ରୋଜଗାର ନାହିଁ, ଚିନ୍ତାରେ କ୍ଷୁଦ୍ର ବ୍ୟବସାୟୀ

ବନ୍ତ,୧୧ା୫(ଡି.ଏନ.ଏ.)-ଦୈନିକ ଦୋକାନରୁ ଯାହା ରୋଜଗାର ହେଉଥିଲା, ସେଥିରେ ପରିବାର ଚଳୁଥିଲା। ସେହି ଟଙ୍କାରେ ଦୋକାନ ପାଇଁ ସଉଦା କିଣିବା ସହ ପରିବାର ଚଳିବା ପାଇଁ ଆବଶ୍ୟକ ସାମଗ୍ରୀ, ଔଷଧ ଓ ପିଲାମାନଙ୍କ ପାଠପଢ଼ା ଲାଗି ଖର୍ଚ୍ଚ ହେଉଥିଲା। ହେଲେ କରୋନା ଦାଉ ସାଧିଲା। ଏବେ ଲକ୍‌ଡାଉନ ସହିତ ପ୍ରତି ଶନିବାର, ରବିବାର ସପ୍ତାହାନ୍ତ ଶଟ୍‌ଡାଉନ ଜାରି ରହିଛି। ଯେଉଁଥିପାଇଁ ଦୋକାନ ବନ୍ଦ ରଖିବାକୁ ପଡୁଛି। ଏହି ଦୋକାନ ରୋଜଗାରର ଏକମାତ୍ର ପନ୍ଥା ହୋଇଥିବା ବେଳେ କରୋନା ମହାମାରୀ ସେତକ ବି ଛଡ଼ାଇ ନେଇଛି। ଫଳରେ ପରିବାର ଲୋକ ଭୋକ ଉପାସରେ ଦିନ କାଟୁଛନ୍ତି ବୋଲି କୋହଭରା କଣ୍ଠରେ କହିଛନ୍ତି ଭଦ୍ରକ ଜିଲା ବନ୍ତ ବ୍ଲକ ନିଳୋକ ଗ୍ରାମର ନିରଞ୍ଜନ ବିଶ୍ୱାଳ।
ସେ କହନ୍ତି, ସ୍ତ୍ରୀ, ୩ ଝିଅ ଓ ଗୋଟିଏ ପୁଅକୁ ନେଇ ତାଙ୍କର ପରିବାର। ନିଳୋକ ବଜାରରେ ତାଙ୍କର ଏକ ଚା’ ଜଳଖିଆ ଦୋକାନ ରହିଛି। ନିଜର ଜମିବାଡ଼ି ନ ଥିବାବେଳେ ଦୀର୍ଘ ୩୦ ବର୍ଷ ଧରି ଏହି ଦୋକାନ ହିଁ ୬ ପ୍ରାଣୀ କୁଟୁମ୍ବଙ୍କୁ ଦାନା ଯୋଗାଇ ଆସୁଥିଲା। କିନ୍ତୁ କରୋନା ଆସି ତାଙ୍କ ପରିବାର ଲୋକଙ୍କ ମୁହଁରୁ ଖାଦ୍ୟ ଛଡ଼ାଇ ନେଲା। ଗତବର୍ଷ ଦୀର୍ଘଦିନ ଧରି ଦୋକାନ ବନ୍ଦ ରହିଥିଲା। ବହୁ କଷ୍ଟରେ ପରିବାର ଚଳାଇଥିଲେ। ଯାହା ଯେମିତି ହେଉ ଚଳିଯିବା ପରେ କିଛି ମାସ ପରେ ଟିକେ ସୁଧାର ଆସିଥିଲା। ହେଲେ ପୁଣି ଦାଉ ସାଧିଛି ମହାମାରୀ। ଗୋଟିଏ ପଟେ କରୋନା ଭୟକୁ ଅନ୍ୟପଟେ ଲକ୍‌ଡାଉନ, ଶଟ୍‌ଡାଉନ ଯୋଗୁ ରୋଜଗାର ବନ୍ଦ। ଏବେ କିପରି ପରିବାର ଚଳାଇବେ ତାହା ତାଙ୍କ ପାଇଁ କଷ୍ଟକର ବ୍ୟାପାର ହୋଇଛି। ଖାଇବା ପାଇଁ ଖାଦ୍ୟ କେଉଁଠୁ ଆସିବ। ଓଳିଏ ଖାଇଲେ ଆଉ ଓଳିଏ ଉପାସ ରହିବାକୁ ପଡୁଛି। ଏଭଳି ଭୋକ ଉପାସରେ ଦିନ ବିତୁଛି। ସେହିପରି ନିଳୋକ ବଜାରରେ ଚା’ ଦୋକାନ କରି ୪ ପ୍ରାଣୀ କୁଟୁମ୍ବଙ୍କୁ ପ୍ରତିପୋଷଣ କରିଆସୁଥିଲେ ଆଉ ଜଣେ ଦୋକାନୀ ଚନ୍ଦ୍ରଶେଖର ସାହୁ। ଏବେ ଦୋକାନ ବନ୍ଦ ଥିବାରୁ ପରିବାର ଚଳାଇବା କଷ୍ଟକର ହୋଇପଡ଼ିଥିବା ସେ କହିଛନ୍ତି। ସେମାନଙ୍କ ଭଳି ବହୁ ଚା’ ଜଳଖିଆ ଦୋକାନୀ ଏବେ ହାତବାନ୍ଧି ଘରେ ବସି ରହିଛନ୍ତି। କରୋନା ମହାମାରୀ ସେମାନଙ୍କ ଜୀବିକା ଉପରେ ପ୍ରହାର କରିଛି ବୋଲି ସେମାନେ କ୍ଷୋଭର ସହ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିବାହ ପ୍ରତିଶ୍ରୁତି ଦେଇ ପ୍ରତାରଣା, ଯୁବକ ଗିରଫ

ଗୋପାଳପୁର,୧।୪(ନବୀନ ରାଜ ଆଚାରୀ): ବରଗଡ଼ ଜିଲା ଯୁବତୀଙ୍କୁ ବିବାହ ପ୍ରତିଶ୍ରୁତ ଦେଇ ବଳତ୍କାର କରିବା ଅଭିଯୋଗରେ ଗୋଳନ୍ଥରା ପୋଲିସ ମଙ୍ଗଳବାର ବଳାତ୍କାରୀକୁ ଗିରଫ କରି କୋର୍ଟଚାଲାଣ କରିଛି।…

ମୃତ ବ୍ୟକ୍ତିଙ୍କ ନାମରେ ଜାଲ ଆଧାର କାର୍ଡ କରି ଜମି ବିକ୍ରି: ୨୦ ଭରଣ ଜମି ହଡପ

ସୋରଡା,୧।୪(ରଜନୀ ମହାପାତ୍ର): ଗଞ୍ଜାମ ଜିଲା ସୋରଡା ଉପନିବନ୍ଧକଙ୍କ କାର୍ଯ୍ୟାଳୟରେ ଜମି କିଣାବିକାରେ ଜାଲିଆତି ହେଉଥିବା ଅଭିଯୋଗ ହେଉଛି। ଜାଲ୍‌ ଆଧାରକାର୍ଡ ପ୍ରସ୍ତୁତ କରି ଜାଲ ଦସ୍ତଖତରେ ଜଣେ…

ବିଜୟ ପରେ ମଧ୍ୟ BCCI ଶ୍ରେୟସ ଆୟରଙ୍କ ଉପରେ କାହିଁକି ଲଗାଇଲା ଜରିମାନା? ହେଲା ୧୨ ଲକ୍ଷର କ୍ଷତି

ନୂଆଦିଲ୍ଲୀ,୧।୪: ୨୦୨୬ ଇଣ୍ଡିଆନ ପ୍ରିମିୟର ଲିଗର ଆରମ୍ଭ ପଞ୍ଜାବ କିଙ୍ଗ୍ସ ପାଇଁ ଚମତ୍କାର ପ୍ରମାଣିତ ହୋଇଥିଲା, କାରଣ ସେମାନେ ଗୁଜରାଟ ଟାଇଟାନ୍ସ ବିପକ୍ଷରେ ଶେଷ ଓଭରରେ ଏକ…

ବିଧାନସଭାରେ ୧୧ ଘୋଡ଼ାର ନାଁ କହିଲେ ଅରୁଣ କୁମାର: ଚିହ୍ନିପାରିଲେନି ବିଧାୟକ ସିଦ୍ଧାନ୍ତ, ଜାଣନ୍ତୁ ରୋଚକ ଘଟଣା ବିଷୟରେ…

ଭୁବନେଶ୍ୱର, ୧।୪(ସୁନିତ୍‌ ମିଶ୍ର):ବିଧାନସଭାରେ ୨୦୨୬-୨୭ ଆର୍ଥିକ ବର୍ଷର ବ୍ୟୟ ମଞ୍ଜୁର ବିଧେୟକ ଉପରେ ଆଲୋଚନା ହେବା ସମୟରେ ବିଜେଡିର ବରିଷ୍ଠ ବିଧାୟକ ଅରୁଣ କୁମାର ସାହୁଙ୍କ ଘୋଡ଼ା…

ଶେଷରେ ନଇଁଲେ ଟ୍ରମ୍ପ୍‌! ‘ଏତିକି ସପ୍ତାହ ମଧ୍ୟରେ ଶେଷ କରିବେ ଯୁଦ୍ଧ’

ଓ୍ବାଶିଂଟନ,୧।୪: ପଶ୍ଚିମ ଏସିଆରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି। ସେ କହିଛନ୍ତି ଯେ ଆମେରିକୀୟ ସୈନ୍ୟମାନେ…

କୁଏଟ୍‌ରୁ ସ୍ବତନ୍ତ୍ର ବିମାନରେ କେରଳ ଆସିଲା ୨୦ ଭାରତୀୟଙ୍କ ମୃତଦେହ, ହେଲେ କିଏ ଏମାନେ କେମିତି ହେଲା ଏମାନଙ୍କ ମୃତ୍ୟୁ? ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ନୂଆଦିଲ୍ଲୀ,୧।୪: କୁଏତରେ ବିଭିନ୍ନ ଘଟଣାରେ ପ୍ରାଣ ହରାଇଥିବା ୨୦ ଜଣ ଭାରତୀୟ ନାଗରିକଙ୍କ ପାର୍ଥିବ ଶରୀର ବୁଧବାର କେରଳର କୋଚିନ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଛି। ଅଧିକାରୀଙ୍କ ଅନୁଯାୟୀ,…

ବ୍ରାହ୍ମଣୀଗାଁରେ ବିଏସଏନଏଲ ନେଟୱାର୍କ ଫେଲ୍‌: ସପ୍ତାହେ ହେଲା ବିକାଶ କାର୍ଯ୍ୟ ଠପ୍‌

ଦାରିଙ୍ଗବାଡି, ୧।୪ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁରେ ବିଏସଏନଏଲ ମୋବାଇଲ ସେବା ସହ ଇଣ୍ଟରନେଟ ସେବା ସମ୍ପୂର୍ଣ୍ଣ ଅଚଳ ହୋଇପଡିଛି। ପ୍ରାୟ ସପ୍ତାହେ…

କୁବେର ଡେପୁଟି ମ୍ୟାନେଜର: ଘରୁ ମିଳିଲା ପୁଳାପୁଳା ଟଙ୍କା-ସୁନା, ବାବୁଙ୍କ ରହିଛି…

ଭୁବନେଶ୍ୱର,୧।୪: ଓଡ଼ିଶା ପୋଲିସ ହାଉସିଂ ଆଣ୍ଡ ୱେଲ୍‌ଫେୟାର କର୍ପୋରେଶନ (ଓପିଏଚ୍‌ଡବ୍ଲ୍ୟୁସି) ସମ୍ବଲପୁର ଡିଭିଜନର ଡେପୁଟି ମ୍ୟାନେଜର ବିଦ୍ୟୁତ୍‌ ରଞ୍ଜନ ଭୋଳ ଭିଜିଲାନ୍ସ ଜାଲରେ ଧରାପଡ଼ିଛନ୍ତି। ୫.୧୮ଲକ୍ଷ ଲାଞ୍ଚ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri