ଝଲସିବନି ଲୋଭୀଙ୍କ ପୀଠ

ବଅଁରପାଳ, ୨୬ା୧୧(ଉପେନ୍ଦ୍ର ରାଉତ): ପ୍ରତିବର୍ଷ ଧୁମଧାମରେ ଅନୁଷ୍ଠିତ ହେଉଥିବା ଅନୁଗୋଳ ଜିଲା ବଅଁରପାଳ ବ୍ଲକ ଗଡସନ୍ତ୍ରୀ ଓ ତୁଳସୀପାଳ ଗ୍ରାମର ଅଧିଷ୍ଠାତ୍ରୀ ଦେବୀ ମା’ ଲୋଭୀଙ୍କ ଯାତ୍ରା ଚଳିତ ବଷର୍ର୍ ଆୟୋଜନ ହେବନି। ୪ ଦିନ ଧରି ଯାତ୍ରା ଯୋଗୁ ଉତ୍ସବମୁଖର ରହୁଥିବା ପୀଠ ଏ ବର୍ଷ ଚଳଚଞ୍ଚଳ ହୋଇଉଠିବନି। କରୋନା କଟକଣା ଯୋଗୁ କେବଳ ବିଧିରକ୍ଷା ନିମନ୍ତେ ଦୁଇ ଦିନରେ ମା’ଙ୍କ ଯାତ୍ରା ଶେଷ କରାଯିବ ବୋଲି ନିଷ୍ପତ୍ତି ହୋଇଛି।
୭ ଦିନ ପୂର୍ବରୁ ଯାତ୍ରା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଥାଏ। ଏଥିପାଇଁ ଲକ୍ଷାଧିକ ଟଙ୍କାର ବ୍ୟୟ ଅଟକଳ କରାଯାଇଥାଏ। ହେଲେ ଚଳିତ ବର୍ଷ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଦୁଇ ଗ୍ରାମ ପକ୍ଷରୁ ଏ ଦିଗରେ କୌଣସି ପ୍ରସ୍ତୁତି କରାଯାଇନାହିଁ। ଆସନ୍ତା ୩୦ ତାରିଖରେ କେବଳ ଦୁଇ ଦିନ ମା’ଙ୍କ ପୂଜା ପାଳନ କରାଯିବ। ତୁଳସୀପାଳ ସ୍ଥିତ ଆଲମଘରୁ ୭ ଭକ୍ତ ମା’ଙ୍କୁ ଗଡସନ୍ତ୍ରୀ ଦେବୀପୀଠକୁ ଆଣିବେ। ପୂଜାସ୍ଥଳକୁ କୌଣସି ଶ୍ରଦ୍ଧାଳୁଙ୍କୁ ଆସିବାକୁ ବାରଣ କରାଯାଇଛି। ଏଥିସହ କୌଣସି ବ୍ୟବସାୟୀ ମଧ୍ୟ ଯାତ୍ରାସ୍ଥଳରେ ପସରା ନ ମେଲାଇବାକୁ ସ୍ଥିର ହୋଇଛି। ବିନା ବାଦ୍ୟବାଜଣାରେ ସମ୍ପୂର୍ଣ୍ଣ ନିରାଡମ୍ବର ଭାବେ ପୂଜା ସମ୍ପନ୍ନ ହେବ। ଶୋଭାଯାତ୍ରା କିମ୍ବା କୌଣସି ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ ହେବନି। ଏଥିରେ କେହି ଶ୍ରଦ୍ଧାଳୁ ସେମାନଙ୍କ ଶିଶୁଙ୍କ ମୁଣ୍ଡନ ମଧ୍ୟ କରିପାରିବେନି ବୋଲି ନିଷ୍ପତ୍ତି ହୋଇଛି।

ପାଳନ ହେବ କଟକଣା
କରୋନା କଟକଣା ପୂଜା ଆୟୋଜନରେ ବାଧକ ସାଜିଛି। ଚଳିତ ବର୍ଷ ୪ ଦିନ ବଦଳରେ କେବଳ ବିଧିରକ୍ଷା ପାଇଁ ଦୁଇଦିନ ପୂଜା କରାଯିବ। ଗୋଟିଏ ଦିନ ତୁଳସୀପାଳରୁ ଠାକୁରାଣୀ ଆସି ରାତିରେ ମନ୍ଦିରରେ ରହିବା ପରେ ପରଦିନ ଦିଅଁଘରକୁ ବାହୁଡିବେ। ଜନହିତ ପାଇଁ କଟକଣା ପାଳନ ହେବ।
-ସୁନୀଲ କୁମାର ମାଝି, ପୂଜା ଟ୍ରଷ୍ଟ ବୋର୍ଡ ଅଧ୍ୟକ୍ଷ

ଜନଶୂନ୍ୟ ରହିବ ଯାତ୍ରାସ୍ଥଳ
ମା’ଙ୍କ ପୂଜାକୁ ଶ୍ରଦ୍ଧାର ସହ ଅପେକ୍ଷା କରିଥାନ୍ତି ଶ୍ରଦ୍ଧାଳୁ। କିନ୍ତୁ ଚଳିତ ବର୍ଷ ସେମାନେ ମା’ଙ୍କ ଦର୍ଶନ ପାଇବେନି। ଶୋଭାଯାତ୍ରାରେ ବାଦ୍ୟବାଜଣା ବାଜିବନି। ହାତଗଣତି ଲୋକଙ୍କ ଉପସ୍ଥିତିରେ କେବଳ ନୀତି ଅନୁଯାୟୀ ପୂଜା କରାଯିବ। ଯାତ୍ରାସ୍ଥଳ ବି ଜନଶୂନ୍ୟ ରହିବ।
– ପୂଜକ ରଞ୍ଜନ ଗଡନାୟକ

ଜଳିବନି ରଙ୍ଗିନ ଆଲୋକ
ରଙ୍ଗିନ ଆଲୋକ ସାଜସଜ୍ଜାରେ ଯାତ୍ରାସ୍ଥଳ ଆଲୋକିତ ହୋଇଉଠେ। ହେଲେ ଚଳିତ ବର୍ଷ ଏ ନେଇ କୌଣସି ପ୍ରସ୍ତୁତି ହୋଇନି। କେବଳ ବିଧି ଅନୁସାରେ କିପରି ସୁରୁଖୁରରେ ପୂଜା ପାଳନ ହେବ ସେ ଉପରେ ଗୁରୁତ୍ୱ ଦିଆଯାଇଛି। ଲୋକଙ୍କ ସ୍ବାସ୍ଥ୍ୟକୁ ପ୍ରାଧାନ୍ୟ ଦିଆଯାଇ ସମସ୍ତ ନିୟମ ପାଳନ କରାଯିବ।
-ନର୍ମଦା ମାଝି, ଗଡ଼ସନ୍ତ୍ରୀ ସରପଞ୍ଚ


Enter your email to get our daily news in your inbox.

All Right Reserved By Dharitri.Com

ବିବାହ ଭୋଜି ଖାଇ ୨ ଶହରୁ ଅଧିକ ଅସୁସ୍ଥ

ଅନୁଗୋଳ,୨୮ା୨(ଜ୍ୟୋତିରଞ୍ଜନ ସାହୁ): ଅନୁଗୋଳ ନିକଟସ୍ଥ ତୁବେ ଗ୍ରାମରେ ବୁଧବାର ରାତିରେ ଏକ ବିବାହ ଭୋଜି ଖାଇଥିବା ଲୋକଙ୍କ ମଧ୍ୟରୁ ୨ ଶହରୁ ଅଧିକ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଛନ୍ତି।…

ରାସ୍ତା ଉପରେ ପଡିଛି ଅଜଣା ଯୁବକଙ୍କ ମୃତଦେହ, କେହି ହତ୍ୟା କରି ଫିଙ୍ଗି ଦେଇଥିବା ଅନୁମାନ

ମାଧପୁର,୨୪।୨(ମନୋଜ କୁମାର ପ୍ରଧାନ): ଆଠମଲ୍ଲିକ ଥାନା ଅନ୍ତର୍ଗତ ଆଠମଲ୍ଲିକ – କିଆକଟା ରାଜ୍ୟ ରାଜପଥର କନ୍ଧପଡ଼ା ଗ୍ରାମ ନିକଟ ହାଟପଦା ଠାରେ ଆଜି ସକାଳେ ଜଣେ ଅଜଣା…

ଜଙ୍ଗଲରେ ଭୋଜି ମନା

ଅନୁଗୋଳ,୨୧।୨: ଗ୍ରୀଷ୍ମ ଋତୁରେ ଜଙ୍ଗଲ ନିଆଁ ରୋକିବାକୁ ଅନୁଗୋଳ ଉପଜିଲାପାଳଙ୍କ ପକ୍ଷରୁ ଏକ ବଡ଼ ପଦକ୍ଷେପ ନିଆଯାଇଛି। ଏନେଇ ଉପଜିଲାପାଳଙ୍କ ପକ୍ଷରୁ ଶନିବାର ଏକ କଟକଣା ଜାରି…

ବିବାହ ଭୋଜି ଖାଇ ଫେରିବାବେଳେ ଟ୍ରକ୍‌ ପଛରେ ପିଟିହେଲା କାର୍‌, ବିଜୁ ଛାତ୍ର ଜନତା ଦଳର ରାଜ୍ୟ ସମ୍ପାଦକଙ୍କ ସହ…

ଅନୁଗୋଳ,୨୧ା୨(ମାନସ ବିଶ୍ୱାଳ): ଅନୁଗୋଳ ଜିଲା ଜରପଡ଼ା ଥାନା ଅନ୍ତର୍ଗତ ମରାତିରା ନିକଟରେ ଏକ ସଡ଼କ ଦୁର୍ଘଟଣାରେ ଦୁଇ ଜଣଙ୍କ ଜୀବନ ଯାଇଥିବାବେଳେ ଜଣେ ଗୁରୁତର ହୋଇଛନ୍ତି। ସୂଚନା…

ଜାଗରରେ ବିଭତ୍ସ ହତ୍ୟା, ବଡ଼ ଭାଇକୁ କଟୁରୀରେ ହାଣିଲେ ସାନ ଭାଇ

ପାଲଲହଡା,୧୫ା୨(ଦିବ୍ୟଜ୍ୟୋତି ଦାଶ): ବଡ଼ ଭାଇକୁ ହତ୍ୟା କଲେ ସାନ ଭାଇ । କଟୁରୀରେ ବେକ କାଟି ହତ୍ୟା କଲେ ସାନ ଭାଇ। ମୃତକ ଜଣକ ହେଲେ ଲିପୁ…

୧୨ ଘଣ୍ଟିଆ ଧର୍ମଘଟ: ସ୍କୁଲ, କଲେଜ, ବ୍ୟାଙ୍କ, ପେଟ୍ରୋଲ ପମ୍ପ , ପରିବହନ ସେବା ବାଧାପ୍ରାପ୍ତ

ଅନୁଗୋଳ, ୧୨।୨ (ମାନସ ବିଶ୍ୱାଳ): ଅନୁଗୋଳ ସହର ତଥା ଉପକଣ୍ଠ ଅଞ୍ଚଳରେ ଗୁରୁବାର ପୂର୍ବାହ୍ନରେ ବିଭିନ୍ନ ଶ୍ରମିକ ସଂଗଠନ ପକ୍ଷରୁ ପିକେଟିଂ ସହ ଡେଲି ମାର୍କେଟ, ଦୋକାନ…

ଜୁନିୟର ଆସିଷ୍ଟାଣ୍ଟଙ୍କ ଘରେ ଭିଜିଲାନ୍ସ ଚଢ଼ାଉ: ୨.୩୮ କୋଟି ଟଙ୍କା ହରିଲୁଟ ଅଭିଯୋଗ

ଅନୁଗୋଳ,୧୧।୨: ସରକାରୀ ଅର୍ଥ ଆତ୍ମସାତ ଅଭିଯୋଗରେ ବୁଧବାର ଅନୁଗୋଳ ମୁଖ୍ୟ ଚିକିତ୍ସାଳୟ (CDMO) କାର୍ଯ୍ୟାଳୟର ଜୁନିୟର ଆସିଷ୍ଟାଣ୍ଟ ସୁବ୍ରତ କୁମାର ବେହେରାଙ୍କ ବିଭିନ୍ନ ବାସଭବନ ଓ କାର୍ଯ୍ୟାଳୟ…

ରାତି ଅଧରେ ବୁଦାମୂଳରୁ ଶୁଭିଲା ନବଜାତର କାନ୍ଦ, ତାପରେ….

ପାଳଲହଡ଼ା,୩।୨(ଦିବ୍ୟଜ୍ୟୋତି ଦାଶ): ଚଷାଗୁରୁଜାଙ୍ଗ ଖେଳପଡ଼ିଆ ବୁଦାମୂଳରୁ ନବଜାତ ପୁତ୍ରଙ୍କୁ ଉଦ୍ଧାର କରାଯାଇଛି । ସୋମବାର ରାତି ପ୍ରାୟ ୯ଟା ସମୟରେ ପାଲଲହଡା ଥାନା ଅନ୍ତର୍ଗତ ଚଷାଗୁରୁଜାଙ୍ଗ ଗ୍ରାମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri