Categories: ଜାତୀୟ

୪ରୁ ଅଧିକ ସନ୍ତାନ ଥିଲେ ମିଳିବନି ସରକାରୀ ସୁବିଧା

ଗୁଆହାଟୀ,୧୫।୧୦: ମଣିପୁରରେ ୪ରୁ ଅଧିକ ସନ୍ତାନ ଥିବା ପରିବାରକୁ ଆଉ ସରକାରୀ ସୁବିଧା ମିଳିବ ନାହିଁ। ମୁଖ୍ୟମନ୍ତ୍ରୀ ଏନ୍‌. ବୀରେନ୍‌ ସିଂଙ୍କ ଅଧ୍ୟକ୍ଷତାରେ ଗୁରୁବାର ଅନୁଷ୍ଠିତ ରାଜ୍ୟ କ୍ୟାବିନେଟ ବୈଠକରେ ଉପରୋକ୍ତ ନିଷ୍ପତ୍ତି ନିଆଯାଇଛି। ମଣିପୁର ରାଜ୍ୟ ଜନସଂଖ୍ୟା କମିଶନ ସ୍ଥାପନ ନିମନ୍ତେ ଅଧ୍ୟାଦେଶକୁ କ୍ୟାବିନେଟ ଅନୁମୋଦନ କରିଛି। ଏହା କାର୍ଯ୍ୟକାରୀ ହେଲେ ୪ରୁ ଅଧିକ ସନ୍ତାନ ଥିବା ପରିବାର ସରକାରୀ ସୁବିଧା ସୁଯୋଗରୁ ବଞ୍ଚତ୍ତ ହେବେ। ୨୦୧୧ ଜନସଂଖ୍ୟା ରିପୋର୍ଟ ଅନୁଯାୟୀ ମଣିପୁରର ଲୋକସଂଖ୍ୟା ୨୮.୫୬ ଲକ୍ଷ, ଯାହା ୨୦୦୧ରେ ୨୨.୦୩ ଲକ୍ଷ ଥିଲା। ପୂର୍ବରୁ ଆସାମ ସରକାର ଏକ ନିର୍ଦ୍ଦେଶନାମା ବଳରେ ୨ରୁ ଅଧିକ ସନ୍ତାନ ଥିଲେ ସରକାରୀ ଚାକିରି ମିଳିବ ନାହିଁ ବୋଲି ଘୋଷଣା କରିଥିଲେ।

Share