Categories: ଜାତୀୟ

ପଥର ଫିଙ୍ଗାଳିଙ୍କୁ ମିଳିବନି ସରକାରୀ ଚାକିରି, ପାସ୍‌ପୋର୍ଟ ହେବନି ଭେରିଫିକେଶନ

ଶ୍ରୀନଗର,୧ ।୮: ଜମ୍ମୁ-କଶ୍ମୀରରେ ପଥର ଫିଙ୍ଗାଳିଙ୍କ ଉପରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ପଥର ପିଙ୍ଗିବା ଭଳି ଘଟଣାରେ ସମ୍ପୃକ୍ତ ଥିବା ଯୁବକମାନଙ୍କୁ ଏଣିକି ଆଉ ସରକାରୀ ଚାକିରି ମିଳିବ ନାହିଁ ଓ ସେମାନଙ୍କ ପାସପୋର୍ଟ ଭେରିଫିକେଶନ ମଧ୍ୟ କରାଯିବ ନାହିଁ । ଏହାକୁ ନେଇ କଶ୍ମୀର ସିଆଇଡି ଏକ ସର୍କୁଲାର ଜାରି କରିଛନ୍ତି । ଏଥିରେ ଉଲ୍ଲେଖ କରାଯାଇଛି ପଥର ଫିଙ୍ଗିବା ଭଳି ଘଟଣାରେ ସମ୍ପୃକ୍ତ ଥିବା ଯୁବକଙ୍କୁ ସିକ୍ୟୁରିଟି କ୍ଲିୟରାନ୍ସ ଦିଆଯିବ ନାହିଁ । କଶ୍ମୀର ସିଆଇଡିର ଏସ୍‌ଏସ୍‌ପି ଏହି ସର୍କୁଲାର ଜାରି କରିଛନ୍ତି । ଏଥିରେ ସେ କହିଛନ୍ତି ପାସପୋର୍ଟ, ସରକାରୀ ଚାକିରି ଓ ସରକାରୀ ଯୋଜନା ସହ ଜଡିତ କୌଣସି ବ୍ୟକ୍ତିଙ୍କ ସିକ୍ୟୁରିଟି କ୍ଲିୟରାନ୍ସ ରିପୋର୍ଟ ପ୍ରସ୍ତୁତ କରିବା ସମୟରେ ଧ୍ୟାନ ଦେବା ଦରକାର କି ଉକ୍ତ ବ୍ୟକ୍ତି ପଥର ପିଙ୍ଗିବା, ଆଇନର ଅବମାନନା କରିବା ବା ଅନ୍ୟ କୌଣସି ଅପରାଧରେ ସାମିଲ ନ ହୋଇଥିବେ । ଯଦି ଏମିତି କେହି ମିଳିଲେ ତେବେ ତାଙ୍କୁ ସିକ୍ୟୁରିଟି କ୍ଲିୟରାନ୍ସ ଦିଆଯିବ ନାହିଁ ।

Share