ରତ୍ନଭଣ୍ଡାର ଖୋଲିବା ନେଇ କୌଣସି ନିଷ୍ପତ୍ତି ହୋଇନି: ମନ୍ତ୍ରୀ

ପୁରୀ ଅଫିସ,୮।୧୨: ଭିତର ରତ୍ନଭଣ୍ଡାର ସ୍ଥିତି ଦିନକୁ ଦିନ ଦୁର୍ବଳ ହେଉଥିଲେ ମଧ୍ୟ ମରାମତି ନେଇ ଧ୍ୟାନ ଦିଆଯାଉ ନାହିଁ। ୨୦୧୮ରେ ରତ୍ନଭଣ୍ଡାର ଭିତରକୁ ଯାଇଥିବା ୧୭ ଜଣିଆ ପ୍ରାଧିକୃତ କମିଟି ଯାଞ୍ଚ କରିଥିଲେ। ଯାଞ୍ଚ ପରେ ରତ୍ନଭଣ୍ଡାର ଭିତର ଗୃହ ମରାମତି ଆବଶ୍ୟକ କରୁଥିବା କଥା ଜଣାଇଥିଲେ। ମାତ୍ର ଶ୍ରୀମନ୍ଦିର ପ୍ରଶାସନ ଏ ସମ୍ପର୍କରେ ମୁହଁ ଖୋଲିବାକୁ ମଧ୍ୟ ଚାହୁଁନାହିଁ। ଅନ୍ୟପକ୍ଷରେ ଚାଲିଥିବା ଶୀତ ଅଧିବେଶନରେ ଜଳେଶ୍ୱର ବିଧାୟକ ଅଶ୍ୱିନୀ ପାତ୍ର ରତ୍ନଭଣ୍ଡାର ସ୍ଥିତି, ଏଏସ୍‌ଆଇ, ଶ୍ରୀମନ୍ଦିର ପ୍ରଶାସନ ଓ ରାଜ୍ୟ ସରକାରଙ୍କର ରତ୍ନଭଣ୍ଡାର ମରାମତି ନେଇ କ’ଣ ଯୋଜନା ରହିଛି, ସେ ସମ୍ପର୍କରେ ଉତ୍ତର ରଖିବାକୁ ଆଇନମନ୍ତ୍ରୀ ପ୍ରତାପ ଜେନାଙ୍କୁ ପ୍ରଶ୍ନ କରିଥିଲେ। ଏହାର ଉତ୍ତରରେ ମନ୍ତ୍ରୀ ଜେନା କହିଛନ୍ତି ଯେ, ଶ୍ରୀମନ୍ଦିର ରତ୍ନଭଣ୍ଡାର ବାହାର ଓ ଭିତର ରତ୍ନଭଣ୍ଡାରକୁ ନେଇ ଗଠିତ। ଶ୍ରୀଜଗନ୍ନାଥ ମନ୍ଦିର ନିୟମ,୧୯୬୦ର ନିୟମ ୬(୧) ଅନୁଯାୟୀ, କେବଳ ରାଜ୍ୟ ସରକାରଙ୍କ ସ୍ବତନ୍ତ୍ର ଆଦେଶ, ଧାର୍ଯ୍ୟ ସର୍ତ୍ତ ଓ ପରିସୀମା ଆଧାରରେ ଭିତର ରତ୍ନଭଣ୍ଡାର ଚାବି ଖୋଲାଯାଇପାରିବ। ଭିତର ରତ୍ନଭଣ୍ଡାର ସଂରକ୍ଷଣ ଓ ମରାମତି ଆବଶ୍ୟକ ଅଛି କି ନାହିଁ ତାହା ଯାଞ୍ଚ କରିବା ପାଇଁ ଅନୁମତି ଅନୁଯାୟୀ ପ୍ରାଧିକୃତ ବ୍ୟକ୍ତିଙ୍କ ସହ ଭାରତୀୟ ପ୍ରନତ୍ତତ୍ତ୍ବ ବିଭାଗର ବିଶେଷଜ୍ଞ ଦଳ ୨୦୧୮ ଏପ୍ରିଲ ୪ରେ ଭିତର ରତ୍ନଭଣ୍ଡାର ଯାଞ୍ଚ କରିଥିଲେ। ରଥଯାତ୍ରା ସମୟରେ ଠାକୁର ମନ୍ଦିରରେ ନ ଥିବାବେଳେ ପୁନଶ୍ଚ ଭିତର ରତ୍ନଭଣ୍ଡାରର ଭିତରପଟ ପରୀକ୍ଷାନିରୀକ୍ଷା କରିବାକୁ ଉକ୍ତ ବିଶେଷଜ୍ଞ ଦଳ ମତ ପ୍ରଦାନ କରିଥିଲେ। ତେବେ ଭିତର ଭଣ୍ଡାର ଖୋଲିବା ନେଇ କୌଣସି ନିଷ୍ପତ୍ତି ହୋଇପାରିନାହିଁ। ଗୋଟିଏ ପଟେ ରାଜ୍ୟ ଆଇନ ବିଭାଗ ଭିତର ରତ୍ନଭଣ୍ଡାର ଖୋଲିବା ନେଇ ଆଗ୍ରହ ଦେଖାଉ ନ ଥିବାବେଳେ ଅନ୍ୟପଟେ ଜିଲା ପ୍ରଶାସନ ଦିନକୁ ଦିନ ରତ୍ନଭଣ୍ଡାର ଚାବି ପ୍ରସଙ୍ଗରେ ଛନ୍ଦି ହେବାରେ ଲାଗିଛି। ଚାବି ଦାଖଲ ଓ ନକଲ ଚାବିକୁ ନେଇ ଭିନ୍ନ ଭିନ୍ନ ତଥ୍ୟ ପ୍ରକାଶ କରି ଜିଲା ଟ୍ରେଜେରି ଗୋଟିଏ କଥା ସ୍ପଷ୍ଟ କରିଛି ଯେ ରତ୍ନଭଣ୍ଡାର ପ୍ରସଙ୍ଗରେ ଅନେକ ଗୁମର ଖୋଲିବା ବାକି ରହିଛି। ପୁରୀ ସହରରେ ଅନେକ ସାମାଜିକ କର୍ମୀ ଓ ରାଜନୈତିକ ଗୋଷ୍ଠୀ କ୍ରମାଗତ ଭାବେ ରାଜ୍ୟ ସରକାରଙ୍କୁ ରତ୍ନଭଣ୍ଡାର ଖୋଲିବା ପାଇଁ ଦାବି କରୁଥିଲେ ମଧ୍ୟ ରାଜ୍ୟ ସରକାର ଏଭଳି ଦାବିକୁ ଖାତିର କରୁନାହାନ୍ତି ବୋଲି ଶ୍ରୀଜଗନ୍ନାଥ ଭକ୍ତ ପରିଷଦର ଆବାହକ ସୂର୍ଯ୍ୟ ନାରାୟଣ ରଥ କହିଛନ୍ତି। ରତ୍ନଭଣ୍ଡାର ପ୍ରସଙ୍ଗରେ କ୍ରମାଗତ ଭାବେ ସୂଚନା ଅଧିକାର ଆଇନ ବଳରେ ତଥ୍ୟ ଯୋଗାଡ଼ କରୁଥିବା ସୂଚନା ଅଧିକାର କର୍ମୀ ଦିଲୀପ କୁମାର ବରାଳ କହିଛନ୍ତି, ଆଇନ ମନ୍ତ୍ରୀଙ୍କ ଉତ୍ତର ସନ୍ତୋଷଜନକ ନୁହେଁ। ୨୦୧୮ ଏପ୍ରିଲ ୪ରୁ ଆଜି ସୁଦ୍ଧା ୪ଟି ରଥଯାତ୍ରା ଶେଷ ହେଲାଣି। ସରକାରଙ୍କ ତରଫରୁ ରତ୍ନଭଣ୍ଡାର ମରାମତି କରିବା ପାଇଁ ଆନ୍ତରିକତା ନାହିଁ। ସେଥିପାଇଁ ରତ୍ନଭଣ୍ଡାର ପୁନଃ ଯାଞ୍ଚ ପାଇଁ କୌଣସି ପଦକ୍ଷେପ ନିଆଯାଉନାହିଁ। ରତ୍ନଭଣ୍ଡାର ମରାମତି କରିବାକୁ ହେଲେ ଉଭୟ ବାହାର ଓ ଭିତର ଖାଲି ଗୃହକୁ ଏଏସ୍‌ଆଇକୁ ହସ୍ତାନ୍ତର କରିବାକୁ ପଡ଼ିବ। ଖାଲି ଗୃହ ହସ୍ତାନ୍ତର କରିବାକୁ ହେଲେ ରତ୍ନଭଣ୍ଡାରର ସମସ୍ତ ରନତ୍ ଅଳଙ୍କାର ପୂର୍ବ ତାଲିକା ଅନୁସାରେ ଗଣତି କରି ବାହାରକୁ କାଢ଼ିବାକୁ ପଡ଼ିବ। ରନତ୍ ଅଳଙ୍କାର ଗଣତି ପରେ ଯଦି ପୂର୍ବ ତାଲିକାଠାରୁ ରନତ୍ ଅଳଙ୍କାର କମିବ ତେବେ ସରକାର ଭାଙ୍ଗିବାର ଭୟ ରହୁଛି। ସରକାର ଏହି ଭୟରେ ରତ୍ନଭଣ୍ଡାର ଖୋଲିବାକୁ ଇଚ୍ଛା କରୁନାହାନ୍ତି ବୋଲି ବରାଳ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଲୋକ ସଭା ଆସନ ୮୧୬କୁ ବଢ଼ିବ: ୧୬ରୁ ୩ ଦିନ ପାଇଁ ପୁଣି ବଜେଟ ଅଧିବେଶନ

ନୂଆଦିଲ୍ଲୀ,୩ା୪(ପି.ଟି.):ପାର୍ଲାମେଣ୍ଟର ବଜେଟ ଅଧିବେଶନ ସ୍ବଳ୍ପକାଳୀନ ଅବକାଶ ପରେ ଏପ୍ରିଲ ୧୬ରୁ ପୁଣି ଚାଲିବ। ବିଶେଷକରି ଲୋକ ସଭାର ଆସନ ସଂଖ୍ୟା ୫୪୩ରୁ ୮୧୬କୁ ବୃଦ୍ଧି କରାଯିବା ସଂକ୍ରାନ୍ତ…

ଏଇ ଭାରତରେ

ଅସହାୟ ପିଲାଙ୍କ ଆଶାବାଡ଼ି ପୋର୍ତ୍ତିଆ ପୁଟାଟୁଣ୍ଡା। ସେ ତାଙ୍କ ପିତାଙ୍କ ସ୍ମୃତିରେ ଏକ ଆବାସିକ ସ୍କୁଲ ଖୋଲି ମାଗଣାରେ ପିଲାମାନଙ୍କୁ ପଢାଉଛନ୍ତି। ସେମାନଙ୍କୁ ଖାଦ୍ୟ, ଚିକିତ୍ସା, ପୋଷାକ…

ଅଦୃଶ୍ୟ ଈଶ୍ୱରଙ୍କ ଦୃଶ୍ୟ ପ୍ରତିମା

ଭୁ ଯିଶୁଖ୍ରୀଷ୍ଟ ଦୁଇ ହଜାରରୁ ଅଧିକ ବର୍ଷ ତଳେ, ରୋମୀୟ ସାମ୍ରାଜ୍ୟ ସମୟରେ, ନିଜର ପରିଚୟ ଓ ବ୍ୟକ୍ତିତ୍ୱକୁ ଖୋଲାଖୋଲି ଭାବେ ପ୍ରକାଶ କରିଥିଲେ। ତାଙ୍କ ବିରୋଧରେ…

ଯୁଦ୍ଧ ମଧ୍ୟରେ ଆମେରିକାରେ ବଡ଼ ଆକ୍ସନ: ସେନାମୁଖ୍ୟ ବିଦା

ଓ୍ବାଶିଂଟନ୍‌,୩।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ ଆମେରିକାରେ ଏକ ବଡ଼ ସାମରିକ ଅଦଳବଦଳ ହୋଇଛି। ପ୍ରତିରକ୍ଷା ସଚିବ ପିଟ ହେଗସେଥ ଆମେରିକୀୟ ସେନାର ମୁଖ୍ୟ ଜେନେରାଲ ରେଣ୍ଡି…

ଜନଜାତୀୟ ଖେଳ ପ୍ରତିଭା: ଆମ ଜାତୀୟ ଗୌରବ

ମୁଁ  ଦେଖିଛି ଯେ ଆମ ଦେଶର ଗ୍ରାମାଞ୍ଚଳ ଓ ବନାଞ୍ଚଳରେ ପିଲାମାନେ ସେମାନଙ୍କ ଦୈନନ୍ଦିନ ଜୀବନର ଅଧିକାଂଶ ସମୟ ପ୍ରକୃତି କୋଳରେ ଅତିବାହିତ କରିଥା’ନ୍ତି। ସେମାନେ ପ୍ରାକୃତିକ…

ଆଣବିକ ପ୍ରତିରୋଧ ଓ ମହାଶକ୍ତି

ଆଣବିକ ଅସ୍ତ୍ରଶସ୍ତ୍ର ଯୋଗୁ ମହାଶକ୍ତିଙ୍କ ମଧ୍ୟରେ ଯୁଦ୍ଧର ବିଜୟ ଅସମ୍ଭବ ହୋଇଯାଇଛି। ଅର୍ଥାତ୍‌ ମହାଶକ୍ତିଙ୍କ ନିକଟରେ ଏତେ ଅଣୁ ଅସ୍ତ୍ରଶସ୍ତ୍ର ରହିଛି ଯେ, ଯଦି ସେମାନଙ୍କ ମଧ୍ୟରେ…

ସହରରେ ବୁଲୁଛି ଦନ୍ତା, ଲୋକେ ଭୟଭୀତ

ଭୁବନ,୩ା୪(ବିପିନ ବିହାରୀ ସେଠୀ): ଢେଙ୍କାନାଳ ଜିଲା ଭୁବନ ଏନ୍‌ଏସିର ବିଭିନ୍ନ ସ୍ଥାନରେ ଦନ୍ତାହାତୀ ଜନଗହଳିରେ ଯାତାୟାତ କରୁଥିବା ଦେଖିବାକୁ ମିଳିଛି। ଦନ୍ତାହାତୀଟି ସୁକିନ୍ଦା ଅଞ୍ଚଳରୁ ଆସି ଭୁବନ…

କନିଷ୍ଠ ଶିକ୍ଷକଙ୍କୁ ନିୟମିତ ନେଇ ପ୍ରକାଶ ପାଇଲା ବିଜ୍ଞପ୍ତି: ପିଛିଲା ଭାବେ ମିଳିବ ମୋଟାଅଙ୍କର ଦରମା …

ଭୁବନେଶ୍ୱର,୩ା୪ (ସୁଚିସ୍ମିତା ସାହୁ):କନିଷ୍ଠ ଶିକ୍ଷକ (ସ୍କିମାଟିକ୍‌)ଙ୍କୁ ନିୟମିତ କରିବା ପାଇଁ ଗୁରୁବାର ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇଛି। ଏହି କନିଷ୍ଠ ଶିକ୍ଷକମାନେ ସହକାରୀ ଶିକ୍ଷକ ଭାବେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri