଲିକଙ୍କ ଚୋରି ହୋଇଥିବା…

ଯୁଦ୍ଧ ବନ୍ଦ ଘୋଷଣା କରି ଟ୍ରମ୍ପ କମାଉଛନ୍ତି ମୋଟା ଅଙ୍କର ଟଙ୍କା! ଜାଣିଲେ ଉଡିବ ହୋସ୍‌

ଓ଼୍ବାଶିଂଟନ,୨୪।୩: ଇରାନ ଏବଂ ଆମେରିକା ମଧ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଟ୍ରମ୍ପ ଇରାନକୁ 48 ଘଣ୍ଟାର ଅଲଟିମେଟମ ଦେଇଥିଲେ: ଶତ୍ରୁତା ବନ୍ଦ କର, ନଚେତ ଆମେରିକା ଇରାନର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri