ଅଙ୍ଗନୱାଡି କେନ୍ଦ୍ର, ସ୍କୁଲ ବାରଣ୍ଡା ମାଡ଼ିନାହାନ୍ତି ଶିଶୁ

ବୁଗୁଡ଼ା, ୨୨ା୩(ଡି.ଏନ୍‌.ଏ.): ‘ସଭିଏଁ ପଢ଼ିବେ, ସଭିଏଁ ବଢ଼ିବେ’ର ସ୍ଲୋଗାନ ଏବେ ବୁଗୁଡ଼ା ଅଞ୍ଚଳରେ ଫେଲ୍‌ ମାରିଥିବା ଦେଖବବାକୁ ମିଳିଛି। ୩ ରୁ ୧୪ ବର୍ଷ ପିଲାଙ୍କ ପାଇଁ ଶିକ୍ଷା ବାଧ୍ୟତାମୂଳକ କରାଯାଇଛି। ଗୋଟିଏ ବି ଶିଶୁ ଯେମିତି ବିଦ୍ୟାଳୟ ଯିବାରୁ ବଞ୍ଚତ୍ତ ନହେବେ ସେଥିପ୍ରତି ବିଭିନ୍ନ ଅଧିକାରୀଙ୍କୁ ନିୟୋଜିତ କରାଯାଇଛି। ହେଲେ ଏତେ ସବୁ ବ୍ୟବସ୍ଥା ସତ୍ତ୍ୱେ ବି ସବୁ ଫେଲ୍‌ ମାରୁଛି, ଯାହାର ନିଛକ ଚିତ୍ର ଦେଖିବାକୁ ମିଳିଛି ଗଞ୍ଜାମ ଜିଲା ବୁଗୁଡ଼ା ବ୍ଲକ କରଚୁଲି ପଞ୍ଚାୟତ ଅନ୍ତର୍ଗତ ମାଧପଲ୍ଲୀ ଆଦିବାସୀ ଗ୍ରାମରେ। ଏହି ଗ୍ରାମର ୨ଟି ପିଲାଙ୍କୁ ଛାଡି ଦେଲେ ଅନ୍ୟମାନେ ସ୍କୁଲ କି ଅଙ୍ଗନୱାଡି କେନ୍ଦ୍ର ଦେଖିନାହାନ୍ତି। କାରଣ ବୁଝିବାରେ ଜଣାପଡିଲା ଗାଁରେ ଅଙ୍ଗନବାଡି କେନ୍ଦ୍ର ନାହିଁ କି ସ୍କୁଲ ନାହିଁ। ଫଳରେ ଶିଶୁଙ୍କୁ ୩ କିଲୋମିଟର ଦୂର କରଚୁଲି କିମ୍ବା ଜେଏକ ଗ୍ରାମକୁ ଯିବାକୁ ପଡେ। ହେଲେ ମାଟି ରାସ୍ତା ସାଙ୍ଗକୁ ରାସ୍ତାରେ ହାତୀ ଭୟ ଯୋଗୁଁ ଏତେ ବାଟ ଚାଲି ଚାଲି ଯିବା ଶିଶୁମାନଙ୍କ ପକ୍ଷେ କଷ୍ଟସାଧ୍ୟ ହେଉଥିବାରୁ ଏହି ଗ୍ରାମର ଶିଶୁମାନେ ଅଙ୍ଗନୱାଡି କେନ୍ଦ୍ର ଦେଖିନଥିବା ବେଳେ କିଛି ପିଲା ସ୍କୁଲ ମଧ୍ୟ ଦେଖିନାହାନ୍ତି। ଏହି ଗ୍ରାମରେ ରହୁଛନ୍ତି ସମୁଦାୟ ୧୮ ଆଦିବାସୀ ପରିବାର। ଗ୍ରାମର ସମସ୍ତେ ଗରିବ ଆଦିବାସୀ। ବଣ ଜଙ୍ଗଲରୁ କାଠ, ମହୁଲ ସଂଗ୍ରହ କରିବା ସହ ମୂଲ ଲାଗିଲେ ସେମାନଙ୍କ ପରିବାର ଚଳୁଛି। ପିଲାଙ୍କୁ ଏତେ ଦୂର ସ୍କୁଲ ଓ ଅଙ୍ଗନୱାଡି କେନ୍ଦ୍ରକୁ ନେବା ଆଣିବା କରିବା ପାଇଁ ସେମାନଙ୍କ ପାଖରେ ସମୟ ନାହିଁ। ଆବାସ ଯୋଜନା ବି ଏମାନଙ୍କ ପାଇଁ ସାତ ସପନ। ଫଳରେ ଅଧିକାଂଶ ଆଦିବାସୀ ପରିବାର ଭଙ୍ଗା ଚାଳ କୁଡିଆରେ ଜୀବନ ଅତିବାହିତ କରୁଛନ୍ତି। ପିଲାମାନେ ସ୍କୁଲ ଯିବା ପାଇଁ କୌଣସି ବ୍ୟବସ୍ଥା ନଥିବାରୁ ଅଧିକାଂଶ ପିଲା ଅଧାରୁ ପାଠ ଛାଡି ଥିବା ବେଳେ ବହୁତ ପିଲା ସ୍କୁଲ ବାରଣ୍ଡା ଦେଖିନାହାନ୍ତି। ଏହି ଗ୍ରାମର ସାଇରମ ମଳିକ, ପୂଜା ମଳିକ, ପ୍ରଦୀପ ମଳିକ, ମନୋଜ ଜାନି, ସନ୍ତୋଷିନୀ ଜାନି ଆଜି ପର୍ଯ୍ୟନ୍ତ ସ୍କୁଲ କି ଅଙ୍ଗନୱାଡି ପିଣ୍ଡା ମାଡ଼ି ନଥିବା ବେଳେ ଦେବରାଜ ମଳିକଙ୍କ ପୁଅ ଶିବ ମଳିକ, ନାରାୟଣ ମଳିକଙ୍କ ପୁଅ ଗରୁଡ଼ ଛାଡ଼ିଦେଲେ ବସନ୍ତ ନାୟକଙ୍କ ପୁଅ ନରେନ୍ଦ୍ର ନାୟକ, ନାରାୟଣ ମଳିକଙ୍କ ପୁଅ ସାଗର ମଳିକ, ଆକାଶ ମଳିକ, ରାଜେଶ ନାୟକ, ୫ ଶ୍ରେଣୀରୁ ପାଠ ଛାଡ଼ି ଘରେ ବସିଛନ୍ତି। ସେମାନଙ୍କୁ ବୁଝାଇ ଶୁଝାଇ ସ୍କୁଲ କିମ୍ବା ଅଙ୍ଗନୱାଡି କେନ୍ଦ୍ରକୁ ନେବା ପାଇଁ ଆଜି ପର୍ଯ୍ୟନ୍ତ ଶିକ୍ଷାବିଭାଗର କୌଣସି ଅଧିକାରୀ କି ଅଙ୍ଗନୱାଡି କର୍ମୀ ଗ୍ରାମକୁ ଆସି ନଥିବା କହିଛନ୍ତି ଗାଁ ସଭାପତି ବିପ୍ର ଚରଣ ମଳିକ।


Enter your email to get our daily news in your inbox.

All Right Reserved By Dharitri.Com

ନୂଆ ବର୍ଷରେ ନୂଆ ପଦକ୍ଷେପ

ଯାଜପୁର,୩୧ା୧୨: : କର୍କଟ ପୀଡିତଙ୍କ ପାଇଁ 14 ଇଞ୍ଚ କେଶଦାନ କଲେ ଜୟ ମହାକାଳ ଫାଉଣ୍ଡେସନର ସଦସ୍ୟା ପୂଜାରାଣୀ ବେହେରା । ଇଂରାଜୀ ନୂଆବର୍ଷ ଆରମ୍ଭକୁ...

କେମିତି ରହିବ ମୋଦି-ଟ୍ରମ୍ପଙ୍କ ୨୦୨୬? ଭବିଷ୍ୟବାଣୀରେ ଜଣାପଡିଲା ସତ!

୨୦୨୫ ବର୍ଷ ଶେଷ ହେବାକୁ ଯାଉଛି। ୨୦୨୬ ଏବେ ପାଖେଇ ଆସୁଛି। ୨୦୨୬ ବର୍ଷ ଲୋକଙ୍କ ପାଇଁ କିପରି ହେବ ସେ ବିଷୟରେ ଜ୍ୟୋତିଷମାନେ ଭବିଷ୍ୟବାଣୀ...

ଡେଲିଭରି ଏଜେଣ୍ଟଙ୍କ ପାଇଁ କମ୍ପାନୀ କଲା ବଡ଼ ଘୋଷଣା, ବଢିବ ଇନକମ୍‌

ନୂଆଦିଲ୍ଲୀ,୩୧।୧୨:ଡିସେମ୍ୱର 31 ତାରିଖରେ ଡେଲିଭରି କର୍ମଚାରୀମାନେ ଧର୍ମଘଟ ଘୋଷଣା କରିଛନ୍ତି। ଏହି ସମୟରେ, ଜୋମାଟୋ ଏବଂ ସ୍ୱିଗି ଅଧିକ ଦରମା ଏବଂ ବୀମା ପାଇଁ ପ୍ରତିବାଦ...

ନୂଆବର୍ଷ ଗୋଟିଏ ଦିନ ପୂର୍ୱରୁ ସରକାରୀ କର୍ମଚାରୀଙ୍କୁ ଝଟ୍‌କା! ଏମାନଙ୍କୁ ମିଳିବନି ଗ୍ରାଚ୍ୟୁଇଟି

ନୂଆଦିଲ୍ଲୀ,୩୧।୧୨: କେନ୍ଦ୍ର ସରକାରୀ କର୍ମଚାରୀ ଏବଂ ପେନସନଭୋଗୀଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଖବର ଆସିଛି। ପେନସନ ଏବଂ ପେନସନଭୋଗୀ କଲ୍ୟାଣ ବିଭାଗ (DoPPW) ଗ୍ରାଚ୍ୟୁଇଟି ସମ୍ୱନ୍ଧୀୟ...

ଏମିତି ସ୍ଥାନ, ଯେଉଁଠି ବିବାହ ପରେ କନ୍ୟା ନୁହନ୍ତି, ବର ଯାଆନ୍ତି ଶାଶୁଘର

ଭାରତରେ ଜାତି, ଧର୍ମ, ବର୍ଣ୍ଣ ସମେତ ବିଭିନ୍ନ ସ୍ଥାନରେ ଭିନ୍ନଭିନ୍ନ ପରମ୍ପରା ରହିଛି। ଏହି ଅନନ୍ୟ ପରମ୍ପରା ଭାରତକୁ ଅନ୍ୟ ଦେଶଠାରୁ ସ୍ବତନ୍ତ୍ର କରେ। ଭାରତରେ...

ପ୍ରଥମ ମହିଳା ମୁଖ୍ୟ ଶାସନ ସଚିବ ଭାବେ ଦାୟିତ୍ବ ନେଲେ ଅନୁ ଗର୍ଗ, କହିଲେ ନୂଆ ସରକାରରେ…

ଭୁବନେଶ୍ବର,୩୧ା୧୨: ନୂଆ ମୁଖ୍ୟ ଶାସନ ସଚିବ ଭାବେ ଦାୟିତ୍ବ ନେଲେ ଅନୁ ଗର୍ଗ । ସେ ରାଜ୍ୟର ପ୍ରଥମ ମହିଳା ମୁଖ୍ୟ ଶାସନ ସଚିବ ।...

କୁକୁର ମୁଁହରୁ ହରିଣକୁ ଉଦ୍ଧାରକଲେ ସରପଞ୍ଚ ପ୍ରତିନିଧି, ଚିକିତ୍ସା ପରେ ବନବିଭାଗକୁ କଲେ ହସ୍ତାନ୍ତର

ଗଞ୍ଜାମ,୩୧ା୧୨(ବିଦ୍ୟାଧର ସାହୁ ): କୁକୁର ମୁଁହରୁ ଆହତ ହରିଣକୁ ଉଦ୍ଧାର କଲେ ମଲାଡ଼ ସରପଞ୍ଚ ପ୍ରତିନିଧି ସୁଦାମ ବେହେରା । ମଲାଡ଼ ପଞ୍ଚାୟତ କାର୍ଯ୍ୟାଳୟ ଠାରୁ...

ଭୋଜି ଖାଇ ୧୦୦ରୁ ଊର୍ଦ୍ଧ୍ୱ ଝାଡ଼ାବାନ୍ତିରେ ଆକ୍ରାନ୍ତ, ଡାକ୍ତର କହିଲେ…

କେସିଙ୍ଗା,୩୧ା୧୨(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକର ବେଲଖଣ୍ଡି ଗ୍ରାମର କଲୋନୀରେ ଏକ ଭୋଜି ଭାତ ଖାଇ ଶତାଧିକ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ କେସିଙ୍ଗା ଗୋଷ୍ଠୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri