ପାନୀୟଜଳ, ଆଲୋକ ବ୍ୟବସ୍ଥା ନାହିଁ

ବୋଲଗଡ଼,୧୬ା୯(ଡି.ଏନ୍‌.ଏ.): ପୂର୍ବତଟ ରେଳପଥ ଅଧୀନ ବୋଲଗଡ଼ ରେଲଓ୍ବେ ଷ୍ଟେଶନରେ ପାନୀୟଜଳ ଏବଂ ଆଲୋକୀକରଣ ବ୍ୟବସ୍ଥା ନ ଥିବାରୁ ଯାତ୍ରୀ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଯାହାକୁ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି। ଏହି ଷ୍ଟେଶନ ପୂର୍ବରୁ ବୋଲଗଡ଼ ଟାଉନ ପାସେଞ୍ଜର୍‌ ହଲ୍ଟ ଥିବା ବେଳେ ଗତ ଜୁନ ୩୦ରେ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ସ୍ଥାନୀୟ ଜନସାଧାରଣଙ୍କ ଦାବିକୁ ଗ୍ରହଣ କରି ଏଠାରେ ପହଞ୍ଚି ବୋଲଗଡ଼ ଷ୍ଟେଶନର ମାନ୍ୟତା ପ୍ରଦାନ କରିଥିଲେ। ସେବେଠାରୁ ଏହି ଷ୍ଟେଶନରେ ଏକ୍ସପ୍ରେସ୍‌ ଟ୍ରେନ ରହଣି ଆରମ୍ଭ ହୋଇଥିଲା। ତେବେ ଷ୍ଟେଶନରେ ଅବ୍ୟବସ୍ଥା ଯୋଗୁ ଯାତ୍ରୀ ଓ ରେଲଓ୍ବେ କର୍ମଚାରୀ ହଇରାଣ ହେଉଛନ୍ତି। ଏଠାରେ ଥିବା ଏକ ନଳକୂପ ଖରାପ ହୋଇ ବନ୍ଦ ପଡିଛି। ଫଳରେ ପିଇବା ପାଣି ପାଇଁ ଯାତ୍ରୀ ଓ ରେଲଓ୍ବେ କର୍ମଚାରୀ ନିକଟ ବ୍ଲକ କାର୍ଯ୍ୟାଳୟରୁ ଆଣୁଛନ୍ତି। ଭୁବନେଶ୍ବର-ନୟାଗଡ ସେବା ଏକ୍ସପ୍ରେସ୍‌ ଏବଂ ପୁରୀ ନୁଆଗାଁ ପାସେଞ୍ଜର୍‌ ସ୍ପେଶାଲ ଟ୍ରେନ ପ୍ରତ୍ୟହ ପୂର୍ବାହ୍ନ ୧୦ଟା ମଧ୍ୟରେ ଏଠାରେ ପହଞ୍ଚୁଥିବା ବେଳେ ରାତି ୮ଟାରୁ ୮ଟା ୩୦ ମଧ୍ୟରେ ପୁଣି ଏଠାରେ ପହଞ୍ଚିଥାଏ। ଶତାଧିକ ଯାତ୍ରୀ ଏଠାରୁ ଦୈନନ୍ଦିନ ପୁରୀ ଓ ଭୁବନେଶ୍ବର ଯାଇଥାନ୍ତି। ଷ୍ଟେଶନରେ ଆଲୋକୀକରଣ ସୁବିଧା ନ ଥିବାରୁ ରାତିରେ ଫେରୁଥିବା ଯାତ୍ରୀମାନେ ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି। ଷ୍ଟେଶନରେ ଥିବା କାର୍ଯ୍ୟାଳୟ ଅଞ୍ଚଳଟି ଆଲୋକିତ ହେଉଥିବା ବେଳେ ପ୍ରବେଶ ପଥ ଓ ସର୍କୁଲେଟିଙ୍ଗ ଅଞ୍ଚଳ ସମ୍ପୂର୍ଣ୍ଣ ଅନ୍ଧାକାର ରହୁଛି। ଯାତ୍ରୀ ଲିଟୁ ପଟ୍ଟନାୟକ କୁହନ୍ତି, ପାନୀୟଜଳର ସୁବିଧା ନ ଥିବାରୁ ଯାତ୍ରୀ ପିଇବା ପାଣି ପାଇଁ ହନ୍ତସନ୍ତ ହୋଇଥାନ୍ତି। ପ୍ଲାଟଫର୍ମ ଓ ପ୍ରବେଶ ପଥରେ ଆଲୋକୀକରଣ ନ ଥିବାରୁ ରାତିରେ ପୁରୀ ଓ ଭୁବନେଶ୍ବରରୁ ଫେରୁଥିବା ଯାତ୍ରୀ ହଇରାଣ ହେବା ସହ ନିରାପଦ ମଣନାହାନ୍ତି। ଅନ୍ୟପକ୍ଷରେ ଷ୍ଟେଶନ ପରିଚାଳନା ଦାୟିତ୍ୱରେ ଥିବା ଷ୍ଟେଶନ ଟିକେଟ ବୁକିଙ୍ଗ ଅଥରିଟି (ଏସ୍‌୍‌ଟିବିଏ) ଏଜେଣ୍ଟ ଉମାକାନ୍ତ ବେବର୍ତ୍ତା ପଟ୍ଟନାୟକ କହିଛନ୍ତି, ଏ ସମ୍ପର୍କରେ ଉପରିସ୍ଥ ଅଧିକାରୀଙ୍କୁ ଅବଗତ କରାଯାଇଛି। ଖୁବ୍‌ଶୀଘ୍ର ଉକ୍ତ ସମସ୍ୟାର ସମାଧାନ କରାଯିବ ବୋଲି ବିଭାଗ ପକ୍ଷରୁ ମେସେଜ ଆସିଥିବା ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦିନିକିଆ ବିଶ୍ୱକପ୍‌ କାର୍ଯ୍ୟସୂଚୀ ଘୋଷଣା କଲା ଆଇସିସି: ଅକ୍ଟୋବର ୧୦ରେ ଭାରତ-ପାକିସ୍ତାନ ହାଇଭୋଲଟେଜ ମ୍ୟାଚ୍‌

ଦୁବାଇ, ୧ା୧୦: ୨୦୨୭ରେ ଦକ୍ଷିଣ ଆଫ୍ରିକା, ଜିମ୍ବାଓ୍ବେ ଓ ନାମ୍ବିଆରେ ହେବାକୁ ଥିବା ପୁରୁଷ ଦିନିକିଆ ବିଶ୍ୱକପ୍‌ ପାଇଁ ଗୁରୁବାର ଆଇସିସି ପକ୍ଷରୁ କାର୍ଯ୍ୟସୂଚୀ ଘୋଷଣା କରାଯାଇଛି।…

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ମନ୍ତ୍ରୀ

ବରଗଡ଼,୧।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଚିଖିଲି ସମେତ ବିଭିନ୍ନ ଗ୍ରାମରେ ଗତ ୨୭ ତାରିଖରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଉପରମୁଣ୍ଡରେ ପ୍ରବଳ…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?