ଅମାନିଆ ଚାଳକ ଛାନିଆଁ

ଢେଙ୍କାନାଳ ଅଫିସ, ୮।୫: ଦ୍ରୁତଗତିରେ ବାଇକ୍‌ ଚଳାଇ ସହରର ଗଳିକନ୍ଦିରେ ଆତଙ୍କ ସୃଷ୍ଟି କରୁଥିବା ଅମାନିଆ ଚାଳକଙ୍କ ପ୍ରତି କଠୋର ହୋଇଛି ଢେଙ୍କାନାଳ ଜିଲା ପୋଲିସ। ଆଇନ ଉଲ୍ଲଂଘନ କରି ଗାଡ଼ିଚାଳନା କରୁଥିବା ଏଭଳି ବାଇକ୍‌ ଚାଳକଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଜୋର୍‌ଦାର କରାଯାଇଛି ଧରପଗଡ଼ ଅଭିଯାନ। ଶନିବାର ସନ୍ଧ୍ୟାରେ ଟାଉନ ଥାନା ପୋଲିସ ପକ୍ଷରୁ ଯାଞ୍ଚ ବେଳେ ତୀବ୍ର ଶବ୍ଦ ସୃଷ୍ଟିକାରୀ ସାଇଲେନ୍ସର ଲଗାଯାଇଥିବା ୫ ଗାଡ଼ି ଜବତ ଧରାପଡ଼ିଛି। ସେହିପରି ମୋବାଇଲରେ କଥା ହୋଇ ଗାଡ଼ି ଚଳାଉଥିବା ଅଭିଯୋଗରେ ୩ଜଣଙ୍କ ଡ୍ରାଇଭିଂ ଲାଇସେନ୍ସ ରଦ୍ଦ କରାଯାଇଛି।
ସହରରେ ଅମାନିଆ ବାଇକ୍‌ ଚାଳକଙ୍କ ଦୌରାତ୍ମ୍ୟ ବଢ଼ିବାରେ ଲାଗିଛି। କେତେଜଣ ଯୁବକ ବାଇକ୍‌ ଢାଞ୍ଚାରେ ପରିବର୍ତ୍ତନ କରି ତୀବ୍ର ଶବ୍ଦ ସୃଷ୍ଟି କରୁଥିବା ସାଇଲେନ୍ସର ଲଗାଉଛନ୍ତି। ଜନଗହଳିପୂର୍ଣ୍ଣ ରାସ୍ତାରେ ଦ୍ରୁତଗତିରେ ବାଇକ୍‌ ଚଳାଇ ପଥଚାରୀଙ୍କ ପ୍ରତି ବିପଦ ସୃଷ୍ଟି କରୁଥିବାବେଳେ ଶାନ୍ତି ବ୍ୟାହତ ହେଉଛି। ସ୍ବାସ୍ଥ୍ୟଜନିତ ସମସ୍ୟା ଭୋଗୁଥିବା ଲୋକଙ୍କ ପାଇଁ ଏଭଳି ଉଚ୍ଚ ଶବ୍ଦ ସମସ୍ୟା ବଢ଼ାଉଛି। ବିଶେଷ କରି ସନ୍ଧ୍ୟା ସମୟରେ ଏଭଳି ଉଚ୍ଚ ଶବ୍ଦ କରି ବାଇକ୍‌ ଚଳାଇବା ଯୋଗୁ ଛୋଟବଡ଼ ଦୁର୍ଘଟଣା ଘଟୁଛି। ଏ ନେଇ କେତେଜଣ ବୁଦ୍ଧିଜୀବୀ ଏସ୍‌ପିଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଏହାପରେ ଏସ୍‌ପିଙ୍କ ନିର୍ଦ୍ଦେଶରେ ଟାଉନ ଥାନା ଅଧିକାରୀ ରାଜେନ୍ଦ୍ର ମହାପାତ୍ରଙ୍କ ନେତୃତ୍ୱରେ ଏସ୍‌ଆଇ ଚନ୍ଦ୍ରକାନ୍ତ ସେଠୀ ସଦଳବଳ ଜବାହରଚୌକ ସମେତ ସହରର ବିଭିନ୍ନ ଅଞ୍ଚଳରେ ନାକାବନ୍ଦୀ କରି ଯାଞ୍ଚ ଜାରି ରଖିଛନ୍ତି। ଏଥିସହ ନିଶା ସେବନ କରି ଗାଡ଼ି ଚଳାଉଥିବା ଚାଳକଙ୍କୁ ଧରିବା ଲାଗି ‘ଡ୍ରଙ୍କ୍‌ ଆଣ୍ଡ୍‌ ଡ୍ରାଇଭ’ ଅଭିଯାନ ଜୋର୍‌ଦାର କରାଯାଇଛି। ଆଗାମୀ ଦିନରେ ସହର ଭିତରେ ଏଭଳି ଯାଞ୍ଚ ନିୟମିତ କରାଯିବ ବୋଲି ଥାନାଧିକାରୀ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସମାଜର ମୁଖ୍ୟସ୍ରୋତରେ ସାମିଲ ହେବେ ଦିବ୍ୟାଙ୍ଗ, ନିଜେ ଆତ୍ମନିର୍ଭରଶୀଳ ହୋଇ…

ପରଜଙ୍ଗ,୨୬ା୩(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ମହେଶ୍ଚନ୍ଦ୍ର ସୁବାହୁସିଂହ ନୋଡାଲ ବିଦ୍ୟାପୀଠ ପରିସରରେ ଗୁରୁବାର ଆୟୋଜକ ପରଜଙ୍ଗ ବ୍ଲକ ପ୍ରଶାସନ ଏବଂ ଜିଲା ସାମାଜିକ ସୁରକ୍ଷା ଓ…

 ପଡୋଶୀ ଘର ଅଳିଆ ଗଦାରୁ ବ୍ୟାପିଲା ନିଆଁ: ଜଳିଗଲା….

ପରଜଙ୍ଗ,୨୩।୩ ( ନିଗମାନନ୍ଦ ଦଳବେହେରା): ଢ଼େଙ୍କାନାଳ ଜିଲା  ପରଜଙ୍ଗ ବ୍ଲକ ପିତିରି ପଞ୍ଚାୟତ ପଡିିଆଭଙ୍ଗା ସାହିରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଏଥିରେ ଗ୍ରାମର ରମେଶ ଜେନାଙ୍କ  ଦୁଇ…

ମା‘ ତାରିଣୀ ମନ୍ଦିରର ବାର୍ଷିକ ଉତ୍ସବ: ଚଳଚଞ୍ଚଳ ପରଜଙ୍ଗ ଗାଁ

ପରଜଙ୍ଗ,୨୨।୩ (ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ବଜାର ମଧ୍ୟରେ ମା’ ତାରିଣୀଙ୍କ ମନ୍ଦିର ରହିଛି ।ଏହି ମନ୍ଦିରରେ ୩ ଦିନ ଧରି ହେବାକୁ ଥିବା ୧୨…

କାମାକ୍ଷାନଗର କଲେଜ ଛାତ୍ରୀଙ୍କୁ ବଳାତ୍କାର ପରେ ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତଙ୍କୁ ଧରିଲା ପୋଲିସ, ଓଗାଳିଲେ ସବୁ ସତ

କାମାକ୍ଷାନଗର,୨୧ା୩(ସୁଧୀର କୁମାର ପରିଡ଼ା): ଢେଙ୍କାନାଳ ଜିଲା କାମାକ୍ଷାନଗର ବହୁ ଚର୍ଚ୍ଚିତ କଲେଜ ଛାତ୍ରୀ ବଳାତ୍କାର ଓ ହତ୍ୟା ଘଟିବାର ତିନିଦିନ ପରେ ମୁଖ୍ୟ ଅଭିଯୁକ୍ତଙ୍କୁ ପୋଲିସ ଧରିବାରେ…

ଜଙ୍ଗଲରେ ପଡ଼ିଛି ଛାତ୍ରୀଙ୍କ କ୍ଷତବିକ୍ଷତ ମୃତଦେହ, ପାରିପାର୍ଶ୍ୱିକ ସ୍ଥିତିରୁ ଜଣାପଡୁଛି…

କାମାକ୍ଷାନଗର,୧୯ା୩(ସୁଧୀର କୁମାର ପରିଡ଼ା): ଢେଙ୍କାନାଳ ଜିଲା କାମାକ୍ଷାନଗର ଥାନା ସାରୁଆଳି ଗ୍ରାମ ଜଙ୍ଗଲରେ ଜଣେ କଲେଜ ଛାତ୍ରୀଙ୍କ କ୍ଷତବିକ୍ଷତ ମୃତଦେହ ପଡ଼ିଥିବା ଦେଖିବାକୁ ମିଳିଛି। କାମାକ୍ଷାନଗର ମହିଳା…

ପାଖାପାଖି ମାସେ ହେବ ନିଖୋଜ ଥିଲେ ଗଗନ: ଗଛରୁ ମିଳିଲା…

ପରଜଙ୍ଗ୧୯।୩( ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ଥାନା କନ୍ଦରସିଂହା ଦଳିତ ବସ୍ତିର ଗଗନ ନାୟକ ଗତ ଫେବୃଆରୀ ମାସ ୨୨ଠାରୁ ନିଖୋଜ ଥିବା ପରିବାର ଲୋକ…

ବେଆଇନ ଇଟାଭାଟି ଉଚ୍ଛେଦ କଲା ପ୍ରଶାସନ

ପରଜଙ୍ଗ,୧୮ା୩(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ବ୍ଲକ ଡମୋଳ ଗ୍ରାମ ଝରାସାଇ ନିକଟରେ ହୋଇଥିବା ଏକ ବେଆଇନ ଇଟାଭାଟି ସହିତ ଗଢ଼ା ହୋଇଥିବା କିଛି ଇଟାକୁ ପ୍ରଶାସନ…

ଉଜ୍ଜ୍ୱଳା ଗ୍ୟାସ ହଡ଼ପ କରିଛନ୍ତି ବିତରକ, ୮ ବର୍ଷ ହେଲା ମହିଳାଙ୍କୁ ଠକୁଛନ୍ତି….

ପରଜଙ୍ଗ,୧୬।୩(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ବ୍ଲକ କଣ୍ଢେଇଖୋଲ ଗ୍ରାମର ରାଶନକାର୍ଡଧାରୀ ଖୁଜାରୀ କାଣ୍ଡି (୬୨) ୨୦୧୮ରେ ଉଜ୍ଜ୍ୱଳା ଗ୍ୟାସ ଯୋଜନାରେ ସରାଙ୍ଗସ୍ଥିତ ଅଗ୍ନି ଭାରତ ଗ୍ୟାସ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri