ପ୍ରୋତ୍ସାହନ ନାହିଁ, ଦୁର୍ଦ୍ଦିନରେ ପଥର କାରିଗର

କୋକସରା, ୩୦।୧୦ (ଡି.ଏନ.ଏ.) – କଳାହାଣ୍ଡି ଜିଲା କୋକସରା ବ୍ଲକ ଆମପାଣି ପଞ୍ଚାୟତ କନ୍ଦାଗଡ ହେଉଛି ପଥର କାରିଗରଙ୍କ ପାଇଁ ପରିଚିତ ଶିଳ୍ପୀ ଗ୍ରାମ। ଏହି ଗାଁର ଅନେକ ଯୁବକ ପଥର ଶିଳ୍ପକୁ ଜୀବିକା କରି ପରିବାର ପ୍ରତିପୋଷଣ କରୁଥିଲେ। ଏହି ଶିଳ୍ପୀଙ୍କ ଦ୍ୱାରା ନିର୍ମିତ ମୂର୍ତ୍ତି ଜିଲା ଓ ରାଜ୍ୟ ବାହାରେ ମଧ୍ୟ ନିଜର କଳାକୃତି ପାଇଁ ପ୍ରଶଂସିତ ହୋଇଛି। ଜିଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ଅନୁଦାନରୁ ୧୯୯୩ ମସିହାରେ ତତ୍କାଳୀନ ଜିଲାପାଳ ଅଶୋକ କୁମାର ଦଳବାଇ କନ୍ଦାଗଡରେ ପଥର ଖୋଦେଇ ପାଇଁ ଏକ ଗୃହ ଯୋଗାଇ ଦେଇଥିଲେ। କେତେକ ଯୁବକଙ୍କୁ ଭୁବନେଶ୍ୱର ପଠାଇ ତାଲିମ ଦିଆଯାଇଥିଲା। ତାଲିମ ନେଇ ଫେରିବା ପରେ ସେହି ଯୁବକମାନେ ନିହାଣ ମୁନରେ ପଥରରେ ତିଆରି ଅନେକ ଦେବାଦେବୀଙ୍କ ମୂର୍ତ୍ତି ତିଆରି କରି ପ୍ରଶଂସା ସାଉଁଟିଥିଲେ। କଳାହାଣ୍ଡି ଉତ୍ସବ ହେଉ ଅବା ଯାନିଯାତ୍ରା ଏହି ଶିଳ୍ପୀଙ୍କ ନିର୍ମିତ ମୂର୍ତ୍ତିର ଚାହିଦା ରହିଥିଲା। ମୂର୍ତ୍ତି ବିକ୍ରି କରି ବେଶ୍‌ ଦୁଇ ପଇସା ରୋଜଗାର କରି ସେମାନେ ପରିବାର ପ୍ରତିପୋଷଣ କରୁଥିଲେ। ତେବେ ଆଜି ଆଉ ସେହିଦିନ ନାହିଁ। ସରକାରୀ ପ୍ରୋତ୍ସାହନ ଅଭାବରୁ ଏବେ ଏହି କାରିଗରମାନେ ପଥର ଶିଳ୍ପ ପ୍ରତି ମୁହଁ ମୋଡିଲେଣି। ପେଟପାଟଣା ପାଇଁ ଅଧିକାଂଶ ଯୁବ କାରିଗର ଏବେ ଦାଦନ ଖଟିବାକୁ ରାଜ୍ୟ ବାହାରକୁ ଯାଉଛନ୍ତି। ନୂତନ ପିଢି ଆଉ ପଥର ଶିଳ୍ପୀ ହେବାକୁ ମନ ବଳାଉ ନାହାନ୍ତି। ଏବେ ଗାଁରେ ଥିବା ଜଣେ ଦୁଇଜଣ ବରିଷ୍ଠ କାରୀଗର କୋଉଠୁ ବରାଦ ମିଳିଲେ ମୂର୍ତ୍ତି ପାଇଁ କରୁଛନ୍ତି। ସେମାନଙ୍କୁ ପଚାରିବାରୁ ସରକାର ଆମ ପଥର ମୂର୍ତ୍ତିର ବିକ୍ରି ପାଇଁ ବଜାର ବ୍ୟବସ୍ଥା କଲେ କିଛି ସମ୍ଭାବନା ସୃଷ୍ଟି ହୁଅନ୍ତା। ନ ହେଲେ କନ୍ଦାଗଡ ଶିଳ୍ପୀ ଗ୍ରାମ ନାମ କେବଳ ନାଁରେ ରହିଯିବ ବୋଳି ବରିଷ୍ଠ ପଥର ଖୋଦେଇ ଶିଳ୍ପୀ ଗୋବିନ୍ଦ ମାଝୀ କହିଛନ୍ତି । ଏଣୁ ବିଲୁପ୍ତ ହେବାକୁ ବସିଥିବା ଶିଳ୍ପୀଙ୍କ ପାଇଁ ନୂତନ ସୁଯୋଗ ସୃଷ୍ଟି କରିବାକୁ ଜିଲା ପ୍ରଶାସନ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି । ଧର୍ମଗଡ ବିଧାୟକ ମୌଷଧି ବାଗ କହିଛନ୍ତି ଯେ, ପଥର ଶିଳ୍ପୀଙ୍କ ସମସ୍ୟାର ସାମାଧାନ କରିବା ଲାଗି ଖୁବ୍‌ଶୀଘ୍ର ପଦକ୍ଷେପ ନିଆଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଗୁଲୁଆଙ୍କ ପାଲଟା ଅଭିଯୋଗ: ‘ମୋତେ ଶାରୀରିକ ସମ୍ପର୍କ ରଖିବାକୁ ମନା କରିଥିଲେ ବର୍ଷା, ମୁଁ ନୁହେଁ ବରଂ ସେ… 

ଭୁବନେଶ୍ୱର,୨୫।୧୨: ସୋସିଆଲ ମିଡିଆର ଅନ୍ୟତମ ଚର୍ଚ୍ଚିତ ଯୋଡ଼ି ତଥା ୟୁଟ୍ୟୁବର ଆଶିଷ ଦାଶ ଓରଫ ଗୁଲୁଆ-ବର୍ଷାଙ୍କ ପାରିବାରିକ କଳି ଏବେ ଦାଣ୍ଡରେ ପଡ଼ି ହାଟରେ ଗଡ଼ିଲାଣି।...

ଅସହାୟଙ୍କୁ ସହାୟତାର ହାତ ବଢାଇଲା ନ୍ୟୁ ଲାଇଫ ମିଶନ

କେସିଙ୍ଗା,୨୫ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ କୁର୍ଲୁପଡ଼ା ଗ୍ରାମର ନ୍ୟୁ ଲାଇଫ ମିଶନ ପରିସରରେ ଅନୁଷ୍ଠାନର ପ୍ରତିଷ୍ଠାତା ତଥା ଡାଇରେକ୍ଟର ସିଆନି ହରପାଲ...

ପରିତ୍ୟକ୍ତ ଅବସ୍ଥାରେ ସରକାରୀ ଆୟୁର୍ବେଦିକ ଚିକିତ୍ସାଳୟ, ଅର୍ଥ ମଞ୍ଜୁର ହୋଇଥିଲେ ବି…

କର୍ଲାମୁଣ୍ଡା,୨୫।୧୨(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ଜୋରାଡ଼ବରାଠାରେ ପରିତ୍ୟକ୍ତ ଅବସ୍ଥାରେ ରହିଛି ସରକାରୀ ଆୟୁର୍ବେଦିକ ଚିକିତ୍ସାଳୟ। ସରକାର ୧୯୮୮ ମସିହାରେ ଏହି ଚିକିତ୍ସାଳୟ...

ସରକାରୀ ପ୍ରତିଶ୍ରୁତି ପାଣିର ଗାର: ୬ ମାସ ହେଲା ବସୁଧା ପ୍ରକଳ୍ପ ଅଚଳ!

ଥୁଆମୂଳ ରାମପୁର,୨୫।୧୨(ଦୁର୍ଗା କୀର୍ତ୍ତି): ସରକାରଙ୍କ ‘ବସୁଧା’ ଯୋଜନାରେ ଘରକୁ ଘର ପାନୀୟ ଜଳ ଯୋଗାଇ ଦେବା ପ୍ରତିଶ୍ରୁତି ଏବେ କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକରେ...

ଜାତୀୟ କବାଡ଼ି ପ୍ରତିଯୋଗିତାରେ ଭାଗ ନେବେ ଓଡ଼ିଆ ପୁଅ ଶିବପ୍ରସାଦ

ଗଞ୍ଜାମ,୨୫ା୧୨(ବିଦ୍ୟାଧର ସାହୁ): ଆସନ୍ତା ୬ ତାରିଖରେ ରାଇପୁର ଭିଲାଇ ରାଜକୁମାର କଲେଜରେ ଅନୁଷ୍ଠିତ ହେବ ନ୍ୟାଶନାଲ ଇଭେଣ୍ଟ କବାଡ଼ି। ଏହି ପ୍ରତିଯୋଗିତାରେ ଖେଳିବାକୁ ଓଡ଼ିଶାର ଦୁଇ...

ଶୀତକୁ ନାହିଁ ଖାତିର, ଦାରିଙ୍ଗବାଡ଼ିରେ ବଢୁଛି ପର୍ଯ୍ୟଟକଙ୍କ ଭିଡ଼

ଦାରିଙ୍ଗବାଡ଼ି,୨୫ା୧୨(ଅରୁଣ ସାହୁ): ଓଡ଼ିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡ଼ିରେ ପୁଣି ବଢ଼ିଲା ଶୀତର ପ୍ରକୋପ। ବିଭିନ୍ନ ସ୍ଥାନରେ ଘନକୁହୁଡି ସହ ଶୀତ ଦ୍ବିଗୁଣିତ ହୋଇଛି। ଗୁରୁବାର ସକାଳେ...

ଗୁଲୁଆଙ୍କ ଗୁମର ଖୋଲିଦେଲେ ସ୍ତ୍ରୀ: ନୂଆ ନୂଆ ଝିଅଙ୍କୁ ଧରି….

ଭୁବନେଶ୍ୱର,୨୫।୧୨: ଓଡ଼ିଆ କମେଡିଆନ୍‌ ଗୁଲୁଆଙ୍କ ସାଂସାରିକ ଜୀବନରେ ଆସିଛି ଝଡ଼। ଜୀବନ ପ୍ରତି ବିପଦ ଥିବା ଗୁଲୁଆ ଅଭିଯୋଗ କରିବା ପରେ ତାଙ୍କ ସ୍ତ୍ରୀ ତଥା...

ଜଗନ୍ନାଥପ୍ରେମୀଙ୍କ ଭାବାବେଗକୁ ଆଘାତ…ସମୁଦ୍ରରେ ଭାସି ଆସିଲା ମହାପ୍ରଭୁଙ୍କ ବିଗ୍ରହ, ଦୟନୀୟ ଅବସ୍ଥାରେ ଉଦ୍ଧାର

ପୁରୀ ୨୫/୧୨( ଅଜିତ୍ କୁମାର ସାହୁ): ପୁଣି ମହାପ୍ରଭୁଙ୍କୁ ଅପମାନ। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ମୂର୍ତ୍ତି ସମୁଦ୍ରରେ ଭାସିଵାର ଦୃଶ୍ୟ ଏବେ ସୋସିଆଲ ମିଡିଆରେ ବେଶ୍ ଭାଇରାଲ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri