ଚାଷୀଙ୍କ ଦୁଃଖ ବଢ଼ାଇଛି ସାର, ଲାଭବାନ୍‌ ହେଉଛନ୍ତି ଅସାଧୁ ବ୍ୟବସାୟୀ

ଖୋର୍ଦ୍ଧା,୮ା୯(ପ୍ରଭାତ ପାଣିଗ୍ରାହୀ): ଖୋର୍ଦ୍ଧା ଜିଲାରେ ଜର ଯୋଗାଣରେ ବ୍ୟାପକ ଅବ୍ୟବସ୍ଥା, କଳାବଜାର ଏବଂ ବଜାରରେ ୟୁରିଆ ମିଳୁ ନ ଥିବାରୁ ଚାଷୀ ହଇରାଣ ହେଉଛନ୍ତି। ପ୍ରାଥମିକ ସେବା ସମବାୟ ସମିତି (ପାକ୍ସ)ରେ ସାର ନ ଥିବା ବେଳେ ଲାଭବାନ୍‌ ହେଉଛନ୍ତି କେତେଜଣ ଅସାଧୁ ବ୍ୟବସାୟୀ। ଜିଲାରେ ୧୫୭ଟି ପାକ୍ସ ରହିଛି। ତନ୍ମଧ୍ୟରୁ ୧୫୦ ପାକ୍ସରେ ସାର ନ ଥିବା ଜଣାପଡ଼ିଛି। ଫଳରେ ଚାଷୀମାନେ ବଜାରରୁ ଚଢ଼ାଦରରେ ସାର କିଣୁଥିବା କହିଛନ୍ତି। ଚାଷୀ ସାର ପାଇଁ ପାକ୍ସ ଉପରେ ନିର୍ଭର କରିଥାନ୍ତି। ତେଣୁ ଜୁନ୍‌ରୁ ଜୁଲାଇ ମାସରେ ସମସ୍ତ ପାକ୍ସକୁ ପର୍ଯ୍ୟାୟକ୍ରମେ ସାର ଆସିଥାଏ। ଚଳିତବର୍ଷ ଜିଲାର ସମସ୍ତ ପାକ୍ସକୁ ୩୦ରୁ ୪୦ ପ୍ରତିଶତ ସାର ଯୋଗାଇ ଦିଆଯାଇଥିବା ଜଣାପଡ଼ିଛି। ଫଳରେ ଚାଷୀଙ୍କୁ ଆବଶ୍ୟକ ଅନୁସାରେ ସାର ଯୋଗାଇପାରୁନି ପାକ୍ସ। ସାର ଅଭାବ ଚାଷୀଙ୍କ ଦୁଃଖ ବଢ଼ାଇଛି। ଅନ୍ୟପଟେ କେତେଜଣ ଅସାଧୁ ବ୍ୟବସାୟୀ ଚଢ଼ାଦରରେ ସାର ବିକ୍ରି କରୁଛନ୍ତି। ସାର କଳାବଜାର ରୋକିବା ପାଇଁ ସମବାୟ ଏବଂ କୃଷି ବିଭାଗ ପକ୍ଷରୁ କୌଣସି ତଦାରଖ କରାଯାଉନାହିଁ। ଫଳରେ ଚାଷୀ ହଇରାଣ ହେଉଛନ୍ତି।
ଭଲ ଧାନ ଫସଲ ଅମଳ ପାଇଁ ସାରର ଆବଶ୍ୟକତା ରହିଛି। ସାର ପାଇଁ ଚାଷୀମାନେ ପାକ୍ସ କିମ୍ବା ରିଟେଲର ଉପରେ ନିର୍ଭର କରିଥାନ୍ତି। ତେବେ ପାକ୍ସରେ ସାର ନ ଥିବା ବେଳେ ବଜାରରେ କଳାବଜାର ଚାଲିଛି। କେତେଜଣ ଅସାଧୁ ବ୍ୟବସାୟୀ ୟୁରିଆ ସାର ନ ଥିବା କହି ଚାଷୀଙ୍କୁ ଫେରାଉଥିବା ବେଳେ ଦଲାଲଙ୍କ ଜରିଆରେ ଚଢ଼ାଦରରେ ବିକ୍ରି କରୁଥିବା ଚାଷୀମାନେ ଗଣମାଧ୍ୟମରେ କହିଛନ୍ତି। ଗ୍ରାମାଞ୍ଚଳରେ ସାରର ବ୍ୟାପକ କଳାବଜାର ଚାଲିଥିବା ଚାଷୀମାନେ କହିଛନ୍ତି। ୟୁରିଆ ଜଟଣୀ ବଜାରରେ ୪୦୦ରୁ ୪୫୦ ଟଙ୍କାରେ ବିକ୍ରି ହେଉଥିବା ବେଳେ ଖୋର୍ଦ୍ଧାରେ ୫୦୦ ଟଙ୍କା ଏବଂ ଗ୍ରାମାଞ୍ଚଳରେ ୫୦୦ରୁ ୭୦୦ ଟଙ୍କାରେ ବ୍ରିକି ହେଉଥିବା ଚାଷୀ କହିଛନ୍ତି। ବୋଲଗଡ଼, ବେଗୁନିଆ, ବାଲିଅନ୍ତା, ବାଲିପାଟଣା, ଚିଲିକା ଓ ବାଣପୁର ବ୍ଲକ ଅଞ୍ଚଳରେ ୬୦୦ ଟଙ୍କାରେ ବିକ୍ରି ହେଉଥିବା ଚାଷୀ କହିଛନ୍ତି। ତେବେ ସାର କଳାବଜାର ରୋକିବା ପାଇଁ କୃଷି ବିଭାଗ ପକ୍ଷରୁ ଚଢ଼ାଉ ଜାରି ରହିଛି ବୋଲି ଜିଲା ମୁଖ୍ୟ କୃଷି