କାଷ୍ଟିଂ ନାହିଁ, ଲବି-ରେଫରେନ୍ସରେ ଓଲିଉଡ୍‌

ଓଡ଼ିଶାର ଝିଅ। ଇଞ୍ଜିନିୟରିଂ ପଢ଼ିବା ପରେ ହଠାତ୍‌ ପାଦ ଦେଇଥିଲେ ମନୋରଞ୍ଜନ ଦୁନିଆରେ। ମୁମ୍ବାଇରୁ ଆରମ୍ଭ କରିଥିଲେ ବୃତ୍ତିଗତ ଜୀବନ ଯାତ୍ରା। ସେ ହେଉଛନ୍ତି ଜାତୀୟସ୍ତରର ଅଭିନେତ୍ରୀ ସୋନାଲି ଶର୍ମିଷ୍ଠା ମହାନ୍ତି। ବଲିଉଡ୍‌ ଅଭିନେତ୍ରୀ କାଜଲଙ୍କ ସହ ନେଟ୍‌ଫ୍ଲିକ୍ସରେ ‘ତ୍ରିଭଙ୍ଗ’ ଚଳଚ୍ଚିତ୍ର, ୱେବ୍‌ସିରିଜ୍‌ ‘ଦିଲ୍ଲୀ କ୍ରାଇମ୍‌’ର ଚନ୍ଦା ଚରିତ୍ର, ଟିଭି ସିରିୟଲ୍‌ ‘ରାତ୍ରି କି ୟାତ୍ରୀ’, ମାଲୟାଲମ୍‌ ଚଳଚ୍ଚିତ୍ର ‘ଫେସ୍‌ ଅଫ୍‌ ଦ ଫେସ୍‌ଲେସ୍‌’, ଓଡ଼ିଆ ଚଳଚ୍ଚିତ୍ର ‘କାଲିର ଅତୀତ’, ୱେବ୍‌ସିରିଜ୍‌ ‘ଆନ୍ଥୋନି’ରେ ନିଜ କଳାର ଯାଦୁ ଦେଖାଇଛନ୍ତି। ଏଥିସହ ବହୁ ବଲିଉଡ୍‌ ଷ୍ଟାର୍‌ଙ୍କ ସହିତ ସେ ଆଡ୍‌ରେ ଷ୍ଟେଜ୍‌ ଶେୟାର କରିଛନ୍ତି। ନିକଟରେ ଲୋକପ୍ରିୟ ହୋଇଥିବା ୱେବ୍‌ସିରିଜ୍‌ ‘ଜେଙ୍ଗାବୁର କର୍ସ’ରେ ମଧ୍ୟ ସେ ଅଭିନୟ କରିଛନ୍ତି। ଯାଜପୁରରେ ଜନ୍ମିତ ସୋନାଲି ଶର୍ମିଷ୍ଠାଙ୍କ ସହ ଏଥରର ‘ଧରିତ୍ରୀ ଆଳାପ’।

ଇଞ୍ଜିନିୟରିଂରୁ ଏଣ୍ଟରଟେନ୍‌ମେଣ୍ଟ ଦୁନିଆକୁ କିଭଳି ଆସିଲେ?
ମୁଁ ଇଞ୍ଜିନିୟରିଂ ପଢ଼ିବା ପରେ ଦ୍ୱନ୍ଦ୍ୱରେ ଥିଲି କ’ଣ କରିବି। ମୋତେ କୌଣସି ଚାକିରି କରିବାର ନ ଥିଲା। ତେଣୁ ମୁଁ ଆଙ୍କରିଂ କୋର୍ସ କଲି। ସେଠୁ ମୋତେ ବାହାରକୁ ଯିବାକୁ ଇଚ୍ଛା ହେଲା। ମୁମ୍ବାଇରେ ରହିବା ପରେ ମୋ ରୁମ୍‌ମେଟ୍‌ଙ୍କ ସହଯୋଗରେ ଜଣେ ବ୍ୟାକ୍‌ ଗ୍ରାଉଣ୍ଡ୍‌ ଆର୍ଟିଷ୍ଟ ଭାବେ କାମ ମିଳିଲା। ଏହା ଭିତରେ ମୁଁ ଧୀରେ ଧୀରେ ଆଡ୍‌ ଶୁଟ୍‌ ଆଉ ଫିଲ୍ମ କରିବାକୁ ଆଗ୍ରହ ପ୍ରକାଶ କଲି। ଏବେ ଫିଲ୍ମ, ୱେବ୍‌ସିରିଜ୍‌ରେ କାମ କରୁଛି।
ପରିବାରର ସହଯୋଗ କିଭଳି ଥିଲା?
ପ୍ରଥମରୁ ମୁଁ ହିଁ କ୍ଲିଅର୍‌ ନ ଥିଲି। ଆଉ ପରିବାର ଲୋକଙ୍କର ମଧ୍ୟ ଏ କ୍ଷେତ୍ରରେ ଏତେ ଚିହ୍ନାଜଣା ନ ଥିଲା। ମୁମ୍ବାଇ ଯିବା କଥା ଶୁଣିବା ପରେ ମା’ ମୋତେ ଗୋଟିଏ ବର୍ଷ ପାଇଁ ଛାଡ଼ିଥିଲେ। କିନ୍ତୁ ମୁଁ ଗ୍ଲାମର୍‌ ନ ଥିଲି ଆଉ ଆଜି ବି ସେତେ ନୁହଁ। ତେଣୁ ପରିବାର ଲୋକଙ୍କୁ ଲାଗୁଥିଲା କି ମୁଁ ଏମିତି ସ୍ବପ୍ନ ଦେଖୁଛି, ଆଉ କହୁଛି। ବେଳେବେଳେ ସେମାନେ ଭାବୁଥିଲେ ମୁଁ ଭୁଲ୍‌ ଟ୍ରାକ୍‌ରେ ଯାଉଛି। ମାତ୍ର ସମୟ ସହ ସବୁକିଛି ଠିକ୍‌ ହୋଇଗଲା।
ଓଡ଼ିଶାରେ ସୋନାଲିଙ୍କ ଏହି ପରିଚୟ ସମ୍ପର୍କରେ କ’ଣ କହିବେ?
ପ୍ରାୟତଃ ଅନେକ ଜାଣନ୍ତିନି କି ମୁଁ ଓଡ଼ିଶାର। ମୋର ସେତେ ମିଡିଆ କଣ୍ଟାକ୍ଟ ବି ନାହିଁ। ପପୁଲାରିଟି ପାଇଁ ହିଁ ଲୋକଙ୍କୁ ଏହି ଲାଇନ୍‌ଟା ଅଧିକ ଆଟ୍ରାକ୍ଟ କରେ। ମୋ ମା, ବାପାଙ୍କର ବି ସବୁବେଳେ ପ୍ରଶ୍ନ ଥାଏ, ତୁ କରିନା କପୁର୍‌, କାଜଲ, ରଣବୀର ଆହୁରି ବି ଅନେକ ଷ୍ଟାର୍‌ଙ୍କ ସହ କାମ କରିଛୁ। କିନ୍ତୁ ତୋତେ କେହି ଜାଣୁନାହାନ୍ତି କ’ଣ ପାଇଁ। ମାତ୍ର ଏହି ପ୍ରଶ୍ନର ଉତ୍ତର କିଛି ନ ଥାଏ ମୋ ପାଖେ। ଭାବୁଛି ସମୟ ଆସିଲେ ସବୁ ଠିକ୍‌ ହୋଇଯିବ।
୩ ଇଣ୍ଡଷ୍ଟ୍ରିରେ ଆପଣଙ୍କ ଅନୁଭୂତି…?
ମୁଁ ୩ଟା ଇଣ୍ଡଷ୍ଟ୍ରିରେ କାମ କରିଛି। ମାଲୟାଲମ୍‌ରେ ସେମାନେ ବହୁତ ସରଳ। କାମରେ ଫୋକସ୍‌ କରନ୍ତି, ଆଉ ଗ୍ଲ୍‌ାମର୍‌ରୁ ଦୂରେଇ ରୁହନ୍ତି। ଶୋ’ବାଜି ସେ ଇଣ୍ଡଷ୍ଟ୍ରିରେ ବିଲ୍‌କୁଲ୍‌ ନାହିଁ। ବଲିଉଡ୍‌ରେ ୨ଟା ୱାଲର୍‌ଡ। ସିରିଏଲ୍‌ ପୂରା ଗ୍ଲାମର୍‌ ଆଉ ମୁଭି ଏବଂ ୱେବ୍‌ସିରିଜ୍‌ ପାଇଁ ସେମାନେ କେହି ପୋର୍ଟଫୋଲିଓ ଦେଖନ୍ତିନି। ରିୟଲ୍‌ରେ କେମିତି ଦେଖିବାକୁ, ସେମିତି ଫଟୋ ବା ଅଡିଶନ୍‌ ଦେବାକୁ କୁହନ୍ତି। ଲବି ବେଶି କାମ ଦିଏନି। କାରଣ ବାହାରୁ କେହି ସେଠି ପହଞ୍ଚତ୍ ଲବିରେ କାମ କରିବାକୁ ନିହାତି ୧୦ବର୍ଷ ଲାଗିଯିବ। ତେଣୁ ଅଡିଶନ୍‌ ଦେଇ ପ୍ରଡକ୍ସନରୁ ପ୍ରଡକ୍ସନ କାମ କରିବାକୁ ହୁଏ। ସେହିପରି ଓଡ଼ିଶାରେ କାଷ୍ଟିଂ ହୁଏନି ବୋଲି ମୋତେ ଲାଗେ। ଲବି ଆଉ ରେଫରେନ୍ସରେ ହୋଇଥାଏ।
କାହାକୁ ପ୍ରେରଣା ଭାବେ ମାନନ୍ତି?
ଅଭିନେତ୍ରୀ ସ୍ମିତା ପାଟିଲ୍‌ଙ୍କୁ ବହୁତ ମାନେ। ସେହିପରି ନୱାଜୁଦ୍ଦିନ୍‌ଙ୍କୁ ମଧ୍ୟ। କାରଣ ସେ ଆସିବା ପରେ ଇଣ୍ଡଷ୍ଟ୍ରିରେ ପରିବର୍ତ୍ତନ ହୋଇଛି। ଡାର୍କ କମ୍ପ୍ଲେକ୍ସ ଯେ ହିରୋ ହୋଇପାରିବେନି ସେ ସବୁ ଉଠିକି ଏବେ ଗୋଟେ ଆର୍ଟିଷ୍ଟିକ୍‌ କାମ ହେଉଛି।
ନିଜର କେଉଁ କାମ ଅଧିକ ପସନ୍ଦ ଆସିଛି?
ୱେବ୍‌ସିରିଜ୍‌ ‘ଦିଲ୍ଲୀ କ୍ରାଇମ୍‌’ର ଚନ୍ଦା ଚରିତ୍ର ମୋତେ ବହୁତ ପରିଚୟ ଦେଇଛି।
ପ୍ରଥମ ପାରିଶ୍ରମିକ କେତେ ଥିଲା?
୫୦୦ଟଙ୍କା ଥିଲା। ଆଉ ଏଇଟା ବି ଓଡ଼ିଶାରୁ ମିଳିଥିଲା। କେହି ଜାଣନ୍ତିନି। ମୁଁ ଯେବେ ଆଙ୍କରିଂ କୋର୍ସ କରୁଥିଲି ସେବେ ଷ୍ଟୁଡେଣ୍ଟ ଭାବେ କାଷ୍ଟିଂ କରାଯାଇଥିଲା। ସେତେବେଳେ ମାନିନୀ ସିରିଏଲ୍‌ରେ ଗୋଟିଏ ଦିନ ପାଇଁ କାମ କରିଥିଲି। ପୁଣି ୩ବର୍ଷ ପରେ ଯାଇ ଓଡ଼ିଶାରେ କାମ କଲି।
ଆଗାମୀ ଯୋଜନା କ’ଣ ରହିଛି?
ମୋର ସବୁବେଳେ ଇଚ୍ଛା ଅଲଗା ଅଲଗା ଚରିତ୍ର ଟ୍ରାଏ କରିବି। ଭଲ ନିର୍ଦ୍ଦେଶକଙ୍କ ସହ କାମ କରିବାର ଇଚ୍ଛା ଅଛି। ମୋର ଫିଲ୍ମ ଫେଷ୍ଟିଭାଲ୍‌ ପ୍ରତି ଦୁର୍ବଳତା ରହିଛି। ମୋର ସ୍ବପ୍ନ ଅଛି ଯେ, ମୋ କାମ ସବୁ ଫେଷ୍ଟିଭାଲରେ ପହଞ୍ଚୁ।

– ସାକ୍ଷାତ୍‌କାର : ଶର୍ମିଷ୍ଠା ପାଣିଗ୍ରାହୀ, ଭୁବନେଶ୍ୱର


Enter your email to get our daily news in your inbox.

All Right Reserved By Dharitri.Com

ବିବାହ ପ୍ରତିଶ୍ରୁତି ଦେଇ ପ୍ରତାରଣା, ଯୁବକ ଗିରଫ

ଗୋପାଳପୁର,୧।୪(ନବୀନ ରାଜ ଆଚାରୀ): ବରଗଡ଼ ଜିଲା ଯୁବତୀଙ୍କୁ ବିବାହ ପ୍ରତିଶ୍ରୁତ ଦେଇ ବଳତ୍କାର କରିବା ଅଭିଯୋଗରେ ଗୋଳନ୍ଥରା ପୋଲିସ ମଙ୍ଗଳବାର ବଳାତ୍କାରୀକୁ ଗିରଫ କରି କୋର୍ଟଚାଲାଣ କରିଛି।…

ମୃତ ବ୍ୟକ୍ତିଙ୍କ ନାମରେ ଜାଲ ଆଧାର କାର୍ଡ କରି ଜମି ବିକ୍ରି: ୨୦ ଭରଣ ଜମି ହଡପ

ସୋରଡା,୧।୪(ରଜନୀ ମହାପାତ୍ର): ଗଞ୍ଜାମ ଜିଲା ସୋରଡା ଉପନିବନ୍ଧକଙ୍କ କାର୍ଯ୍ୟାଳୟରେ ଜମି କିଣାବିକାରେ ଜାଲିଆତି ହେଉଥିବା ଅଭିଯୋଗ ହେଉଛି। ଜାଲ୍‌ ଆଧାରକାର୍ଡ ପ୍ରସ୍ତୁତ କରି ଜାଲ ଦସ୍ତଖତରେ ଜଣେ…

ବିଜୟ ପରେ ମଧ୍ୟ BCCI ଶ୍ରେୟସ ଆୟରଙ୍କ ଉପରେ କାହିଁକି ଲଗାଇଲା ଜରିମାନା? ହେଲା ୧୨ ଲକ୍ଷର କ୍ଷତି

ନୂଆଦିଲ୍ଲୀ,୧।୪: ୨୦୨୬ ଇଣ୍ଡିଆନ ପ୍ରିମିୟର ଲିଗର ଆରମ୍ଭ ପଞ୍ଜାବ କିଙ୍ଗ୍ସ ପାଇଁ ଚମତ୍କାର ପ୍ରମାଣିତ ହୋଇଥିଲା, କାରଣ ସେମାନେ ଗୁଜରାଟ ଟାଇଟାନ୍ସ ବିପକ୍ଷରେ ଶେଷ ଓଭରରେ ଏକ…

ବିଧାନସଭାରେ ୧୧ ଘୋଡ଼ାର ନାଁ କହିଲେ ଅରୁଣ କୁମାର: ଚିହ୍ନିପାରିଲେନି ବିଧାୟକ ସିଦ୍ଧାନ୍ତ, ଜାଣନ୍ତୁ ରୋଚକ ଘଟଣା ବିଷୟରେ…

ଭୁବନେଶ୍ୱର, ୧।୪(ସୁନିତ୍‌ ମିଶ୍ର):ବିଧାନସଭାରେ ୨୦୨୬-୨୭ ଆର୍ଥିକ ବର୍ଷର ବ୍ୟୟ ମଞ୍ଜୁର ବିଧେୟକ ଉପରେ ଆଲୋଚନା ହେବା ସମୟରେ ବିଜେଡିର ବରିଷ୍ଠ ବିଧାୟକ ଅରୁଣ କୁମାର ସାହୁଙ୍କ ଘୋଡ଼ା…

ଶେଷରେ ନଇଁଲେ ଟ୍ରମ୍ପ୍‌! ‘ଏତିକି ସପ୍ତାହ ମଧ୍ୟରେ ଶେଷ କରିବେ ଯୁଦ୍ଧ’

ଓ୍ବାଶିଂଟନ,୧।୪: ପଶ୍ଚିମ ଏସିଆରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି। ସେ କହିଛନ୍ତି ଯେ ଆମେରିକୀୟ ସୈନ୍ୟମାନେ…

କୁଏଟ୍‌ରୁ ସ୍ବତନ୍ତ୍ର ବିମାନରେ କେରଳ ଆସିଲା ୨୦ ଭାରତୀୟଙ୍କ ମୃତଦେହ, ହେଲେ କିଏ ଏମାନେ କେମିତି ହେଲା ଏମାନଙ୍କ ମୃତ୍ୟୁ? ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ନୂଆଦିଲ୍ଲୀ,୧।୪: କୁଏତରେ ବିଭିନ୍ନ ଘଟଣାରେ ପ୍ରାଣ ହରାଇଥିବା ୨୦ ଜଣ ଭାରତୀୟ ନାଗରିକଙ୍କ ପାର୍ଥିବ ଶରୀର ବୁଧବାର କେରଳର କୋଚିନ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଛି। ଅଧିକାରୀଙ୍କ ଅନୁଯାୟୀ,…

ବ୍ରାହ୍ମଣୀଗାଁରେ ବିଏସଏନଏଲ ନେଟୱାର୍କ ଫେଲ୍‌: ସପ୍ତାହେ ହେଲା ବିକାଶ କାର୍ଯ୍ୟ ଠପ୍‌

ଦାରିଙ୍ଗବାଡି, ୧।୪ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁରେ ବିଏସଏନଏଲ ମୋବାଇଲ ସେବା ସହ ଇଣ୍ଟରନେଟ ସେବା ସମ୍ପୂର୍ଣ୍ଣ ଅଚଳ ହୋଇପଡିଛି। ପ୍ରାୟ ସପ୍ତାହେ…

କୁବେର ଡେପୁଟି ମ୍ୟାନେଜର: ଘରୁ ମିଳିଲା ପୁଳାପୁଳା ଟଙ୍କା-ସୁନା, ବାବୁଙ୍କ ରହିଛି…

ଭୁବନେଶ୍ୱର,୧।୪: ଓଡ଼ିଶା ପୋଲିସ ହାଉସିଂ ଆଣ୍ଡ ୱେଲ୍‌ଫେୟାର କର୍ପୋରେଶନ (ଓପିଏଚ୍‌ଡବ୍ଲ୍ୟୁସି) ସମ୍ବଲପୁର ଡିଭିଜନର ଡେପୁଟି ମ୍ୟାନେଜର ବିଦ୍ୟୁତ୍‌ ରଞ୍ଜନ ଭୋଳ ଭିଜିଲାନ୍ସ ଜାଲରେ ଧରାପଡ଼ିଛନ୍ତି। ୫.୧୮ଲକ୍ଷ ଲାଞ୍ଚ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri