ଦିନତମାମ ବିଦ୍ୟୁତ୍‌ ସେବା ବନ୍ଦ

ସମ୍ବଲପୁର,୨୫।୧(ବ୍ୟୁରୋ): ସମ୍ବଲପୁର ଜିଲାରେ ଜାତୀୟ ରାଜପଥ ନିର୍ମାଣ କରୁଥିବା ସଂସ୍ଥା ଏଆଇପିଏଲ୍‌ କମ୍ପାନୀ ହାଇୱା ଧକ୍କାରେ ମଙ୍ଗଳବାର ବିଦ୍ୟୁତ୍‌ ଖୁଣ୍ଟ ଉପୁଡି ତାର ଛିଣ୍ଡିଯାଇଥିଲା। ଫଳରେ ମାନେଶ୍ୱର, ଚମାରପଡା, ଗଣେଶନଗର ଆଦି ସ୍ଥାନରେ ଦିନତମାମ ବିଦ୍ୟୁତ୍‌ ସେବା ବନ୍ଦ ରହିଥିଲା। ମାନେଶ୍ୱର ଏକ ବ୍ୟବସାୟ ସ୍ଥଳ ହୋଇଥିବାରୁ ବ୍ୟାଙ୍କ, ଦୋକାନବଜାର, ପାଣି ଯୋଗାଣ ଭଳି କାମ ପ୍ରଭାବିତ ହୋଇଥିଲା। ଏହାକୁ ନେଇ ଲୋକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଥିଲା। ଟାଟା ପାୱାର କମ୍ପାନୀର ଅଧିକାରୀ, କର୍ମଚାରୀ ପହଞ୍ଚତ୍ ମରାମତି କାମ କରିବା ପରେ ସନ୍ଧ୍ୟା ସୁଦ୍ଧା ପରିସ୍ଥିତି ସ୍ବାଭାବିକ ହୋଇଥିଲା।
ସୂଚନା ଅନୁସାରେ ପୂର୍ବାହ୍ନରେ ରାସ୍ତା କାମରେ ନିୟୋଜିତ ଥିବା ହାଇୱା ଗଣେଶନଗର ନିକଟରେ ଥିବା ବିଦ୍ୟୁତ୍‌ ଖୁଣ୍ଟକୁ ଧକ୍କା ଦେଇଥିଲା। ଫଳରେ ଖୁଣ୍ଟ ଉପୁଡିଯିବା ସହ ତାର ଛିଣ୍ଡି ଯାଇଥିଲା। ଜୋର୍‌ରେ ଶବ୍ଦ ହେବାରୁ ସ୍ଥାନୀୟ ଲୋକେ ପହଞ୍ଚତ୍ ଦୁର୍ଘଟଣା ଘଟାଇଥିବା ହାଇୱାକୁ ଅଟକ ରଖିଥିଲେ। ଏହାକୁ ନେଇ ସେଠାରେ ଉତ୍ତେଜନା ପ୍ରକାଶ ପାଇଥିଲା। ଠିକାସଂସ୍ଥା ଘଟଣାକୁ ଚପାଇଦେବାକୁ ଉଦ୍ୟମ କରିଥିଲା। ହେଲେ ଲୋକମାନେ ଏଭଳି ଘଟଣା ପାଇଁ ଦାୟୀ କମ୍ପାନୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଥିଲେ। ପରେ ଟାଟା ପାୱାର କର୍ମଚାରୀମାନେ ହାଇୱା (ନଂ.ଓଡି୧୯ଭି-୭୨୪୭)ର ଫଟୋ ଉତ୍ତୋଳନ କରି ଛାଡି ଦେଇଥିଲେ। ଏ ସମ୍ପର୍କରେ ଟିପିଡବ୍ଲ୍ୟୁଓଡିଏଲ୍‌ ଧନୁପାଲି ଏସ୍‌ଡିଓ କୈଳାଶ ଚନ୍ଦ୍ର ବଳ କହିଛନ୍ତି, ଘଟଣା ସମ୍ପର୍କରେ ଖବର ପାଇ ମରାମତି କାମ ଯୁଦ୍ଧକାଳୀନ ଭିତ୍ତିରେ କରାଯାଇଛି। ହାଇୱା ଧକ୍କା ଦେବାରୁ ଏଭଳି ଘଟଣା ଘଟିଛି। କମ୍ପାନୀ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଥିଲେ। ଠିକା ସଂସ୍ଥା ଅଧିକାରୀ ଗୌରବ ଦାସ କହିଛନ୍ତି, ଏହା ଏକ ଦୁର୍ଘଟଣା। ମରାମତି କାମ କରିବାକୁ ବିଦ୍ୟୁତ୍‌ ବିଭାଗକୁ ଅନୁରୋଧ କରାଯାଇଥିଲା। ଆମ କମ୍ପାନୀ ପକ୍ଷରୁ ମଧ୍ୟ ସହଯୋଗ କରାଯାଇଛି ବୋଲି କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଘୋଷଣା ହେଲା ୨୦୨୭ ICC ବିଶ୍ୱକପ ତାରିଖ! ଅକ୍ଟୋବର ୪ରୁ ମହାଲଢ଼େଇ, ଜାଣନ୍ତୁ କେବେ, କେଉଁଠି ଖେଳାଯିବ ଫାଇନାଲ

ନୂଆଦିଲ୍ଲୀ,୧୧।୬: ଆସନ୍ତା ବର୍ଷ ଦକ୍ଷିଣ ଆଫ୍ରିକା, ଜିମ୍ବାୱେ ଏବଂ ନାମ୍ବିଆରେ ଆୟୋଜିତ ହେବାକୁ ଥିବା ୫୦-ଓଭର ବିଶ୍ୱକପକୁ ନେଇ ଏକ ବଡ଼ ଅପଡେଟ ସାମ୍ନାକୁ ଆସିଛି। ରିପୋର୍ଟ…

ଅବସର ନେବେ ଅକ୍ଷୟ କୁମାର!

ମୁମ୍ବାଇ: ଅକ୍ଷୟ କୁମାରଙ୍କ ଫିଲ୍ମ ‘ୱେଲକମ ଟୁ ଦି ଜଙ୍ଗଲ’ର ଟ୍ରେଲର ରିଲିଜ ହୋଇଛି ଏବଂ ଦର୍ଶକଙ୍କଠାରୁ ଏକ ଚମତ୍କାର ପ୍ରତିକ୍ରିୟା ପାଉଛନ୍ତି; ଅକ୍ଷୟଙ୍କ ପ୍ରଶଂସକମାନେ ଏହାକୁ…

ରଜ ଖୁସିକୁ ଦ୍ୱିଗୁଣିତ କଲେ ଆଇପିଓ ଆକର୍ଷ ରଞ୍ଜନ; ବାଳାଶ୍ରମ ଶିଶୁଙ୍କୁ ମଲକୁ ନେଇ ନୂଆ ପୋଷାକ କିଣାଇଲେ…

ପାରଳାଖେମୁଣ୍ଡି(ଗିରିଧାରୀ ପରିଛା): ୧୧।୬: ରଜ ପର୍ବର ଆଗମନ ସହ ଉତ୍ସବମୁଖର ପରିବେଶ ମଧ୍ୟରେ ଉତ୍କଳ ବାଳାଶ୍ରମର ଶିଶୁମାନଙ୍କ ପାଇଁ ଏକ ସ୍ମରଣୀୟ ଦିନ ସୃଷ୍ଟି କରିଛନ୍ତି ଆଇପିଓ…

ସକ୍ରିୟ ହେଲା ଅଲ ନିନୋ: ମରୁଡ଼ି, ବନ୍ୟା ,ଭୟଙ୍କର ମହାବିନାଶ! ଓଡ଼ିଶାରେ…

ଭୁବନେଶ୍ୱର, ୧୧।୬: ପ୍ରଶାନ୍ତ ମହାସାଗରରେ ‘ଅଲ ନିନୋ’ ସକ୍ରିୟ ହୋଇଯାଇଛି। ବିଶ୍ୱ ପାଣିପାଗ ସଂଗଠନ (WMO) ଏବଂ ପାଣିପାଗ ଏଜେନ୍ସିଗୁଡ଼ିକ ଅନୁଯାୟୀ, ଏହାର ପ୍ରଭାବରେ ସାରା ବିଶ୍ୱରେ…

ମମତା ବାନାର୍ଜୀଙ୍କ ପାଇଁ ଚତୁର୍ଥ ଝଟକା: ଚାରି ଦିନରେ ୪ଟି ଇସ୍ତଫା

କୋଲକାତା,୧୧।୬: ବଙ୍ଗଳା ବିଧାନସଭା ନିର୍ବାଚନରେ ତୃଣମୂଳ କଂଗ୍ରେସ ଦମନକାରୀ ପରାଜୟ ପରେ ତୃଣମୂଳ କଂଗ୍ରେସ ସାମ୍ନାରେ ଥିବା ସଙ୍କଟ ଆହୁରି ଘନିଭୂତ ହେଉଛି। ଦଳ ଭିତରେ ଆରମ୍ଭ…

ରାଜ୍ୟ ସରକାରଙ୍କ ଦୁଇ ବର୍ଷ ପୂର୍ତ୍ତି ପାଳନ ପାଇଁ ଜୋର୍‌ସୋରରେ ପ୍ରସ୍ତୁତି : ୧୩ରୁ ୧୫ ତାରିଖ ଯାଏ ଚାଲିବ ଏହି ସବୁ କାର୍ଯ୍ୟକ୍ରମ

ଛତ୍ରପୁର, ୧୧।୬ (ଦିଲ୍ଲୀପ ସାମଲ): ଓଡ଼ିଶା ସରକାରଙ୍କ ଦୁଇବର୍ଷର ସଫଳ କାର୍ଯ୍ୟକାଳ ପୂର୍ତ୍ତି ଉପଲକ୍ଷେ ଗଞ୍ଜାମ ଜିଲାରେ ଜିଲା, ବ୍ଲକ ଓ ଗ୍ରାମ ପଞ୍ଚାୟତସ୍ତରରେ ପ୍ରଦର୍ଶନୀ ମେଳା…

ରାଜ୍ୟ ସଭା ନିର୍ବାଚନ ଫଳାଫଳ ଘୋଷଣା; ମଧ୍ୟପ୍ରଦେଶରେ ଝଟକା ମଧ୍ୟରେ କଂଗ୍ରେସ ପାଇଁ ରହିଛି ଭଲ ଖବର

ନୂଆଦିଲ୍ଲୀ,୧୧।୬: ଗୁରୁବାର (ଜୁନ ୧୧, ୨୦୨୬), ମଧ୍ୟପ୍ରଦେଶ, ଗୁଜରାଟ ଏବଂ କର୍ନାଟକରୁ ୧୪ ଜଣ ପ୍ରାର୍ଥୀ ନିରପେକ୍ଷ ଭାବରେ ରାଜ୍ୟ ସଭା ନିର୍ବାଚନରେ ବିଜୟୀ ହୋଇଥିଲେ; କୌଣସି…

କାଳିଞ୍ଜି ସମାଜର ପ୍ରତିଭା ସମ୍ମାନ ଉତ୍ସବ: ମାଟ୍ରିକ, +୨ର କୃତୀ ଛାତ୍ରୀଛାତ୍ରଙ୍କୁ ସମ୍ବର୍ଦ୍ଧିତ କଲେ ବିଧାୟକ

ଭଞ୍ଜନଗର,୧୧।୬(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ନିୟନ୍ତ୍ରିତ ବଜାର କମିଟି ସଭାଗୃହଠାରେ ଓଡ୍ର ଖଣ୍ଡାୟତ କାଳିଞ୍ଜି ସମାଜ, କଇଁଣ୍ଡି ଆଞ୍ଚଳିକ ପରିଷଦ, ଭଞ୍ଜନଗର ତରଫରୁ ଗୁରୁବାର ପ୍ରତିଭା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri