ରୋଜଗାର ନାହିଁ, ଚିନ୍ତାରେ କ୍ଷୁଦ୍ର ବ୍ୟବସାୟୀ

ବନ୍ତ,୧୧ା୫(ଡି.ଏନ.ଏ.)-ଦୈନିକ ଦୋକାନରୁ ଯାହା ରୋଜଗାର ହେଉଥିଲା, ସେଥିରେ ପରିବାର ଚଳୁଥିଲା। ସେହି ଟଙ୍କାରେ ଦୋକାନ ପାଇଁ ସଉଦା କିଣିବା ସହ ପରିବାର ଚଳିବା ପାଇଁ ଆବଶ୍ୟକ ସାମଗ୍ରୀ, ଔଷଧ ଓ ପିଲାମାନଙ୍କ ପାଠପଢ଼ା ଲାଗି ଖର୍ଚ୍ଚ ହେଉଥିଲା। ହେଲେ କରୋନା ଦାଉ ସାଧିଲା। ଏବେ ଲକ୍‌ଡାଉନ ସହିତ ପ୍ରତି ଶନିବାର, ରବିବାର ସପ୍ତାହାନ୍ତ ଶଟ୍‌ଡାଉନ ଜାରି ରହିଛି। ଯେଉଁଥିପାଇଁ ଦୋକାନ ବନ୍ଦ ରଖିବାକୁ ପଡୁଛି। ଏହି ଦୋକାନ ରୋଜଗାରର ଏକମାତ୍ର ପନ୍ଥା ହୋଇଥିବା ବେଳେ କରୋନା ମହାମାରୀ ସେତକ ବି ଛଡ଼ାଇ ନେଇଛି। ଫଳରେ ପରିବାର ଲୋକ ଭୋକ ଉପାସରେ ଦିନ କାଟୁଛନ୍ତି ବୋଲି କୋହଭରା କଣ୍ଠରେ କହିଛନ୍ତି ଭଦ୍ରକ ଜିଲା ବନ୍ତ ବ୍ଲକ ନିଳୋକ ଗ୍ରାମର ନିରଞ୍ଜନ ବିଶ୍ୱାଳ।
ସେ କହନ୍ତି, ସ୍ତ୍ରୀ, ୩ ଝିଅ ଓ ଗୋଟିଏ ପୁଅକୁ ନେଇ ତାଙ୍କର ପରିବାର। ନିଳୋକ ବଜାରରେ ତାଙ୍କର ଏକ ଚା’ ଜଳଖିଆ ଦୋକାନ ରହିଛି। ନିଜର ଜମିବାଡ଼ି ନ ଥିବାବେଳେ ଦୀର୍ଘ ୩୦ ବର୍ଷ ଧରି ଏହି ଦୋକାନ ହିଁ ୬ ପ୍ରାଣୀ କୁଟୁମ୍ବଙ୍କୁ ଦାନା ଯୋଗାଇ ଆସୁଥିଲା। କିନ୍ତୁ କରୋନା ଆସି ତାଙ୍କ ପରିବାର ଲୋକଙ୍କ ମୁହଁରୁ ଖାଦ୍ୟ ଛଡ଼ାଇ ନେଲା। ଗତବର୍ଷ ଦୀର୍ଘଦିନ ଧରି ଦୋକାନ ବନ୍ଦ ରହିଥିଲା। ବହୁ କଷ୍ଟରେ ପରିବାର ଚଳାଇଥିଲେ। ଯାହା ଯେମିତି ହେଉ ଚଳିଯିବା ପରେ କିଛି ମାସ ପରେ ଟିକେ ସୁଧାର ଆସିଥିଲା। ହେଲେ ପୁଣି ଦାଉ ସାଧିଛି ମହାମାରୀ। ଗୋଟିଏ ପଟେ କରୋନା ଭୟକୁ ଅନ୍ୟପଟେ ଲକ୍‌ଡାଉନ, ଶଟ୍‌ଡାଉନ ଯୋଗୁ ରୋଜଗାର ବନ୍ଦ। ଏବେ କିପରି ପରିବାର ଚଳାଇବେ ତାହା ତାଙ୍କ ପାଇଁ କଷ୍ଟକର ବ୍ୟାପାର ହୋଇଛି। ଖାଇବା ପାଇଁ ଖାଦ୍ୟ କେଉଁଠୁ ଆସିବ। ଓଳିଏ ଖାଇଲେ ଆଉ ଓଳିଏ ଉପାସ ରହିବାକୁ ପଡୁଛି। ଏଭଳି ଭୋକ ଉପାସରେ ଦିନ ବିତୁଛି। ସେହିପରି ନିଳୋକ ବଜାରରେ ଚା’ ଦୋକାନ କରି ୪ ପ୍ରାଣୀ କୁଟୁମ୍ବଙ୍କୁ ପ୍ରତିପୋଷଣ କରିଆସୁଥିଲେ ଆଉ ଜଣେ ଦୋକାନୀ ଚନ୍ଦ୍ରଶେଖର ସାହୁ। ଏବେ ଦୋକାନ ବନ୍ଦ ଥିବାରୁ ପରିବାର ଚଳାଇବା କଷ୍ଟକର ହୋଇପଡ଼ିଥିବା ସେ କହିଛନ୍ତି। ସେମାନଙ୍କ ଭଳି ବହୁ ଚା’ ଜଳଖିଆ ଦୋକାନୀ ଏବେ ହାତବାନ୍ଧି ଘରେ ବସି ରହିଛନ୍ତି। କରୋନା ମହାମାରୀ ସେମାନଙ୍କ ଜୀବିକା ଉପରେ ପ୍ରହାର କରିଛି ବୋଲି ସେମାନେ କ୍ଷୋଭର ସହ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଘଟଣାରେ ଭାଜପା ନେତାଙ୍କ ପରଲୋକ

ଭଞ୍ଜନଗର,୨୧।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏଶନ ଯୁବ ଆଇନଜୀବୀ ତଥା ଭାଜପା ନେତା ଅରୁଣ ପ୍ରଧାନଙ୍କ ରବିବାର ରାତିରେ ତାରସିଂ ଥାନା ଅନ୍ତର୍ଗତ...

ଆର୍ଥିକ ସଙ୍କଟରେ ପାକିସ୍ତାନ ହକି ଖେଳାଳି

କରାଚୀ, ୨୧ା୧୨: ପାକିସ୍ତାନ ହକି ଖେଳାଳିମାନେ ଆର୍ଥିକ ସମସ୍ୟା ସହିତ ଜଡ଼ିତ ଅଛନ୍ତି। କାରଣ ସେମାନଙ୍କର ଲକ୍ଷ ଲକ୍ଷ ଟଙ୍କା ବକେୟା ପାଉଣା ପଡ଼ି ରହିଛି।...

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

ହ୍ୟୁମାନ ମୃତ୍ୟୁ: ଏତଲାରେ ବୋହୂଙ୍କ ନାଁ, ଆବେଗଭରା ମନ୍ତବ୍ୟ ଦେଇ କହିଲେ ଅର୍ପିତା ଚୌଧୁରୀ….

କଟକ,୨୧ା୧୨: ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ଦିନ ପରେ ଦିନ ଗଡିଯାଉଥିବା ବେଳେ ସସପେନ୍ସ ଉପରୁ ପରଦା ଉଠିପାରୁ ନାହିଁ । ଆଜି ମା ଶେଫାଳି ସୁନା...

ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...

ଅଜଣା ଗାଡି ଧକ୍କାରେ ୨ ମୃତ, କ୍ଷତିପୂରଣ ଦାବିରେ ହରଡଖୋଲରେ ଏନଏଚ ଅବରୋଧ

ସୋନପୁର,୨୧/୧୨(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଥାନା ଅଧିନସ୍ଥ ୫୭ ନମ୍ବର ଜାତୀୟ ରାଜପଥର ହରଡ଼ଖୋଲ୍ ନିକଟରେ ରବିବାର ସନ୍ଧ୍ୟା ୬ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଛି...

୫୦ ଫୁଟ ତଳକୁ ଖସିଲା ପିକନିକ୍ ବସ୍, ଜଣେ ମୃତ ୪ ଗୁରୁତର

ପାତ୍ରପୁର ୨୧/୧୨(ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡା ଥାନା ଅନ୍ତର୍ଗତ ବୁରାତାଲ୍ ପଞ୍ଚାୟତ ସାପୁଆଖତ ଠାରେ ବ୍ରହ୍ମପୁର ଏକ ଘୋରଇ ସ୍କୁଲ୍ ବସ ଦୁର୍ଘଟଣା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri