କ୍ଷୀରକୁ ମିଳୁନି ସରକାରୀ ଦର

ବଇଣ୍ଡା,୬ା୧୧ ରାଜ୍ୟରେ ଦୁଗ୍ଧ ଉତ୍ପାଦନ ବଢ଼ାଇବା ପାଇଁ ଚାଷୀ ଓ ସ୍ବୟଂ ସହାୟକ ଗୋଷ୍ଠୀ (ଏସ୍‌ଏଚ୍‌ଜି) ଗୁଡ଼ିକୁ ସରକାର ପ୍ରୋତ୍ସାହିତ କରୁଛନ୍ତି। ହେଲେ ସରକାରୀ ଦରରେ ସେମାନଙ୍କଠାରୁ କିପରି ସମସ୍ତ ଉତ୍ପାଦିତ ଦୁଗ୍ଧ କିଣାଯାଇପାରିବ ତାହା ଉପରେ ଯଥେଷ୍ଟ ଗୁରୁତ୍ୱ ଦେଉନାହାନ୍ତି। ଫଳରେ ସରକାରୀ ଯୋଜନାରେ ଗାଈପାଳନ କରିଥିଲେ ବି ଏହାର ଲାଭ ମିଳୁ ନ ଥିବା ଅନୁଗୋଳ ଜିଲା ଆଠମଲ୍ଲିକ ଉପଖଣ୍ଡର ଚାଷୀମାନେ ଅଭିଯୋଗ କରିଛନ୍ତି। ବିଶେଷକରି କିଶୋରନଗର ବ୍ଲକରେ ଓମ୍‌ଫେଡ୍‌ର ଆଦୌ ଦୁଗ୍ଧ ଶୀତଳୀକରଣ କେନ୍ଦ୍ର ନ ଥିବାରୁ ଏଠାକାର ଚାଷୀ ଓ ଏସ୍‌ଏଚ୍‌ଜିମାନେ ଆଖପାଖ ଗ୍ରାମ, ବଜାରରେ କମ୍‌ ମୂଲ୍ୟରେ କ୍ଷୀର, ଛେନା ବିକି କ୍ଷତି ସହୁଥିବା କହିଛନ୍ତି।
ଆଠମଲ୍ଲିକ ବ୍ଲକରେ ଦୈନିକ ୧୧ ହଜାର ୫୦ ଲିଟର କ୍ଷୀର ଉତ୍ପାଦନ ହେଉଛି। ସେହିପରି କିଶୋରନଗର ବ୍ଲକରେ ୯ ହଜାର ୬୫ ଲିଟର ଚାଷୀମାନେ ଉତ୍ପାଦନ କରୁଛନ୍ତି। କିନ୍ତୁ ଓମ୍‌ଫେଡ୍‌ ପକ୍ଷରୁ କେବଳ ଆଠମଲ୍ଲିକ ବ୍ଲକରୁ କ୍ଷୀର ସଂଗ୍ରହ କରାଯାଉଛି। ଆଠମଲ୍ଲିକ ସଦର ଓ ଅଏଡାଠାରେ ଦୁଇଟି ଦୁଗ୍ଧ ଶୀତଳୀକରଣ କେନ୍ଦ୍ର ସ୍ଥାପନ କରାଯାଇଥିଲେ ମଧ୍ୟ ସେଥିରୁ ଅଏଡାସ୍ଥିତ ଭଣ୍ଡାର ଦେଢ଼ବର୍ଷ ହେବ ଅଚଳ ହୋଇପଡ଼ିଛି। ବାରମ୍ବାର ଦାବି ସତ୍ତ୍ୱେ ତାହାକୁ କାର୍ଯ୍ୟକ୍ଷମ କରାଯାଉ ନାହିଁ। କିଶୋରନଗର ବ୍ଲକର କିଶୋରନଗର ଓ ବଇଣ୍ଡାଠାରେ ୨ଟି ଶୀତଳୀକରଣ କେନ୍ଦ୍ର ନିର୍ମାଣ ପାଇଁ ଦୀର୍ଘବର୍ଷରୁ ଦାବି ହୋଇଆସୁଛି। ୨୦୧୪ ଡିସେମ୍ବର ୧୫ରେ ତତ୍‌କାଳୀନ ବିଧାୟକ, ଜିଲାପାଳଙ୍କ ସହ ମୁଖ୍ୟମନ୍ତ୍ରୀଙ୍କୁ ଏକ ଦାବିପତ୍ର ଦିଆଯାଇଥିଲା। ହେଲେ ଏଯାଏ କୌଣସି ପଦକ୍ଷେପ ନିଆଯାଇ ନାହିଁ। ଫଳରେ ଏଠାକାର ହଜାର ହଜାର ଦୁଗ୍ଧ ଚାଷୀ ଓ ଏସ୍‌ଏଚ୍‌ଜି ଉତ୍ପାଦିତ କ୍ଷୀରକୁ ସରକାରୀ ଦରରେ ଓମଫେଡ୍‌କୁ ବିକିବାର ସୁଯୋଗ ପାଇପାରୁ ନାହନ୍ତି। ସ୍ଥାନୀୟ ବଜାରକୁ ସେମାନେ କ୍ଷୀର ଓ ଛେନା ଯୋଗାଉଥିଲେ ବି ଏଥିରେ କ୍ଷତି ସହିବାକୁ ପଡ଼ୁଥିବା କହିଛନ୍ତି। ଏପରି କି ଗାଈଙ୍କୁ ଦାନା କିଣି ଦେଇପାରୁ ନ ଥିବା ଚାଷୀମାନେ ପ୍ରକାଶ କରିଛନ୍ତି। ଏ ସମ୍ପର୍କରେ ଉପଖଣ୍ଡ ଭାରପ୍ରାପ୍ତ ପ୍ରାଣୀ ଚିକିତ୍ସା ଅଧିକାରୀ ଡ. ତପନ ବେଉରା କହିଛନ୍ତି, କିଶୋରନଗର ବ୍ଲକର ଯେଉଁ ପଞ୍ଚାୟତରୁ ସର୍ବାଧିକ ଉତ୍ପାଦନ ହେଉଛି ସେଠାରୁ କ୍ଷୀର ସଂଗ୍ରହ କରିବାକୁ ଓମ୍‌ଫେଡ୍‌କୁ ପ୍ରସ୍ତାବ ଦିଆଯାଇଛି। ଆଠମଲ୍ଲିକ ଉପଜିଲାପାଳ ଲଳିତମୋହନ ବେହେରା କହିଛନ୍ତି, ସମସ୍ୟା ସମ୍ପର୍କରେ ସରକାରଙ୍କୁ ଅବଗତ କରାଯିବ। ଆଠମଲ୍ଲିକ ଦୁଗ୍ଧ ଶୀତଳୀକରଣ କେନ୍ଦ୍ର ଇନ୍‌ଚାର୍ଜ ପ୍ରେମାକାନ୍ତ ହୋତା କହିଛନ୍ତି, କିଶୋରନଗର ବ୍ଲକରେ ଶୀତଳଭଣ୍ଡାର ନିର୍ମାଣର ଲକ୍ଷ୍ୟ ରଖାଯାଇଛି। କିନ୍ତୁ ଏବେ କମ୍‌ ପରିମାଣର ଦୁଗ୍ଧ ଉତ୍ପାଦନ ହେଉଛି। ଅଧିକ ଉତ୍ପାଦନ ହେଲେ ସଂଗ୍ରହ କରାଯିବାର ବ୍ୟବସ୍ଥା ହେବ ବୋଲି ହୋତା ପ୍ରକାଶ କରିଛନ୍ତି।
ଉଚିତ ଦର ମିଳୁନି
ସରକାରୀ ଯୋଜନାରେ ଗୋପାଳନ କରୁଥିବା ଚାଷୀଙ୍କୁ ସହଯୋଗ ମିଳୁନାହିଁ। ପ୍ରତିଦିନ ୧୫ ଲିଟରରୁ ଅଧିକ କ୍ଷୀର ଉତ୍ପାଦନ କରୁଥିଲେ ମଧ୍ୟ ସରକାର ସଂଗ୍ରହ କରୁନାହାନ୍ତି। ଫଳରେ ଗଁା ଓ ବଜାରରେ କମ୍‌ ଦରରେ ବିକିବାକୁ ବାଧ୍ୟ ହେଉଛି। -କୁମୁଦ ସାହୁ,
ଲୁହାମୁଣ୍ଡା, କିଶୋରନଗର
ସବ୍‌ସିଡି ଯୋଗାନ୍ତୁ ସରକାର
ଆଠମଲ୍ଲିକର ଅନେକ ଚାଷୀ ଗୋପାଳନକୁ ଜୀବିକା କରିଛନ୍ତି। ହେଲେ ସରକାରଙ୍କ ପକ୍ଷରୁ ସବ୍‌ସିଡି ମାଧ୍ୟମରେ ଦାନା ଯୋଗାଇ ଦିଆଯାଉନାହିଁ। ଅଏଡାସ୍ଥିତ ଦୁଗ୍ଧ ଶୀତଳଭଣ୍ଡାର ଅଚଳ ଥିବାରୁ ଚାଷୀମାନେ ହଇରାଣ ହେଉଛନ୍ତି। -ପ୍ରଦୀପ ପ୍ରଧାନ, ପତକା, ଆଠମଲ୍ଲିକ
ଚାଷୀଙ୍କୁ ଅଣଦେଖା କରାଯାଉଛି
ଗୋପାଳନ କରୁଥିବା ଚାଷୀଙ୍କୁ ଅଣଦେଖା କରାଯାଉଛି। ଉତ୍ପାଦିତ ଦୁଗ୍ଧ ସରକାରୀ ମୂଲ୍ୟରେ ବିକ୍ରି ହୋଇପାରୁନାହିଁ। ଏଥିଯୋଗୁ କ୍ଷତି ସହିବାକୁ ପଡୁଛି। ସରକାର କିଶୋରନଗରରେ ଶୀତଳଭଣ୍ଡାର ନିର୍ମାଣ କରନ୍ତୁ। -ସତ୍ୟାନନ୍ଦ ସାହୁ, ତୁରୁଡା, କିଶୋରନଗର
କ୍ଷୀର ପଇସା ଦାନାକୁ ନିଅଣ୍ଟ
ଯେତିକି କ୍ଷୀର ଉତ୍ପାଦନ ହେଉଛି ତାହା ବିକିଲେ ଦାନାକୁ ନିଅଣ୍ଟ ପଡ଼ୁଛି। ସରକାରଙ୍କ ପକ୍ଷରୁ କୌଣସି ପ୍ରକାର ସବ୍‌ସିଡି ବ୍ୟବସ୍ଥା ମଧ୍ୟ ନାହିଁ। ଏଥିପ୍ରତି ଦୃଷ୍ଟି ଦିଆଗଲେ କିଶୋରନଗର ବ୍ଲକର ଦୁଗ୍ଧ ଚାଷୀମାନେ ଉପକୃତ ହୁଅନ୍ତେ। -ଧ୍ରୁବ କଠାର, ସଞ୍ଜାମୁରା, କିଶୋରନଗର
ଓମ୍‌ଫେଡ ଦୁଗ୍ଧ କିଣୁ
ବଇଣ୍ଡାଠାରେ ଦୁଗ୍ଧ ଶୀତଳଭଣ୍ଡାର ନିର୍ମାଣ ପାଇଁ ବହୁବାର ଦାବି ହୋଇଛି। ହେଲେ ସରକାର ଦୃଷ୍ଟି ଦେଉନାହାନ୍ତି। ଚାଷୀଙ୍କଠାରୁ ଓମ୍‌ଫେଡ୍‌ ମାଧ୍ୟମରେ କ୍ଷୀର କିଣାହେଲେ ଚାଷୀ ଲାଭବାନ ହେବେ। -ମାଧବ ସାହୁ, ଇଚ୍ଛାପୁର, କିଶୋରନଗର
ଶୀତଳଭଣ୍ଡାର ନିର୍ମାଣ ହେଉ
ଆଠମଲ୍ଲିକ ବ୍ଲକର ୧୧ ପଞ୍ଚାୟତର ଚାଷୀଙ୍କ ପାଇଁ ଠାକୁରଗଡଠାରେ ଦୁଗ୍ଧ ଶୀତଳଭଣ୍ଡାରର ଆବଶ୍ୟକତା ରହିଛି। ଏ ନେଇ ଜିଲା ପରିଷଦ ସଦସ୍ୟା ପୂର୍ବରୁ ଜିଲାପାଳଙ୍କୁ ଅବଗତ କରାଇଛନ୍ତି। କିନ୍ତୁ ପଦକ୍ଷେପ ନିଆଯାଉ ନାହିଁ। -ସୁରେଶ ଚନ୍ଦ୍ର ଦେହୁରୀ, ଆମ୍ବଶରମୁଣ୍ଡା, ଆଠମଲ୍ଲିକ


Enter your email to get our daily news in your inbox.

All Right Reserved By Dharitri.Com

ମା’ ଦକ୍ଷିଣ କାଳୀଙ୍କ ୧୩ଦିନିଆ ଦଣ୍ଡ ଯାତ୍ରା ଆରମ୍ଭ, ଢହଢହ ଖରାରେ ଭୋକତା ଭୋଗିବେ….

ଗଞ୍ଜାମ,୧।୪(ବିଦ୍ୟାଧର ସାହୁ ): ଗଞ୍ଜାମ ସହର କଲେଜ ରୋଡ଼ ସ୍ଥିତ ମା’ ଦକ୍ଷିଣ କାଳୀଙ୍କ ତେର ଦିନିଆ ଦଣ୍ଡଯାତ୍ରା ଗୁରୁବାର ଶୁଭାରମ୍ଭ ହୋଇଛି । ମା’ ଦକ୍ଷିଣ…

ବଡ଼ ଘୋଷଣା କଲେ ଉପମୁଖ୍ୟମନ୍ତ୍ରୀ, ଝିଅ ଜନ୍ମ ହେବାର ବର୍ଷକ ଭିତରେ ଟଙ୍କା ପଠାଇବେ ସରକାର

ଭୁବନେଶ୍ବର,୨ା୪: ଖୁଵ୍‌ ଶୀଘ୍ର ଆସିବ କନ୍ୟା ସୁମଙ୍ଗଳ ଯୋଜନାର ଏସ୍‌ଓପି । ସୂଚନା ଦେଲେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ଝିଅ ଜନ୍ମ ହେବାର ବର୍ଷକ…

ଚତୁର୍ଥ ଥର ପାଇଁ ସମ୍ବଲପୁର କୋର୍ଟକୁ ବୋମା ଧମକ, ନେଦରଲାଣ୍ଡ ଓ ଜର୍ମାନୀରେ ଆଇପି ଆଡ୍ରେସ ଚିହ୍ନଟ

ସମ୍ବଲପୁର,୨।୪(ପ୍ରମୋଦ ବହିଦାର): ସମ୍ବଲପୁର ସହରର ଗୁରୁତ୍ୱପୂର୍ଣ୍ଣ କୋର୍ଟ ପରିସରକୁ ବୋମା ବିସ୍ଫୋରଣ ଉଡ଼ାଇବାର ଧମକପୂର୍ଣ୍ଣ ଇ-ମେଲ ଜିଲା ପୋଲିସ ପ୍ରଶାସନ ପାଇଁ ମୁଣ୍ଡବିନ୍ଧାର କାରଣ ସାଜିଛି। ଏହା…

ମଦ ବନ୍ଦ ଦାବିରେ ଅବକାରୀ ଥାନା ଘେରିଲେ ମହିଳା

ପାଟଣା,୨ା୪(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣାବ୍ଲକ ବଡ଼ ପାଟଣା ପଞ୍ଚାୟତ ଓ ଟାଙ୍ଗରପଡ଼ା ପଞ୍ଚାୟତ ବିଭିନ୍ନ ଗ୍ରାମର ଶତାଧିକ ମହିଳା କେନ୍ଦୁଝର ଏମ୍‌ପି ଅନନ୍ତ ନାୟକଙ୍କ ଅବକାରୀ…

ଏପ୍ରିଲ ୨୦ରେ ଐତିହାସିକ ଚନ୍ଦନ ଯାତ୍ରା, ଠାକୁରଙ୍କ ନୌବିହାର ପାଇଁ ଆସିଲା ଡ଼ଙ୍ଗା

ଗଞ୍ଜାମ,୨ା୪(ବିଦ୍ୟାଧର ସାହୁ ): ଗଞ୍ଜାମ ଏନଏସି ଅନ୍ତର୍ଗତ କରଣ ସାହି ସ୍ଥିତ ଶ୍ରୀଶ୍ରୀ ମଦନ ମୋହନ ଗୋପାଳ ସ୍ୱାମୀଙ୍କ ପୀଠରେ ଚଳିତ ମାସ ରୁ ଆରମ୍ଭ ହେବ…

ମୁହାଁମୁହିଁ ଧକ୍କା ହୋଇ ଓଲଟିପଡିଲା ଅଟୋ, ଦୁଇ ଯାତ୍ରୀ….

ନନ୍ଦପୁର,୨।୪(ତୁଷାର କାନ୍ତ ମହାନ୍ତି): ନନ୍ଦପୁର ହାଣ୍ଡିପୁଟ ସଂଯୋଗୀ ଏମଡିଆର ୫୫ ରାସ୍ତାର ହିକିମପୁଟ-ମାରଡା ଛକ ମଧ୍ୟରେ ଗୁରୁବାର ସକାଳେ ଏପି୩୯ ଟିଏମ ୦୦୬୫ ଓ ଓଡ଼ି ୧୦…

ନଦୀକୁ ଡେଇଁ କରୁଥିଲେ ରିଲସ, ପାଣିରେ ବୁଡ଼ି ଯୁବକ….

ଭଦ୍ରକ,୨।୪(ସନାତନ ରାଉତ): ରିଲସ କରିବା ହେଲା କାଳ । ଗୁରୁବାର ଭଦ୍ରକ ପୁରୁଣା ବଜାର ଥାନା ସଂଥିଆ ପୋଲ ଉପରୁ ସାଳନ୍ଦୀ ନଦୀକୁ ଡେଇଁ ୨ ଯୁବକ…

ଫିଲ୍ମ ଷ୍ଟାଇଲ୍‌ରେ ଗୋରୁ ଗାଡ଼ିକୁ ୧୨ କିଲୋମିଟର ଗୋଡ଼ାଇ ଗୋଡ଼ାଇ ଶେଷରେ ପୋଲିସ…

ପରଜଙ୍ଗ,୨ା୪(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ସାଆନ୍ଦା ଫାଣ୍ଡି ପୋଲିସ ଫିଲ୍ମ ଷ୍ଟାଇଲରେ ପ୍ରାୟ ୧୨ କିଲୋମିଟର ରାସ୍ତା ଗୋଡ଼ାଇ ଗୋଡ଼ାଇ ଗୋରୁ ଗାଡ଼ି ଧରିବାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri