ଝଲସିବନି ଲୋଭୀଙ୍କ ପୀଠ

ବଅଁରପାଳ, ୨୬ା୧୧(ଉପେନ୍ଦ୍ର ରାଉତ): ପ୍ରତିବର୍ଷ ଧୁମଧାମରେ ଅନୁଷ୍ଠିତ ହେଉଥିବା ଅନୁଗୋଳ ଜିଲା ବଅଁରପାଳ ବ୍ଲକ ଗଡସନ୍ତ୍ରୀ ଓ ତୁଳସୀପାଳ ଗ୍ରାମର ଅଧିଷ୍ଠାତ୍ରୀ ଦେବୀ ମା’ ଲୋଭୀଙ୍କ ଯାତ୍ରା ଚଳିତ ବଷର୍ର୍ ଆୟୋଜନ ହେବନି। ୪ ଦିନ ଧରି ଯାତ୍ରା ଯୋଗୁ ଉତ୍ସବମୁଖର ରହୁଥିବା ପୀଠ ଏ ବର୍ଷ ଚଳଚଞ୍ଚଳ ହୋଇଉଠିବନି। କରୋନା କଟକଣା ଯୋଗୁ କେବଳ ବିଧିରକ୍ଷା ନିମନ୍ତେ ଦୁଇ ଦିନରେ ମା’ଙ୍କ ଯାତ୍ରା ଶେଷ କରାଯିବ ବୋଲି ନିଷ୍ପତ୍ତି ହୋଇଛି।
୭ ଦିନ ପୂର୍ବରୁ ଯାତ୍ରା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଥାଏ। ଏଥିପାଇଁ ଲକ୍ଷାଧିକ ଟଙ୍କାର ବ୍ୟୟ ଅଟକଳ କରାଯାଇଥାଏ। ହେଲେ ଚଳିତ ବର୍ଷ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଦୁଇ ଗ୍ରାମ ପକ୍ଷରୁ ଏ ଦିଗରେ କୌଣସି ପ୍ରସ୍ତୁତି କରାଯାଇନାହିଁ। ଆସନ୍ତା ୩୦ ତାରିଖରେ କେବଳ ଦୁଇ ଦିନ ମା’ଙ୍କ ପୂଜା ପାଳନ କରାଯିବ। ତୁଳସୀପାଳ ସ୍ଥିତ ଆଲମଘରୁ ୭ ଭକ୍ତ ମା’ଙ୍କୁ ଗଡସନ୍ତ୍ରୀ ଦେବୀପୀଠକୁ ଆଣିବେ। ପୂଜାସ୍ଥଳକୁ କୌଣସି ଶ୍ରଦ୍ଧାଳୁଙ୍କୁ ଆସିବାକୁ ବାରଣ କରାଯାଇଛି। ଏଥିସହ କୌଣସି ବ୍ୟବସାୟୀ ମଧ୍ୟ ଯାତ୍ରାସ୍ଥଳରେ ପସରା ନ ମେଲାଇବାକୁ ସ୍ଥିର ହୋଇଛି। ବିନା ବାଦ୍ୟବାଜଣାରେ ସମ୍ପୂର୍ଣ୍ଣ ନିରାଡମ୍ବର ଭାବେ ପୂଜା ସମ୍ପନ୍ନ ହେବ। ଶୋଭାଯାତ୍ରା କିମ୍ବା କୌଣସି ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ ହେବନି। ଏଥିରେ କେହି ଶ୍ରଦ୍ଧାଳୁ ସେମାନଙ୍କ ଶିଶୁଙ୍କ ମୁଣ୍ଡନ ମଧ୍ୟ କରିପାରିବେନି ବୋଲି ନିଷ୍ପତ୍ତି ହୋଇଛି।

ପାଳନ ହେବ କଟକଣା
କରୋନା କଟକଣା ପୂଜା ଆୟୋଜନରେ ବାଧକ ସାଜିଛି। ଚଳିତ ବର୍ଷ ୪ ଦିନ ବଦଳରେ କେବଳ ବିଧିରକ୍ଷା ପାଇଁ ଦୁଇଦିନ ପୂଜା କରାଯିବ। ଗୋଟିଏ ଦିନ ତୁଳସୀପାଳରୁ ଠାକୁରାଣୀ ଆସି ରାତିରେ ମନ୍ଦିରରେ ରହିବା ପରେ ପରଦିନ ଦିଅଁଘରକୁ ବାହୁଡିବେ। ଜନହିତ ପାଇଁ କଟକଣା ପାଳନ ହେବ।
-ସୁନୀଲ କୁମାର ମାଝି, ପୂଜା ଟ୍ରଷ୍ଟ ବୋର୍ଡ ଅଧ୍ୟକ୍ଷ

ଜନଶୂନ୍ୟ ରହିବ ଯାତ୍ରାସ୍ଥଳ
ମା’ଙ୍କ ପୂଜାକୁ ଶ୍ରଦ୍ଧାର ସହ ଅପେକ୍ଷା କରିଥାନ୍ତି ଶ୍ରଦ୍ଧାଳୁ। କିନ୍ତୁ ଚଳିତ ବର୍ଷ ସେମାନେ ମା’ଙ୍କ ଦର୍ଶନ ପାଇବେନି। ଶୋଭାଯାତ୍ରାରେ ବାଦ୍ୟବାଜଣା ବାଜିବନି। ହାତଗଣତି ଲୋକଙ୍କ ଉପସ୍ଥିତିରେ କେବଳ ନୀତି ଅନୁଯାୟୀ ପୂଜା କରାଯିବ। ଯାତ୍ରାସ୍ଥଳ ବି ଜନଶୂନ୍ୟ ରହିବ।
– ପୂଜକ ରଞ୍ଜନ ଗଡନାୟକ

ଜଳିବନି ରଙ୍ଗିନ ଆଲୋକ
ରଙ୍ଗିନ ଆଲୋକ ସାଜସଜ୍ଜାରେ ଯାତ୍ରାସ୍ଥଳ ଆଲୋକିତ ହୋଇଉଠେ। ହେଲେ ଚଳିତ ବର୍ଷ ଏ ନେଇ କୌଣସି ପ୍ରସ୍ତୁତି ହୋଇନି। କେବଳ ବିଧି ଅନୁସାରେ କିପରି ସୁରୁଖୁରରେ ପୂଜା ପାଳନ ହେବ ସେ ଉପରେ ଗୁରୁତ୍ୱ ଦିଆଯାଇଛି। ଲୋକଙ୍କ ସ୍ବାସ୍ଥ୍ୟକୁ ପ୍ରାଧାନ୍ୟ ଦିଆଯାଇ ସମସ୍ତ ନିୟମ ପାଳନ କରାଯିବ।
-ନର୍ମଦା ମାଝି, ଗଡ଼ସନ୍ତ୍ରୀ ସରପଞ୍ଚ


Enter your email to get our daily news in your inbox.

All Right Reserved By Dharitri.Com

ବାୟୁ ପ୍ରଦୂଷଣ: ଦେଶର ୬ଷ୍ଠ ସ୍ଥାନରେ ଅନୁଗୋଳ

ଅନୁଗୋଳ,୨୭।୧୧(ଦିବ୍ୟଶାନ୍ତନୁ ନାଥ): ଅନୁଗୋଳ ଜିଲାରେ ବାୟୁର ମାନ ୩ଦିନ ହେବ ଲଗାତର ବିପଦସଂକେତ ଉପରେ ରହିଛି। ବାୟୁମଣ୍ଡଳରେ ଦିନକୁ ଦିନ ପ୍ରଦୂଷଣର ମାତ୍ରା ବୃଦ୍ଧି ହେଉଥିବା...

ପରକୀୟା ପ୍ରୀତିରୁ ଯୁବକଙ୍କୁ ଠେଙ୍ଗାରେ ପିଟି ହତ୍ୟା

ବନ୍ତଳା,୨୩।୧୧ (ସୁଶିତ ସାହୁ): ପରକୀୟା ପ୍ରୀତିରୁ ଘଟିଛି ହତ୍ୟାକାଣ୍ଡ। ଜଣେ ଯୁବକଙ୍କୁ ଠେଙ୍ଗାରେ ପିଟି ପିଟି ହତ୍ୟା କରାଯାଇଛି । ଅନୁଗୋଳ ବ୍ଲକ ବନ୍ତଳା ଥାନା...

ଆଉଘରକୁ  ଫେରିଲେନି ଡେଲିଭରି ବୟ ବୟ: ଲକ୍ଷ୍ମୀବସ୍‌ ସହ ହେଲା…

ବଇଣ୍ଡା,୨୦।୧୧(ପରୀକ୍ଷିତ ସାହୁ): ଅନୁଗୋଳ ଜିଲା ଠାକୁରଗଡ ଥାନା ଦିନବନ୍ଧୁପୁର ନିକଟରେ ଗୁରୁବାର ସକାଳେ ଲକ୍ଷ୍ମୀ ବସ୍‌ ସହ ଏକ ବାଇକ ମୁହାଁମୁହିଁ ଧକ୍କା ହୋଇଛି। ଏହି...

ଗଛରେ ପିଟିହେଲା ବାଇକ୍‌, ଚାଲିଗଲା ଜଣଙ୍କ ଜୀବନ

ବଇଣ୍ଡା,୧୬ା୧୧(ପରୀକ୍ଷିତ ସାହୁ): ଅନୁଗୋଳ ଜିଲା ଠାକୁରଗଡ଼ ଥାନା ଚିନ୍ତାମଣିପୁର ନିକଟରେ ରବିବାର ସନ୍ଧ୍ୟାରେ ଏକ ବାଇକ୍‌ ଗଛରେ ପିଟି ହୋଇଯିବାରୁ ଜଣଙ୍କର ଜୀବନ ଯାଇଛି। ମୃତକ...

ଅପରାଧୀଙ୍କୁ ଗିରଫ ଦାବିରେ ଜିଲାପାଳ ଅଫିସ ସମ୍ମୁଖରେ ବିକ୍ଷୋପ

ଅନୁଗୋଳ, ୧୧।୧୧ ( ମାନସ ବିଶ୍ୱାଳ): ଅଲ ଇଣ୍ଡିଆ ମୂଳନିବାସୀ ସଂଘ ପକ୍ଷରୁ ଘର ପୋଡିଥିବା ଅପରାଧୀଙ୍କୁ ଗିରଫ ଦାବିରେ ମଙ୍ଗଳବାର ଜିଲାପାଳ ଅଫିସ ସମ୍ମୁଖରେ...

ଡିଭାଇଡରରେ ପିଟିହେଲା ତୀର୍ଥଯାତ୍ରୀ ଗାଡ଼ି

ବଇଣ୍ଡା,୭ା୧୧(ପରୀକ୍ଷିତ ସାହୁ): କଟକ ସମ୍ବଲପୁର ୫୫ ନମ୍ବର ଜାତୀୟ ରାଜ ପଥର ହଣ୍ଡପା ଥାନା ଲୁହାମୁଣ୍ଡାଠାରେ ଶୁକ୍ରବାର ଭୋର୍‌ ସମୟରେ ଏକ ତୀର୍ଥଯାତ୍ରୀ ଗାଡ଼ି ଡିଭାଇଡରରେ...

ଅନୁଗୋଳରେ ଲଜ୍ଜା: ନାବାଳିକା ଭଉଣୀକୁ ବଳତ୍କାର କଲା ଭାଇ

ଛେଣ୍ଡିପଦା,୩।୧୧: ଅନୁଗୋଳ ଜିଲା ଛେଣ୍ଡିପଦା ଥାନା ଅଞ୍ଚଳରେ ନିଜ ନାବାଳିକା ଭଉଣୀକୁ ବଡ଼ ଭାଇ ବଳତ୍କାର କରିଥିବା ଅଭିଯୋଗ ହୋଇଛି। ଘରେ କେହି ନଥିବା ବେଳେ...

ଜିଏମ୍‌ଡିସି: ଗୁଜରାଟରୁ ଆସି ଖାଇଗଲେ

ଅନୁଗୋଳ,୨୮ା୧୦(ଦିବ୍ୟଶାନ୍ତନୁ ନାଥ)/ଛେଣ୍ଡିପଦା (ଅଜିତ ଧଳ): ଖଣି ଖନନ ହେଲେ ରୋଜଗାର ବଢ଼ିବ। ଲୋକଙ୍କ ଆର୍ଥିକ ଅବସ୍ଥାରେ ସୁଧାର ଆସିବ। ଏପରି ବିଭିନ୍ନ ପ୍ରକାର ପ୍ରଲୋଭନ ଦେଖାଇ ଅନୁଗୋଳ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri