Posted inଜାତୀୟ

ମିଲିଟାରୀ କ୍ୟାଣ୍ଟିନ୍‌ରେ ମିଳିବନି ଚାଇନା ସାମଗ୍ରୀ

ନୂଆଦିଲ୍ଲୀ, ୨୪।୧୦: ଏବେ ଆଉ ମିଲିଟାରୀ କ୍ୟାଣ୍ଟିନ୍‌ରେ ଚାଇନା ସାମଗ୍ରୀ ମିଳିବନି। ଏନେଇ ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଯୋଜନା ପ୍ରସ୍ତୁତ ହୋଇଛି। ଦେଶରେ ଥିବା ୩ ହଜାର ୫୦୦ରୁ ଅଧିକ ମିଲିଟାରୀ କ୍ୟାଣ୍ଟିନ୍‌ରେ ଏହି ଆଇନ୍‌ ଲାଗୁ ହେବ। ଆତ୍ମନିର୍ଭର ଭାରତ ଯୋଜନା ଅନ୍ତର୍ଗତ ଚାଇନାର ସମସ୍ତ ସାମଗ୍ରୀ ସହିତ ସ୍କଚ୍‌ ଏବଂ ଅନ୍ୟ ବିଦେଶୀ ମଦ ଉପରେ କଟକଣା ଲଗାଯିବ। ମିଲିଟାରୀ କ୍ୟାଣ୍ଟିନ୍‌ରେ ୫ ହଜାରରୁ ଅଧିକ ପ୍ରକାର ସାମଗ୍ରୀ ଉପଲବ୍ଧ ହୋଇଥାଏ। ସେଥିମଧ୍ୟରୁ ୪୦୦ରୁ ଅଧିକ ସାମଗ୍ରୀ ବାହାର ଦେଶର। ସେଥିମଧ୍ୟରୁ ଅଧିକାଂଶ ଚାଇନାରୁ ଆସିଥାଏ। ଚାଇନାରୁ ଆସୁଥିବା ସାମଗ୍ରୀ ମଧ୍ୟରେ ଟଏଲେଟ୍‌ ବ୍ରଶ୍‌, ଡାଏପର, ରାଇସ୍‌ କୁକର, ଇଲେକ୍ଟ୍ରିକ୍‌ କେଟଲି, ସ୍ୟାଣ୍ଡଓ୍ବିଚ୍‌ ଟୋଷ୍ଟର, ଭାକ୍ୟୁମ୍‌ କ୍ଲିନର, ସନ୍‌ ଗ୍ଲାସ୍‌, ମହିଳାଙ୍କ ହ୍ୟାଣ୍ଡ୍‌ ବ୍ୟାଗ୍‌, ଲାପଟପ୍‌ ଏବଂ ଡେସ୍କ୍‌ ଟପ୍‌ ଆଦି ରହିଛି। ମାତ୍ର ଏବେ ଏସବୁକୁ ସମସ୍ତ ମିଲିଟାରୀ କ୍ୟାଣ୍ଟିନ୍‌ରେ ଆଉ ମିଳିବ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ନିର୍ଭୟା ମାମଲା: ଫାଶୀଦଣ୍ଡର ସିଧାପ୍ରସାରଣ ପାଇଁ ଚିଠି ଲେଖିଲା ପରି

ନୂଆଦିଲ୍ଲୀ,୧୦।୧: ବହୁ ଚର୍ଚ୍ଚିତ ନିର୍ଭୟା ଗଣବଳାତ୍କାର ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ୪ ଅପରାଧୀଙ୍କୁ ଆସନ୍ତା ୨୨ ତାରିଖରେ ଫାଶୀ ଦେବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।...

ଇନ୍ଦୋରରେ ବଢ଼ିଲା କରୋନା କର୍ଫ୍ୟୁ

ଇନ୍ଦୋର,୧୭।୫: କରୋନା କଟକଣା ଯୋଗୁ ଦୈନିକ ସଂକ୍ରମଣ ହ୍ରାସ ପାଉଥିବାରୁ ମଧ୍ୟପ୍ରଦେଶ ଇନ୍ଦୋରରେ ମେ’ ୨୯ଯାଏ କରୋନା କର୍ଫ୍ୟୁ ଅବଧିକୁ ବଢ଼ାଇ ଦିଆଯାଇଛି। ଏନେଇ ସୋମବାର...

ଟ୍ରାଫିକ୍‌ ପୋଲିସ ପୋଷାକରେ ଲାଗିଲା କ୍ୟାମେରା: ଆଇନ ଭଙ୍ଗ କରୁଥିବା ବ୍ୟକ୍ତିଙ୍କ କାର୍ଯ୍ୟକଳାପ ହେବ ରେକର୍ଡ

କୋଏମ୍ବାଟୁର,୧୮।୭: ତାମିଲନାଡୁ କୋଏମ୍ବାଟୁରରେ ବୁଧବାର ଟ୍ରାଫିକ୍‌ ପୋଲିସଙ୍କୁ ଏକ କ୍ୟାମେରା ବଣ୍ଟନ କରାଯାଇଛି। ଏହି କ୍ୟାମେରାକୁ ସେମାନେ ନିଜ ପୋଷାକରେ ଲଗାଇପାରିବେ। ଏହାଦ୍ୱାରା ଘଟଣାସ୍ଥଳରେ ଟ୍ରାଫିକ୍‌...

ବିହାର ନିର୍ବାଚନରେ କୌଣସି ପ୍ରସଙ୍ଗ ନ ରହିଲେ ମୁମ୍ବାଇରୁ ହେବ ପାର୍ସଲ: ସଞ୍ଜୟ ରାଉତ

ମୁମ୍ବାଇ, ୨୬।୯: ବିହାର ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା ହୋଇସାରିଛି। ନିର୍ବାଚନକୁ ଦୃଷ୍ଟିରେ ରଖି ବଲିଉଡ୍‌କୁ ଜାଣିଶୁଣି ଡ୍ରଗ୍ସ୍‌ ମାମଲାରେ ଛନ୍ଦି ଦିଆଯାଇଥିବା ଶିବସେନା...

ଲାଲକିଲ୍ଲା ହିଂସା ପଛରେ ଭାଜପା: କେଜରିଓ୍ବାଲ

ନୂଆଦିଲ୍ଲୀ,୧।୩ : ସାଧାରଣତନ୍ତ୍ର ଦିବସରେ କୃଷକଙ୍କ ଟ୍ରାକ୍ଟର ରାଲିବେଳେ ଘଟିଥିବା ଲାଲକିଲ୍ଲା ହିଂସା ପାଇଁ ଭାଜପା କର୍ମୀଙ୍କୁ ଦାୟୀ କରିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ।...

ସବୁଦିନ ଏହି ଶିବମନ୍ଦିର ପ୍ରଦକ୍ଷିଣ କରିଥାନ୍ତି ପକ୍ଷୀଦଳ…

ଶିବମନ୍ଦିରରେ ଶ୍ରଦ୍ଧାଳୁ ୧୦୮ ଥର ପ୍ରଦକ୍ଷିଣ କରିଥାନ୍ତି । ଏହାଦ୍ୱାରା ଶୁଭଫଳ ମିଳିଥାଏ ବୋଲି କେତେକେ କୁହନ୍ତି। ତେବେ ମହେନ୍ଦ୍ରଗିରି ପର୍ବତରେ ଥିବା ଭୀମାଶଙ୍କର ଶିବମନ୍ଦିରରେ...

ଟିକାକରଣ ନେଇ ମହାରାଷ୍ଟ୍ର ସରକାରଙ୍କୁ କେନ୍ଦ୍ରର ଟାର୍ଗେଟ

ନୂଆଦିଲ୍ଲୀ,୧୭।୩: ମହାରାଷ୍ଟ୍ରରେ କରୋନା ସଂକ୍ରମଣ ବେକାବୁ ହେବାରେ ଲାଗିଛି। ଏପରିସ୍ଥଳେ କେନ୍ଦ୍ର ସରକାରଙ୍କ ପକ୍ଷରୁ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେ ସରକାରଙ୍କୁ ଟାର୍ଗେଟ୍‌ କରାଯାଇଛି। ଏହି...

ନାବାଳିକା ବଳାତ୍କାର, ହତ୍ୟା ମାମଲାରେ ପ୍ରଥମ ଥର ପାଇଁ ମୃତ୍ୟୁଦଣ୍ଡାଦେଶ

ଗୁରୁଗ୍ରାମ,୨୧।୨: ୧୨ ବର୍ଷର ନାବାଳିକାଙ୍କୁ ବଳାତ୍କାର ପରେ ହତ୍ୟା ମାମଲାର ବିଚାର କରି ପାନିପତ୍‌ର ଏକ ଫାଷ୍ଟ ଟ୍ରାକ୍‌ କୋର୍ଟ ୨ ଅଭିଯୁକ୍ତଙ୍କୁ ମୃତ୍ୟୁଦଣ୍ଡାଦେଶ ଦେଇଛନ୍ତି।...

Advertisement
Archives

Model This Week