ପ୍ରୋତ୍ସାହନ ନାହିଁ, ଦୁର୍ଦ୍ଦିନରେ ପଥର କାରିଗର

କୋକସରା, ୩୦।୧୦ (ଡି.ଏନ.ଏ.) – କଳାହାଣ୍ଡି ଜିଲା କୋକସରା ବ୍ଲକ ଆମପାଣି ପଞ୍ଚାୟତ କନ୍ଦାଗଡ ହେଉଛି ପଥର କାରିଗରଙ୍କ ପାଇଁ ପରିଚିତ ଶିଳ୍ପୀ ଗ୍ରାମ। ଏହି ଗାଁର ଅନେକ ଯୁବକ ପଥର ଶିଳ୍ପକୁ ଜୀବିକା କରି ପରିବାର ପ୍ରତିପୋଷଣ କରୁଥିଲେ। ଏହି ଶିଳ୍ପୀଙ୍କ ଦ୍ୱାରା ନିର୍ମିତ ମୂର୍ତ୍ତି ଜିଲା ଓ ରାଜ୍ୟ ବାହାରେ ମଧ୍ୟ ନିଜର କଳାକୃତି ପାଇଁ ପ୍ରଶଂସିତ ହୋଇଛି। ଜିଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ଅନୁଦାନରୁ ୧୯୯୩ ମସିହାରେ ତତ୍କାଳୀନ ଜିଲାପାଳ ଅଶୋକ କୁମାର ଦଳବାଇ କନ୍ଦାଗଡରେ ପଥର ଖୋଦେଇ ପାଇଁ ଏକ ଗୃହ ଯୋଗାଇ ଦେଇଥିଲେ। କେତେକ ଯୁବକଙ୍କୁ ଭୁବନେଶ୍ୱର ପଠାଇ ତାଲିମ ଦିଆଯାଇଥିଲା। ତାଲିମ ନେଇ ଫେରିବା ପରେ ସେହି ଯୁବକମାନେ ନିହାଣ ମୁନରେ ପଥରରେ ତିଆରି ଅନେକ ଦେବାଦେବୀଙ୍କ ମୂର୍ତ୍ତି ତିଆରି କରି ପ୍ରଶଂସା ସାଉଁଟିଥିଲେ। କଳାହାଣ୍ଡି ଉତ୍ସବ ହେଉ ଅବା ଯାନିଯାତ୍ରା ଏହି ଶିଳ୍ପୀଙ୍କ ନିର୍ମିତ ମୂର୍ତ୍ତିର ଚାହିଦା ରହିଥିଲା। ମୂର୍ତ୍ତି ବିକ୍ରି କରି ବେଶ୍‌ ଦୁଇ ପଇସା ରୋଜଗାର କରି ସେମାନେ ପରିବାର ପ୍ରତିପୋଷଣ କରୁଥିଲେ। ତେବେ ଆଜି ଆଉ ସେହିଦିନ ନାହିଁ। ସରକାରୀ ପ୍ରୋତ୍ସାହନ ଅଭାବରୁ ଏବେ ଏହି କାରିଗରମାନେ ପଥର ଶିଳ୍ପ ପ୍ରତି ମୁହଁ ମୋଡିଲେଣି। ପେଟପାଟଣା ପାଇଁ ଅଧିକାଂଶ ଯୁବ କାରିଗର ଏବେ ଦାଦନ ଖଟିବାକୁ ରାଜ୍ୟ ବାହାରକୁ ଯାଉଛନ୍ତି। ନୂତନ ପିଢି ଆଉ ପଥର ଶିଳ୍ପୀ ହେବାକୁ ମନ ବଳାଉ ନାହାନ୍ତି। ଏବେ ଗାଁରେ ଥିବା ଜଣେ ଦୁଇଜଣ ବରିଷ୍ଠ କାରୀଗର କୋଉଠୁ ବରାଦ ମିଳିଲେ ମୂର୍ତ୍ତି ପାଇଁ କରୁଛନ୍ତି। ସେମାନଙ୍କୁ ପଚାରିବାରୁ ସରକାର ଆମ ପଥର ମୂର୍ତ୍ତିର ବିକ୍ରି ପାଇଁ ବଜାର ବ୍ୟବସ୍ଥା କଲେ କିଛି ସମ୍ଭାବନା ସୃଷ୍ଟି ହୁଅନ୍ତା। ନ ହେଲେ କନ୍ଦାଗଡ ଶିଳ୍ପୀ ଗ୍ରାମ ନାମ କେବଳ ନାଁରେ ରହିଯିବ ବୋଳି ବରିଷ୍ଠ ପଥର ଖୋଦେଇ ଶିଳ୍ପୀ ଗୋବିନ୍ଦ ମାଝୀ କହିଛନ୍ତି । ଏଣୁ ବିଲୁପ୍ତ ହେବାକୁ ବସିଥିବା ଶିଳ୍ପୀଙ୍କ ପାଇଁ ନୂତନ ସୁଯୋଗ ସୃଷ୍ଟି କରିବାକୁ ଜିଲା ପ୍ରଶାସନ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି । ଧର୍ମଗଡ ବିଧାୟକ ମୌଷଧି ବାଗ କହିଛନ୍ତି ଯେ, ପଥର ଶିଳ୍ପୀଙ୍କ ସମସ୍ୟାର ସାମାଧାନ କରିବା ଲାଗି ଖୁବ୍‌ଶୀଘ୍ର ପଦକ୍ଷେପ ନିଆଯିବ।


Enter your email to get our daily news in your inbox.

All Right Reserved By Dharitri.Com

ପଟ୍ଟାମୁଣ୍ଡାଇରେ ଚାଞ୍ଚଲ୍ୟ: କଳିଙ୍ଗାଘାଟ ନଦୀପଠାରୁ ଅଖାରେ ଭର୍ତ୍ତି ମଣିଷ କଙ୍କାଳ ଉଦ୍ଧାର, ହତ୍ୟା କରି ଫିଙ୍ଗି ଦେଇଥିବା ସନ୍ଦେହ…

ପଟ୍ଟାମୁଣ୍ଡାଇ,୨୬।୩(କଳ୍ପତରୁ ନାୟକ): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ଗୁଣୁପୁର କଳିଙ୍ଗାଘାଟ ନଦୀପଠାରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ନଦୀପଠାରୁ ମଣିଷ ଖପୁରୀ ଓ…

ଦୂଷିତ ପାଣି ବ୍ୟବହାର କରି ସେବାଶ୍ରମ ବିଦ୍ୟାଳୟର ଛାତ୍ରୀଛାତ୍ର ଅସୁସ୍ଥ, ମେଡିକାଲ ଟିମ୍‌ ପହଞ୍ଚି…

ବାଙ୍କୀ,୨୬ା୩(ଶୁଭେନ୍ଦୁ ମହାପାତ୍ର): ବାଙ୍କୀ ବ୍ଲକ ଅନ୍ତର୍ଗତ କଦଳୀବାଡ଼ି ପଞ୍ଚାୟତସ୍ଥିତ ସେବାଶ୍ରମ ସରକାରୀ ବିଦ୍ୟାଳୟର ଛାତ୍ରୀଛାତ୍ର ଜଣ୍ଡିସ୍‌ ରୋଗରେ ଆକ୍ରାନ୍ତ ଥିବା ଅଭିଭାବକ ଓ ଗ୍ରାମବାସୀ ଅଭିଯୋଗ କରିଛନ୍ତି।…

ବ୍ରିଜ୍‌ ଉପରେ ହଠାତ୍‌ ଫାଟିଲା ପାନୀଳ ଜଳ ପାଇପ୍‌, ଆଉ ତା’ ପରେ…

ଗୁଣପୁର,୨୬ା୩(ସଂକେତ ପାତ୍ର): ସ୍ଥାନୀୟ ଗୁଣପୁର-ବିକ୍ରମପୁରକୁ ସଂଯୋଗ କରୁଥିବା ବ୍ରିଜ୍‌ ଉପରେ ଥିବା ପାନୀୟଜଳ ପାଇପ୍‌ ଫାଟିଯାଇ ଅଧିକ ସମୟ ଧରି ପାଣି ବହୁଥିବା ଦେଖାଯାଇଛି। ସୂଚନାନୁସାରେ, କେନ୍ଦ୍ର…

ଆସନ୍ତାକାଲି ଭକ୍ତଙ୍କୁ ଦର୍ଶନ ଦେବେ ନାହିଁ ମହାପ୍ରଭୁ, ୫ ଘଣ୍ଟା ବନ୍ଦ ରହିବ ଶ୍ରୀମନ୍ଦିର

ପୁରୀ,୨୬ା୩(ଅଜିତ କୁମାର ମହାନ୍ତି):  ଆସନ୍ତାକାଲି ଅର୍ଥାତ୍‌ ଶୁକ୍ରବାର ଭଗବାନ ଆଉ ଭକ୍ତଙ୍କ ମଧ୍ୟରେ ବଢ଼ିବ ଦୂରତା। ୫ ଘଣ୍ଟା ଭକ୍ତଙ୍କୁ ଦର୍ଶନ ଦେବେ ନାହିଁ ମହାପ୍ରଭୁ। ଚୈତ୍ର…

ତାତିରୁ ମିଳିଲା ତ୍ରାହି; ରାଜଧାନୀରେ ଘଡ଼ଘଡ଼ି ସହ କୁଆପଥର ବର୍ଷା

ଭୁବନେଶ୍ବର,୨୬ା୩: ଭୁବନେଶ୍ବରରେ କାଳବୈଶାଖୀର ତାଣ୍ଡବ ଦେଖିବାକୁ ମିଳିଛି । ପବନ, ଘଡ଼ଘଡ଼ି ସହିତ କୁଆପଥର ବର୍ଷା ହୋଇଛି । ପ୍ରବଳ ବର୍ଷା ସାଙ୍ଗକୁ କୁଆପଥର ମାଡ଼ ଯୋଗୁ…

ଭତ୍ତା କାର୍ଡରେ ମୃତ, ରାଶନକାର୍ଡରେ ଜୀବିତ

କେନ୍ଦୁଝର,୨୬ା୩(ନରେଶ ଚନ୍ଦ୍ର ପଟ୍ଟନାୟକ): ସଦର ବ୍ଲକ ବୋଦାପଳଶା ପଞ୍ଚାୟତର ଶଙ୍କରପୁର ଗ୍ରାମରେ ଗୀତାଞ୍ଜଳି ମୁଣ୍ଡା ସ୍ବାମୀଙ୍କ ମୃତ୍ୟୁ ପରେ ୨୦୧୭ରୁ ବିଧବା ଭତ୍ତା ପାଇ ଆସୁଥିଲେ। କିନ୍ତୁ…

ବହୁଚର୍ଚ୍ଚିତ ପ୍ରକାଶ ପ୍ରଧାନ ହତ୍ୟା ମାମଲା; ୫ବର୍ଷ ପରେ ମିଳିଲା ନ୍ୟାୟ, ଏକକାଳୀନ ୭ ଅଭିଯୁକ୍ତଙ୍କୁ…..

ସମ୍ବଲପୁର,୨୬।୩(ପ୍ରମୋଦ ବହିଦାର): ସମ୍ବଲପୁର ଜିଲା କତରବଗା ଥାନା ଅନ୍ତର୍ଗତ ଗୁଲାମାଲ ଗ୍ରାମରେ ଗତ ୨୦୨୧ ମସିହାରେ ସଂଘଟିତ ବହୁ ଚର୍ଚ୍ଚିତ ପ୍ରକାଶ ପ୍ରଧାନ ହତ୍ୟା ମାମଲାରେ ଜିଲା…

ଯୁବକଙ୍କ ଗୀତରେ ହଠାତ୍‌ ମୁଣ୍ଡ ହଲାଇ ନାଚି ଉଠିଲା ଦନ୍ତା ହାତୀ, Video ଦେଖିଲେ…..

କେନ୍ଦୁଝର,୨୬ା୩ (ନରେଶ ଚନ୍ଦ୍ର ପଟ୍ଟନାୟକ): ଦନ୍ତା ହାତୀର ଜଳ କ୍ରୀଡ଼ା ଏବଂ ଉଗ୍ରରୂପ ସମସ୍ତେ ଦେଖିଛନ୍ତି । ତେବେ ହାତୀର ମଜାଳିଆ ଢଙ୍ଗ ବହୁତ୍ କମ ଦେଖିବାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri