ନାହିଁ ମୌଳିକ ସୁବିଧା, ଭୋଟ ବର୍ଜନ କରିବେ ୬୦ ପରିବାର

ବାଲିଗୁଡା ,୧୮/୦୪:(ସଞ୍ଜୟ କୁମାର ପାଣିଗ୍ରାହୀ ): ନିର୍ବାଚନ ସମୟରେ ରାଜନୈତିକ ଦଳମାନେ ଲୋକଙ୍କ ନିକଟରେ କିଭଳି ମୌଳିକ ସୁବିଧା ହାତ ପାହନ୍ତାରେ ଉପଲବ୍ଧ ହେବ ସେଥି ନିମନ୍ତେ ଗୋଲାପି ଗୋଲାପି ଇସ୍ତାହାର ଜାରି କରିଥାନ୍ତି । କିନ୍ତୁ ଆଜି ମଧ୍ୟ ରାସ୍ତା ,ପିଇବା ପାଣି କି ପିଲାଙ୍କ ଶିକ୍ଷା ପାଇଁ ବିଦ୍ୟାଳୟ ଟିଏ ନାହିଁ। ଦିନ ପରେ ଦିନ ବର୍ଷ ପରେ ବର୍ଷ ସଂଘର୍ଷ କରି ବଞ୍ଚିଛନ୍ତି କନ୍ଧମାଳ ଜିଲା ବାଲିଗୁଡା ବ୍ଲକ ଋତୁଙ୍ଗିଆ ପଞ୍ଚାୟତାର ଗଗଲିମାହା ଗ୍ରାମବାସୀ । ଯାହାକୁ ନେଇ ଚଳିତ ସାଧାରଣ ନିର୍ବାଚନ ବର୍ଜନ କରିବା ପାଇଁ ନିଷ୍ପତି ନେଇଛନ୍ତି ।

ଗଗଲିମାହା, ପନୀପଦର ଓ ପାଙ୍ଗାପଡା ତିନୋଟି ସାହି କୁ ନେଇ ଗଗଲିମାହା ରାଜସ୍ୱ ଗ୍ରାମ । ଏହି ଗ୍ରାମରେ ୬୦ ରୁ ଉର୍ଦ୍ଧ ଆଦିବାସୀ ପରିବାର ବସବାସ କରନ୍ତି । ମୌଳିକ ସୁବିଧା ପାଇଁ ସ୍ଥାନୀୟ ଲୋକ ପ୍ରତିନିଧି ବିଧାୟକ ,ସରପଞ୍ଚ ,ବ୍ଲକ ଅଧକ୍ଷ,ଜିଲ୍ଲା ପରିଷଦ ଓ ବିଡିଓ କୁ ଜଣାଇବା ସହ ଲିଖିତ ଅଭିଯୋଗ କରିଛନ୍ତି ।

ଏତେ ଦାବୀ ଜଣାଇଥିଲେ ମଧ୍ୟ ବିଡମ୍ବନା ବିଷୟ, ତାହା ପୂରଣ ହୋଇ ପାରୁ ନାହିଁ । ନିର୍ବାଚନ ଆସିଲେ କେବଳ ପ୍ରତିଶୃତି ଉପରେ ପ୍ରତିଶୃତି ମିଳୁଛି କିନ୍ତୁ ନିର୍ବାଚନ ପରେ ନିର୍ବାଚିତ ଲୋକ ପ୍ରତିନିଧି ଙ୍କ ଦେଖା ମିଳୁନାହିଁ ।ଗତ ତିନି ଚାରି ବର୍ଷ ପୂର୍ବେ ବାଲିଗୁଡା ବିଡିଓ ଆସି ଗାଁ ର ସମସ୍ତ ସମସ୍ୟା ବୁଲି ଦେଖିଥିଲେ କିନ୍ତୁ ତାହା ଆଜି ପର୍ଯ୍ୟନ୍ତ କିଛି ସୁଫଳ ମିଳିଲା ନାହିଁ । ଏହି ଗ୍ରାମରେ ୬୦ ପରିବାର ବସବାସ କରୁଥିବା ବେଳେ ଏହି ଗ୍ରାମକୁ ସବୁଦିନିଆ ରାସ୍ତା ନଥିବାରୁ ଗାଁ କୁ ଆମ୍ବୁଲାନ୍ସ ଟିଏ ଆସି ପାରୁ ନାହିଁ, ଯାହା ଫଳରେ ରୋଗୀଙ୍କୁ ଖଟିଆରେ ଦୋଳା କରି ନେବାକୁ ପଡୁଛି ।

ବର୍ଷା ହେଲେ କିରାମାହା ନାଳରେ ପାଣି ଆସିଲେ ଯାତାୟାତ କରିବା ମୁସକିଲ ହୋଇଯାଉଛି। ସମସ୍ତଙ୍କୁ ଶୁଦ୍ଧ ପାଣି ଯୋଗାଇବା ପାଇଁ ସରକାର ,ବସୁଧା ଯୋଜନାରେ ଜଳଯୋଗାଣ ବ୍ୟବସ୍ତା କରିଥିବା ବେଳେ ଏହି ଗାଁ ସେଥିରୁ ବଞ୍ଚିତ ହୋଇଛି ସ୍ବଚ୍ଛ ପାନୀୟ ଜଳ ଟୋପାଏ ମିଳୁନାହିଁ ତିନୋଟି ପଡା ରେ ତିନୋଟି ନଳକୂପ ଅଛି ତାହା ବ୍ୟବହାର ଅନୁପଯୋଗୀ କଳଙ୍କି ପାଣି ବାହାରୁଛି ଯାହା ଫଳରେ ଗ୍ରାମବାସୀ ଗ୍ରାମ ଠାରୁ ୧ କିମି ଦୂରରେ ଥିବା କିରାମାହା ନାଳ ରେ ଚୁଆଁ କରି ପାଣି ଆଣି ବ୍ୟବହାର କରୁଛନ୍ତି । ଯାହା କୁ ବ୍ୟବହାର କରି ବିଭିନ୍ନ ସମୟରେ ଜ୍ଵର ବେମାର ସାଙ୍ଗକୁ ପେଟ ରୋଗ ,ଚର୍ମ ରୋଗରେ ପଡ଼ୁଛନ୍ତି ଗ୍ରାମବସୀ ।

ଏ ସବୁ ସମସ୍ୟା ମଧ୍ୟରେ ସବୁଠାରୁ ବଡ ସମସ୍ୟା ଶିକ୍ଷା ସମସ୍ୟା । ଏହି ଗାଁ ରେ ନା ଅଛି ବିଦ୍ୟାଳୟ ନା ଅଛି ଅଙ୍ଗୱାଡି ଉଚ୍ଚ ଶିକ୍ଷିତ ହାର କମ ଦୁଇ ଚାରୋଟି ପିଲକୁ ଛାଡିଦେଲେ ମ୍ୟାଟ୍ରିକ ପାସ ହୋଇ କଲେଜ ପିଣ୍ଡା ମାଡି ନାହାନ୍ତି । ପିଲା ମାନେ ଅଙ୍ଗନୱାଡି କୁ ଯିବାକୁ ହେଲେ ୫ କିଲୋମିଟର କୁଟିଗୁଡା ଓ ବିଦ୍ୟାଳୟ କୁ ପାଠ ପଢିବାକୁ ହେଲେ ୩ କିଲୋମିଟର ଗୁମାକିଆ କୁ ଯିବାକୁ ପଡିଥାଏ ।

୨୦୧୨ ମସିହାରୁ ଏହି ଗ୍ରାମରେ ଗୋଟିଏ ବିଦ୍ୟାଳୟ ଓ ଅଙ୍ଗନୱାଡୀ ଖୋଲିବା ପାଇଁ ଦାବୀ ହୋଇ ଆସୁଛି କିନ୍ତୁ ଆଜି ପର୍ଯ୍ୟନ୍ତ ଖୋଲାଯାଇ ନାହିଁ । ଯାହା ଫଳରେ ଗାଁ ର ମହିଳା ପୁରୁଷ ଏକତ୍ରିତ ହୋଇ ଗାଁ ସମସ୍ୟା ସମ୍ପର୍କ ରେ ଆଲୋଚନା କରିବା ସହ ଗୁମାକିଆ ,ତଳ ଗୁମାକିଆ , ଗଗଲିମାହା, ପନୀପଦର ଓ ପାଙ୍ଗାପଡା କୁ ନେଇ ଏକ ସ୍ଵତନ୍ତ ଗଗଲିମାହା ୱାଡ ଗଠନ କରିବାକୁ ଦାବୀ କରିବା ସହ ଚଳିତ ସାଧାରଣ ନିର୍ବାଚନ ରେ ଭାଗ ନେବୁ ନାହିଁ ସମୂହ ଭୋଟ ବର୍ଜନ କରି ସରକାରଙ୍କ ଦ୍ରୁଷ୍ଟି ଆକର୍ଷଣ କରିବୁ ବୋଲି ସଞ୍ଜୀବ ପ୍ରଧାନ ,ଅଶୋକ ପ୍ରଧାନ ,ଲକ୍ଷ ପତି ମଲ୍ଲିକ ,ସଙ୍ଗୀତା ପ୍ରଧାନ ,ସଲିତା ପ୍ରଧାନ ପ୍ରମୁଖ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦୁନିଆର ସବୁଠୁ ବିପଦପୂର୍ଣ୍ଣ ରାସ୍ତା, ଯାତାୟାତ ସମୟରେ କିଛିକ୍ଷଣ ପାଇଁ ଅଟକି ଯାଏ ନିଃଶ୍ୱାସ

ବିଶ୍ୱର ଅନେକ ରାସ୍ତା ଅତ୍ୟନ୍ତ ବିପଦପୂର୍ଣ୍ଣ। ଗାଡ଼ି ଚଳାଇବା ସମୟରେ ସାମାନ୍ୟ ଭୁଲ ଜୀବନ ନେଇପାରେ। ତେଣୁ ଧର୍ଯ୍ୟର ସହିତ ଗାଡ଼ି ଚଳାଇବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ।...

ଶସ୍ତାରେ ମିଳିବ ଘର? ବଜେଟରେ ହେବ ବଡ଼ ଘୋଷଣା!

ନୂଆଦିଲ୍ଲୀ,୨୧।୧: ମଧ୍ୟବିତ୍ତ ବର୍ଗର ଲୋକଙ୍କ ପାଇଁ, ଘର ପାଇବା ଏବେ ବି ସ୍ୱପ୍ନ ସାକାର ହେବା ପରି ମନେହୁଏ। ଘରର ମୂଲ୍ୟ ଆକାଶଛୁଆଁ ହେଉଛି, ଏବଂ...

IPL 2026: ହେଲା ବଡ଼ ଘୋଷଣା! ଏହି ୧୮ ପଡ଼ିଆରେ ଖେଳାଯିବ IPL ମ୍ୟାଚ, ରହିଛି ଗୋଟିଏ ବିବାଦୀୟ ଗ୍ରାଉଣ୍ଡ

ନୂଆଦିଲ୍ଲୀ,୨୧।୧: ଇଣ୍ଡିଆନ ପ୍ରିମିୟର ଲିଗ ୨୦୨୬ ସମ୍ପର୍କରେ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଏହି ସିଜିନରେ ମ୍ୟାଚ ଖେଳାଯିବ ବୋଲି ସ୍ଥାନ ଘୋଷଣା କରାଯାଇଛି।...

ସୋସିଆଲ ମିଡିଆ ପୋଷ୍ଟ ଉପରେ ଲାଗିଲା କଟକଣା

ବାଲେଶ୍ୱର,୨୧।୧(ବାଞ୍ଛାନିଧି ଦେ): ବାଲେଶ୍ୱରରେ ସୋସିଆଲ ମିଡିଆ ପୋଷ୍ଟ ଉପରେ ଜିଲା ପୋଲିସ ପକ୍ଷରୁ ବୁଧବାର କଟକଣା ଲାଗୁ କରାଯାଇଛିl କୌଣସି ସମ୍ପ୍ରଦାୟ ବିରୋଧରେ ପୋଷ୍ଟ ନ...

ଗାଁରେ କୁକୁର ଆତଙ୍କ: ଗୋଡ଼ାଇ ଗୋଡ଼ାଇ ୭ ଜଣଙ୍କୁ କାମୁଡ଼ିଲା

ପାଟଣା,୨୧ା୧(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ଥାନା ଅନ୍ତର୍ଗତ ବେଗନା ଗ୍ରାମରେ ବୁଧବାର ଏକ ପାଗଳ କୁକୁର ଆକ୍ରମଣରେ ୭ ଜଣ ଗୁରୁତର ଆହତ ହୋଇ...

ପ୍ରତିକ ଯାଦବଙ୍କ ବିସ୍ଫୋରକ ପୋଷ୍ଟ ପରେ ବି ଚୁପ ଅଛନ୍ତି ଅପର୍ଣ୍ଣା, ଇନଷ୍ଟ୍ରାଗ୍ରାମରେ ଭାଜପା ଅଧ୍ୟକ୍ଷଙ୍କୁ ଜଣାଇଲେ ଶୁଭେଚ୍ଛା

ଲକ୍ଷ୍ନୌ,୨୧।୧: ପୂର୍ବତନ ମୁଖ୍ୟମନ୍ତ୍ରୀ ମୁଲାୟମ ସିଂହ ଯାଦବଙ୍କ ସାନ ପୁଅ ପ୍ରତୀକ ଯାଦବ ଏବଂ ତାଙ୍କ ପତ୍ନୀ, ଉତ୍ତର ପ୍ରଦେଶ ରାଜ୍ୟ ମହିଳା କମିଶନର ଉପାଧ୍ୟକ୍ଷ...

ଟ୍ରେନରେ ମୋବାଇଲ ହଜି ଯାଇଛି କି? ମିଳିବ ଏମିତି, ସରକାର କହିଲେ ଟ୍ରିକ୍‌

ନୂଆଦିଲ୍ଲୀ,୨୧।୧: ଯଦି ଟ୍ରେନରେ କିମ୍ୱା ଷ୍ଟେସନରେ ଯାତ୍ରା କରିବା ସମୟରେ ଆପଣଙ୍କର ମୋବାଇଲ ଫୋନ ହଜିଯାଏ କିମ୍ୱା ଚୋରି ହୋଇଯାଏ, ତେବେ ଏହାକୁ ଫେରି ପାଇବାର...

ଯୋଗୀ ସରକାରଙ୍କୁ ଅଲ୍ଟିମେଟମ: ୨୪ ଘଣ୍ଟା ମଧ୍ୟରେ…

ଲକ୍ଷ୍ନୌ,୨୧।୧: ଜ୍ୟୋର୍ତିପୀଠର ଶଙ୍କରାଚାର୍ଯ୍ୟ ସ୍ବାମୀ ଅଭିମୁକ୍ତେଶ୍ୱରାନନ୍ଦ ସରସ୍ବତୀ ତାଙ୍କ ଓକିଲଙ୍କ ମାଧ୍ୟମରେ ଉତ୍ତର ପ୍ରଦେଶର ଯୋଗୀ ସରକାରଙ୍କୁ ଏକ ଆଇନଗତ ନୋଟିସ ପଠାଇଛନ୍ତି। ନୋଟିସରେ ସ୍ପଷ୍ଟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri