ପାନୀୟଜଳ, ଆଲୋକ ବ୍ୟବସ୍ଥା ନାହିଁ

ବୋଲଗଡ଼,୧୬ା୯(ଡି.ଏନ୍‌.ଏ.): ପୂର୍ବତଟ ରେଳପଥ ଅଧୀନ ବୋଲଗଡ଼ ରେଲଓ୍ବେ ଷ୍ଟେଶନରେ ପାନୀୟଜଳ ଏବଂ ଆଲୋକୀକରଣ ବ୍ୟବସ୍ଥା ନ ଥିବାରୁ ଯାତ୍ରୀ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଯାହାକୁ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି। ଏହି ଷ୍ଟେଶନ ପୂର୍ବରୁ ବୋଲଗଡ଼ ଟାଉନ ପାସେଞ୍ଜର୍‌ ହଲ୍ଟ ଥିବା ବେଳେ ଗତ ଜୁନ ୩୦ରେ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ସ୍ଥାନୀୟ ଜନସାଧାରଣଙ୍କ ଦାବିକୁ ଗ୍ରହଣ କରି ଏଠାରେ ପହଞ୍ଚି ବୋଲଗଡ଼ ଷ୍ଟେଶନର ମାନ୍ୟତା ପ୍ରଦାନ କରିଥିଲେ। ସେବେଠାରୁ ଏହି ଷ୍ଟେଶନରେ ଏକ୍ସପ୍ରେସ୍‌ ଟ୍ରେନ ରହଣି ଆରମ୍ଭ ହୋଇଥିଲା। ତେବେ ଷ୍ଟେଶନରେ ଅବ୍ୟବସ୍ଥା ଯୋଗୁ ଯାତ୍ରୀ ଓ ରେଲଓ୍ବେ କର୍ମଚାରୀ ହଇରାଣ ହେଉଛନ୍ତି। ଏଠାରେ ଥିବା ଏକ ନଳକୂପ ଖରାପ ହୋଇ ବନ୍ଦ ପଡିଛି। ଫଳରେ ପିଇବା ପାଣି ପାଇଁ ଯାତ୍ରୀ ଓ ରେଲଓ୍ବେ କର୍ମଚାରୀ ନିକଟ ବ୍ଲକ କାର୍ଯ୍ୟାଳୟରୁ ଆଣୁଛନ୍ତି। ଭୁବନେଶ୍ବର-ନୟାଗଡ ସେବା ଏକ୍ସପ୍ରେସ୍‌ ଏବଂ ପୁରୀ ନୁଆଗାଁ ପାସେଞ୍ଜର୍‌ ସ୍ପେଶାଲ ଟ୍ରେନ ପ୍ରତ୍ୟହ ପୂର୍ବାହ୍ନ ୧୦ଟା ମଧ୍ୟରେ ଏଠାରେ ପହଞ୍ଚୁଥିବା ବେଳେ ରାତି ୮ଟାରୁ ୮ଟା ୩୦ ମଧ୍ୟରେ ପୁଣି ଏଠାରେ ପହଞ୍ଚିଥାଏ। ଶତାଧିକ ଯାତ୍ରୀ ଏଠାରୁ ଦୈନନ୍ଦିନ ପୁରୀ ଓ ଭୁବନେଶ୍ବର ଯାଇଥାନ୍ତି। ଷ୍ଟେଶନରେ ଆଲୋକୀକରଣ ସୁବିଧା ନ ଥିବାରୁ ରାତିରେ ଫେରୁଥିବା ଯାତ୍ରୀମାନେ ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି। ଷ୍ଟେଶନରେ ଥିବା କାର୍ଯ୍ୟାଳୟ ଅଞ୍ଚଳଟି ଆଲୋକିତ ହେଉଥିବା ବେଳେ ପ୍ରବେଶ ପଥ ଓ ସର୍କୁଲେଟିଙ୍ଗ ଅଞ୍ଚଳ ସମ୍ପୂର୍ଣ୍ଣ ଅନ୍ଧାକାର ରହୁଛି। ଯାତ୍ରୀ ଲିଟୁ ପଟ୍ଟନାୟକ କୁହନ୍ତି, ପାନୀୟଜଳର ସୁବିଧା ନ ଥିବାରୁ ଯାତ୍ରୀ ପିଇବା ପାଣି ପାଇଁ ହନ୍ତସନ୍ତ ହୋଇଥାନ୍ତି। ପ୍ଲାଟଫର୍ମ ଓ ପ୍ରବେଶ ପଥରେ ଆଲୋକୀକରଣ ନ ଥିବାରୁ ରାତିରେ ପୁରୀ ଓ ଭୁବନେଶ୍ବରରୁ ଫେରୁଥିବା ଯାତ୍ରୀ ହଇରାଣ ହେବା ସହ ନିରାପଦ ମଣନାହାନ୍ତି। ଅନ୍ୟପକ୍ଷରେ ଷ୍ଟେଶନ ପରିଚାଳନା ଦାୟିତ୍ୱରେ ଥିବା ଷ୍ଟେଶନ ଟିକେଟ ବୁକିଙ୍ଗ ଅଥରିଟି (ଏସ୍‌୍‌ଟିବିଏ) ଏଜେଣ୍ଟ ଉମାକାନ୍ତ ବେବର୍ତ୍ତା ପଟ୍ଟନାୟକ କହିଛନ୍ତି, ଏ ସମ୍ପର୍କରେ ଉପରିସ୍ଥ ଅଧିକାରୀଙ୍କୁ ଅବଗତ କରାଯାଇଛି। ଖୁବ୍‌ଶୀଘ୍ର ଉକ୍ତ ସମସ୍ୟାର ସମାଧାନ କରାଯିବ ବୋଲି ବିଭାଗ ପକ୍ଷରୁ ମେସେଜ ଆସିଥିବା ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନବୀନଙ୍କ ଲୁଙ୍ଗିକୁ ନେଇ ରାଜନୀତିରେ ଝଡ଼, ଧର୍ମେନ୍ଦ୍ର କହିଲେ…

ଭୁବନେଶ୍ୱର,୨୩।୦୪: ନିର୍ବାଚନ ପୂର୍ବରୁ ଓଡ଼ିଶା ରାଜନୀତିରେ ରୋଚକ ଘଟଣା ଦେଖିବାକୁ ମିଳିଛି। ନବୀନଙ୍କ ଲୁଙ୍ଗି ପିନ୍ଧା ଘଟଣାକୁ ନେଇ ବିଜେଡି-ଭାଜପା ଭିତରେ ବାକଯୁଦ୍ଧ ଆରମ୍ଭ ହୋଇଛି।...

ପ୍ରଦୀପ ପାଣିଗ୍ରାହୀଙ୍କୁ ଝଟକା

କଟକ,୨୩ା୪ (କାର୍ତ୍ତିକ ସାହୁ) ଟାଟା ମୋଟର୍ସରେ ଚାକିରି କରାଇଦେବାକୁ କହି ଲକ୍ଷ ଲକ୍ଷ ଟଙ୍କା ଠକିବା ଅଭିଯୋଗ ମାମଲାରେ ପ୍ରଦୀପ ପାଣିଗ୍ରାହୀଙ୍କୁ ବଡ଼ ଝଟକା ଲାଗିଛି।...

୪ ନେତାଙ୍କୁ ବଡ଼ ଦାୟିତ୍ୱ ଦେଲା ବିଜେଡି, ଅମର-ଶ୍ରୀମୟୀଙ୍କୁ ମିଳିଲା…

ଭୁବନେଶ୍ୱର,୨୩।୪: ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଦଳର ୪ ନେତାଙ୍କୁ ବଡ଼ ଦାୟିତ୍ୱ ଦେଇଛନ୍ତି। ଅମର ପ୍ରସାଦ ଶତପଥୀଙ୍କୁ ବିଜେଡିର ବରିଷ୍ଠ ଉପ-ସଭାପତି ଦାୟିତ୍ୱ ଦିଆଯାଇଛି।...

ପାରଳାଖେମୁଣ୍ଡି ରାଜ୍ୟର ଉତ୍ତପ୍ତ ସହର

ଭୁବନେଶ୍ୱର,୨୩।୪: ଆଜି ପାରଳାଖେମୁଣ୍ଡି ପାଲଟିଛି ରାଜ୍ୟର ଉତ୍ତପ୍ତ ସହର। ସହରରେ ତାପମାତ୍ରା ୪୨.୮ ଡିଗ୍ରୀ ରେକର୍ଡ କରାଯାଇଛି। ଏଥିସହ ୧୭ଟି ସହର ତାପମାତ୍ରା ୪୦ ଡିଗ୍ରୀ...

ବରଗଡ଼ ଜିଲା ଭେଡେନ୍‌ ଥାନା ହାଜତ ମୃତ୍ୟୁ ମାମଲା: ମୃତକଙ୍କ ପରିବାରକୁ ୫ ଲକ୍ଷ ଟଙ୍କା କ୍ଷତିପୂରଣ ନିର୍ଦ୍ଦେଶ

କଟକ,୨୩ା୪ (କାର୍ତ୍ତିକ ସାହୁ): ବରଗଡ଼ ଜିଲା ଭେଡେନ୍‌ ଥାନା ହାଜତ ମୃତ୍ୟୁ ମାମଲାର ସିବିଆଇ ତଦନ୍ତ ପାଇଁ ରୁଜୁ ମାମଲାରେ ହାଇକୋର୍ଟ ମୃତକ ମାଖୁନ୍‌ ବାଗ୍‌ଙ୍କ...

ଜାତୀୟ ଧାନ ଗବେଷଣା ଅନୁଷ୍ଠାନର ୭୯ତମ ପ୍ରତିଷ୍ଠା ଦିବସ: ପ୍ରଯୁକ୍ତି ବିଦ୍ୟାର ବିକାଶ ଉତ୍ପାଦନ ବୃଦ୍ଧିରେ ସାହାଯ୍ୟ କରିଛି’

କଟକ,୨୩ା୪ (କାର୍ତ୍ତିକ ସାହୁ) ବିଦ୍ୟାଧରପୁରସ୍ଥିତ ଜାତୀୟ ଧାନ ଗବେଷଣା ଅନୁଷ୍ଠାନ(ଏନ୍‌ଆର୍‌ଆର୍‌ଆଇ)ର ୭୯ତମ ପ୍ରତିଷ୍ଠା ଦିବସ ଏବଂ ଧାନ ଦିବସ ପ୍ଲାଟିନମ୍‌ ଜୁବୁଲି ସମ୍ମିଳନୀ କକ୍ଷରେ ମଙ୍ଗଳବାର...

ଅଡୁଆରେ ପୁରୀ ଏମପି ପିନାକୀ ମିଶ୍ର, ପହଞ୍ଚିଲେ ହାଇକୋର୍ଟ

ପୁରୀ/ନୂଆଦିଲ୍ଲୀ,୨୩।୪: ଅଡୁଆରେ ପୁରୀ ଏମପି ପିନାକୀ ମିଶ୍ର । ପିନାକୀଙ୍କ ପିଛା ଛାଡୁନି ମହୁଆ ମୋଇତ୍ରା ବିବାଦ । ଦିଲ୍ଲୀ ହାଇକୋର୍ଟ ଦ୍ୱାରସ୍ଥ ହୋଇଛନ୍ତି ବିଜେଡି...

ଷ୍ଟାର ପ୍ରଚାରକ ଲିଷ୍ଟରେ ନାହିଁ ୩ ତାରକାଙ୍କ ନାମ

ଭୁବନେଶ୍ୱର,୨୩।୪: ଭାଜପା ଷ୍ଟାର ପ୍ରଚାରକ ତାଲିକାରେ ସ୍ଥାନ ପାଇଲେନି ୩ ଓଲିଉଡ ଷ୍ଟାର । ନିକଟରେ ବିଜେଡି ଛାଡି ଭାଜପାରେ ସାମିଲ ହୋଇଥିବା ଓଲିଉଡ ଷ୍ଟାରଙ୍କୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri