ମିଳୁନି ମାଟି, ସଙ୍କଟରେ କୁମ୍ଭକାରଙ୍କ ଜୀବିକା

କାକଟପୁର/ଅସ୍ତରଙ୍ଗ(ଶୁଭଦର୍ଶନ ମିଶ୍ର/ ପ୍ରଦୀପ୍ତ କୁମାର ଦୀକ୍ଷିତ)୨୮ା୧୦: ଓଡ଼ିଆ ଚଳଣି ଓ ପରମ୍ପରା ନିଆରା। ସବୁ ପର୍ବପର୍ବାଣି, ପୂଜାର୍ଚ୍ଚନା ଓ ଯାନିଯାତ୍ରା ସମୟରେ ମାଟିତିଆରି ସାମଗ୍ରୀ ଖୋଜାପଡ଼େ। କୌଣସି ଶୁଭକାମ କରିବା ସମୟରେ ପ୍ରଥମେ ମାଟିପାତ୍ର ଆବଶ୍ୟକ ହୋଇଥାଏ। ଯୁଗ ବଦଳିଥିଲେ ମଧ୍ୟ ପରମ୍ପରା ବଦଳି ନାହିଁ। କିନ୍ତୁ ଆଧୁନିକ ଯୁଗ ସହ ତାଳ ଦେଇ ମାଟିପାତ୍ର ନିର୍ମାଣଶୈଳୀ ବଦଳିବା ଜରୁରୀ ହୋଇପଡ଼ିଛି। ମାଟିପାତ୍ର ଲାଗି ସବୁଠୁ ବଡ଼ କଞ୍ଚାମାଲ ହେଉଛି ମାଟି। ଯେକୌଣସି ମାଟିରେ ପାତ୍ର ଗଢ଼ାହୋଇ ପାରିବନି। ଏଥିଲାଗି ଲୋଡ଼ା କନ୍ଧାଳ ମାଟି। ସବୁ ସ୍ଥାନରେ ଏଭଳି ମାଟି ମିଳିବା ସମ୍ଭବ ହେଉନାହିଁ। ଏଣୁ କୁମ୍ଭକାର ଗୁଣାତ୍ମକ ମାଟି ଖୋଜିଥାନ୍ତି। ବହୁ ସମୟରେ ମାଟି ଅଭାବ ଯୋଗୁ ପାତ୍ର ତିଆରିରେ ପ୍ରତିବନ୍ଧକ ଉପୁଜୁଛି। ଭଲ କନ୍ଧାଳ ବା କୁମ୍ଭାର ମାଟି ଯୋଗାଡ଼ କରିବାକୁ କୁମ୍ଭକାରଙ୍କୁ ଅଧିକ ଖର୍ଚ୍ଚାନ୍ତ ହେବାକୁ ପଡୁଛି। ସାମ୍ପ୍ରତିକ ସମୟରେ କମ୍‌ ବ୍ୟକ୍ତି ଏହି କୌଳିକ ବୃତ୍ତିକୁ ବଞ୍ଚାଇ ରଖିଛନ୍ତି। ପୁରୀ ଜିଲା କାକଟପୁର ବ୍ଲକର ଜଗନ୍ନାଥପୁର ଓ ସୋମନାଥପୁରରେ ୨ଶହରୁ ଊର୍ଦ୍ଧ୍ୱ ଏବଂ ଅସ୍ତରଙ୍ଗ ବ୍ଲକର ନଈଗୁଆଁ, ଅସ୍ତରଙ୍ଗ, ଗୋସିଙ୍ଗା ଗ୍ରାମରେ ପାଖାପାଖି ୫୦ରୁ ଅଧିକ କୁମ୍ଭକାର ପରିବାର ଏହି ବୃତ୍ତି ଉପରେ ନିର୍ଭରଶୀଳ। ବର୍ଷସାରା ଏହି ଗ୍ରାମବାସୀ ମାଟିରେ କୁମ୍ଭ, ସରା, ଦୀପ, କଳସ ପ୍ରଭୃତି ବିିଭିନ୍ନ ପାତ୍ର ତିଆରିକରି ସ୍ଥାନୀୟ ହାଟବଜାରରେ ବିକ୍ରି କରିବା ସହ ବାହାରକୁ ପଠାଇଥାନ୍ତି। ଏବେ କୁମ୍ଭାରଶାଳ ଭାଙ୍ଗିଗଲାଣି। ସରକାରୀ ସହାୟତାରେ ତାହାର ପୁନରୁଦ୍ଧାର ଅପେକ୍ଷାରେ ରହିଛନ୍ତି ଗ୍ରାମବାସୀ। ସୋମନାଥପୁର ଏବଂ ଓସ୍ତପୁର ଗ୍ରାମର କୁମ୍ଭାର ପରିବାର ନିଜ ଘରେ ମାଟିପାତ୍ର ନିର୍ମାଣ କରୁଛନ୍ତି। ତେବେ ସେମାନେ ଘରଠୁ ୧୦ରୁ ୨୦ କିଲୋମିଟର ଦୂର ବୁଲି ଉପଯୁକ୍ତ ମାଟି ଚି଼ହ୍ନଟ କରୁଛନ୍ତି। ଏପରି କି ସମ୍ପୃକ୍ତ ଜମି ମାଲିକଙ୍କୁ ଏକର ପିଛା ୪ରୁ ୫ ହଜାର ଟଙ୍କା ଦେଉଛନ୍ତି। ପରେ ମାଟି ସଂଗ୍ରହକରି ଟ୍ରାକ୍ଟରରେ ଆଣୁଛନ୍ତି। ଗାଡ଼ିଖର୍ଚ୍ଚ ବାବଦ ୧ ହଜାରରୁ ଅଧିକ ଟଙ୍କା ଖର୍ଚ୍ଚ ହେଉଛି। ବର୍ଷକୁ ପ୍ରାୟ ୧୦୦ ଟ୍ରାକ୍ଟରରୁ ଅଧିକ ମାଟି ଆବଶ୍ୟକ ପଡୁଛି। ଏତେ ପରିମାଣର ମାଟି ଆଣିବା ସମୟରେ ରାଜସ୍ବ କର୍ମଚାରୀଙ୍କ ଦ୍ୱାରା ଶୋଷଣର ଶିକାର ହେଉଥିବା କେତେଜଣ କୁମ୍ଭକାର ଅଭିଯୋଗ କରିଛନ୍ତି। ଏ ନେଇ ସରକାରୀ ସହାୟତା କିମ୍ବା ଯୋଜନା ହେଲେ ସମସ୍ତ କୁମ୍ଭକାର ପରିବାର ଉପକୃତ ହେବେ ବୋଲି ଭ୍ରମରବର ମୁଦୁଲି କହିଛନ୍ତି। ଆଗକୁ ଦୀପାବଳି ଥିବାରୁ ଦିନକୁ ପ୍ରାୟ ୨ହଜାର ଦୀପ ତିଆରି କରୁଛୁ। ସେଥିରୁ ବହୁ ଦୀପ ନଷ୍ଟ ହୋଇଯାଉଛି। ଆୟଠାରୁ ପରିଶ୍ରମ ଦୁଇଗୁଣା ହେଉଛି। ଏଥିପାଇଁ ସରକାରଙ୍କ ପକ୍ଷରୁ କୌଣସି ସୁବିଧା ସୁଯୋଗ ମିଳୁନାହିଁ। କୁମ୍ଭକାରଙ୍କୁ ସରକାରୀ ସହାୟତା ମିଳିଲେ ଗ୍ରାମବାସୀ ଉପକୃତ ହେବେ ବୋଲି ଭ୍ରମରବର ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭାରତ-ନ୍ୟୁଜିଲାଣ୍ଡ ଫାଇନାଲ ମ୍ୟାଚ୍‌: ହୋଟେଲ ରୁମ୍‌ ଭଡ଼ା ୪୦୦% ବୃଦ୍ଧି

ଅହମଦାବାଦ,୭।୩:  ନରେନ୍ଦ୍ର ମୋଦି ଷ୍ଟାଡିୟମରେ ରବିବାର ସନ୍ଧ୍ୟାରେ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଟି୨୦ ବିଶ୍ୱକପ୍‌ ଫାଇନାଲ ମ୍ୟାଚ୍‌ ଖେଳାଯିବ। ଏଥିଲାଗି ସହରର ପ୍ରାୟତଃ ହୋଟେଲରେ ରୁମ୍‌…

ପଶ୍ଚିମବଙ୍ଗରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଅପମାନ: ମୋଦି-ମମତା ମୁହାଁମୁହିଁ, ଦୁର୍ଭାଗ୍ୟଜନକ କହି…

ନୂଆଦିଲ୍ଲୀ/କୋଲକାତା,୭।୩: ପଶ୍ଚିମବଙ୍ଗ ଗସ୍ତରେ ଥିବା ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ନେଇ ଏବେ ରାଜନୀତି ସରଗରମ ହୋଇଛି। ସିଲିଗୁଡ଼ିରେ ଆୟୋଜିତ ଆନ୍ତର୍ଜାତୀୟ ସାନ୍ତାଳ ସମ୍ମିଳନୀ ପାଇଁ ଉପଯୁକ୍ତ ସ୍ଥାନ…

ନିର୍ବାଚନ ପୂର୍ବରୁ ମମତାଙ୍କ ବଡ଼ ଘୋଷଣା

କୋଲକାତା,୭ା୩: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏକ ବଡ଼ ଘୋଷଣା କରିଛନ୍ତି। ରାଜ୍ୟରେ ସମସ୍ତ ଦଶମ ଶ୍ରେଣୀ ପାସ୍‌ ବେରୋଜଗାରୀ ଯୁବବର୍ଗଙ୍କୁ ମାସିକ…

ଦୁବାଇରେ ହଠାତ ଶସ୍ତା ହେଉଛି ସୁନା! ଇରାନ ସହ ଯୁଦ୍ଧ ମଧ୍ୟରେ ମୂଲ୍ୟରେ ବଡ଼ ହ୍ରାସ, ଭାରତ ଉପରେ ପଡ଼ିବ…

ଦୁବାଇ/ନୂଆଦିଲ୍ଲୀ,୭।୩: ବିଶ୍ୱର ସୁନା ବଜାର କୁହାଯାଉଥିବା ଦୁବାଇରୁ ଏବେ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି। ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଚାଲିଥିବା ଭୟଙ୍କର ଯୁଦ୍ଧ ଯୋଗୁ…

କେନିଆରେ ବର୍ଷା ବିତ୍ପାତ: ଚାଲିଗଲା ୨୩ ଜୀବନ

ନାଇରୋବି,୭ା୩: କେନିଆ ରାଜଧାନୀ ନାଇରୋବିରେ ପ୍ରବଳ ବର୍ଷାରେ ୨୩ ଜଣଙ୍କ ମୃତ୍ୟୁ ଘଟିବା ସହ ବିମାନ ଚଳାଚଳ ବାଧାପ୍ରାପ୍ତ ହୋଇଛି। ଶନିବାର ରାସ୍ତାଘାଟ ଜଳାର୍ଣ୍ଣବ ହୋଇଥିବାରୁ ଗାଡ଼ିଚାଳକମାନେ…

ଇରାନ ଉପରେ ଆଜି ହେବ ‘ଭୟଙ୍କର’ ଆକ୍ରମଣ: ଟ୍ରମ୍ପଙ୍କ ଘୋଷଣା ପରେ ସାରା ବିଶ୍ୱରେ ହଇଚଇ, ପଡ଼ୋଶୀ ଦେଶକୁ…

ୱାଶିଂଟନ/ତେହେରାନ,୭।୩: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଯୁଦ୍ଧ ପ୍ରତିଦିନ ଭୟଙ୍କର ରୂପ ନେଉଛି। ମଧ୍ୟପ୍ରାଚ୍ୟର ଅନେକ ସହର ଏହି ସାମରିକ ସଂଘର୍ଷରେ ଛାରଖାର ହୋଇଯାଇଥିବା ବେଳେ,…

ଘରଭାଙ୍ଗି ଧାନ ଖାଇଲା ଦନ୍ତା

ନାକଟିଦେଉଳ, ୭ା୨(ବୈକୁଣ୍ଠନାଥ ସାହୁ): ସମ୍ବଲପୁର ଜିଲା ନାକଟିଦେଉଳ ବନାଞ୍ଚଳ ଅଧୀନ ଆଭ୍ୟନ୍ତରୀଣ ତଥା ପାହାଡ଼ ତଳି ଗ୍ରାମରେ ଗତ କିଛି ଦିନ ହେଲା ଦନ୍ତାହାତୀ ଉପଦ୍ରବ ଲାଗି…

ବୋହୂଙ୍କୁ ମାଡ଼ ମାରି ଲହୁଲୁହାଣ କଲେ ପୁଅ, ଥାନାରେ ପହଞ୍ଚି ଅଭିଯୋଗ କରିଦେଲେ ବାପା, ପୁରୁଷୋତ୍ତମଙ୍କୁ ବାନ୍ଧି…

ବୈଶିଙ୍ଗା,୭।୩(ରତନ ଦାଶ): ମୟୂରଭଞ୍ଜ ଜିଲାର ବୈଶିଙ୍ଗା ଥାନା ଅର୍ନ୍ତଗତ ନଡପୁର ଗ୍ରାମରେ ଜନୈକା ବିବାହିତା ମହିଳାଙ୍କୁ ମାଡ଼ ମାରି ଗୁରୁତର କରିଥିବା ଅଭିଯୋଗରେ ପୋଲିସ ସ୍ବାମୀଙ୍କୁ ଗିରଫ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri