ନାହିଁ ମୌଳିକ ସୁବିଧା, ଭୋଟ ବର୍ଜନ କରିବେ ୬୦ ପରିବାର

ବାଲିଗୁଡା ,୧୮/୦୪:(ସଞ୍ଜୟ କୁମାର ପାଣିଗ୍ରାହୀ ): ନିର୍ବାଚନ ସମୟରେ ରାଜନୈତିକ ଦଳମାନେ ଲୋକଙ୍କ ନିକଟରେ କିଭଳି ମୌଳିକ ସୁବିଧା ହାତ ପାହନ୍ତାରେ ଉପଲବ୍ଧ ହେବ ସେଥି ନିମନ୍ତେ ଗୋଲାପି ଗୋଲାପି ଇସ୍ତାହାର ଜାରି କରିଥାନ୍ତି । କିନ୍ତୁ ଆଜି ମଧ୍ୟ ରାସ୍ତା ,ପିଇବା ପାଣି କି ପିଲାଙ୍କ ଶିକ୍ଷା ପାଇଁ ବିଦ୍ୟାଳୟ ଟିଏ ନାହିଁ। ଦିନ ପରେ ଦିନ ବର୍ଷ ପରେ ବର୍ଷ ସଂଘର୍ଷ କରି ବଞ୍ଚିଛନ୍ତି କନ୍ଧମାଳ ଜିଲା ବାଲିଗୁଡା ବ୍ଲକ ଋତୁଙ୍ଗିଆ ପଞ୍ଚାୟତାର ଗଗଲିମାହା ଗ୍ରାମବାସୀ । ଯାହାକୁ ନେଇ ଚଳିତ ସାଧାରଣ ନିର୍ବାଚନ ବର୍ଜନ କରିବା ପାଇଁ ନିଷ୍ପତି ନେଇଛନ୍ତି ।

ଗଗଲିମାହା, ପନୀପଦର ଓ ପାଙ୍ଗାପଡା ତିନୋଟି ସାହି କୁ ନେଇ ଗଗଲିମାହା ରାଜସ୍ୱ ଗ୍ରାମ । ଏହି ଗ୍ରାମରେ ୬୦ ରୁ ଉର୍ଦ୍ଧ ଆଦିବାସୀ ପରିବାର ବସବାସ କରନ୍ତି । ମୌଳିକ ସୁବିଧା ପାଇଁ ସ୍ଥାନୀୟ ଲୋକ ପ୍ରତିନିଧି ବିଧାୟକ ,ସରପଞ୍ଚ ,ବ୍ଲକ ଅଧକ୍ଷ,ଜିଲ୍ଲା ପରିଷଦ ଓ ବିଡିଓ କୁ ଜଣାଇବା ସହ ଲିଖିତ ଅଭିଯୋଗ କରିଛନ୍ତି ।

ଏତେ ଦାବୀ ଜଣାଇଥିଲେ ମଧ୍ୟ ବିଡମ୍ବନା ବିଷୟ, ତାହା ପୂରଣ ହୋଇ ପାରୁ ନାହିଁ । ନିର୍ବାଚନ ଆସିଲେ କେବଳ ପ୍ରତିଶୃତି ଉପରେ ପ୍ରତିଶୃତି ମିଳୁଛି କିନ୍ତୁ ନିର୍ବାଚନ ପରେ ନିର୍ବାଚିତ ଲୋକ ପ୍ରତିନିଧି ଙ୍କ ଦେଖା ମିଳୁନାହିଁ ।ଗତ ତିନି ଚାରି ବର୍ଷ ପୂର୍ବେ ବାଲିଗୁଡା ବିଡିଓ ଆସି ଗାଁ ର ସମସ୍ତ ସମସ୍ୟା ବୁଲି ଦେଖିଥିଲେ କିନ୍ତୁ ତାହା ଆଜି ପର୍ଯ୍ୟନ୍ତ କିଛି ସୁଫଳ ମିଳିଲା ନାହିଁ । ଏହି ଗ୍ରାମରେ ୬୦ ପରିବାର ବସବାସ କରୁଥିବା ବେଳେ ଏହି ଗ୍ରାମକୁ ସବୁଦିନିଆ ରାସ୍ତା ନଥିବାରୁ ଗାଁ କୁ ଆମ୍ବୁଲାନ୍ସ ଟିଏ ଆସି ପାରୁ ନାହିଁ, ଯାହା ଫଳରେ ରୋଗୀଙ୍କୁ ଖଟିଆରେ ଦୋଳା କରି ନେବାକୁ ପଡୁଛି ।

ବର୍ଷା ହେଲେ କିରାମାହା ନାଳରେ ପାଣି ଆସିଲେ ଯାତାୟାତ କରିବା ମୁସକିଲ ହୋଇଯାଉଛି। ସମସ୍ତଙ୍କୁ ଶୁଦ୍ଧ ପାଣି ଯୋଗାଇବା ପାଇଁ ସରକାର ,ବସୁଧା ଯୋଜନାରେ ଜଳଯୋଗାଣ ବ୍ୟବସ୍ତା କରିଥିବା ବେଳେ ଏହି ଗାଁ ସେଥିରୁ ବଞ୍ଚିତ ହୋଇଛି ସ୍ବଚ୍ଛ ପାନୀୟ ଜଳ ଟୋପାଏ ମିଳୁନାହିଁ ତିନୋଟି ପଡା ରେ ତିନୋଟି ନଳକୂପ ଅଛି ତାହା ବ୍ୟବହାର ଅନୁପଯୋଗୀ କଳଙ୍କି ପାଣି ବାହାରୁଛି ଯାହା ଫଳରେ ଗ୍ରାମବାସୀ ଗ୍ରାମ ଠାରୁ ୧ କିମି ଦୂରରେ ଥିବା କିରାମାହା ନାଳ ରେ ଚୁଆଁ କରି ପାଣି ଆଣି ବ୍ୟବହାର କରୁଛନ୍ତି । ଯାହା କୁ ବ୍ୟବହାର କରି ବିଭିନ୍ନ ସମୟରେ ଜ୍ଵର ବେମାର ସାଙ୍ଗକୁ ପେଟ ରୋଗ ,ଚର୍ମ ରୋଗରେ ପଡ଼ୁଛନ୍ତି ଗ୍ରାମବସୀ ।

ଏ ସବୁ ସମସ୍ୟା ମଧ୍ୟରେ ସବୁଠାରୁ ବଡ ସମସ୍ୟା ଶିକ୍ଷା ସମସ୍ୟା । ଏହି ଗାଁ ରେ ନା ଅଛି ବିଦ୍ୟାଳୟ ନା ଅଛି ଅଙ୍ଗୱାଡି ଉଚ୍ଚ ଶିକ୍ଷିତ ହାର କମ ଦୁଇ ଚାରୋଟି ପିଲକୁ ଛାଡିଦେଲେ ମ୍ୟାଟ୍ରିକ ପାସ ହୋଇ କଲେଜ ପିଣ୍ଡା ମାଡି ନାହାନ୍ତି । ପିଲା ମାନେ ଅଙ୍ଗନୱାଡି କୁ ଯିବାକୁ ହେଲେ ୫ କିଲୋମିଟର କୁଟିଗୁଡା ଓ ବିଦ୍ୟାଳୟ କୁ ପାଠ ପଢିବାକୁ ହେଲେ ୩ କିଲୋମିଟର ଗୁମାକିଆ କୁ ଯିବାକୁ ପଡିଥାଏ ।

୨୦୧୨ ମସିହାରୁ ଏହି ଗ୍ରାମରେ ଗୋଟିଏ ବିଦ୍ୟାଳୟ ଓ ଅଙ୍ଗନୱାଡୀ ଖୋଲିବା ପାଇଁ ଦାବୀ ହୋଇ ଆସୁଛି କିନ୍ତୁ ଆଜି ପର୍ଯ୍ୟନ୍ତ ଖୋଲାଯାଇ ନାହିଁ । ଯାହା ଫଳରେ ଗାଁ ର ମହିଳା ପୁରୁଷ ଏକତ୍ରିତ ହୋଇ ଗାଁ ସମସ୍ୟା ସମ୍ପର୍କ ରେ ଆଲୋଚନା କରିବା ସହ ଗୁମାକିଆ ,ତଳ ଗୁମାକିଆ , ଗଗଲିମାହା, ପନୀପଦର ଓ ପାଙ୍ଗାପଡା କୁ ନେଇ ଏକ ସ୍ଵତନ୍ତ ଗଗଲିମାହା ୱାଡ ଗଠନ କରିବାକୁ ଦାବୀ କରିବା ସହ ଚଳିତ ସାଧାରଣ ନିର୍ବାଚନ ରେ ଭାଗ ନେବୁ ନାହିଁ ସମୂହ ଭୋଟ ବର୍ଜନ କରି ସରକାରଙ୍କ ଦ୍ରୁଷ୍ଟି ଆକର୍ଷଣ କରିବୁ ବୋଲି ସଞ୍ଜୀବ ପ୍ରଧାନ ,ଅଶୋକ ପ୍ରଧାନ ,ଲକ୍ଷ ପତି ମଲ୍ଲିକ ,ସଙ୍ଗୀତା ପ୍ରଧାନ ,ସଲିତା ପ୍ରଧାନ ପ୍ରମୁଖ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭାରତ-ନ୍ୟୁଜିଲାଣ୍ଡ ଫାଇନାଲ ମ୍ୟାଚ୍‌: ହୋଟେଲ ରୁମ୍‌ ଭଡ଼ା ୪୦୦% ବୃଦ୍ଧି

ଅହମଦାବାଦ,୭।୩:  ନରେନ୍ଦ୍ର ମୋଦି ଷ୍ଟାଡିୟମରେ ରବିବାର ସନ୍ଧ୍ୟାରେ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଟି୨୦ ବିଶ୍ୱକପ୍‌ ଫାଇନାଲ ମ୍ୟାଚ୍‌ ଖେଳାଯିବ। ଏଥିଲାଗି ସହରର ପ୍ରାୟତଃ ହୋଟେଲରେ ରୁମ୍‌…

ନିର୍ବାଚନ ପୂର୍ବରୁ ମମତାଙ୍କ ବଡ଼ ଘୋଷଣା

କୋଲକାତା,୭ା୩: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏକ ବଡ଼ ଘୋଷଣା କରିଛନ୍ତି। ରାଜ୍ୟରେ ସମସ୍ତ ଦଶମ ଶ୍ରେଣୀ ପାସ୍‌ ବେରୋଜଗାରୀ ଯୁବବର୍ଗଙ୍କୁ ମାସିକ…

ଦୁବାଇରେ ହଠାତ ଶସ୍ତା ହେଉଛି ସୁନା! ଇରାନ ସହ ଯୁଦ୍ଧ ମଧ୍ୟରେ ମୂଲ୍ୟରେ ବଡ଼ ହ୍ରାସ, ଭାରତ ଉପରେ ପଡ଼ିବ…

ଦୁବାଇ/ନୂଆଦିଲ୍ଲୀ,୭।୩: ବିଶ୍ୱର ସୁନା ବଜାର କୁହାଯାଉଥିବା ଦୁବାଇରୁ ଏବେ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି। ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଚାଲିଥିବା ଭୟଙ୍କର ଯୁଦ୍ଧ ଯୋଗୁ…

କେନିଆରେ ବର୍ଷା ବିତ୍ପାତ: ଚାଲିଗଲା ୨୩ ଜୀବନ

ନାଇରୋବି,୭ା୩: କେନିଆ ରାଜଧାନୀ ନାଇରୋବିରେ ପ୍ରବଳ ବର୍ଷାରେ ୨୩ ଜଣଙ୍କ ମୃତ୍ୟୁ ଘଟିବା ସହ ବିମାନ ଚଳାଚଳ ବାଧାପ୍ରାପ୍ତ ହୋଇଛି। ଶନିବାର ରାସ୍ତାଘାଟ ଜଳାର୍ଣ୍ଣବ ହୋଇଥିବାରୁ ଗାଡ଼ିଚାଳକମାନେ…

ଘରଭାଙ୍ଗି ଧାନ ଖାଇଲା ଦନ୍ତା

ନାକଟିଦେଉଳ, ୭ା୨(ବୈକୁଣ୍ଠନାଥ ସାହୁ): ସମ୍ବଲପୁର ଜିଲା ନାକଟିଦେଉଳ ବନାଞ୍ଚଳ ଅଧୀନ ଆଭ୍ୟନ୍ତରୀଣ ତଥା ପାହାଡ଼ ତଳି ଗ୍ରାମରେ ଗତ କିଛି ଦିନ ହେଲା ଦନ୍ତାହାତୀ ଉପଦ୍ରବ ଲାଗି…

ବୋହୂଙ୍କୁ ମାଡ଼ ମାରି ଲହୁଲୁହାଣ କଲେ ପୁଅ, ଥାନାରେ ପହଞ୍ଚି ଅଭିଯୋଗ କରିଦେଲେ ବାପା, ପୁରୁଷୋତ୍ତମଙ୍କୁ ବାନ୍ଧି…

ବୈଶିଙ୍ଗା,୭।୩(ରତନ ଦାଶ): ମୟୂରଭଞ୍ଜ ଜିଲାର ବୈଶିଙ୍ଗା ଥାନା ଅର୍ନ୍ତଗତ ନଡପୁର ଗ୍ରାମରେ ଜନୈକା ବିବାହିତା ମହିଳାଙ୍କୁ ମାଡ଼ ମାରି ଗୁରୁତର କରିଥିବା ଅଭିଯୋଗରେ ପୋଲିସ ସ୍ବାମୀଙ୍କୁ ଗିରଫ…

ବସ୍‌କୁ ଧକ୍କା ଦେଇ ଚାଲିଗଲା ବାଇକ୍‌ ଆରୋହୀଙ୍କ ଜୀବନ

କୋକସରା,୭ା୩ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କୋକସରା ଥାନା ଲଡୁଗାଁ-ଚିକିଲି ରାସ୍ତାର ପେଟ୍ରୋଲ ପମ୍ପ ନିକଟରେ ଏକ ଦୁର୍ଘଟଣା ଘଟିଛି। ରାସ୍ତା କଡରେ ଛିଡା ହୋଇଥିବା ଏକ ବସ୍‌କୁ…

ମୋ’ କଥା କେହି ଶୁଣନ୍ତିନି! ବାପା କି ବଡ଼ ଭାଇ ହୋଇ କିଛି ଲାଭ ନାହିଁ…ଫାଇନାଲ ପୂର୍ବରୁ କାହିଁକି ଏମିତି କହିଲେ ସୂର୍ଯ୍ୟା

ଅହମ୍ମଦାବାଦ,୭।୩: ଟି-୨୦ ବିଶ୍ୱକପ ୨୦୨୬ର ଫାଇନାଲ ମୁକାବିଲା ପାଇଁ ପ୍ରସ୍ତୁତ ଟିମ ଇଣ୍ଡିଆ। ୮ ମାର୍ଚ୍ଚରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଫାଇନାଲ ମୁକାବିଲା ପାଇଁ ପଡ଼ିଆକୁ ଓହ୍ଲାଇବେ ସୂର୍ଯ୍ୟକୁମାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri