ବାଜିବନି ଡିଜେ, ଫୁଟିବନି ବାଣ

ନୟାଗଡ଼ ଅଫିସ/ ରଣପୁର,୧୭।୩(ସ୍ବ.ପ୍ର.): ଶୁକ୍ରବାର ରାତିରେ ରଣପୁର ବ୍ଲକ ଚାନ୍ଦପୁରରେ ହେବ ଦଶଦୋଳ ମେଳଣ। ଏଥିପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଏତିକି ବେଳେ ଗୁରୁବାର ପୂର୍ବାହ୍ନରେ ଚାନ୍ଦପୁର ଥାନା ପୋଲିସ ଦଶଦୋଳ ମେଳଣ ଉପରେ କଟକଣା ଲଗାଇ ବାଜିବନି ଡିଜେ ଓ ଫୁଟିବନି ବାଣ ନୋଟିସ୍‌ ଜାରି କରିଛି। ଏ ସଂକ୍ରାନ୍ତରେ ଡାକବାଜି ଯନ୍ତ୍ରରେ ପ୍ରଚାର କରିବାକୁ ନେଇ ଅସନ୍ତୋଷ ପ୍ରକାଶ ପାଇଛି। ତେବେ ଡିଜେ ଉପରେ କଟକଣାକୁ ନେଇ ବୁଦ୍ଧିଜୀବୀଙ୍କ ସମେତ ଅନେକ ସ୍ବାଗତ କରିଛନ୍ତି। କାହିଁ କେଉଁ କାଳରୁ ଚାନ୍ଦପୁରରେ ଦଶଦୋଳ ମେଳଣ ପାରମ୍ପରିକ ରୀତିରେ ହୋଇ ଆସୁଥିବାବେଳେ ଆତସବାଜି ଓ ଡିଜେ ବାଜୁଥିଲା। ତେବେ ଧିରେ ଧିରେ ଚାନ୍ଦପୁର ମେଳଣରେ ୨୫ରୁ ୩୦ ଡିଜେ ବାଜିଲା। ମାତ୍ରାଧିକ ଡିଜେ ବାଜିବା ପରେ ସାଧାରଣରେ ଅସନ୍ତୋଷ ଓ ପ୍ରତିବାଦ ଉଠିଥିଲା। ଏପରି କି ଅଧିକାଂଶ ରୋଗୀ ଓ ବୃଦ୍ଧାବୃଦ୍ଧ ଏହାକୁ ନେଇ ପ୍ରତିବାଦ କରିଥିଲେ। ଆତସବାଜି ବନ୍ଦ ଉପରେ କଟକଣା ଲଗାଇବା ନେଇ ବିଚାର କରିବାକୁ ଦାବି ଉଠିଛି। ସେହିଭଳି ୨୫ରୁ ୩୦ ସ୍ଥାନରେ ଡିଜେ ମାତ୍ର ଗୋଟିଏ ବାଜିବାକୁ ଅନୁମତି ଦେବାକୁ କେତେଜଣ ଲୋକ ଯୁକ୍ତି ବାଢ଼ିଛନ୍ତି। ଅନ୍ୟପକ୍ଷେ ଚାନ୍ଦପୁର ଥାନା ପୋଲିସ ନୋଟିସରେ ଉଲ୍ଲେଖ କରିଛି ଦଶମ ଶ୍ରେଣୀ ପରୀକ୍ଷା ଚାଲିଛି। ଏ ସମୟରେ ବାଣ ଫୁଟାଇବା ଓ ଡିଜେ ବଜାଇଲେ ଶବ୍ଦ ପ୍ରଦୂଷଣ ହେବା ସହ ଛାତ୍ରୀଛାତ୍ରଙ୍କ ପାଠପଢ଼ାରେ ବ୍ୟାଘାତ ସୃଷ୍ଟି ହେବ। ସେହିପରି ଦଶଦୋଳ ମେଳଣ ପଡ଼ିଆଠାରୁ ମାତ୍ର ୧୦୦ ମିଟର ଦୂରରେ ବସନ୍ତ ମଞ୍ଜରୀ ସ୍ବାସ୍ଥ୍ୟ ନିବାସ ରହିଥିବାରୁ ବାଣ ଫୁଟାଇବା ଓ ଡିଜେ ବଜାଇଲେ ରୋଗୀମାନଙ୍କ ଅଚାନକ ହୃଦ୍‌ଘାତ ହୋଇଯିବାର ଭୟ ରହିଛି। ପୁଣି ବୟସ୍କ ବ୍ୟକ୍ତି ଓ ଛୋଟ ପିଲାଙ୍କ ଉପରେ ଏହାର କୁପ୍ରଭାବ ପଡୁଛି। ଅପରପକ୍ଷେ ଚାନ୍ଦପୁର ଦଶଦୋଳ ମେଳଣସ୍ଥଳ ଜନବସତିର ମଧ୍ୟଭାଗରେ ରହୁଥିବାରୁ ସାଧାରଣ ଲୋକ ପ୍ରତିବାଦ କରୁଛନ୍ତି। ପୁଣି ଉପଜିଲାପାଳଙ୍କ ମାଇକ ପରିମିଶନରେ ଡିଜେ ବଜାଇବାକୁ ବାରଣ କରାଯାଇଛି। ଏଣୁ ପୋଲିସ ସାଧାରଣ ଲୋକଙ୍କ ସହଯୋଗ ମାଗି ଦଶଦୋଳ ଯାତ୍ରା ଉପରେ କଟକଣା ଲଗାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଶିମିଳିପାଳ ସୁରକ୍ଷା ପାଇଁ ଏକାଠି ହେଲେ ଗ୍ରାମବାସୀ

ବାରିପଦା,୩୦ା୩(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ଶ୍ୟାମାଖୁଣ୍ଟ ବ୍ଲକ ଅଧୀନ ରଙ୍ଗମାଟିଆସ୍ଥିତ ପଞ୍ଚାୟତ କଲ୍ୟାଣ ମଣ୍ଡପରେ ଶିମିଳିପାଳର ସୁରକ୍ଷା ନେଇ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।…

ତହସିଲଦାରଙ୍କୁ ବିଧାୟିକା ସ୍ବାମୀଙ୍କ ହତ୍ୟା ଧମକ ମାମଲା: ୱାରେଣ୍ଟ ପାଇଁ କୋର୍ଟରେ ଆବେଦନ କଲା ପୋଲିସ

ଭବାନୀପାଟଣା,୩୦।୩(ଉତ୍ତମ କୁମାର ଦାଶ): ସରକାରୀ କାର୍ଯ୍ୟରେ ବାଧା ସୃଷ୍ଟି କରିବା ଏବଂ ତହସିଲଦାରଙ୍କୁ ହତ୍ୟା ଧମକ ଦେବା ଅଭିଯୋଗରେ କଳାହାଣ୍ଡି ଜିଲା ନର୍ଲା ବିଜେଡି ବିଧାୟିକା ମନୋରମା…

ପାକିସ୍ତାନର ଖୋଲିଗଲା ପୋଲ୍‌: ଯୁଦ୍ଧ ନାଁରେ କରୁଛି ଏହି କାମ, ସାମ୍ନାକୁ ଆସିଲା ସାଂଘାତିକ କଥା

ନୂଆଦିଲ୍ଲୀ,୩୦।୩: ଇରାନ, ଆମେରିକା ଏବଂ ଇସ୍ରାଏଲ ସହିତ ଚାଲିଥିବା ସଂଘର୍ଷରେ ଯୁଦ୍ଧବିରାମ ପାଇଁ ପାକିସ୍ତାନ ପଦକ୍ଷେପ ନେଉଛି। ମଧ୍ୟପ୍ରାଚ୍ୟରେ ଉତ୍ତେଜନା ମଧ୍ୟରେ ପାକିସ୍ତାନ ନିଜକୁ ଏକ ଶାନ୍ତି…

ଯୁଦ୍ଧ ଭିତରେ ବଡ଼ ଡିଲ୍‌ କରିଦେଲେ ମୋଦି-ପୁଟିନ୍‌, ଭାରତୀୟ ଯୁବପିଢ଼ିଙ୍କୁ ମିଳିବ ବଡ଼ ଫାଇଦା!

ନୂଆଦିଲ୍ଲୀ,୩୦।୩: ଭାରତ ଏବଂ ରୁଷିଆ ମଧ୍ୟରେ ବନ୍ଧୁତା ଆଉ କେବଳ ଅସ୍ତ୍ରଶସ୍ତ୍ର କିଣା ବିକ୍ରୟ ପର୍ଯ୍ୟନ୍ତ ସୀମିତ ନାହିଁ। ଦୁଇ ଦେଶ ଭବିଷ୍ୟତର ପ୍ରଯୁକ୍ତିବିଦ୍ୟାକୁ ମିଳିତ ଭାବରେ…

କାଳବୈଶାଖୀ: ରାସ୍ତାରେ ପଡ଼ିଲା ଗଛ, ଭାଙ୍ଗିଲା ଘର

ନନ୍ଦପୁର,୩୦।୩(ତୁଷାର କାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ଓ ଲମତାପୁଟ ବ୍ଲକ ଅଞ୍ଚଳରେ କାଳବୈଶାଖୀର କରାଳ ରୂପ ଦେଖିବାକୁ ମିଳିଛି। ଘୂର୍ଣ୍ଣିଝଡ଼ ଓ ପ୍ରବଳ ବର୍ଷା ଯୋଗୁ…

ଇରାନକୁ ଭୟଙ୍କର ଧମକ ଦେଲେ ଟ୍ରମ୍ପ, ଶୁଣିକି ଥରହର ହେଲା…..

ତେହରାନ,୩୦ା୩: ଇରାନ ସହିତ ଚାଲିଥିବା ସାମରିକ ଉତ୍ତେଜନା ମଧ୍ୟରେ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ଥରେ ଏକ ଧମକ ଦେଇଛନ୍ତି। ଡୋନାଲ୍ଡ ଟ୍ରମ୍ପ ସ୍ପଷ୍ଟ ଭାବରେ…

କାୟା ମେଲାଇଲାଣି କାରୋନାର ନୂଆ ଭାରିଆଣ୍ଟ, ୨୩ଟି ଦେଶରେ ବ୍ୟାପିଲା, ଜାଣନ୍ତୁ ଏହା କେତେ ବିପଦ

ନୂଆଦିଲ୍ଲୀ,୩୦।୩: ଯେତେବେଳେ ବି କରୋନା ଭାଇରସ ବିଲୁପ୍ତ ହେବାର ଦ୍ୱାରଦେଶରେ ଥାଏ, ସେତେବେଳେ ଏକ ନୂତନ ପ୍ରକାର ବ୍ୟାପିଥାଏ ଏବଂ ଲୋକଙ୍କୁ ଦ୍ରୁତ ଗତିରେ ସଂକ୍ରମିତ କରିଥାଏ।…

ଟୋକନ ଅବଧି ନେଇ ମୁହଁ ଖୋଲିଲେ ଶାରଦା: କହିଲେ ଦୁଇ ଦିନରେ…

ଭୁବନେଶ୍ୱର,୩୦।୩: ଟୋକନ ଅବଧି ନେଇ ମୁହଁ ଖୋଲିଲେ ବିଜେଡି ବିଧାୟକ ଶାରଦା ଜେନା। ସେ କହିଛନ୍ତି, ୭ ଦିନ ବୃଦ୍ଧି କରିବାକୁ ଦାବି କରିଥିଲୁ। ଧନ୍ୟବାଦ ସେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri