Categories: ଜାତୀୟ

ଟ୍ରାଭେଲ ହିଷ୍ଟ୍ରି ନ ଥାଇ କନିଷ୍ଠ ଡାକ୍ତରଙ୍କୁ ଓମିକ୍ରନ

କୋଲକାତା,୨୫।୧୨: କୋଲକାତା ମେଡିକାଲ କଲେଜର ଜଣେ କନିଷ୍ଠ ଡାକ୍ତର ଓମିକ୍ରନଙ୍କ ସଂକ୍ରମିତ ହୋଇଛନ୍ତି। ଏହି ମାମଲାକୁ ମିଶାଇ ପଶ୍ଚିମବଙ୍ଗରେ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ୪ରେ ପହଞ୍ଚଛି ।

ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ସୂଚନା ମୁତାବକ, ୨୧ ବର୍ଷୀୟ କନିଷ୍ଠ ଡାକ୍ତରଙ୍କ ପ୍ରଥମେ ଜ୍ୱର ହୋଇଥିଲା। ପରେ ସେ ଅସୁସ୍ଥ ଅନୁଭବ କରିଥିଲେ। ତାଙ୍କର ନମୁନା କୋଭିଡ-୧୯ ଏବଂ ଜିନୋମ ସିକ୍ୱେନ୍ସିଂ ପରୀକ୍ଷା ପାଇଁ ପଠାଯାଇଥିଲା। ଶୁକ୍ରବାର ରାତିରେ ରିପୋର୍ଟ ପଜିଟିଭ ଆସିବା ସହ ସେ ଓମିକ୍ରନ ସଂକ୍ରମଣ ହୋଇଥିବା ଜଣାପଡିଛି। ତାଙ୍କୁ କୋଲକାତାର ବେଲେଗାଟା ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ଡାକ୍ତରଙ୍କ ଘର ନାଦିଆ ଜିଲାର କୃଷ୍ଣନଗର ଅଞ୍ଚଳରେ। ହେଲେ ତାଙ୍କର କୌଣସି ଆନ୍ତର୍ଜାତୀୟ ଭ୍ରମଣ ଇତିହାସ ନ ଥିବା ଜଣାପଡିଛି। ଏହା ପ୍ରଶାସନକୁ ଚିନ୍ତାରେ ପକାଇଛି ।

ଅନ୍ୟପକ୍ଷେ ପ୍ରଶାସନ ପକ୍ଷରୁ ତାଙ୍କ ସହ ସଂସ୍ପର୍ଶରେ ଆସିଥିବା ଆସିଥିବା ଲୋକଙ୍କୁ ଅନୁସନ୍ଧାନ କରାଯାଉଛି। ସୂଚନା ଯୋଗ୍ୟ, ତାଙ୍କ ପରିବାରର ଲୋକଙ୍କ କରୋନା ରିପୋର୍ଟ ପଜିଟିଭ ଆସିନାହିଁ।

ପଶ୍ଚିମବଙ୍ଗରେ ପ୍ରଥମେ ୭ ବର୍ଷର ଜଣେ ନାବାଳକଙ୍କଠାରେ ଓମିକ୍ରନ ଚିହ୍ନଟ ହୋଇଥିଲା। ସେ ଡିସେମ୍ବର ୧୫ରେ ଆବୁଧାବିରୁ କୋଲକାତା ଆସିଥିଲେ । ଦ୍ୱିତୀୟ ସଂକ୍ରମିତ ନାଇଜେରିଆ ଫେରନ୍ତା ହୋଇଥିବା ବେଳେ ତୃତୀୟ ସଂକ୍ରମିତ ବ୍ରିଟେନରୁ ଆସିଥିବା ଜଣାପଡିଛି।

Share