Categories: ଜାତୀୟ

କେନ୍ଦ୍ର ସରକାରଙ୍କୁ ଝଟ୍‌କା

କୋଚି,୯।୭: ନୂଆ ସୂଚନା ଓ ପ୍ରଯୁକ୍ତିବିଦ୍ୟା (ଆଇଟି) ଆଇନକୁ କେରଳ ହାଇକୋର୍ଟରେ ଚ୍ୟାଲେଞ୍ଜ କରିଥିଲା ଖବର ପ୍ରସାରଣକାରୀ ସଂଘ (ଏନ୍‌ବିଏ)। ଏହି ଆବେଦନର ଶୁଣାଣି କରି ଆଇଟି ଆଇନ କାର୍ଯ୍ୟକାରୀ ନ କଲେ ଏନ୍‌ବିଏ ଉପରେ ବର୍ତ୍ତମାନ କୌଣସି କାର୍ଯ୍ୟାନୁଷ୍ଠାନ ନ ନେବାକୁ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଜଷ୍ଟିସ ପି ବି ସୁରେଶ କୁମାର।

ଆଇଟି ଆଇନର ପାର୍ଟ ୩ ପାଳନ ନ କରିବାରୁ ଆବେଦନକାରୀଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ କରାଯିବା ଉଚିତ୍‌ ନୁହେଁ। କାରଣ ଆବେଦନକାରୀ ହେଉଛନ୍ତି ଖବର ପ୍ରସାରଣକାରୀ ବୋଲି କୋର୍ଟଙ୍କ ନିର୍ଦ୍ଦେଶରେ କୁହାଯାଇଛି। ନୂଆ ଆଇଟି ଆଇନ ବିନା କାରଣରେ ସରକାରୀ କର୍ତ୍ତୃପକ୍ଷଙ୍କୁ ଅତ୍ୟଧିକ କ୍ଷମତା ଦେବା ସହ ଅଯଥାରେ ଗଣମାଧ୍ୟମର ଅଭିବ୍ୟକ୍ତର ସ୍ବାଧିନତାକୁ ସଙ୍କୁଚିତ କରୁଥିବା ଆବେଦନରେ ଦର୍ଶାଇଥିଲା ଏନ୍‌ବିଏ।

Share