ଶିକ୍ଷକ ଅବସର ପରେ ଏଡେଡ୍ ହାଇସ୍କୁଲରେ ନିଯୁକ୍ତି ନାହିଁ: ଶିକ୍ଷକ ଅଭାବରେ ଶିକ୍ଷାଦାନ ବ୍ୟାହତ

କେସିଙ୍ଗା, ୨୦।୭ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା  କେସିଙ୍ଗା ବ୍ଲକର ସରକାରୀ ଅନୁଦାନପ୍ରାପ୍ତ (ଏଡେଡ୍) ଓ ନୂତନ ଏଡେଡ୍ ହାଇସ୍କୁଲଗୁଡ଼ିକରେ ଶିକ୍ଷକମାନଙ୍କ ଅବସର ପରେ ନୂତନ ନିଯୁକ୍ତି ହେଉ ନ ଥିବାରୁ ଶିକ୍ଷା ବ୍ୟବସ୍ଥା ଗୁରୁତର ଭାବେ ପ୍ରଭାବିତ ହୋଇଛି। ଫଳରେ ଶିକ୍ଷକ ଅଭାବ ଯୋଗୁ ଶତାଧିକ ଛାତ୍ରୀଛାତ୍ର ଉପଯୁକ୍ତ ଶିକ୍ଷାଦାନରୁ ବଞ୍ଚିତ ହେଉଥିବାବେଳେ ସେମାନଙ୍କ ଭବିଷ୍ୟତକୁ ନେଇ ଅଭିଭାବକଙ୍କ ମଧ୍ୟରେ ଉଦ୍ବେଗ ବଢ଼ିଛି।

କେସିଙ୍ଗା ବ୍ଲକରେ ସରକାରୀ ଅନୁଦାନପ୍ରାପ୍ତ ୯ଟି ନୂତନ ଏଡେଡ୍ ଓ ୩ଟି ଏଡେଡ୍ ହାଇସ୍କୁଲ ରହିଛି। ବର୍ଷ ବର୍ଷ ଧରି ଏହି ସ୍କୁଲଗୁଡ଼ିକରେ ନୂତନ ଶିକ୍ଷକ ନିଯୁକ୍ତି ବନ୍ଦ ଥିବାରୁ ଅବସରପ୍ରାପ୍ତ ଶିକ୍ଷକଙ୍କ ସ୍ଥାନ ପୂରଣ ହୋଇପାରୁନାହିଁ। ଫଳରେ ଅନେକ ସ୍କୁଲରେ ଶିକ୍ଷକ ଓ କର୍ମଚାରୀ ଅଭାବ ଚରମ ସୀମାରେ ପହଞ୍ଚିଛି।

ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ସମୟରେ ପ୍ରତ୍ୟେକ ଗ୍ରାମ ପଞ୍ଚାୟତରେ ହାଇସ୍କୁଲ ସ୍ଥାପନ ନିଷ୍ପତ୍ତି ପରେ ସ୍ଥାନୀୟ ଲୋକଙ୍କ ଜମି, ଅର୍ଥ ଓ ସହଯୋଗରେ ଅନେକ ବିଦ୍ୟାଳୟ ସ୍ଥାପିତ ହୋଇଥିଲା। ପରବର୍ତ୍ତୀ ସମୟରେ ସେଗୁଡ଼ିକ ସରକାରୀ ଅନୁଦାନପ୍ରାପ୍ତ ଏବଂ ନୂତନ ଏଡେଡ୍ ବର୍ଗରେ ସାମିଲ ହୋଇଥିଲେ ମଧ୍ୟ ନିଯୁକ୍ତି ପ୍ରକ୍ରିୟା ବନ୍ଦ ହୋଇଯାଇଛି।

କିକିଆ, କୁଣ୍ଡାବନ୍ଧ, ଫଟକାମାଳ ହାଇସ୍କୁଲ ଏବଂ ଉତକେଲା ଇନ୍ଦିରା ବାଳିକା ହାଇସ୍କୁଲ ଭଳି ଏଡେଡ୍ ବିଦ୍ୟାଳୟଗୁଡ଼ିକରେ ନିୟମ ଅନୁଯାୟୀ ୧୨ଟି ଶିକ୍ଷକ ପଦ ରହିବା କଥା। କିନ୍ତୁ ବର୍ତ୍ତମାନ ମାତ୍ର ୩ରୁ ୪ ଜଣ ଶିକ୍ଷକ କାର୍ଯ୍ୟରତ ଅଛନ୍ତି। କୁଣ୍ଡାବନ୍ଧ ହାଇସ୍କୁଲରେ ଚତୁର୍ଥ ଶ୍ରେଣୀ କର୍ମଚାରୀ ନଥିବାରୁ ଶିକ୍ଷକମାନେ ନିଜେ ବିଦ୍ୟାଳୟ ଖୋଲିବା, ବନ୍ଦ କରିବା ଓ ଘଣ୍ଟି ବଜାଇବା ଭଳି କାମ ମଧ୍ୟ କରୁଛନ୍ତି। ଏହି ୪ଟି ବିଦ୍ୟାଳୟରେ ପ୍ରାୟ ୬୫୦ ଜଣ ଛାତ୍ରଛାତ୍ରୀ ପଢ଼ୁଛନ୍ତି।

ଲଇତରା, ବାଲସିସ୍ଥିତ ଜବାହର ଉଚ୍ଚ ବିଦ୍ୟାପୀଠ (ଏ)ରୁ ଗତ ଏପ୍ରିଲ ଓ ଜୁନ ମାସରେ ଦୁଇଜଣ ଶିକ୍ଷକ ଅବସର ଗ୍ରହଣ କରିଛନ୍ତି। ସେହିପରି ହାତୀଖୋଜ, ପରଲସିଙ୍ଗା, ଗାଈଗାଁ, ଗୋକୁଳେଶ୍ୱର, ଜବାହର ଉଚ୍ଚ ବିଦ୍ୟାପୀଠ ବାଲସି (ବି) ଓ କନ୍ତେସିରସ୍ଥିତ କପିଳେଶ୍ୱର ଉଚ୍ଚ ବିଦ୍ୟାଳୟରେ ମଧ୍ୟ ଅନେକ ଶିକ୍ଷକ ଅବସର ନେଇଛନ୍ତି। ବୋରିଆ ପଞ୍ଚାୟତ ଅନ୍ତର୍ଗତ ନୂତନ ଏଡେଡ୍ ବିଦ୍ୟାଳୟଗୁଡ଼ିକର ସ୍ଥିତି ମଧ୍ୟ ସମାନ ରହିଛି।

ଅଧିକାଂଶ ବିଦ୍ୟାଳୟରେ ୫୦ ପ୍ରତିଶତରୁ କମ୍ ଶିକ୍ଷକ ରହିଥିବାରୁ ଜଣେ ଶିକ୍ଷକଙ୍କୁ ଏକାଧିକ ବିଷୟ ପଢ଼ାଇବାକୁ ପଡ଼ୁଛି। କୁଣ୍ଡାବନ୍ଧ ହାଇସ୍କୁଲରେ ଆସନ୍ତା ମାସରେ ଆଉ ଦୁଇଜଣ ଶିକ୍ଷକ ଅବସର ନେବା ପରେ ମାତ୍ର ଦୁଇଜଣ ଶିକ୍ଷକ ରହିବେ।

ଜିଲା ଶିକ୍ଷା ବିଭାଗ ପକ୍ଷରୁ ଏହି ବିଦ୍ୟାଳୟଗୁଡ଼ିକରେ ନୂତନ ନିଯୁକ୍ତିର କୌଣସି ସମ୍ଭାବନା ନ ଥିବା କୁହାଯାଇଥିବା ବେଳେ ଭବିଷ୍ୟତରେ କେତେକ ବିଦ୍ୟାଳୟକୁ ପ୍ରାଥମିକ ବିଦ୍ୟାଳୟ ସହ ଏକୀକୃତ କରାଯାଇପାରେ ବୋଲି ସୂଚନା ମିଳିଛି। ଏହାକୁ ସ୍ଥାନୀୟ ଲୋକ, ଅଭିଭାବକ ଓ ଶିକ୍ଷକମାନେ ବିରୋଧ କରିଛନ୍ତି।

ଅନ୍ୟପକ୍ଷରେ, ଦୀର୍ଘ ବର୍ଷ ଧରି ଏହି ବିଦ୍ୟାଳୟଗୁଡ଼ିକରେ କାର୍ଯ୍ୟ କରି ଅବସର ନେଉଥିବା ଅନେକ ଶିକ୍ଷକ ପେନ୍‌ଶନ କିମ୍ବା ଅନ୍ୟାନ୍ୟ ଅବସରକାଳୀନ ସୁବିଧାରୁ ବଞ୍ଚିତ ହେଉଥିବାରୁ ସେମାନଙ୍କ ଜୀବନ ମଧ୍ୟ ଅନିଶ୍ଚିତତା ମଧ୍ୟରେ ରହିଛି।

ସରକାର ଶିକ୍ଷା ଅଧିକାର ଆଇନ କାର୍ଯ୍ୟକାରୀ କରି ଶିକ୍ଷା କ୍ଷେତ୍ରରେ କୋଟି କୋଟି ଟଙ୍କା ବ୍ୟୟ କରୁଥିବାବେଳେ ଏଡେଡ୍ ଓ ନୂତନ ଏଡେଡ୍ ବିଦ୍ୟାଳୟ ପ୍ରତି ବୈମାତୃକ ମନୋଭାବ କାହିଁକି ପୋଷଣ କରାଯାଉଛି ବୋଲି ପ୍ରଶ୍ନ ଉଠିଛି। ସ୍ଥାନୀୟ ଲୋକ, ଅଭିଭାବକ ଓ ଶିକ୍ଷକମାନେ ତୁରନ୍ତ ଖାଲି ପଦବୀ ପୂରଣ, ଶିକ୍ଷା ବ୍ୟବସ୍ଥା ସ୍ୱାଭାବିକ କରିବା ଏବଂ ଅବସରପ୍ରାପ୍ତ ଶିକ୍ଷକଙ୍କ ପାଇଁ ସାମାଜିକ ସୁରକ୍ଷା ବ୍ୟବସ୍ଥା କରିବାକୁ ସରକାରଙ୍କ ନିକଟରେ ଦାବି କରିଛନ୍ତି।

ଏ ସମ୍ପର୍କରେ ଜିଲା ଶିକ୍ଷା ଅଧିକାରୀ ରାଧାକାନ୍ତ ଛତ୍ରିଙ୍କୁ ପଚାରିବାରୁ ସେ କହିଥିଲେ, “ରାଜ୍ୟ ସରକାରଙ୍କ ପକ୍ଷରୁ ଏଡେଡ୍ ବିଦ୍ୟାଳୟଗୁଡ଼ିକରେ ନୂତନ ନିଯୁକ୍ତି ପାଇଁ ଏପର୍ଯ୍ୟନ୍ତ କୌଣସି ନିର୍ଦ୍ଦେଶ ମିଳିନାହିଁ।”

 


Enter your email to get our daily news in your inbox.

All Right Reserved By Dharitri.Com

ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ଜନ୍ମାଷ୍ଟମୀ, ଶ୍ରୀକୃଷ୍ଣ ମେଳା

ଛତ୍ରପୁର, ୪।୯ (ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଛତ୍ରପୁର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ଉତ୍ସବ ଓ ଶ୍ରୀକୃଷ୍ଣ ମେଳା ବର୍ଣ୍ଣାଢ଼୍ୟ ପରିବେଶରେ ପାଳିତ…

ପୂର୍ବତନ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଏମିତି କହିଲେ ମିଥୁନ ଚକ୍ରବର୍ତ୍ତୀ, ସଭିଏଁ ଆଶ୍ଚର୍ଯ୍ୟ

କୋଲକାତା,୪।୯: ବରିଷ୍ଠ ଅଭିନେତା, ପଦ୍ମଭୂଷଣ ପୁରସ୍କାରପ୍ରାପ୍ତ ଏବଂ ପୂର୍ବତନ ଭାଜପା ରାଜ୍ୟ ସଭା ସାଂସଦ ମିଥୁନ ଚକ୍ରବର୍ତ୍ତୀ ଶୁକ୍ରବାର ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀ ଏବଂ ତୃଣମୂଳ କଂଗ୍ରେସ…

ପୁଣି ପେନଶନ ଚର୍ଚ୍ଚା ଭିତରେ ଆସିଲା ଅପଡେଟ୍‌, ପେନଶନଧାରୀଙ୍କ ପାଇଁ ବଡ଼ ଖବର

ନୂଆଦିଲ୍ଲୀ,୪।୯: ୮ମ ବେତନ ଆୟୋଗ (8th Pay Commission) ଗଠନ ହେବାର ୧୦ ମାସ ପୂରଣ ହୋଇସାରିଛି। ଜଷ୍ଟିସ ରଞ୍ଜନା ପ୍ରକାଶ ଦେଶାଇଙ୍କ ଅଧ୍ୟକ୍ଷତାରେ ଗଠିତ ଏହି…

ଦୂରଶିକ୍ଷା ପାଇଁ ପାଟଣା ଆଞ୍ଚଳିକ ମହାବିଦ୍ୟାଳୟକୁ ଅନୁମତି

ପାଟଣା,୪ା୯(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ମୁଖ୍ୟାଳୟସ୍ଥିତ ଆଞ୍ଚଳିକ ମହାବିଦ୍ୟାଳୟରେ ଚଳିତ ଶିକ୍ଷାବର୍ଷରୁ ରାଜ୍ୟ ମୁକ୍ତ ବିଶ୍ୱବିଦ୍ୟାଳୟ ଅଧୀନରେ ଦୂରଶିକ୍ଷାରେ ସ୍ନାତକ ଓ ସ୍ନାତକୋତ୍ତର ପାଠ୍ୟକ୍ରମ ପାଇଁ…

ଗଛରେ ପିଟହେଲା ଯାତ୍ରୀବାହୀ ବସ୍‌, ଚାଳକ ମୃତ, ୩୦ ଯାତ୍ରୀ ଆହ, ୧୦ ଗୁରୁତର

ନୟାଗଡ଼,୪।୯(ଲୋକନାଥ ମିଶ୍ର): ନୟାଗଡ଼ ବ୍ଲକ ଇଟାମାଟି ଥାନା ବାଉଁଶିଆପଡ଼ା ଜହ୍ନିପଦା ଛକ ନିକଟ ୫୭ନମ୍ବର ଜାତୀୟ ରାଜପଥରେ ଶୁକ୍ରବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଯାତ୍ରୀବାହୀ…

ଜନ୍ତରମନ୍ତର ପରି ପୁଣି ହେବାକୁ ଯାଉଛି ବଡ଼ ଆନ୍ଦୋଳନ? ସାଂଘାତିକ ଭବିଷ୍ୟବାଣୀ କଲେ…

ନୂଆଦିଲ୍‌ଲୀ,୪।୯: ସେପ୍ଟେମ୍ୱର ୨୦୨୬ରେ ସରକାରଙ୍କୁ ପୁଣି ଥରେ ରାଜରାସ୍ତାରୁ ଉଠୁଥିବା ଏକ ବଡ଼ ବିରୋଧର ସମ୍ମୁଖୀନ ହେବାକୁ ପଡ଼ିପାରେ। ଭାରତର କୁଣ୍ଡଳୀ ଅନୁଯାୟୀ, ୧୮ରୁ ୨୪ ସେପ୍ଟେମ୍ୱର…

BCCIର ବଡ଼ ଆକ୍ସନ୍‌: ଏକାଥରକେ ୬୪ ଖେଳାଳିଙ୍କୁ ବ୍ୟାନ୍‌, ତାଲିକାରେ…

ନୂଆଦିଲ୍ଲୀ,୪।୯: ବୟସ ସମ୍ପର୍କିତ ଜାଲିଆତି ମାମଲାରେ ବଡ଼ ପଦକ୍ଷେପ ନେଇଛି ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (BCCI)। ବୟସରେ ହେରଫେର କରିଥିବା ଅଭିଯୋଗରେ ଏକାଥରକେ ୬୪ ଜଣ…

ଡେବ୍ରିଗଡ଼ ଅଭୟାରଣ୍ୟ: ବିରଳ ବନ୍ୟପ୍ରାଣୀଙ୍କ ସଂଖ୍ୟା ବଢୁଛି

ସାରା ଦେଶରେ ବିରଳ ତଥା ସଂରକ୍ଷିତ ଧାରା ‘ସିଡ୍ୟୁଲ-୧’ ଶ୍ରେଣୀଭୁକ୍ତ ବନ୍ୟପ୍ରାଣୀଙ୍କ ସଂଖ୍ୟା କମୁଥିବା ବେଳେ ଡେବ୍ରିଗଡ଼ ଅଭୟାରଣ୍ୟରେ ଏମାନଙ୍କ ସଂଖ୍ୟା ବୃଦ୍ଧି ପାଉଛି ବୋଲି ହୀରାକୁଦ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri