ମିଳୁନି ସରକାରୀ ସୁବିଧା, ଦେବୁନି ଭୋଟ

ରୁପ୍ରା ରୋଡ଼/ନର୍ଲା,୧୨।୨(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା ନର୍ଲା ବ୍ଲକ ମାଣ୍ଡେଲ ପଞ୍ଚାୟତ ଅସୁରଗଡ଼ (ଗଡ଼ପଡା) ୯ ନମ୍ବର ଓ୍ବାର୍ଡବାସୀ ଭୋଟ ବର୍ଜନ ପାଇଁ ଧାରଣା ଦେଇଥିଲେ। ଦୀର୍ଘ ବର୍ଷ ଧରି ଏଠାରେ ପ୍ରାୟ ୩୦ଟି ପରିବାର ବାସ କରି ଆସୁଛନ୍ତି। କିନ୍ତୁ ରାଜ୍ୟ ସରକାର କିମ୍ବା କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନାରୁ ବଞ୍ଚତ୍ତ ହୋଇଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଏ ନେଇ ବାରମ୍ବର ଦାବି କରୁଥିଲେ ମଧ୍ୟ କେହି ଏଥିପ୍ରତି ଦୃଷ୍ଟି ଦେଉନାହାନ୍ତି। ଏହାକୁ ନେଇ ଗ୍ରାମବାସୀ ଭୋଟ ବର୍ଜନ କରିବାକୁ ନିଷ୍ପତ୍ତି ନେଇଥିବା କହିଛନ୍ତି।