ଅଧିକାରୀ ରବି ନାରାୟଣ ସେନାପତି କହିଛନ୍ତି। ୩ ଟିମ୍‌ ଗଠନ କରାଯାଇ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରହିଛି। ୧୫୦ରୁ ଊର୍ଦ୍ଧ୍ୱ ସାର ଦୋକାନ ଯାଞ୍ଚ କରାଯାଇଛି। ତନ୍ମଧ୍ୟରୁ ୫୬ଟି ସାର ଦୋକାନକୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି। ୨ଜଣଙ୍କୁ ସାର ବିକ୍ରିରୁ ନିବୃତ୍ତ କରାଯାଇଛି। ୨ଜଣଙ୍କ ଲାଇସେନ୍ସ ରଦ୍ଦ କରାଯାଇଛି। ଜିଲାରେ ୭ ହଜାର ମେଟ୍ରିକ ଟନ୍‌ ୟୁରିଆ ସାର ଆବଶ୍ୟକ ଥିବା ବେଳେ ବର୍ତ୍ତମାନ ସୁଦ୍ଧା ପ୍ରାୟ ୫ ହଜାର ମେଟ୍ରିକ ଟନ୍‌ ୟୁରିଆ ଦିଆସରିଛି। ସମସ୍ତ ସାରକୁ ମିଶାଇ ମୋଟ ୧୮ ହଜାର ମେଟ୍ରିକ ଟନ୍‌ ସାର ଆବଶ୍ୟକ ରହିଥିବା ବେଳେ ୧୬୦୬୩.୩୮୫ ମେଟ୍ରିକ ଟନ୍‌ ମିଳିଛି ା ଏ ସମ୍ପର୍କରେ ଏଆରସିଏ ଭଗବତ ମାରାଣ୍ଡି କହିଛନ୍ତି ଯେ, ସମସ୍ତ ପାକ୍ସକୁ ଆବଶ୍ୟକ ଅନୁସାରେ ସାର ଯୋଗାଇ ଦିଆଯିବ। ଚାଷୀ ଗୋପାଳ କୃଷ୍ଣ ପ୍ରଧାନ କହିଛନ୍ତି, ପ୍ରତିବର୍ଷ ଏହି ସମସ୍ୟା ଲାଗି ରହିଛି। ଏହାର ସ୍ଥାୟୀ ସମାଧାନ ପାଇଁ ସରକାର ଗୁରୁତ୍ୱ ଦେଉନାହାନ୍ତି। ସାର କଳାବଜାର ପଛରେ ଅସାଧୁ କର୍ମଚାରୀଙ୍କ ମଧୁଚନ୍ଦ୍ରିକା ଏବଂ ପ୍ରଶାସନର ଦାୟିତ୍ୱହୀନତା ଉତ୍ତରଦାୟୀ। ଚାଷୀଙ୍କୁ ଆବଶ୍ୟକତା ଅନୁଯାୟୀ ସାର ମିଳୁନାହିଁ। ସେହିପରି ଚାଷୀ ନେତା ମନଓ୍ବର ଅଲ୍ଲୀ କୁହନ୍ତି, ପାକ୍ସରେ ସାର ନ ଥିବା ବେଳେ ବଜାରକୁ ଆସୁଛି କିପରି। ଏହି କଳାବଜାର ପାଇଁ ସରକାର ଦାୟୀ। ଚାଷୀଙ୍କୁ ଆବଶ୍ୟକତା ଅନୁଯାୟୀ ସାର ମିଳୁନାହିଁ। ଫଳରେ ଚାଷୀ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। କାଇପଦର ଅଞ୍ଚଳର ଚାଷୀ ପ୍ରୀତିଶ ମାର୍ଥା କୁହନ୍ତି, ଗତ ଦୁଇ ମାସ ହେବ କାଇପଦର ସୋସାଇଟିରେ ସାର ନାହିଁ। ବଜାରରୁ ସାର ୫୦୦ ଟଙ୍କାରେ କିଣିବାକୁ ପଡୁଛି। ସରକାର ଏଥିପ୍ରତି ପଦକ୍ଷେପ ନିଅନ୍ତୁ। ଅନ୍ୟପକ୍ଷରେ ଭାଜପା ରାଜ୍ୟ କୃଷକ ମୋର୍ଚ୍ଚା ସଭାପତି ମହେଶ୍ୱର ସାହୁ କହିଛନ୍ତି, ରାଜ୍ୟରେ ସାରର ଅଭାବ ନାହିଁ। ଆବଶ୍ୟକତାଠାରୁ ଅଧିକ ସାର ମହଜୁଦ ରହିଛି। ସାର କଳାବଜାର ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସରକାର ସ୍ପଷ୍ଟ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କେସିଙ୍ଗା ଅବକାରୀ ଥାନାରେ ନୂଆ ଓଆଇସିଙ୍କ ଯୋଗଦାନ

କେସିଙ୍ଗା,୫ା୯(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ଅବକାରୀ ଥାନାରେ ନୂତନ ଭାବେ ମଳୟ ପ୍ରଧାନ ଓଆଇସି ଭାବେ ଯୋଗଦାନ କରିଛନ୍ତି। ସେ ଏହା ପୂର୍ବରୁ ବରଗଡ଼ରେ ଏଆଇସି…

ସ୍ତ୍ରୀ ପଛେ ପଛେ ସ୍ବାମୀଙ୍କ ମୃତ୍ୟୁ, ବ୍ୟବଚ୍ଛେଦ ପାଇଁ ମାଟି ତଳୁ ଖୋଳି ଆଣିଲେ ୨ ମୃତଦେହ, ସନ୍ଦେହରେ…

ଭଦ୍ରକ,୫ା୯(ସନାତନ ରାଉତ): ମୃତ୍ୟୁର ୨ ଦିନ ପରେ ବ୍ୟବଚ୍ଛେଦ ପାଇଁ ମାଟି ତଳୁ ଖୋଳା ହେଲା ଶବ। ସାପ କାମୁଡ଼ାରେ ମୃତ୍ୟୁ ହୋଇଥିବା ସନ୍ଦେହ କରି ପରିବାର…

‘ଯୁଗେ ଯୁଗେ ଗୁରୁ ହିଁ ଶ୍ରେଷ୍ଠ, ଗୁରୁ ହେଉଛନ୍ତି ସମାଜ ସଂସ୍କାରକ’

ଅମରପାଲି,୫ା୯(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଅମରପାଲି ହାଇସ୍କୁଲରେ ଗୁରୁଦିବସ ପାଳନ ଅବସରରେ ଛାତ୍ରୀମାନଙ୍କ ଦ୍ୱାରା ନାଟକ ତସ୍ମୈ ଶ୍ରୀ ଗୁରବେ ନମଃ ପରିବେଷଣ…

ଶିକ୍ଷକ ସମ୍ମାନ ସମାରୋହ: ଆଦର୍ଶ ଶିକ୍ଷୟିତ୍ରୀ-ଶିକ୍ଷକ ସମ୍ବର୍ଦ୍ଧିତ

କଟକସଦର,୫ା୯(ସୁଶାନ୍ତ କୁମାର ଜେନା): ପବିତ୍ର ଗୁରୁଦିବସ ଉପଲକ୍ଷେ କଟକ ସଦର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବ୍ରହ୍ମପୁରଠାରେ ଶନିବାର ଶିକ୍ଷକ ସମ୍ମାନ ସମାରୋହ- ୨୦୨୬ର ଆୟୋଜନ କରାଯାଇଥିଲା। ଏହି…

ପୁଇଁତୋଳା ପରିଚାଳନା କମିଟି ପକ୍ଷରୁ ଗଣେଶ ପୂଜା ପ୍ରସ୍ତୁତି: ଯୋଗଦେବେ ଛତ୍ରପୁର ବିଧାୟକ, ଟପ୍ପର ବିଦ୍ୟାର୍ଥୀଙ୍କୁ …

୫।୯ (ବିଦ୍ୟାଧର ସାହୁ): ଆସନ୍ତା ୧୪ ତାରିଖରେ ଅଗ୍ରପୂଜ୍ୟ ଗଜାନନଙ୍କ ଶ୍ରୀଗଣେଶ ଚତୁର୍ଥୀ। ଏଥିପାଇଁ ଗାଁଠୁ ସହର ସବୁଠି ଉତ୍ସବର ମାହୋଲ ଦେଖାଦେଇଛି। ଆକର୍ଷଣୀୟ ମେଢ଼ ସାଙ୍ଗକୁ…

ବାଘୁଆମନ୍ଦିରରୁ ଚୋରି, ଦେଉଳରୁ ସୁନା, ରୁପା…

ଗୁଣୁପୁର, ୫।୯ (ସୁଜାତା ପାଢ଼ୀ): ରାୟଗଡ଼ା ଜିଲା ଗୁଣୁପୁର ସହରର ପୁରୁଣା ବସ୍‌ଷ୍ଟାଣ୍ଡ ନିକଟରେ ଥିବା ପୁରାତନ ଶୈବପୀଠ ବାଘୁଆ ମନ୍ଦିର ତଥା ଉମା ରାମଲିଙ୍ଗେଶ୍ୱର ମନ୍ଦିରରୁ…

ରାଜରାସ୍ତାରେ ଶିକ୍ଷକଙ୍କ ରଣହୁଙ୍କାର, ଲୋୟର ପିଏମ୍‌ଜିରେ ହଜାର ହଜାର ଶିକ୍ଷକଙ୍କ ବିକ୍ଷୋଭ

ଭୁବନେଶ୍ୱର, ୫।୯: ଯେଉଁ ଦିନଟି ଶିକ୍ଷକଙ୍କୁ ସମ୍ମାନ ଓ ଶ୍ରଦ୍ଧା ଜଣାଇବାର ଦିନ, ସେହି ଗୁରୁଦିବସରେ ରାଜରାସ୍ତାକୁ ଓହ୍ଲାଇ ନିଜ ହକ୍‌ ପାଇଁ ଗର୍ଜିଲେ ରାଜ୍ୟର ହଜାର…

ଅନନ୍ୟ ଗୁରୁ: ଅବସର ପରେ ବି ଛାତ୍ରୀଛାତ୍ରଙ୍କୁ ଦେଉଛନ୍ତି ସାମାଜିକ ଶୃଙ୍ଖଳାର ବାର୍ତ୍ତା

ଦାରିଙ୍ଗବାଡ଼ି,୫ା୯(ଅରୁଣ ସାହୁ): ଆଜି ପବିତ୍ର ଗୁରୁଦିବସ ଏହି ସମୟରେ ଅଞ୍ଚଳରେ ରହିଥିବା ଅନେକ ବର୍ଷୀୟାନ ଗୁରୁ ଅବସର ନେବା ପରେ ମଧ୍ୟ ଜାରି ରଖିଛନ୍ତି ଛାତ୍ରୀଛାତ୍ରଙ୍କୁ ଉତ୍ତମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri