ପୂଜାକୁ ନେଇ କମିଛି ଉତ୍ସାହ, ଉଦ୍ଦୀପନା

ବଅଁରପାଳ,୧୨ା୧୦(ଡି.ଏନ.ଏ.):  କରୋନା ସମୟ ହୋଇ ନ ଥିଲେ ଏତେବେଳକୁ ଦୁର୍ଗାପୂଜା ପାଇଁ ମଣ୍ଡପ ସାଜସଜ୍ଜା ଶେଷ ପର୍ଯ୍ୟାୟରେ ପହଞ୍ଚିସାରିଥାନ୍ତା। ମିନାବଜାର, ଦୋଳି ଲାଗିବା ସ୍ଥାନ ମଧ୍ୟ ପ୍ରସ୍ତୁତ ହେଉଥାନ୍ତା। ସାଂସ୍କୃତିକ କାର୍ଯ୍ୟକ୍ରମ ପାଇଁ କେଉଁଠୁ କଳାକାର ଆସିବେ ଓ କେତେଦିନ ଧରି ଏହା ଚାଲିବ ତାହା ମଧ୍ୟ ସ୍ଥିରହୋଇ ସାରିଥାନ୍ତା। ଅନ୍ୟ ମଣ୍ଡପକୁ ଟକ୍କର ଦେବା ଭଳି ବଜେଟ୍‌ କରାଯାଇ ଭସାଣି ପାଇଁ ବଡ଼ ଆୟୋଜନ କରାଯାଇଥାନ୍ତା। କିନ୍ତୁ ଚଳିତବର୍ଷ ପୂଜା ଯେତେ ପାଖେଇ ଆସୁଛି ଆୟୋଜକଙ୍କଠାରୁ ଅଞ୍ଚଳବାସୀଙ୍କ ଯାଏ ସମସ୍ତଙ୍କ ମନରେ ନିରାଶା ଭରିଯାଉଛି। ପୂର୍ବର ଉତ୍ସାହ ଉଦ୍ଦୀପନା ଆଉ ଦେଖାଯାଉ ନାହିଁ ବୋଲି ଅନୁଗୋଳ ଜିଲା ବଅଁରପାଳ ଅଞ୍ଚଳର କେତେକ ପୂଜା କମିଟି କର୍ମକର୍ତ୍ତା ମତପ୍ରକାଶ କରିଛନ୍ତି।
କର୍ମକର୍ତ୍ତାମାନଙ୍କ କହିବା ଅନୁଯାୟୀ, ଦେଶରେ କରୋନା ସଂକ୍ରମଣ ଆରମ୍ଭ ପରଠାରୁ ଏପରି ସ୍ଥିତିରେ ଯେ ପୂଜା ପାଳନ ହେବ ସେ ନେଇ କେହି ଭାବିପାରି ନ ଥିଲେ। ବିଶେଷକରି ପୂଜା ପୂର୍ବରୁ ଏହି ମହାମାରୀ ଉପରେ ବିଜୟ ପାଇହେବ ବୋଲି ଆଶା କରାଯାଉଥିଲା। ତେଣୁ ପ୍ରତିବର୍ଷ ପରି ଧୁମ୍‌ଧାମରେ ମା’ ଦୁର୍ଗାଙ୍କ ସହ ଅନ୍ୟାନ୍ୟ ପୂଜା ପାଇଁ ଅନୁମତି ମିଳିବ ବୋଲି ବିଶ୍ୱାସ ଥିଲା। କିନ୍ତୁ ସଂକ୍ରମଣର ଦ୍ରୁତଗତି ଦେଖି ସରକାର କଟକଣାକୁ ଅଧିକ କୋହଳ କରିନାହାନ୍ତି। ବିନା ଶ୍ରଦ୍ଧାଳୁରେ ଓ ନିରାଡ଼ମ୍ବରରେ ଆୟୋଜନକୁ ଅନୁମତି ଦେଇଛନ୍ତି। ତେଣୁ କେବଳ ପରମ୍ପରା ବା ବିଧି ରକ୍ଷା ପାଇଁ ଯାହା କିଛି କରାଯିବ। କରୋନା ପାଇଁ ଏଥର ପୂଜାଋତୁ ମାଡ଼ ଖାଇଯିବା ବଅଁରପାଳ ଅଞ୍ଚଳର ସବୁ ବର୍ଗର ଲୋକଙ୍କୁ ବେଶ୍‌ ବାଧିବ। କାରଣ ଏହି ସମୟକୁ ସାଧାରଣ ଲୋଙ୍କଠାରୁ ବ୍ୟବସାୟୀଙ୍କ ଯାଏ ସମସ୍ତେ ଅପେକ୍ଷା କରିଥାନ୍ତି। ବଅଁରପାଳର ପୂଜା କମିଟିଗୁଡ଼ିକ ଲକ୍ଷ ଲକ୍ଷ ଟଙ୍କାର ବଜେଟ୍‌ କରି ନାନା ଆୟୋଜନ କରିଥାନ୍ତି। ଗୋଟିଏ ଗୋଟିଏ କମିଟି ୪ ଲକ୍ଷରୁ ଅଧିକ ଟଙ୍କା ଖର୍ଚ୍ଚ କରିଥାନ୍ତି। ଏଥିରେ ଆକର୍ଷଣୀୟ ମଣ୍ଡପ ସହ ସାଂସ୍କୃତିକ କାର୍ଯ୍ୟକ୍ରମ, ମିନାବଜାର, ଦୋଳି, ମେଳା ଆଦିର ବ୍ୟବସ୍ଥା କରାଯାଇଥାଏ। ପୂଜା ପରି ଭସାଣି ପାଇଁ ମଧ୍ୟ ସ୍ବତନ୍ତ୍ର ବଜେଟ୍‌ ଥାଏ। ଏଥିରେ ରାଜ୍ୟର ବଛା ବଛା ବାଦ୍ୟ ଦଳ ସହ ଘୋଡ଼ାନାଚ, ଦଣ୍ଡନୃତ୍ୟକୁ ସାମିଲ କରାଯାଇଥାଏ। ମୋଟ୍‌ ଉପରେ ପୂଜା ଆରମ୍ଭରୁ ଶେଷ ଯାଏ ଏହାକୁ ଯେପରି ଆକର୍ଷଣୀୟ ବା ମନଲୋଭା କରାଯାଇପାରିବ ତାହା ଉପରେ ଅୟୋଜକମାନଙ୍କ ପକ୍ଷରୁ ଜୋର୍‌ ଦିଆଯାଇଥାଏ। ହେଲେ ଚଳିତବର୍ଷ କରୋନା କଟକଣା ଉଭୟ ଆୟୋଜକ ଓ ଜନସାଧାରଣଙ୍କୁ ଏଥିରୁ ବଞ୍ଚିତ କରିଛି।

ସରକାରୀ କଟକଣା ମାନିବୁ
ଚଳିତବର୍ଷ ଆଡ଼ମ୍ବର ସହକାରେ ପୂଜା ପାଳନ ହେବନାହିଁ। ସରକାରଙ୍କ ନିୟମ ଅନୁଯାୟୀ କାର୍ଯ୍ୟ କରାଯିବ। ଦୀର୍ଘ ୧୫ ବର୍ଷ ହେଲା ଏହି ମଣ୍ଡପରେ ପୂଜା କରାଯାଇ ଆସୁଥିବାରୁ ଏଥର କେବଳ ପରମ୍ପରା ରକ୍ଷା କରାଯିବ।
– ସଂଗ୍ରାମ ମିଶ୍ର, ସଭାପତି, ହୁଲୁରୁସିଂହା ଦୁର୍ଗାପୂଜା କମିଟି

୭ ଜଣଙ୍କ ମଧ୍ୟରେ ପୂଜା ସୀମିତ
ନାଲ୍‌କୋ ଅଞ୍ଚଳରେ ଗୋଟିଏ ମଣ୍ଡପ ହୁଏ। ତଥାପି ଜାକଜମକ କିଛି କମ୍‌ ନ ଥାଏ। କିନ୍ତୁ ଏବର୍ଷ କଟକଣା ମାନି ମାତ୍ର ୭ ଜଣଙ୍କ ଉପସ୍ଥିତିରେ ପୂଜା କରାଯିବ। ୪ ଫୁଟର ମୂର୍ତ୍ତି ମଧ୍ୟ ନିର୍ମାଣ ଚାଲିଛି।
– ମଣିରଞ୍ଜନ ପଟ୍ଟନାୟକ, ସଭାପତି, ନାଲ୍‌କୋ ସାର୍ବଜନୀନ ପୂଜା କମିଟି

ଭସାଣି ହେବନାହିଁ
୨୦ରୁ ଅଧିକ ସଭ୍ୟଙ୍କୁ ନେଇ କମିଟି ପକ୍ଷରୁ ଏଠାରେ ଦୁର୍ଗାପୂଜା କରାଯାଇ ଆସୁଛି। ସାଜସଜ୍ଜା ଠାରୁ ଆରମ୍ଭ କରି ସାଂସ୍କୃତିକ କାର୍ଯ୍ୟକ୍ରମ ଯାଏ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରାଯାଇଥାଏ। କିନ୍ତୁ ଏଥର କରୋନା ଯୋଗୁ ଭସାଣି ହେବନାହିଁ।
– ଅଭୟ କୁମାର ସିଂହ, କୁଲାଡ଼ ଆଦର୍ଶ ବିହାର ପୂଜା କମିଟି

ଆୟୋଜନ ସମ୍ପୂର୍ଣ୍ଣ ନିରାଡ଼ମ୍ବର
କମିଟିରେ ସଭ୍ୟ ସଂଖ୍ୟା ୩୦। ପ୍ରତ୍ୟକ ବର୍ଷ ପୂଜାରେ ୪ ଲକ୍ଷରୁ ଅଧିକ ଟଙ୍କା ଖର୍ଚ୍ଚ କରାଯାଏ। ମାତ୍ର ଚଳିତବର୍ଷ ସମ୍ପୂର୍ଣ୍ଣ ନିରାଡ଼ମ୍ବରରେ ପୂଜା ପାଳନ କରାଯିବ।
– ଟିକି ସାମଲ, ସଭାପତି, ନୂଆହତା ସିଂହ ବାହିନୀ ପୂଜା କମିଟି


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଘଟଣାରେ ଭାଜପା ନେତାଙ୍କ ପରଲୋକ

ଭଞ୍ଜନଗର,୨୧।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏଶନ ଯୁବ ଆଇନଜୀବୀ ତଥା ଭାଜପା ନେତା ଅରୁଣ ପ୍ରଧାନଙ୍କ ରବିବାର ରାତିରେ ତାରସିଂ ଥାନା ଅନ୍ତର୍ଗତ...

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...

ଅଜଣା ଗାଡି ଧକ୍କାରେ ୨ ମୃତ, କ୍ଷତିପୂରଣ ଦାବିରେ ହରଡଖୋଲରେ ଏନଏଚ ଅବରୋଧ

ସୋନପୁର,୨୧/୧୨(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଥାନା ଅଧିନସ୍ଥ ୫୭ ନମ୍ବର ଜାତୀୟ ରାଜପଥର ହରଡ଼ଖୋଲ୍ ନିକଟରେ ରବିବାର ସନ୍ଧ୍ୟା ୬ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଛି...

୫୦ ଫୁଟ ତଳକୁ ଖସିଲା ପିକନିକ୍ ବସ୍, ଜଣେ ମୃତ ୪ ଗୁରୁତର

ପାତ୍ରପୁର ୨୧/୧୨(ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡା ଥାନା ଅନ୍ତର୍ଗତ ବୁରାତାଲ୍ ପଞ୍ଚାୟତ ସାପୁଆଖତ ଠାରେ ବ୍ରହ୍ମପୁର ଏକ ଘୋରଇ ସ୍କୁଲ୍ ବସ ଦୁର୍ଘଟଣା...

ମୁହାଁମୁହିଁ ଧକ୍କା ହେଲା ବୋଲେରୋ-କାର୍, ରାସ୍ତାରେ ଦେଖାଗଲା…

ବଲାଙ୍ଗିର,୨୧/୧୨ (ସୁନିଲ ମହାନ୍ତି): ବଲାଙ୍ଗିର ସହର ସଦର ବ୍ଳକ ଛକ ନିକଟରେ ଏକ ବୋଲେରୋ ଓ କାର୍ ମୁହାଁ ମୁହଁ ଧକ୍କା ହୋଇଥଲା । ଦୁଇ...

୨ଜଣଙ୍କୁ ଧକ୍କା ଦେଇ ଚାଲିଯାଇଥିଲା ଡାଲା ଅଟୋ, ଚିକିତ୍ସିତ ଅବସ୍ଥାରେ ଚାଲିଗଲା ଜଣକର ଜୀବନ

ଦିଗପହଣ୍ଡି, ୨୧|୧୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଥାନା  ଝାଟିପିଟିଆ ଗ୍ରାମ ହରିଜନ ସାହି ନିକଟ ମୁଖ୍ୟରାସ୍ତା ରେ ଘଟିଥିବା ଦୁର୍ଘଟଣାରେ ଗୁରୁତର ଆହତ ଯୁବକଙ୍କ ମୃତ୍ୟୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri