‘ପୋଷ୍ୟ’ ପାଇଁ ହେଉନି ପ୍ରୟାସ

ଅନୁଗୋଳ ଅଫିସ, ୩।୨ – ବେସରକାରୀ ବିଦ୍ୟାଳୟ ପରି ସରକାରୀ ସ୍କୁଲର ବିକାଶ ଲକ୍ଷ୍ୟ ରଖିଛନ୍ତି ରାଜ୍ୟ ସରକାର। ସେଥିପାଇଁ ‘ମୋ ସ୍କୁଲ’ ଅଭିଯାନକୁ ଅଧିକ ବ୍ୟାପକ କରିବା ଉପରେ ଗୁରୁତ୍ୱାରୋପ କରାଯାଉଛି। ଶିକ୍ଷାନୁଷ୍ଠାନରେ ଗୁଣାତ୍ମକ ଶିକ୍ଷାଠାରୁ ଆରମ୍ଭ କରି ଭିତ୍ତିଭୂମି ସୁଦୃଢ଼ କରିବା ଯାଏ ସବୁଥିରେ ପ୍ରଥମେ ପୁରାତନ ଛାତ୍ରୀଛାତ୍ରଙ୍କ ସହାୟତା ଲୋଡ଼ାଯାଇଥିଲା। ହେଲେ ଏବେ ପ୍ରଶାସନିକ ଅଧିକାରୀ ଓ ରାଜନେତା, କର୍ପୋରେଟ୍‌ କ୍ଷେତ୍ରରେ କାର୍ଯ୍ୟରତ ବ୍ୟକ୍ତିବିଶେଷଙ୍କୁ ଏଥିରେ ଯୋଡ଼ାଯାଉଛି। ‘ପୋଷ୍ୟ ସ୍କୁଲ’ ଓ ‘ଷ୍ଟୁଡେଣ୍ଟ ଆଡପ୍‌ଶନ’ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି। କେତୋଟି ଜିଲାରେ ପ୍ରଶାସନିକ ଅଧିକାରୀମାନେ ସ୍କୁଲଗୁଡ଼ିକୁ ପୋଷ୍ୟଭାବେ ଗ୍ରହଣ କରିସାରିଲେଣି। ହେଲେ ଅନୁଗୋଳ ଜିଲାରେ ଏଯାଏ କୌଣସି ଗୋଟିଏ ବିଦ୍ୟାଳୟକୁ ପୋଷ୍ୟ ଭାବେ ନିଆଯାଇନାହିଁ। ଜିଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ ଓ ଛେଣ୍ଡିପଦା ବିଧାୟକ ସୁଶାନ୍ତ କୁମାର ବେହେରାଙ୍କ ପକ୍ଷରୁ ଏ ନେଇ ପ୍ରସ୍ତୁତି ହେଉଥିବା ବେଳେ ଅନ୍ୟ କେହି ଅଧିକାରୀ, ରାଜନେତା ଏଥିପାଇଁ ଆଗ୍ରହ ଦେଖାଇ ନ ଥିବା ବୁଦ୍ଧିଜୀବୀ ମହଲରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।
ଶିଳ୍ପ ଜିଲା ଅନୁଗୋଳରେ ମୋଟ୍‌ ସ୍କୁଲ ସଂଖ୍ୟା ୧୬,୦୬୬। ସେଥିରୁ ୨୪୮ଟି ଉଚ୍ଚ ବିଦ୍ୟାଳୟ, ୮୪୮ ପ୍ରାଥମିକ ଓ ୫୬୪ଟି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରହିଛି। ଜିଲାରେ ନବରତ୍ନ ରାଷ୍ଟ୍ରାୟତ ଉଦ୍ୟୋଗ ନାଲ୍‌କୋ, ଏନ୍‌ଟିପିସି, ଏମ୍‌ସିଏଲ୍‌ ସହ ଅନେକ ବଡ଼ ବଡ଼ ଘରୋଇ କମ୍ପାନୀ ଅଛନ୍ତି। ସେସବୁଥିରେ ଜିଲାର ବହୁ ପୁରାତନ ଛାତ୍ରୀଛାତ୍ର ଉଚ୍ଚ ପଦବୀ ଅଳଂକୃତ କରିଛନ୍ତି। ସେହିପରି ଜିଲାରୁ ଜଣେ କେନ୍ଦ୍ରମନ୍ତ୍ରୀ ଓ ଜଣେ ଏମ୍‌ପି ଥିବାବେଳେ ୫ଜଣ ବିଧାୟକ ପ୍ରତିନିଧିତ୍ୱ କରୁଛନ୍ତି। ବ୍ଲକ, ଉପଖଣ୍ଡ ଓ ଜିଲାସ୍ତରରେ ପ୍ରଶାସନିକ ଅଧିକାରୀଙ୍କ ସଂଖ୍ୟା ମଧ୍ୟ ଅନେକ। କିନ୍ତୁ ଜିଲାପାଳଙ୍କ ବ୍ୟତୀତ ଏଯାଏ ଅନ୍ୟକେହି ‘ପୋଷ୍ୟ ବିଦ୍ୟାଳୟ’ ପ୍ରତି ନିଜ ଆଭିମୁଖ୍ୟ ସ୍ପଷ୍ଟ କରିନାହାନ୍ତି। ସରକାରଙ୍କ କହିବା ଅନୁଯାୟୀ, କେହି ଆଗ୍ରହୀ ବ୍ୟକ୍ତି କୌଣସି ବିଦ୍ୟାଳୟକୁ ପୋଷ୍ୟ ଭାବେ ଗ୍ରହଣ କଲେ ତାଙ୍କର ବ୍ୟକ୍ତିଗତ ଧ୍ୟାନ ଉକ୍ତ ଶିକ୍ଷାନୁଷ୍ଠାନର ବିକାଶ ଉପରେ ରହିବ। ଫଳରେ ଘରୋଇ ସ୍କୁଲ ପରି ସେହି ବିଦ୍ୟାଳୟର ସାମଗ୍ରିକ ଉନ୍ନତି ହୋଇପାରିବ। ଏହାଛଡ଼ା ଛାତ୍ରୀଛାତ୍ରଙ୍କ ପାଇଁ କୋଚିଂ କ୍ଲାସ, ବୃତ୍ତିଗତ ପରାମର୍ଶ, ଉତ୍ସାହ ସୃଷ୍ଟି ନିମନ୍ତେ ପୁରସ୍କାର ବ୍ୟବସ୍ଥା ସହ ସ୍ମାର୍ଟ କ୍ଲାସରୁମ୍‌, ଖେଳପଡ଼ିଆ ଆଦି ନିର୍ମାଣ କରି ଅଧିକ ପ୍ରୋତ୍ସାହନ ଦିଆଯାଇପାରିବ। ଏହାଦ୍ୱାରା ଉକ୍ତ ସ୍କୁଲର ଶୈକ୍ଷିକ ବାତାବରଣରେ ଉନ୍ନତି ଆସିପାରିବ। ଏପରି ବିଦ୍ୟାଳୟରେ ପିଲାଙ୍କୁ ପଢ଼ାଇବାକୁ ଅଭିଭାବମାନଙ୍କ ମନରେ ସ୍ବତଃ ଇଚ୍ଛା ମଧ୍ୟ ଜାଗ୍ରତ ହେବ। ସମ୍ପୃକ୍ତ ବ୍ୟକ୍ତିଙ୍କ ଯୋଗୁ ଅନ୍ୟମାନେ ଏ କ୍ଷେତ୍ରରେ ଅନୁପ୍ରାଣିତ ହେବେ। ଜିଲାର ଅଧିକରୁ ଅଧିକ ସ୍କୁଲକୁ ପୋଷ୍ୟ ଭାବେ ଗ୍ରହଣ କରିବାର ପଥ ଅଧିକ ଉନ୍ମୁକ୍ତ ହୋଇପାରିବ। ଏପରି ହେଲେ ଜିଲାର ହଜାର ହଜାର ଛାତ୍ରୀଛାତ୍ର ଉପକୃତ ହୋଇପାରିବେ। କିନ୍ତୁ ରାଜ୍ୟ ସରକାରଙ୍କ ଅନୁରୋଧ ସତ୍ତ୍ୱେ ଅନୁଗୋଳ ଜିଲାରୁ ଏ ନେଇ ଆଗ୍ରହ ପ୍ରକାଶ ପାଉ ନ ଥିବା ଏବେ ସାଧାରଣରେ ଆଲୋଚନାର ବିଷୟ ହୋଇଛି।

ଚୂଡ଼ାନ୍ତ ନିଷ୍ପତ୍ତି ୧୮ରେ ନିଆଯିବ
ପୋଷ୍ୟ ବିଦ୍ୟାଳୟ ନେଇ ଆଲୋଚନା ହୋଇଛି। ଯେଉଁ ବିଦ୍ୟାଳୟରେ ପ୍ରଥମେ ପଢ଼ୁଥିଲି ତାହାକୁ ପୋଷ୍ୟ ଭାବେ ଗ୍ରହଣ କରିବାକୁ ମନ ସ୍ଥିର କରିଛି। ଆସନ୍ତା ୧୮ ତାରିଖରୁ ବିଧାନସଭା ଅଧିବେଶନ ଆରମ୍ଭ ହେବ। ସେଠାରେ ଜିଲାର ସମସ୍ତ ବିଧାୟକଙ୍କ ସହ ଚର୍ଚ୍ଚା ପରେ କିଏ କେଉଁ ସ୍କୁଲକୁ ପୋଷ୍ୟ କରିବେ ସେ ନେଇ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ।
-ସୁଶାନ୍ତ କୁମାର ବେହେରା, ବିଧାୟକ, ଛେଣ୍ଡିପଦା

ଖୁବ୍‌ଶୀଘ୍ର ଦୁର୍ବଳ ବିଦ୍ୟାଳୟ ଗ୍ରହଣ କରିବି
ଅନୁଗୋଳ ଜିଲାରେ ପୋଷ୍ୟ ସ୍କୁଲ ସମ୍ପର୍କରେ ଜିଲା ଶିକ୍ଷା ବିଭାଗ ପକ୍ଷରୁ ଆଲୋଚନା କରାଯାଉଛି। ଦୁର୍ବଳ ଥିବା ଏକ ବିଦ୍ୟାଳୟକୁ ଖୁବ୍‌ଶୀଘ୍ର ପୋଷ୍ୟ ଭାବେ ଗ୍ରହଣ କରିବି। ସେଠାରେ ଭିତ୍ତିଭୂମି ବିକାଶ ସହ ଶୈକ୍ଷିକ ବାତାବରଣ ସୃଷ୍ଟି କରିବାକୁ ଉଦ୍ୟମ ଚଳାଇବି। କେବଳ ଗୋଟିଏ ନୁହେଁ, ଜିଲାର ସମସ୍ତ ବିଦ୍ୟାଳୟରେ ଉତ୍ତମ ଶିକ୍ଷାଦାନ କିପରି ହେବ ସେଥିପାଇଁ ଚେଷ୍ଟା ଜାରି ରଖାଯାଇଛି।
-ସିଦ୍ଧାର୍ଥ ଶଙ୍କର ସ୍ବାଇଁ, ଜିଲାପାଳ

ଜିଲା ପାଇଁ ଗୌରବର ବିଷୟ ହେବ
ସରକାର ପୋଷ୍ୟ ବିଦ୍ୟାଳୟ ଗ୍ରହଣ କରିବାକୁ ବାରମ୍ବାର ନିବେଦନ କରୁଛନ୍ତି। ଅନ୍ୟ ଜିଲାମାନଙ୍କରେ ଏହି ପ୍ରକ୍ରିୟାରେ ବହୁ ପ୍ରଶାସନିକ ଅଧିକାରୀ ସାମିଲ ହୋଇସାରିଲେଣି। ତେବେ ଅନୁଗୋଳ ଜିଲାରେ ଅଦ୍ୟାବଧି ଏହା ଆରମ୍ଭ ହୋଇ ନ ଥିଲେ ବି ଆଗାମୀ ଦିନରେ କେହି ନା କେହି ଆଗେଇ ଆସିବେ। ଏହା ଜିଲା ପାଇଁ ଗୌରବର ବିଷୟ ହେବ।
-ଶ୍ରୀକାନ୍ତ ମିଶ୍ର, ଶିକ୍ଷାବିତ୍‌, ଅନୁଗୋଳ

ଆଦିବାସୀ ଅଞ୍ଚଳର ସ୍କୁଲକୁ ଗ୍ରହଣ କରାଯାଉ
ଜିଲାର ଅନେକ ଅଞ୍ଚଳ ଜଙ୍ଗଲ ଓ ପାହାଡ଼ିଆ ହୋଇଥିବାରୁ ସେଠାରେ ଥିବା ସ୍କୁଲଗୁଡ଼ିକର ଭିତ୍ତିଭୂମି ଅଧିକ ସୁଦୃଢ଼ ନୁହେଁ। ସେଠାରେ ଆବଶ୍ୟକ ଶିକ୍ଷକ ନ ଥିବାରୁ ଶିକ୍ଷାଦାନରେ ଉନ୍ନତି ଆସିପାରୁ ନାହିଁ। ତେଣୁ ଏପରି ଜଙ୍ଗଲ ଘେରା କିମ୍ବା ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ଥିବା ବିଦ୍ୟାଳୟଗୁଡ଼ିକୁ ପ୍ରଥମେ ପୋଷ୍ୟ ଭାବେ ଗ୍ରହଣ କରାଗଲେ ଶିକ୍ଷାର ମାନ ବଢ଼ିପାରନ୍ତା।
-ସୂର୍ଯ୍ୟ ନାରାୟଣ ନାଥ, ଅନୁଗୋଳବାସୀ


Enter your email to get our daily news in your inbox.

All Right Reserved By Dharitri.Com

ସି କେ ନାଇଡୁ ଟ୍ରଫି: ବେଙ୍ଗଲ ଦଳ ୩୦୧/୬ , ଆୟୁଷ ସିଂଙ୍କ ଶତକ

ବରଗଡ଼,୬।୨(ପ୍ରେମାନନ୍ଦ ଖମାରୀ): ବରଗଡ଼ସ୍ଥିତ କ୍ରୀଷ୍ଣା ବିକାଶ ଗ୍ରାଉଣ୍ଡରେ ଓଡ଼ିଶା ଓ ବେଙ୍ଗଲ ମଧ୍ୟରେ ୨୩ ବର୍ଷରୁ କମ ସି.କେ ନାଇଡୁ ଟ୍ରଫିର ଏଲାଇଟ୍ ଗ୍ରପ୍‌ – ବି…

୮୫ କି.ଗ୍ରା. ଗଞ୍ଜେଇ ଜବତ: ୩ ଅଟକ

ଆନନ୍ଦପୁର, ୬ା୨(ସୁଶାନ୍ତ କୁମାର ସାହୁ): ଗଞ୍ଜେଇ ଭର୍ତ୍ତି ୨ଟି ଚାରିଚକିଆ ଗାଡି କେନ୍ଦୁଝର ସ୍ପେଶାଲ ସ୍କ୍ବାଡ୍‌ ଦ୍ୱାରା ଜବତ କରାଯାଇଛି। ଏଥିରେ ୮୫ କି.ଗ୍ରା. ଗଞ୍ଜେଇ ଥିବା…

ଜୁଆଆଡ୍ଡା ଚାଲିଥିବା ବେଳେ ହଠାତ୍‌ ପହଞ୍ଚିଲା ପୋଲିସ

ଗଜପତି,୬।୨(ଗିରିଧାରୀ ପରିଛା): ଗଜପତି ଜିଲା ପାରଳାଖେମୁଣ୍ଡି ଥାନା ଅନ୍ତର୍ଗତ ଝାମିଙ୍ଗା ନିକଟରେ ଜୁଆଆଡ୍ଡା ଚାଲିଥିବା ବେଳେ ପାରଳାଖେମୁଣ୍ଡି ଆଦର୍ଶ ଥାନା ପୋଲିସ ଅତର୍କିତ ଚଢ଼ାଉ କରିଛି। ଏଥିରେ…

ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ ପୁନଃ ଲାଗୁ ଦାବି କରି କଂଗ୍ରେସ…

ଭଞ୍ଜନଗର,୬ା୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା କଂଗ୍ରେସ (ପଶ୍ଚିମ) ସଂଗଠନ ପକ୍ଷରୁ ଦେଶରେ ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ ପୁନଃ ଲାଗୁ ଦାବି କରି ଶୁକ୍ରବାର ଭଞ୍ଜନଗର ଉପଜିଲାପାଳ ଉମାଶଙ୍କର ବେହେରାଙ୍କୁ ଏକ…

ପଞ୍ଚମ ଶ୍ରେଣୀ ମେଧା ବୃତ୍ତି ପରୀକ୍ଷାଫଳ ପ୍ରକାଶିତ: କିଏ କେଉଁ ତାଲିକାରେ ରହିଲେ ଦେଖନ୍ତୁ ପୂରା ଲିଷ୍ଟ…

ପାଟଣା,୬।୨(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ପଞ୍ଚମ ଶ୍ରେଣୀ ମେଧା ବୃତ୍ତି ଓ ଅର୍ଥନୈତିକ ଅନଗ୍ରସର ବୃତ୍ତି ପରୀକ୍ଷାଫଳ ୨୦୨୫ ଶୁକ୍ରବାର ପ୍ରକାଶ ପାଇଛି।…

ଜମୁଛି ସ୍କାଉଟ, ଗାଇଡ କ୍ୟାମ୍ପ: ଦ୍ୱିତୀୟ ଦିନରେ ଛାତ୍ରୀଛାତ୍ରଙ୍କୁ ଆକର୍ଷଣ କଲା…

ଦାରିଙ୍ଗବାଡି, ୬ ।୨ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ସିମନବାଡି ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ପରିସର ମଧ୍ୟରେ ୩ ଦିନିଆ ୨୨ତମ ଜିଲାସ୍ତରୀୟ…

ସ୍ତ୍ରୀଙ୍କ ସହ ଟପ ମାଓବାଦୀ ନେତା ନିଖିଲକଲେ ଆତ୍ମସମର୍ପଣ

ରାୟଗଡ଼ା,୬।୨(ଆଶିଷ ରଞ୍ଜନ ପଣ୍ଡା): ମାଓବାଦୀ ନେତା ନିଖିଲ୍‌ ଆତ୍ମସମର୍ପଣ କରିଛନ୍ତି। ଓଡ଼ିଶାର ଟପ ମାଓବାଦୀ ନେତା ନିଖିଲ ଓରଫ ନିରଞ୍ଜନ ଆତ୍ମସମର୍ପଣ କରିଥିବା ବେଳେ ତାଙ୍କ ସହ…

ଜନଗଣନା ପାଇଁ ପ୍ରସ୍ତୁତି: ଏପ୍ରିଲ ୧୬ରୁ କେନ୍ଦୁଝରରେ ଆରମ୍ଭ ହେବ ଗୃହ ତାଲିକା

କେନ୍ଦୁଝର,୬ା୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଆସନ୍ତା ଜନଗଣନା-୨୦୨୭କୁ ସୂଚାରୁ ରୂପେ ପରିଚାଳନା କରିବା ପାଇଁ ଜିଲାପାଳଙ୍କ କାର୍ଯ୍ୟାଳୟରେ ଏକ ଜିଲାସ୍ତରୀୟ ସମୀକ୍ଷା ବୈଠକ ଓ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri