ଦିନତମାମ ବିଦ୍ୟୁତ୍‌ ସେବା ବନ୍ଦ

ସମ୍ବଲପୁର,୨୫।୧(ବ୍ୟୁରୋ): ସମ୍ବଲପୁର ଜିଲାରେ ଜାତୀୟ ରାଜପଥ ନିର୍ମାଣ କରୁଥିବା ସଂସ୍ଥା ଏଆଇପିଏଲ୍‌ କମ୍ପାନୀ ହାଇୱା ଧକ୍କାରେ ମଙ୍ଗଳବାର ବିଦ୍ୟୁତ୍‌ ଖୁଣ୍ଟ ଉପୁଡି ତାର ଛିଣ୍ଡିଯାଇଥିଲା। ଫଳରେ ମାନେଶ୍ୱର, ଚମାରପଡା, ଗଣେଶନଗର ଆଦି ସ୍ଥାନରେ ଦିନତମାମ ବିଦ୍ୟୁତ୍‌ ସେବା ବନ୍ଦ ରହିଥିଲା। ମାନେଶ୍ୱର ଏକ ବ୍ୟବସାୟ ସ୍ଥଳ ହୋଇଥିବାରୁ ବ୍ୟାଙ୍କ, ଦୋକାନବଜାର, ପାଣି ଯୋଗାଣ ଭଳି କାମ ପ୍ରଭାବିତ ହୋଇଥିଲା। ଏହାକୁ ନେଇ ଲୋକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଥିଲା। ଟାଟା ପାୱାର କମ୍ପାନୀର ଅଧିକାରୀ, କର୍ମଚାରୀ ପହଞ୍ଚତ୍ ମରାମତି କାମ କରିବା ପରେ ସନ୍ଧ୍ୟା ସୁଦ୍ଧା ପରିସ୍ଥିତି ସ୍ବାଭାବିକ ହୋଇଥିଲା।
ସୂଚନା ଅନୁସାରେ ପୂର୍ବାହ୍ନରେ ରାସ୍ତା କାମରେ ନିୟୋଜିତ ଥିବା ହାଇୱା ଗଣେଶନଗର ନିକଟରେ ଥିବା ବିଦ୍ୟୁତ୍‌ ଖୁଣ୍ଟକୁ ଧକ୍କା ଦେଇଥିଲା। ଫଳରେ ଖୁଣ୍ଟ ଉପୁଡିଯିବା ସହ ତାର ଛିଣ୍ଡି ଯାଇଥିଲା। ଜୋର୍‌ରେ ଶବ୍ଦ ହେବାରୁ ସ୍ଥାନୀୟ ଲୋକେ ପହଞ୍ଚତ୍ ଦୁର୍ଘଟଣା ଘଟାଇଥିବା ହାଇୱାକୁ ଅଟକ ରଖିଥିଲେ। ଏହାକୁ ନେଇ ସେଠାରେ ଉତ୍ତେଜନା ପ୍ରକାଶ ପାଇଥିଲା। ଠିକାସଂସ୍ଥା ଘଟଣାକୁ ଚପାଇଦେବାକୁ ଉଦ୍ୟମ କରିଥିଲା। ହେଲେ ଲୋକମାନେ ଏଭଳି ଘଟଣା ପାଇଁ ଦାୟୀ କମ୍ପାନୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଥିଲେ। ପରେ ଟାଟା ପାୱାର କର୍ମଚାରୀମାନେ ହାଇୱା (ନଂ.ଓଡି୧୯ଭି-୭୨୪୭)ର ଫଟୋ ଉତ୍ତୋଳନ କରି ଛାଡି ଦେଇଥିଲେ। ଏ ସମ୍ପର୍କରେ ଟିପିଡବ୍ଲ୍ୟୁଓଡିଏଲ୍‌ ଧନୁପାଲି ଏସ୍‌ଡିଓ କୈଳାଶ ଚନ୍ଦ୍ର ବଳ କହିଛନ୍ତି, ଘଟଣା ସମ୍ପର୍କରେ ଖବର ପାଇ ମରାମତି କାମ ଯୁଦ୍ଧକାଳୀନ ଭିତ୍ତିରେ କରାଯାଇଛି। ହାଇୱା ଧକ୍କା ଦେବାରୁ ଏଭଳି ଘଟଣା ଘଟିଛି। କମ୍ପାନୀ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଥିଲେ। ଠିକା ସଂସ୍ଥା ଅଧିକାରୀ ଗୌରବ ଦାସ କହିଛନ୍ତି, ଏହା ଏକ ଦୁର୍ଘଟଣା। ମରାମତି କାମ କରିବାକୁ ବିଦ୍ୟୁତ୍‌ ବିଭାଗକୁ ଅନୁରୋଧ କରାଯାଇଥିଲା। ଆମ କମ୍ପାନୀ ପକ୍ଷରୁ ମଧ୍ୟ ସହଯୋଗ କରାଯାଇଛି ବୋଲି କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଖଲ୍ଲିକୋଟ ଏନ୍‌ଏସି କାଉନ୍‌ସିଲର୍‌ଙ୍କ ଘର ବାହାରେ ବ୍ଲାଙ୍କ ଫାୟାରିଂ ଅଭିଯୋଗ

ଖଲ୍ଲିକୋଟ,୨୬।୪(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ଏନ୍‌ଏସି କାଉନ୍‌ସିଲରଙ୍କ ଘରେ ପଶି ମାର୍‌ପିଟ ସହ ବ୍ଲାଙ୍କ ଫାୟାରିଂ କରାଯାଇଥିବା ଅଭିଯୋଗ ହୋଇଛି। ଖବର ପାଇ...

