Posted inଜାତୀୟ

‘ନ୍ୟାୟ ନୁହେଁ, ମୁଁ ଚାହେଁ ମୋ ଝିଅ ଘରକୁ ଚାଲି ଆସୁ’

ନୂଆଦିଲ୍ଲୀ,୧।୨: ଜଣେ ୨୦ ବର୍ଷୀୟା ମହିଳାଙ୍କୁ ଅପହରଣ, ବଳାତ୍କାର ପରେ ମାଡ଼ ମରାଯିବା ସହ ପରେଡ୍‌ କରାଇଥିଲେ ପଡ଼ୋଶୀମାନେ। ୩ ବର୍ଷୀୟ ଛୁଆର ମା’ ଏବଂ ତାଙ୍କ ପରିବାର ଏବେ ଧିରେ ଧିରେ ସୁସ୍ଥ ହେଉଛନ୍ତି। ଛୁଆର ଦାୟିତ୍ୱ ନେବା ପାଇଁ ସେ ମାନସିକ ସ୍ତରରେ ସୁସ୍ଥ ନାହାନ୍ତି ବୋଲି ତାଙ୍କ ପରିବାର ପକ୍ଷରୁ କୁହାଯାଇଛି।

ପୀଡ଼ିତାଙ୍କୁ ଗତ ବୁଧବାର ଅପହରଣ କରି ଦିଲ୍ଲୀର ଶାହଦାରା ଅଞ୍ଚଳରେ ଏକ ରୁମରେ ବନ୍ଦ ରଖି ବଳାତ୍କାର କରାଯାଇଥିଲା। ତା’ ପରେ ଲଣ୍ଡା କରି, ମୁହଁରେ କାଳି ବୋଳି ଏବଂ ବେକରେ ଚପଲର ମାଳ ପକାଇ ରାସ୍ତାରେ ପରେଡ୍‌ କରାଯାଇଥିଲା। ଏଭଳି ଘୃଣ୍ୟ ଅପରାଧ ପଛରେ କାରଣ ଥିଲା, ସେ ଜଣେ ୧୪ ବର୍ଷୀୟ ନାବାଳକଙ୍କ ପ୍ରେମ ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରି ଦେଇଥିଲେ। ଏଥିଯୋଗୁ ନାବାଳକ ଗତ ବର୍ଷ ନଭେମ୍ବରରେ ଆତ୍ମହତ୍ୟା କରିଥିଲେ।

“ତାଙ୍କ ପରିବାର ପୁଅର ମୃତ୍ୟୁ ପାଇଁ ମୋ ଭଉଣୀଙ୍କୁ ଦାୟୀ କରୁଛନ୍ତି” ବୋଲି ପୀଡ଼ିତାଙ୍କ ଭଉଣୀ କହିଛନ୍ତି।

ତାଙ୍କ ଆକ୍ରମଣ, ବଳାତ୍କାର କରିଥିବା ଘଟଣାରେ ଉକ୍ତ ନାବାଳକଙ୍କ ପରିବାର ସଦସ୍ୟ ସମ୍ପୃକ୍ତ ଥିଲେ। ଏହି ଘଟଣାରେ ଏପର୍ଯ୍ୟନ୍ତ ୮ ମହିଳାଙ୍କ ସମେତ ୧୨ ଜଣଙ୍କୁ ଗିରଫ କରାଯାଇଛି।

“କୌଣସି ଝିଅ କିମ୍ବା ଯୁବତୀଙ୍କ ସହ ଏଭଳି ନ ଘଟୁ। କୌଣସି ରାସ୍ତା କିମ୍ବା ଗଳିରେ ଏମିତି ନ ହେଉ। ତାଙ୍କୁ ଯେଉଁ ଭଳି ମାଡ଼ ଦିଆଗଲା, ମାନସିକ ନିର୍ଯାତନା ଦିଆଗଲା, ତାହା କୌଣସି ଝିଅ ସହ ଘଟିବା ଉଚିତ ନୁହେଁ। ମୁଁ ନ୍ୟାୟ କଥା ଚିନ୍ତା କରୁ ନାହିଁ। ମୁଁ ଚାହେଁ, ମୋ ଝିଅ ଘରକୁ ଫେରି ଆସୁ। ଭାଜପାରୁ ଗୌତମ ଗମ୍ଭୀର ଓ କଂଗ୍ରେସରୁ ଅନିଲ ଚୌଧାରୀ ଆମ ଘରକୁ ଆସିଥିଲେ। ମାଗିବା ପୂର୍ବରୁ ଆମକୁ ଦୁଇ ମାସ ଲାଗି ରାଶନ ଦିଆଯାଇଛି। ଆମକୁ ସମର୍ଥନ ଓ ସହାୟତା ମିଳୁଛି। କିନ୍ତୁ ଯଦି ସେହି ସମୟରେ ଲୋକେ ସହାୟତା କରିଥାନ୍ତେ, ତେବେ ଏହା କଦାପି ଘଟି ନ ଥାନ୍ତା” ବୋଲି ପୀଡ଼ିତାଙ୍କ ପାରାଲାଜାଡ୍‌ ବାପା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ଲାଟଫର୍ମରେ ବିଶ୍ରାମ ନେଉଥିଲେ ମା’-ବାପା: ୪ ମାସର ଶିଶୁପୁତ୍ରଙ୍କୁ ଉଠାଇ ନେଇଗଲେ…

ନିରାକାରପୁର,୮।୪(ମାନସ ଚନ୍ଦ୍ର ପଟ୍ଟନାୟକ):ଖୋର୍ଦ୍ଧା ରେଳ ଡିଭିଜନ ଅନ୍ତର୍ଗତ ନିରାକାରପୁର ରେଳ ଷ୍ଟେଶନ ପରିସରରୁ ୪ ମାସର ଶିଶୁପୁତ୍ର ଚୋରି। ସ୍ବାମୀ, ସ୍ତ୍ରୀ ଓ ଶିଶୁପୁତ୍ର ପ୍ଲାଟଫର୍ମରେ ବିଶ୍ରାମ…

ମା’-ଭାଇଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ ପ୍ରତାପ: ମିଳିଲା ଏମିତି ଦଣ୍ଡ

ଦାରିଙ୍ଗବାଡି,୮।୪(ଅରୁଣ ସାହୁ):ଏକ ଘରୋଇ ହିଂସାକୁ ନେଇ ଦାରିଙ୍ଗବାଡି ପ୍ରଥମ ଶ୍ରେଣୀ ବିଚାର ବିଭାଗରେ ବିଚାର ହୋଇ ଅଭିଯୁକ୍ତଙ୍କୁ ଏକ ବର୍ଷ ସଶ୍ରମ କାରାଦଣ୍ଡ ଆଦେଶ ଶୁଣାଇଥିବା ଜଣାପଡିଛି।…

କଲ୍ୟାଣସିଂହପୁର ବ୍ଲକ୍‌ରେ ବଳ ଦେଖାଇଲା ଭାଜପା: ବାଇକ୍ରେ କର୍ମୀ

କଲ୍ୟାଣସିଂହପୁର,୮।୪ (ଦୀପକ କୁମାର ପରିଡ଼ା)ରାୟଗଡ଼ା କଲ୍ୟାଣସିଂହପୁର ବ୍ଲକ୍‌ରେ ଭାଜପାର ୪୭ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଭାଜପା ମଣ୍ଡଳ ସଭାପତି ଅଜିତ ପାଣିଗ୍ରାହୀଙ୍କ ନେତୃତ୍ୱରେ…

ଆମେରିକା-ଇରାନ ଯୁଦ୍ଧବିରତିରେ ଭାରତର ପ୍ରଥମ ପ୍ରତିକ୍ରିୟା: ଆମେ ଏହାକୁ ସ୍ୱାଗତ କରୁଛୁ, ଆମେ ଆରମ୍ଭରୁ…

ନୂଆଦିଲ୍ଲୀ,୮।୪:ଆମେରିକା-ଇରାନ ବିବାଦରେ ଘୋଷଣା ହୋଇଥିବା ଯୁଦ୍ଧବିରତି ଉପରେ ଭାରତ ସରକାର ପ୍ରଥମ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ବୁଧବାରବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଏହି ଯୁଦ୍ଧବିରତିକୁ ସ୍ୱାଗତ କରି ଏକ…

ଆମେରିକା-ଇରାନ ଯୁଦ୍ଧବିରତି ପରେ କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା: ଏମାନେ ପ୍ରଥମେ ପାଇବେ…

ନୂଆଦିଲ୍ଲୀ,୮।୪: ଆମେରିକା-ଇରାନ ଯୁଦ୍ଧବିରତି ପରେ ତୁରନ୍ତ କେନ୍ଦ୍ର ସରକାର LPG ସମ୍ପର୍କରେ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ଦେଶବ୍ୟାପୀ LPG ଅଭାବକୁ ଦୃଷ୍ଟିରେ ରଖି, ସରକାର ଗ୍ୟାସ…

ଏପଟେ ଇରାନ-ଆମେରିକା ମଧ୍ୟରେ ଯୁଦ୍ଧବିରତି ଘୋଷଣା, ସେପଟେ ଭାରତକୁ ଖୁସିଖବର ଦେଲେ…

ନୂଆଦିଲ୍ଲୀ,୮।୪: ଆମେରିକାରେ ଏକ ସ୍ବତନ୍ତ୍ର ବୈଠକ ସମୟରେ ରାଷ୍ଟ୍ରଦୂତ ସର୍ଗିଓ ଗର୍‌ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ରାତ୍ରୀଭୋଜନ କରିଥିଲେ। ସେ ଏହି ବୈଠକକୁ ବହୁତ…

ଇରାନ-ଆମେରିକା ଯୁଦ୍ଧବିରତିରେ ପାକିସ୍ତାନ ନୁହେଁ, ଏହି ଦେଶ ଅସଲ ଖେଳାଳି! ଟ୍ରମ୍ପ କଲେ ବଡ଼ ଖୁଲାସା

ଓ୍ବାଶିଂଟନ୍‌,୮।୪: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ ସହିତ ଯୁଦ୍ଧବିରତି ଘୋଷଣା କରିଛନ୍ତି। ଏଥିପାଇଁ ସେ ପାକିସ୍ତାନକୁ ଶ୍ରେୟ ଦେଇଛନ୍ତି । ହେଲେ ଏହି ସମୟରେ ଏକ…

ଆମେରିକା-ଇରାନ ଯୁଦ୍ଧବିରତି ଭିତରେ ଭାରତର ବଲ୍ଲେବଲ୍ଲେ, ମିଳିଲା ବଡ଼ ଅଫର୍‌

ନୂଆଦିଲ୍ଲୀ,୮।୪: ଗତ କିଛି ସପ୍ତାହ ଧରି, ଆମେରିକା ଏବଂ ଇରାନ ମଧ୍ୟରେ ବୃଦ୍ଧି ପାଉଥିବା ଉତ୍ତେଜନା ସମଗ୍ର ବିଶ୍ୱକୁ ଏବଂ ଭାରତୀୟ ବଜାରକୁ ନିଶ୍ୱାସ ନେବାରେ ବାଧ୍ୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri