ଜଳ ନିଷ୍କାସନ ବ୍ୟବସ୍ଥା ନାହିଁ, ଉଜୁଡୁଛି ଫସଲ

କଣାସ, ୨୮ା୧୧(ସ୍ବ.ପ୍ର.): ପୁରୀ ଜିଲାରେ ପ୍ରବାହିତ ଦୟା, ଭାର୍ଗବୀ, ରାଜୁଆ, ମକରା, ଲୁଣା, କାଣିଆ, ମଲାଗୁଣି, କୁଶଭଦ୍ରା, ପ୍ରାଚୀ ଏବଂ ଦେବୀ ନଦୀର ବନ୍ୟାଜଳ ପ୍ରତିବର୍ଷ ଠିକ୍‌ ଭାବେ ନିଷ୍କାସନ ହୋଇ ପାରୁନାହିଁ। ଫଳରେ ଚାଷୀଙ୍କର ବ୍ୟାପକ ଫସଲ କ୍ଷତିଗ୍ରସ୍ତ ହେଉଛି। କଣାସ ବ୍ଲକର ୯୨, ଡେଲାଙ୍ଗ ବ୍ଲକର ୮୪, ପୁରୀ ସଦର ବ୍ଲକର ୬୭, ସତ୍ୟବାଦୀ ବ୍ଲକର ୩୨, ବ୍ରହ୍ମଗିରି ବ୍ଲକର ୫୦ ଏବଂ ପିପିଲି ବ୍ଲକ ଅଧୀନ ୧୮ଟି ଗ୍ରାମର ଚାଷୀଙ୍କ ଦୁର୍ଦ୍ଦଶା ଗତ ୫୦ ବର୍ଷ ହେଲା ବଢ଼ି ଚାଲିଛି। ପ୍ରତିବର୍ଷ ବନ୍ୟା ସମୟରେ ପ୍ରଶାସନ ପକ୍ଷରୁ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଇ ଲୋକଙ୍କୁ ଚୁଡ଼ା, ଚାଉଳ ବାଣ୍ଟି ଦାୟିତ୍ୱ ସାରିଦିଆଯାଏ। ମାତ୍ର ବନ୍ୟାଜଳ ନିଷ୍କାସନ ସମସ୍ୟା ନେଇ ସ୍ଥାୟୀ ପ୍ରତିକାର ପାଇଁ ସରକାରୀ ସ୍ତରରେ ଆନ୍ତରିକତାର ସହ ପଦକ୍ଷେପ ନିଆଯାଉ ନାହିଁ। ଏଥିଯୋଗୁ ଅଞ୍ଚଳବାସୀଙ୍କ ମଧ୍ୟରେ ଅସନ୍ତୋଷ ବଢ଼ୁଛି।
ବନ୍ୟା ପ୍ରପୀଡ଼ିତ ଅଞ୍ଚଳ ଭାବେ ଚିହ୍ନଟ କଣାସ ବ୍ଲକରେ ଜଳ ନିଷ୍କାସନ ସମସ୍ୟା ଲାଗିରହିଛି। ରାଜୁଆ ନଦୀ ବାମପାର୍ଶ୍ୱରେ ପୂର୍ଣ୍ଣାଙ୍ଗ ନଦୀବନ୍ଧ ନ ଥିବାରୁ ବନ୍ୟାଜଳ ଦୟା ଓ ରାଜୁଆ ନଦୀ ମଧ୍ୟବର୍ତ୍ତୀ ଅଞ୍ଚଳ ଦୋକନ୍ଦା, ବଡ଼ାସ, ଗଡ଼ବଳଭଦ୍ରପୁର ପଞ୍ଚାୟତର ଚାଷଜମି କ୍ଷୟକ୍ଷତି କରିବା ସହିତ ବାଲିଚର କରିଦେଇଛି। ଏହି ବ୍ଲକର ତ୍ରିଲୋଚନପୁର, କଣାସ, ସିରେଇ, ଗଡ଼ସାହି, ବିଜିପୁର, ବିନ୍ଧଣ, ଅଣ୍ଡାଳସିଂହ, ଖଣ୍ଡହତା, ଆଳିବାଡ଼, ଯାମଳଗୋଦା ଏବଂ ଗଡ଼ିଶାଗୋଦା ପଞ୍ଚାୟତରେ ବର୍ଷାଜଳ ନିଷ୍କାସନ ପାଇଁ ଥିବା ଆରଦଙ୍ଗା, ସୁହାଗପୁର ନାଳ ପୋତି ହୋଇପଡ଼ିିଥିବାବେଳେ କଲିକତି ଦଳ ଜମିରହିଛି। ଫଳରେ ପ୍ରତିବର୍ଷ ଉକ୍ତ ଅଞ୍ଚଳର ବର୍ଷା ଓ ବନ୍ୟାଜଳ ମାସ ମାସ ଧରି ଚାଷ ଜମିରେ ଜମିରହୁଥିବାରୁ ଶାରଦ ଧାନ ଫସଲ କ୍ଷତିଗ୍ରସ୍ତ ହେଉଛି। ତ୍ରିଲୋଚନପୁର ଠାରୁ ନୂଆପଡ଼ା, ସିରେଇଶର, ଜଙ୍ଘାର, ପଶିଆପଡ଼ା, ମାଢିପୁର ଓ ବିଜିପୁର ମଧ୍ୟଦେଇ ଖଣ୍ଡହତା ନିକଟରେ ଖରଖରା ଖଲାସି ସହିତ ମିଶିଥିବା ମୂଳଖରଖରା ବର୍ତ୍ତମାନ ନିଶ୍ଚିହ୍ନ ହୋଇଗଲାଣି। ସମ୍ପୃକ୍ତ ଅଞ୍ଚଳରେ ଧାନଜମିରେ ପାଣି ଜମିରହି ବ୍ୟାପକ ଫସଲ ହାନି ହେଉଛି। ଡେଲାଙ୍ଗ ଓ ପିପିଲି ବ୍ଲକର ଦୁଇ ତୃତୀୟାଂଶ ଜମିରେ ଲୁଣାନଦୀ ଶଯ୍ୟା ପୋତିହୋଇ ପଡ଼ିଥିବାରୁ ଜଳ ନିଷ୍କାସନରେ ବାଧା ଉପୁଜୁଛି। ସେହିପରି ଭାର୍ଗବୀ ଓ ଲୁଣା ନଦୀର ମିଶ୍ରଣସ୍ଥଳ ବଡ଼ଗୋଠରୁ ଚିଲିକା ମୁହଁାଣ ପର୍ଯ୍ୟନ୍ତ ନଦୀଶଯ୍ୟା ପୋତିହେବା ସହ ଅନାବନା ଦଳ ଜମିଛି। ସତ୍ୟବାଦୀ, ଡେଲାଙ୍ଗ, ପିପିଲି ଅଞ୍ଚଳର ବର୍ଷାଜଳ ଲୁଣା ନଦୀକୁ ଖଲାସ ହେବା ପାଇଁ ଥିବା ବାରପଲ୍ଲିଆ ଖଲାସି, ଜୟଲୁଣ୍ଡା ଖଲାସି, ରତ୍ନଚିରା ଖଲାସି, ତୁପୁରୀ ଖଲାସି ଆଦି ପୋତି ହୋଇପଡ଼ିଥିବା ସହ ଦଳ ଜମିଛି। ଏଥିସହ କୁର ଓ ବାସ୍ତରୀପଲ୍ଲିଆ ନାଳ ସହିତ ଅନେକ ଛୋଟନାଳର ଗତିପଥ ଅବରୋଧ ହେବା ଫଳରେ ୫ଟି ବ୍ଲକରେ ଫସଲ ନଷ୍ଟ ହେଉଛି। ସତ୍ୟବାଦୀ ଓ ପୁରୀ ସଦର ବ୍ଲକରେ ବର୍ଷାଜଳ ରତ୍ନଚିରା ମୁଖ୍ୟ ଖଲାସି ମାଧ୍ୟମରେ ଖଜୁରିଆଠାରେ ଭାର୍ଗବୀ ନଦୀକୁ ନିଷ୍କାସନ ବ୍ୟବସ୍ଥା ଥିବାବେଳେ ଗମନାଗମନ ପାଇଁ ଏହି ଖଲାସି ଉପରେ କଲଭର୍ଟ ନିର୍ମାଣ କରାଯାଇଛି। ଅନାବନା ଦଳ ଜମିରହି ଥିବାରୁ ଜଳ ନିଷ୍କାସନ ହୋଇ ନ ପାରି କୃତ୍ରିମ ବନ୍ୟା ପରିସ୍ଥିତି ସୃଷ୍ଟି କରୁଛି। ଗମନାଗମନ ପାଇଁ ନିର୍ମିତ ନୂଆ ଜଗନ୍ନାଥ ସଡ଼କରେ ଆବଶ୍ୟକ ସଂଖ୍ୟକ କଲଭର୍ଟ ନ ଥିବାରୁ ବର୍ଷାଜଳ ଜମିରହି କଣାସ ବ୍ଲକର କଣାସ, ସିରେଇ, ଗଡ଼ସାହି, ତ୍ରିଲୋଚନପୁର ଏବଂ ଡେଲାଙ୍ଗ ବ୍ଲକର କଲ୍ୟାଣପୁର, ସାଉରିଆ, ମୁନିଦିଆ, ଧାନକେରା, ଅଭମୁଖୀ, ଡେଲାଙ୍ଗ କୋଠବାଡ଼ ପଞ୍ଚାୟତ ଚାଷଜମି ଜଳମଗ୍ନ ହେଉଛି। ପ୍ରାୟ ୧୦ବର୍ଷ ତଳେ ଖୋଳାଯାଇଥିବା ନଦୀ ମୁହଁାଣଗୁଡ଼ିକ ପୋତି ହୋଇଯାଇଥିବାରୁ ଚିଲିକାକୁ ସହଜରେ ଜଳ ନିଷ୍କାସନ ହୋଇପାରୁନାହିଁ। ତୁରନ୍ତ ନଦୀନାଳଗୁଡ଼ିିକ ଖନନ ସହ ଦଳ ସଫେଇ କରା ନ ଗଲେ ଆଗାମୀ ଦିନରେ ୬ଟି ବ୍ଲକର ଚାଷଜମି ଚିଲିକାରେ ପରିଣତ ହେବ ବୋଲି କୃଷକ ସଙ୍ଗଠନଗୁଡ଼ିକ ପକ୍ଷରୁ ଚେତାବନୀ ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକାର ଲଢ଼ୁଆ ବିମାନକୁ ଖସାଇଲା ଇରାନ: ନାଗରିକଙ୍କୁ ଦେଲା ଏମିତି ଅଫର, ‘ପାଇଲଟ ଜୀବିତ ଥିଲେ…’

ଓ୍ବାଶିଂଟନ୍‌,୪।୪: ଇରାନରେ ଏକ ଆମେରିକୀୟ F-15E ଲଢ଼ୁଆ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଫେବୃଆରୀ ୨୮ ତାରିଖରେ ଯୁଦ୍ଧ ଆରମ୍ଭ ହେବା ପରଠାରୁ ଏହା ପ୍ରଥମ ଥର ପାଇଁ…

୪୦ କିମି ବେଗରେ ବହିବ ପବନ, ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା: ସତର୍କ ସୂଚନା ଜାରି

ଭୁବନେଶ୍ୱର,୪।୪: ରାଜ୍ୟର କେତେକ ସ୍ଥାନରେ କାଳବୈଶାଖୀ ବର୍ଷା ହେବାର ସମ୍ଭାବନା ଥିବାରୁ ସତର୍କ ସୂଚନା ଜାରି ହୋଇଛି। ତେବେ ୨ଦିନ ପରେ ତାପମାତ୍ରା ୨ରୁ ୩ ଡିଗ୍ରୀ…

IPL 2026: ଚେପକ୍‌ରେ ପଞ୍ଜାବ କିଙ୍ଗସର ଐତିହାସିକ ବିଜୟ; ଚେନ୍ନାଇକୁ ୫ ୱିକେଟରେ ହରାଇ ରଚିଲା ଇତିହାସ

ଚେନ୍ନାଇ,୩/୪ : ଆଇପିଏଲ୍ ୨୦୨୬ର ସପ୍ତମ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗସ ଏକ ଚମତ୍କାର ପ୍ରଦର୍ଶନ କରି ଚେନ୍ନାଇ ସୁପର କିଙ୍ଗସକୁ ତା’ର ଘରୋଇ ଗ୍ରାଉଣ୍ଡ୍ ଏମ୍.ଏ. ଚିଦାମ୍ବରମ୍…

କୁରୁକୁଟି ମୌଜାରେ ଜମି ବିବାଦ ଅସମାହିତ: ଜିଲାପାଳ-ଏସପିଙ୍କ ବୁଝାଶୁଝା ସତ୍ତ୍ୱେ ହଟିଲେନି ଆନ୍ଦୋଳନକାରୀ

ଥୁଆମୂଳ ରାମପୁର, ୩ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କୁରୁକୁଟି ମୌଜାରେ ପ୍ରସ୍ତାବିତ ଥଇଥାନ କଲୋନୀ ନିର୍ମାଣକୁ ନେଇ ଚାଲିଥିବା ବିବାଦ ଆଜି…

ଭୂକମ୍ପ ଝଟ୍‌କାରେ ଥରିଲା ଜମ୍ମୁ-କଶ୍ମୀରରୁ ନେଇ ଦିଲ୍ଲୀ, ଭୟରେ ଘରୁ ବାହାରକୁ ଦୌଡ଼ିଲେ ଲୋକେ…

ନୂଆଦିଲ୍ଲୀ,୩।୪: ଭାରତର ରାଜଧାନୀ ଦିଲ୍ଲୀ-ଏନ୍‌ସିଆର (Delhi-NCR), ଜମ୍ମୁ-କାଶ୍ମୀର ଏବଂ ଚଣ୍ଡିଗଡ଼ ସମେତ ଉତ୍ତର ଭାରତର ବିଭିନ୍ନ ସ୍ଥାନରେ ଶକ୍ତିଶାଳୀ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ଜମ୍ମୁ-କାଶ୍ମୀରରେ ପରସ୍ପର…

୬ ଘଣ୍ଟା ଧରି ପୂର୍ତ୍ତ ବିଭାଗ କର୍ମଚାରୀଙ୍କ ହାତଗୋଡ଼ ବାନ୍ଧି ମାଡ଼ ମାରି ଲୁଟ୍‌, ମହିଳାଙ୍କ ସମେତ ୫ଜଣଙ୍କୁ ବାନ୍ଧିଲା…

ରାୟଗଡ଼ା, ୩।୪ (ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ସହରରେ ଜଣେ ସରକାରୀ କର୍ମଚାରୀଙ୍କୁ ବନ୍ଧୁକ ଦେଖାଇ ମରଣାନ୍ତକ ଆକ୍ରମଣ ଓ ଲୁଟ କରିବା ଘଟଣାର ପର୍ଦ୍ଦାଫାଶ କରିଛି…

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

କୁଆପଥର ବର୍ଷା: ଗଛ ଉପୁଡ଼ିବା ସହ ଉଡ଼ିଲା ଛପର

ନନ୍ଦପୁର,୩ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ କୁଆପଥର ବର୍ଷା ପବନ ପ୍ରଭାବରେ ମାଳିବେଲଗାଁ ପଞ୍ଚାୟତ ରାସ୍ତାରେ ୨ଗଛ ଉପୁଡ଼ି ପଡ଼ିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri