Categories: ଜାତୀୟ

ପୂର୍ବତନ ରାଷ୍ଟ୍ରପତିଙ୍କ ଅବସ୍ଥା ଏବେବି ସଙ୍କଟାପନ୍ନ

ନୂଆଦିଲ୍ଲୀ,୨୩।୮: ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ସ୍ବାସ୍ଥ୍ୟାବସ୍ଥାରେ କୌଣସି ସୁଧାର ଆସୁ ନ ଥିବା କହିଛି ଦିଲ୍ଲୀରେ ଥିବା ଆର୍ମି ହସ୍ପିଟାଲ। ଏବେ ସେ କୋମାରେ ରହିଥିବା ବେଳେ ଶରୀରର ମୁଖ୍ୟ ଅଙ୍ଗଗୁଡିକ ପୂର୍ବଭଳି ସ୍ଥିର ରହିଛି। ଭେଣ୍ଟିଲେଟର ସହାୟତାରେ ତାଙ୍କର ଚିକିତ୍ସା ଚାଲିଛି। ଏକ ସ୍ବତନ୍ତ୍ର ଡାକ୍ତରୀ ଦଳ ତାଙ୍କର ଚିକିତ୍ସା କରୁଛନ୍ତି। ସୂଚନାଯୋଗ୍ୟ, ଗତ ସପ୍ତାହରେ ଶ୍ରୀ ମୁଖାର୍ଜୀ ଅସୁସ୍ଥ ଅନୁଭବ କରିବାରୁ ଚେକ୍‌ଅପ୍‌ ପାଇଁ ହସ୍ପିଟାଲ ଯାଇଥିଲେ। ସେଠାରେ ତାଙ୍କର ବ୍ରେନ୍‌ ସର୍ଜରୀ କରାଯାଇଛି। ଏହାପରେ ତାଙ୍କର କରୋନା ଟେଷ୍ଟ ରିପୋର୍ଟ ପଜିଟିଭ ଆସିଥିବା ବେଳେ କରୋନାର ଟେଷ୍ଟ ମଧ୍ୟ କରାଯାଉଛି।

Share