ଓଏଚ୍‌ଆର୍‌ସିରେ କଟକ-ସମ୍ବଲପୁର ଜାତୀୟ ରାଜପଥ ନିର୍ମାଣ ମାମଲା: ଏନ୍‌ଏଚ୍‌ଏଆଇକୁ ରିପୋର୍ଟ ତଲବ

କଟକ,୨୬ା୪ (କାର୍ତ୍ତିକ ସାହୁ)- କଟକ-ସମ୍ବଲପୁର ଜାତୀୟ ରାଜପଥ ନିର୍ମାଣରେ ଅହେତୁକ ବିଳମ୍ବ ହେତୁ ଦୁର୍ଘଟଣା ବଢ଼ିଚାଲିଛି। ଏହି ରାଜପଥର ନିର୍ମାଣ କାର୍ଯ୍ୟ ଦୀର୍ଘ ୧୨ ବର୍ଷ...

କଂଗ୍ରେସରେ ମିଶିଲେ ବିଜେଡିର ପୁରୁଖା ନେତ୍ରୀ

ଭୁବନେଶ୍ୱର,୨୬।୪: ବିଜେଡିର ପୁରୁଖା ନେତ୍ରୀ ବୈଜୟନ୍ତୀମାଳା ମହାନ୍ତି ଆଜି ହାତ ଧରିଛନ୍ତି। ସେ ଶୁକ୍ରବାର ବିଧିବଦ୍ଧ ଭାବେ କଂଗ୍ରେସରେ ସାମିଲ ହୋଇଛନ୍ତି । ନୟାଗଡ ଜିଲା...

ଭଦ୍ରକ-ଯାଜପୁର ଜେଲ୍‌ରେ କ୍ଷମତାଠାରୁ ଅଧିକ କଏଦୀ: ଭିଡ ହଟାଇବାକୁ ପଦକ୍ଷେପ ନେଇ ଜଣାଇବାକୁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ

କଟକ,୨୬ା୪ (କାର୍ତ୍ତିକ ସାହୁ)- ଭଦ୍ରକ ଓ ଯାଜପୁର ଜିଲା ଜେଲରୁ ଭିଡ଼ ହଟାଇବାକୁ କି ପଦକ୍ଷେପ ନେଇଛ ଜଣାଅ ବୋଲି ରାଜ୍ୟ ସରକାରଙ୍କୁ ହାଇକୋର୍ଟ ଶୁକ୍ରବାର...

ଗୋଟିଏ ଜୁଇରେ ଜଳିଲା ଦୁଇ ଭଉଣୀଙ୍କ ମୃତଦେହ

ଗୋପ,୨୬ା୪(ଭାରତୀ ଭୂଷଣ ଉପାଧ୍ୟାୟ): ଗାଁ ଶଶ୍ନାନର ଗୋଟିଏ ଜୁଇରେ ଦୁଇ ଭଉଣୀଙ୍କ ମୃତଦେହ ଦାହ କରାଯାଇଛି। ଗୁରୁବାର ବିଳମ୍ବିତ ରାତିରେ ଏହି ଦାହ ସମୟରେ ଡଭାର...

ପୁଣି ପ୍ରାର୍ଥୀ ବଦଳାଇବ ଭାଜପା, ପର୍ଶୁରାମ ଧଡାଙ୍କ ଘର ବାହୁଡା ପରେ ଜୋର ଧରିଲା ଚର୍ଚ୍ଚା

ଭୁବନେଶ୍ୱର,୨୬।୪: ପୁଣିଥରେ ପ୍ରାର୍ଥୀ ବଦଳାଇପାରେ ଭାରତୀୟ ଜନତା ପାର୍ଟି । ସୋର ବିଧାୟକ ପର୍ଶୁରାମ ଧଡା ଭାଜପାରେ ସାମିଲ ହେବା ପରେ ପ୍ରାର୍ଥୀ ପରିବର୍ତନ ନେଇ...

ଜାତୀୟ ରାଜପଥ କଡ଼ରେ କୁଆଁ କୁଆଁ ଶବ୍ଦ: ନବଜାତ ଶିଶୁପୁତ୍ରକୁ ଛାଡ଼ି ମା’ ଫେରାର

ଛତ୍ରପୁର,୨୬।୪(ଦିଲ୍ଲୀପ ସାମଲ): ରାସ୍ତାକଡ଼ରେ ନବଜାତକକୁ ଛାଡ଼ି ମା’ ଫେରାର। ଛତ୍ରପୁରରୁ ଏଭଳି ଏକ ଖବର ସାମ୍ନାକୁ ଆସିଛି। ଶୁକ୍ରବାର ରାତିରେ ଜାତୀୟ ରାଜପଥ କଡ଼ରେ ଶିଶୁପୁତ୍ରଟିଏ...

ମଇଦାନକୁ ଓହ୍ଲାଇବେ ମୋକିମଙ୍କ ଝିଅ ସୋଫିଆ, ବିରୋଧୀ ଛାନିଆ

କଟକ,୨୬।୪: ବିଧାୟକ ମହମ୍ମଦ ମୋକିମଙ୍କ ଝିଅ ସୋଫିଆ ଫିରଦୋସ୍‌ ଏଥର ବାରବାଟୀ-କଟକ ଆସନରୁ ଲଢ଼ିବା ପ୍ରାୟତଃ ନିଶ୍ଚିତ । କେବଳ ଏଆଇସିସିର ଘୋଷଣାକୁ ବାକି ରହିଛି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri