ଜଳ ନିଷ୍କାସନ ହେଉନି, ମୁଣ୍ଡରେ ହାତ ଦେଇ ବସିଛନ୍ତି ଚାଷୀ

ଯାଜପୁର ଅଫିସ/ପ୍ରୀତିପୁର (ଡି.ଏନ୍‌.ଏ.),୧୮ା୧୨: ବର୍ଷା ଓ ବନ୍ୟା ଜଳ ନିଷ୍କାସନ ହୋଇ ନ ପାରିବାରୁ ଯାଜପୁର ଜିଲା ବିଞ୍ଝାରପୁର ଓ ଦଶରଥପୁର ଅଞ୍ଚଳ ଚାଷୀ ଧାନ ଅମଳ କରି ନ ପାରି ମୁଣ୍ଡରେ ହାତ ଦେଇ ବସିଛନ୍ତି। ଏହି ଦୁଇ ବ୍ଲକର ୨୦ ପଞ୍ଚାୟତର ୧୦ ହଜାରରୁ ଊର୍ଦ୍ଧ୍ୱ ହେକ୍ଟର ଜମିରେ ଚାଷ କାମ ବାଧାପ୍ରାପ୍ତ ହୋଇଛି। ଚାଷଜମିରୁ ଜଳ ନିଷ୍କାସନର ବ୍ୟବସ୍ଥା ନଥିବା ଯୋଗୁଁ ଚଳିତ ବର୍ଷ ଶତାଧିକ କୃଷକ ଶାରଦ ଧାନ ଚାଷ କରିବାରୁ ବଞ୍ଚତ୍ତ ହୋଇଛନ୍ତି। ଏ ସମ୍ପର୍କରେ ଚାଷୀମାନେ ବାରମ୍ବାର ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଥିଲେ ସୁଦ୍ଧା କୌଣସି ପ୍ରତିକାର ବ୍ୟବସ୍ଥା ଗ୍ରହଣ କରାଯାଉନାହିଁ। ବିଞ୍ଝାରପୁର ବ୍ଲକ ଅଧୀନ କପିଳା, ମାନ୍ଦାତାପାଟଣା, କରପଦା, ତାଲୁକପଡା, ରାହାସ ଗୁହାଳୀ, ଟିଣା ଆଦି ଗ୍ରାମ ସମେତ ଦଶରଥପୁର ବ୍ଲକର ବିରିପଟା, ପାଲଟପୁର, ଥାଲକୁଡି, ଖାନନଗର, କୟାଁ, କମାରଡିହି, ନିଜାମପୁର ଆଦି ପଞ୍ଚାୟତରେ ମଧ୍ୟ ସମାନ ସମସ୍ୟା ଦେଖାଯାଇଛି। ଚାଷଜମିରୁ ଜଳ ନିଷ୍କାସନର ବ୍ୟବସ୍ଥା ନ ଥିବାରୁ ପ୍ରତି ବର୍ଷ ଚାଷୀମାନେ ବ୍ୟାପକ କ୍ଷତି ସହୁଥିବାରୁ ଚଳିତ ବର୍ଷ ଅଧିକାଂଶ ଚାଷୀ ଚାଷ କରିନାହାନ୍ତି। ଜୁଣେଇ, କୁଶେଇ, ବେଙ୍ଗା ଓ ଭାଟିଆ ନାଳରେ ପ୍ରବାହିତ ଜଳ ନିଷ୍କାସିତ ହୋଇ ନ ପାରିବା ଯୋଗୁ ଏପରି ସମସ୍ୟା ଉପୁଜୁଛି। ଏହି ଚାଷ ଜମିରୁ ଜଳ ନିଷ୍କାସନର ଏକମାତ୍ର ପଥ ଥିବା ବିଭିନ୍ନ ନଦୀ ଓ ନାଳରୁ ମାଛ ଧରିବା ପାଇଁ କେତେଜଣ ବ୍ୟକ୍ତି ନାଳରେ ବହ୍ଲା ଓ ବାଉଁଶ ଖୁଣ୍ଟ ଦ୍ୱାରା ସ୍ଥାୟୀ ଅବରୋଧ କରିବା ଯୋଗୁ ଏପରି ସମସ୍ୟା ସୃଷ୍ଟି ହୋଇଥିବା ଚାଷୀମାନେ କହିଛନ୍ତି। ତେଣୁ ପ୍ରଶାସନ ପ୍ରାକୃତିକ ଜଳ ନିଷ୍କାସନ ପଥକୁ ଅବରୋଧ ମୁକ୍ତ କରିବା ସହିତ ସେଗୁଡିକୁ ସଫେଇ ଓ ସମ୍ପ୍ରସାରଣର କରି ସ୍ଥାୟୀ ପ୍ରତିକାର କରିବାକୁ ବିଞ୍ଝାରପୁର ବ୍ଲକର ୩୦ରୁ ଊର୍ଦ୍ଧ୍ୱ ଚାଷୀ ଓ ସାମାଜିକ କର୍ମୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ରବିନାରାୟଣ ସାମଲ, ରବିନ୍ଦ୍ର କୁମାର ଦାସ, କୈଳାସ ଚନ୍ଦ୍ର ଜେନା, ସଚ୍ଚିଦାନନ୍ଦ ଗୁରୁ, ଅମୂଲ୍ୟ କୁମାର ସାମଲ, ନୃସିଂହଚରଣ ପଣ୍ଡା, ବାଙ୍କବିହାରୀ ଜେନା, ଅରୁଣ କୁମାର ଦାସ, ଘନଶ୍ୟାମ ପାତ୍ର, ପ୍ରେମାନନ୍ଦ ସାହାଣୀ, ଶାନ୍ତନୁ କୁମାର ଦାସ, ବିରଞ୍ଚତ୍ ନାରାୟଣ ବେହେରା ପ୍ରମୁଖ ହାଇକୋର୍ଟରେ ମାମଲା ରୁଜୁ କରିଛନ୍ତି। ଏନେଇ ହାଇକୋର୍ଟରେ ୩୩୧୫୩/୨୦୨୨ନମ୍ବରରେ ଏକ ଜନସ୍ବାର୍ଥ ମାମଲା ରୁଜୁ ହୋଇଥିବାବେଳେ ଶକ୍ତିଧର ଦାସ, ହରିପଦ ମହାନ୍ତି, ଏମ୍‌.ଏମ୍‌ ସ୍ବାଇଁ, କର୍ଣ୍ଣାନ ସତ୍ତାର, ଏମ୍‌. ଫାରାଦିଶ୍‌ ମାମଲା ପରିଚାଳନା କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କୁରୁକୁଟି ମୌଜାରେ ଜମି ବିବାଦ ଅସମାହିତ: ଜିଲାପାଳ-ଏସପିଙ୍କ ବୁଝାଶୁଝା ସତ୍ତ୍ୱେ ହଟିଲେନି ଆନ୍ଦୋଳନକାରୀ

ଥୁଆମୂଳ ରାମପୁର, ୩ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କୁରୁକୁଟି ମୌଜାରେ ପ୍ରସ୍ତାବିତ ଥଇଥାନ କଲୋନୀ ନିର୍ମାଣକୁ ନେଇ ଚାଲିଥିବା ବିବାଦ ଆଜି…

୬ ଘଣ୍ଟା ଧରି ପୂର୍ତ୍ତ ବିଭାଗ କର୍ମଚାରୀଙ୍କ ହାତଗୋଡ଼ ବାନ୍ଧି ମାଡ଼ ମାରି ଲୁଟ୍‌, ମହିଳାଙ୍କ ସମେତ ୫ଜଣଙ୍କୁ ବାନ୍ଧିଲା…

ରାୟଗଡ଼ା, ୩।୪ (ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ସହରରେ ଜଣେ ସରକାରୀ କର୍ମଚାରୀଙ୍କୁ ବନ୍ଧୁକ ଦେଖାଇ ମରଣାନ୍ତକ ଆକ୍ରମଣ ଓ ଲୁଟ କରିବା ଘଟଣାର ପର୍ଦ୍ଦାଫାଶ କରିଛି…

କୁଆପଥର ବର୍ଷା: ଗଛ ଉପୁଡ଼ିବା ସହ ଉଡ଼ିଲା ଛପର

ନନ୍ଦପୁର,୩ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ କୁଆପଥର ବର୍ଷା ପବନ ପ୍ରଭାବରେ ମାଳିବେଲଗାଁ ପଞ୍ଚାୟତ ରାସ୍ତାରେ ୨ଗଛ ଉପୁଡ଼ି ପଡ଼ିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।…

ରିଲ୍ସ ପାଇଁ ବନ୍ଧୁକ ଧରି ଯୁବକଙ୍କ ଫାଙ୍କା ଗୁଳିଚାଳନା ଭିଡିଓ ଭାଇରାଲ, ଏସ୍‌ପି କହିଲେ ତଦନ୍ତ ଚାଲିଛି

ପୁରୀ,୩ା୪(ଅଜିତ୍‌ କୁମାର ମହାନ୍ତି): ରିଲ୍ସ ପାଇଁ ଜଣେ ଯୁବକ ବନ୍ଧୁକ ଧରି ଫାଙ୍କା ଗୁଳିଚାଳନା କରୁଥିବାର ଏକ ଭିଡିଓ ଶୁକ୍ରବାର ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଏହି…

ପୋଖରୀରେ ବୁଡ଼ିଲେ ଜଣଙ୍କ ପରେ ଜଣେ …

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମ ନିକଟସ୍ଥ ଏକ ପୋଖରୀରେ ଶୁକ୍ରବାର ୩ଜଣ ମହିଳା ବୁଡି ଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର…

ଛେଳି ଖାଇଲା ଟମାଟୋ ଗଛ: ମାଡ଼ ଖାଇଲେ ଦମ୍ପତି, ମାମଲା ଏବେ…

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗ୍ରାମ ନିକଟରେ ଜି.ଦୁର୍ଯ୍ୟ ରେଡ୍ଡୀଙ୍କ ଜମିରେ ଲାଗିଥିବା ଟମାଟୋ ଗଛ ଗୁଡ଼ିକୁ ଶୁକ୍ରବାର ମଧ୍ୟାହ୍ନରେ କିଛି…

ଆଦେଶ ପାଳନ କଲେ ଜିଲାପାଳ, ପିଛିଲା ତାରିଖ ପକାଇ ୨୧ ଦିନ ପରେ ଅର୍ଡର ପ୍ରେରଣ

କେନ୍ଦୁଝର/ହାଟଡିହୀ,୩l୪(ନରେଶ ଚନ୍ଦ୍ର ପଟ୍ଟନାୟକ/ଶୁଭକାନ୍ତ ନାୟକ):ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ ଧାର୍ଯ୍ୟ ସମୟରେ ପାଳନ ନ କରିବା ଫଳରେ ଅଦାଲତ ଅବମାନନା ମାମଲା ଦାୟର ହେବା ଏବଂ ଏ ନେଇ…

କାଳବୈଶାଖୀ ତାଣ୍ଡବ: ଭାଙ୍ଗିଲା ଗଛ, ଉଡ଼ିଲା ଆଜ୍‌ବେଷ୍ଟସ୍‌

କୋରାପୁଟ,୩।୪(ଅମିତାଭ ବେହେରା): କୋରାପୁଟ ସହରରେ ଶୁକ୍ରବାର ସନ୍ଧ୍ୟାରେ କାଳବୈଶାଖୀ ତାଣ୍ଡବ ରଚିଛି। କାଳବୈଶାଖୀ ପ୍ରଭାବରେ ଅଞ୍ଚଳର ବିଭିନ୍ନ ସ୍ଥାନରେ ଝଡ଼ତୋଫାନ ହୋଇଛି। ଝଡ଼ତୋଫାନରେ କୋରାପୁଟ-ରାୟଗଡ଼ା ସଂଯୋଗ କରୁଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri