Categories: ଜାତୀୟ

ଦୀପାବଳିରେ ରାଜଧାନୀରେ ଫୁଟିବନି ବାଣ, ସରକାର ଜାରି କଲେ କଟକଣା…

ନୂଆଦିଲ୍ଲୀ,୧୫।୯: ଚଳିତ ଦୀପାବଳିରେ ଗତ ବର୍ଷ ଭଳି ମଧ୍ୟ ରାଜଧାନୀ ଦିଲ୍ଲୀରେ ବାଣ ଫୁଟାଇବା ଏବଂ ବିକ୍ରି ଉପରେ ସରକାର କଡ଼ା କଟକଣା ଜାରି କରିଛନ୍ତି। ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ ଏନେଇ ବୁଧବାର ଟୁଇଟ୍‌ କରି ସୂଚନା ଦେଇଛନ୍ତି। ଗତ ୩ ବର୍ଷ ଧରି ଦିଲ୍ଲୀର ବାୟୁମଣ୍ଡଳ ପ୍ରଦୂଷଣକୁ ଦୃଷ୍ଟିରେ ରଖି ଏଭଳି ପଦକ୍ଷେପ ଗ୍ରହଣ କରାଯାଇଥିବା ସେ କହିଛନ୍ତି।

ବାୟୁମଣ୍ଡଳ ପ୍ରଦୂଷଣରୁ ଲୋକଙ୍କ ଜୀବନକୁ ସୁରକ୍ଷା ଦେବା ଲାଗି ଏଭଳି କଟକଣା ଲଗା ଯାଇଥିବା ସେ କହିଛନ୍ତି। ସୂଚନାଯୋଗ୍ୟ, ସାଧାରଣତଃ ଅକ୍ଟୋବର ଆରମ୍ଭରୁ ରାଜଧାନୀର ବାୟୁମଣ୍ଡଳ ଗୁଣବତ୍ତା ହ୍ରାସ ପାଇବାକୁ ଆରମ୍ଭ କରିଥାଏ। ଏହାଯୋଗୁ ବିଭିନ୍ନ ସ୍ବାସ୍ଥ୍ୟ ସମସ୍ୟା ଉପୁଜିଥାଏ।

Share