Categories: ଜାତୀୟ

ମଧ୍ୟାହ୍ନ ୧୨ଟାରୁ ଅପରାହ୍ନ ୫ଟା ଯାଏ ଖୋଲା ସ୍ଥାନରେ ସଭା ମନା

ମୁମ୍ବାଇ,୧୯।୪: ମହାରାଷ୍ଟ୍ରରେ ମଧ୍ୟାହ୍ନ ୧୨ଟାରୁ ଅପରାହ୍ନ ୫ଟା ମଧ୍ୟରେ ଖୋଲା ସ୍ଥାନରେ କୌଣସି ଇଭେଣ୍ଟ କରାଯାଇପାରିବ ନାହିଁ। ରବିବାର ନାଭି ମୁମ୍ବାଇର ଖାର୍ଘରରେ ମହାରାଷ୍ଟ୍ର ଭୂଷଣ କାର୍ଯ୍ୟକ୍ରମରେ ଅଂଶୁଘାତରେ ୧୧ ଜଣଙ୍କ ମୃତ୍ୟୁ ପରେ ସରକାର ଏହି ନିଷ୍ପତ୍ତି ନେଇଥିବା କ୍ୟାବିନେଟ ମନ୍ତ୍ରୀ ମଙ୍ଗଲ ପ୍ରଭାତ ଲୋଧା କହିଛନ୍ତି।

ରବିବାର ନାଭି ମୁମ୍ବାଇରେ ମହାରାଷ୍ଟ୍ର ଭୂଷଣ ପୁରସ୍କାର ପ୍ରଦାନ ଉତ୍ସବ ବେଳେ ଅଂଶୁଘାତରେ ୧୧ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୨୦ ଜଣ ଅସୁସ୍ଥ ପଡିଥିଲେ। ପୁରସ୍କାର ବିତରଣ ଉତ୍ସବରେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଉପସ୍ଥିତ ରହି ସାମାଜିକ କର୍ମୀ ଦତ୍ତାତ୍ରେୟ ନାରାୟଣଙ୍କୁ ପୁରସ୍କୃତ କରୁଥିଲେ। ଏହି କାର୍ଯ୍ୟକ୍ରମରେ ଲକ୍ଷାଧିକ ଲୋକ ଖୋଲା ଆକାଶ ତଳେ ୩୮ ଡିଗ୍ରୀ ତାପମାତ୍ରାରେ ବସିଥିଲେ। ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେ ଓ ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ୍‌ନାବିସ ମଧ୍ୟ ଉତ୍ସବରେ ଯୋଗ ଦେଇଥିଲେ।

Share