ଉତ୍ତର ନାହିଁ

ଚଳିତ ସପ୍ତାହରେ କିଛି ଘଟଣା ଘଟିଛି ଯାହା ଉପରେ ଗଭୀର ଚିନ୍ତାକରିବା ସହ ପ୍ରକାଶ କରିବା ଦରକାର। ଏହା ମଧ୍ୟରେ ଅନେକ ବିଷୟ ଉପରେ ଅନୁଧ୍ୟାନ କରିବା ମଧ୍ୟ ଆବଶ୍ୟକ। ନିକଟରେ ଭାରତ ତା’ ପିଲାମାନଙ୍କୁ ନେଇ ଜି୨୦ ସମ୍ମିଳନୀ ଆୟୋଜିତ କରିଥିଲା। ପୂର୍ବରେ ଥିବା ଆମର ବେନାମୀ ପଡ଼ୋଶୀ ଭଳି ଗଣତନ୍ତ୍ର ବିହୀନ ଗଲ୍ଫ ଦେଶ ଏବଂ ନାମକୁ ମାତ୍ର ଗଣତନ୍ତ୍ର ଥିବା ରୁଷିଆ ଓ ତୁର୍କୀ ଭଳି ଦେଶଗୁଡ଼ିକରୁ ପିଲାମାନେ ଉକ୍ତ ସମ୍ମିଳନୀରେ ଯୋଗଦେଇଥିଲେ। ତେବେ ବିଭିନ୍ନ ପ୍ରସଙ୍ଗଭିତ୍ତିକ ବୃହତ୍‌ ଯୋଜନାରେ ସବୁ ବିଷୟକୁ ବିଚାରକୁ ନେଇ ଆମ ସ୍ଥିତି ସମ୍ପର୍କରେ ଅନୁଧ୍ୟାନ କଲାବେଳେ ମନରେ କିଛି ପ୍ରଶ୍ନ ଉଠେ। ପ୍ରଥମରେ ଆମ ଦାବି ହେଉଛି, ଅନ୍ତର୍ଜାତୀୟ ବ୍ୟବସ୍ଥାରେ ଉନ୍ନତି ଅଣାଯିବା ସହ ଆମକୁ ଜାତିସଂଘ ସୁରକ୍ଷା ପରିଷଦରେ ଉପଯୁକ୍ତ ସ୍ଥାନ ଦେବା ଆବଶ୍ୟକ। ଏହି ଦାବି ଚଳିତ ସପ୍ତାହରେ ଦୋହରାଗଲା। ତେବେ ପ୍ରଶ୍ନ ଉଠୁଛି, ବିଶ୍ୱଗୁରୁ ହୋଇଥିବା ଦେଶ କାହିଁକି ସୁରକ୍ଷା ପରିଷଦରେ ରହିବାକୁ ଚାହଁୁଛି? ସମ୍ଭବତଃ ଏହାର ଉତ୍ତର ଆମକୁ ଜଣାନାହିଁ। କିନ୍ତୁ ସରକାରଙ୍କ ଦାବି ଅତ୍ୟନ୍ତ ଗମ୍ଭୀର ହୋଇଥିବାରୁ ଏହି ବିଷୟକୁ ବି ଗମ୍ଭୀରତାର ସହ ବିଚାର କରିବାକୁ ହେବ। ଯଦି ଭାରତ ବିଶ୍ୱଗୁରୁ ତେବେ ପରିଷଦରେ ରହିବାକୁ ଦାବି କରିବା ବଦଳରେ କାହିଁକି ସାଙ୍ଗେସାଙ୍ଗେ ସେଥିରେ ସ୍ଥାନ ଦଖଲ କରୁନାହିଁ? ଯଦି କେହି ଆମକୁ ରୋକୁଛନ୍ତି, ତେବେ ସିଏ ବିଶ୍ୱଗୁରୁକୁ ରୋକିବାକୁ କେମିତି ସାହସ କରୁଛି? ତଥାପି ଏହାର ଉତ୍ତର ସ୍ପଷ୍ଟ ନୁହେଁ।
ଆଉ ଏକ ବିଷୟ ହେଉଛି ଦିଲ୍ଲୀରେ ଅନୁଷ୍ଠିତ ଜି୨୦ ସମ୍ମିଳନୀରେ ଘଟିଥିବା ଘଟଣା। ଏହା ଥିଲା ବୈଦେଶିକ ମନ୍ତ୍ରୀମାନଙ୍କ ବୈଠକ। ଏହାକୁ ନେଇ ଦି ହିନ୍ଦୁ ଏକ ଶୀର୍ଷକ ପ୍ରକାଶ କରିଥିଲା ଯେ, ଜି୨୦ ଦେଶଗୁଡ଼ିକର ବୈଦେଶିକ ମନ୍ତ୍ରୀମାନଙ୍କ ବୈଠକରେ ପାଶ୍ଚାତ୍ୟ ଦେଶଗୁଡ଼ିକ ମଧ୍ୟରେ ବିଭାଜନ ହେତୁ ଓପଚାରିକ ମିଳିତ ଘୋଷଣାନାମାରୁ ରୁଷିଆ ଓ ଚାଇନା ଓହରିଗଲେ। ଏଠି ପ୍ରସଙ୍ଗ ଥିଲା ୟୁକ୍ରେନ୍‌ ଯୁଦ୍ଧ। ଏହାକୁ ନେଇ ମଧ୍ୟ ଗତବର୍ଷ ଇଣ୍ଡୋନେସିଆ ଜି୨୦ ଅଧ୍ୟକ୍ଷ ଥିଲାବେଳେ ବାଲି ସମ୍ମିଳନୀରେ ଏଭଳି ଘୋଷଣାନାମା ହୋଇପାରି ନ ଥିଲା। ତେବେ ପ୍ରଶ୍ନ ହେଉଛି, ଜି୨୦ର ଅଧ୍ୟକ୍ଷତା ନେଇ କ’ଣ ଇଣ୍ଡୋନେସିଆ କିମ୍ବା ଅନ୍ୟ କୌଣସି ଦେଶଠାରୁ କିଛି ଭିନ୍ନ କରିପାରିବା ନାହିଁ? ଯଦି କରିବ ପାରିବା ନାହିଁ ତେବେ କାହିଁକି ଏତେ ପ୍ରଦର୍ଶନ କରାଯାଉଛି? ଅନ୍ୟ ଏକ ବିଷୟକୁ ଆସିବା। ଗଣତନ୍ତ୍ରର ଜନକ ତଥା ବିଶ୍ୱଗୁରୁ ଭାରତ ଏବେ ବିଶ୍ୱରେ ସବୁଠୁ ଜନବହୁଳ ଦେଶ। ଏହି ତଥ୍ୟ ବାହାରୁ ମିଳିଛି, ନିଜେ ବିଶ୍ୱଗୁରୁ ପ୍ରସ୍ତୁତ କରିନାହିଁ। ଓ୍ବାଲର୍‌ଡ ପପୁଲେସନ ରିଭ୍ୟୁର ତଥ୍ୟରୁ ଜଣାପଡ଼ିଛି ଯେ, ମାର୍ଚ୍ଚ ୩ରେ ଚାଇନା ଜନସଂଖ୍ୟା ୧୪୨ କୋଟି ୫୦ ଲକ୍ଷ ଥିଲାବେଳେ ଭାରତ ଜନସଂଖ୍ୟ ଥିଲା ୧୪୨ କୋଟି ୮୦ ଲକ୍ଷ। ମନେରଖିବାକୁ ହେବ ଯେ, ଜନସଂଖ୍ୟାରେ ଦ୍ୱିତୀୟ ଥର ଚାଇନାକୁ ଭାରତ ଟପିଛି। ଯଦି ଅଖଣ୍ଡ ଭାରତ କଥା ବିଚାରକୁ ନିଆଯାଏ ତେବେ ଏହା ପ୍ରଥମେ ୧୯୪୭ ପୂର୍ବରୁ ଘଟିଥିଲା ଓ ସବୁ ବର୍ଷ ଜନସଂଖ୍ୟାରେ ଚାଇନାଠାରୁ ଭାରତ ଆଗରେ ରହି ବିଶ୍ୱର ସବୁଠୁ ଜନବହୁଳ କ୍ଷେତ୍ର ଭାବେ ପରିଚିତ ଥିଲା। ତେବେ ଏହି ଖବର ବାହାରୁ ମିଳିଲା ବୋଲି କହିବାର କାରଣ ହେଉଛି ଏକ ଶତାବ୍ଦୀ ମଧ୍ୟରେ ଆମେ ପ୍ରଥମ ଥର ପାଇଁ ଜନଗଣନା କରିନାହୁଁ କିମ୍ବା ଏହା କେବେ ହେବ ତାହା ବି ଜାଣିନାହଁୁ। ଦ୍ୱିତୀୟ କଥା ହେଉଛି, ବିଶ୍ୱର ସବୁଠୁ ଜନବହୁଳ ଦେଶ ହେଲେ ବି ଆମର ବାର୍ଷିକ ଜନ୍ମହାର(୧ହଜାର ମହିଳାରେ) କିମିଚାଲିଛି। ଏହା ଏବେ ୨.୦ରେ ରହିଛି ଓ ଲଗାତର କମିବାରେ ଲାଗିଛି। ଏଥିରୁ ବୁଝାପଡ଼ୁଛି, ଆଗାମୀ କିଛି ବର୍ଷ ମଧ୍ୟରେ ଆମ ଜନସଂଖ୍ୟା କମିବା ଆରମ୍ଭ ହୋଇଯିବ। ଏଠାରେ ଆଉ ବିଷୟରେ ଆଲୋଚନା କରିବା ଉଚିତ। କିଛି ବର୍ଷ ପୂର୍ବେ କାମ କରିବାକୁ ଯୋଗ୍ୟ ଲୋକଙ୍କ ସଂଖ୍ୟା ବଢିବା ଆରମ୍ଭ ହେବାବେଳେ ଜନସାଂଖିକ ଆକଳନ ଆରମ୍ଭ କରାଯାଇଥିଲା। କିନ୍ତୁ ସରକାରୀ ତଥ୍ୟ କହେ, ସେହି ସମୟରେ ଆମ ବେରୋଜଗାର ଅଧିକ ଥିଲା। ବିଶ୍ୱରେ ସବୁଠୁ ଜନବହୁଳ ଦେଶ ଭାବେ ରେକର୍ଡ ହାରର ବେରୋଜଗାର ଥିବାବେଳେ ଏହା କି ପରିବର୍ତ୍ତନ ଆଣିପାରିବ। ଉକ୍ତ ସ୍ତମ୍ଭରେ ଶେଷ ବିଷୟଟି ହେଉଛି କେନ୍ଦ୍ର ବଜେଟ। ଚଳିତ ସପ୍ତାହରେ ପ୍ରଧାନମନ୍ତ୍ରୀ ଏହାକୁ ଅମୃତକାଳ ବଜେଟ ବୋଲି କହିଛନ୍ତି। ତାଙ୍କ ମତରେ ଅମୃତ କାଳର ପ୍ରଥମ କଥା ହେଉଛି,୨୦୪୭ ସୁଦ୍ଧା କିମ୍ବା ସେହି ମସିହାରେ ଭାରତ ଏକ ବିକଶିତ ଦେଶ ହେବ। ଯଦ ଅଭିବୃଦ୍ଧି ହାର ଦେଖିବା ୨୦୧୪ରୁ ହାରାହାରି ବାର୍ଷିକ ଅଭିବୃଦ୍ଧି ହାର ୫.୭% ରହିଆସିଛି। ତେବେ ୨୦୪୭ରେ ଏହା କେତେରେ ପହଞ୍ଚିବ? ଏହାର ଉତ୍ତର ମିଳିଯିବ ଆମ ବାର୍ଷିକ ମୁଣ୍ଡପିଛା ଆୟରୁ। ଏହା ବର୍ତ୍ତମାନ ୮୮୦୦ ଡଲାର। ଏହା ଚାଇନାର ଏବକାର ବାର୍ଷିକ ମୁଣ୍ଡପିଛା ଆୟ ତୁଳନାରେ ୪୦୦୦ ଡଲାର କମ୍‌, ଜାପାନ ମୁଣ୍ଡ ପିଛା ଆୟର ଏକ ଚତୁର୍ଥାଂଶରୁ କମ୍‌ ଏବଂ ଆମେରିକାର ଏବକାର ଜିଡିପିରେ ମୁଣ୍ଡପିଛା ଆୟର ପ୍ରାୟ ୯ ଭାଗରୁ ଭାଗେ।
ଆମେ ନିଜକୁ ବିକଶିତ କହୁଛୁ। କିନ୍ତୁ ବିକାଶ ସଂଜ୍ଞା ପରିବର୍ତ୍ତନ କରି ଏହା ହାସଲ କରିବାକୁ କିଛି କରୁଛୁ କି? ଆମେ କ’ଣ ଅନ୍ୟମାନଙ୍କୁ ପଛରେ ପକାଇବା ଲାଗି ଚାହଁୁଛୁ କି? ୨୦୧୪ରେ ଯାହା ଥିଲା ତା’ଠାରୁ ଶୀଘ୍ର ଅଭିବୃଦ୍ଧି କରିବାକୁ ଆଶାବାଦୀ ଅଛୁ କି?। ଯଦି ପୂର୍ବାପେକ୍ଷା ଶୀଘ୍ର ଅଭିବୃଦ୍ଧି କରିବାକୁ ଚାହଁୁ ତେବେ ୨୦୧୪ ଠାରୁ କିଛି ଭିନ୍ନ କରୁଛୁ ବା କରିବାକୁ ଯାଉଛୁ କି? ପୁନର୍ବାର ଏହା ବାଚନିକ ପ୍ରଶ୍ନ, କାରଣ ଏହାର କୌଣସି ଉତ୍ତର ନାହିଁ। ସବୁ ବିଷୟର ସମାଧାନ କେବଳ ଶବ୍ଦ ଓ ସ୍ଲୋଗାନରେ ସୀମିତ। ସବୁବେଳେ ନୂଆ ଶବ୍ଦ, ଖଣ୍ଡବାକ୍ୟ ସୃଷ୍ଟି କରାଯାଉଛି। ଆମେ ଯାହା ନୋହଁୁ କିମ୍ବା ଯାହା ହୋଇପାରିବୁ ନାହିଁ ତାହାକୁ ନେଇ ବାହାନା କରୁଛୁ। ଯେଉଁ ସରକାର ତାଙ୍କ ଲୋକଙ୍କୁ ଗଣେ ନାହିଁ, ତାଙ୍କ ନିଜର ଅଭିବୃଦ୍ଧି ରେକର୍ଡ ପ୍ରତି ଧ୍ୟାନ ଦିଏ ନାହିଁ, ସେଭଳି ସରକାର ନିଯୁକ୍ତି ଉପରେ ନିଜସ୍ବ ତଥ୍ୟକୁ ଅସ୍ବୀକାର କରିବା ସହ ବେରୋଜଗାରକୁ ଗମ୍ଭୀରତାର ସହ ନ ନେବା ସ୍ବାଭାବିକ। ଉଚ୍ଚ ସ୍ବରରେ କହି ଲୋକଙ୍କୁ ପ୍ରଭାବିତ କରିବା ଓ ମିଛ ଅଭିନୟ କରିବାରୁ କହି ଆମକୁ କେହି ଅଟକାଇପାରିବେ ନାହିଁ। ଏଣୁ ଏଭଳି ସ୍ଥିତି ହିଁ ଲାଗି ରହିବ।


Enter your email to get our daily news in your inbox.

All Right Reserved By Dharitri.Com

ପୁରାଣ କଥାରେ ସୃଷ୍ଟିତତ୍ତ୍ୱ

ଆମ ଦେଶରେ ଆମେ ଯେତେବେଳେ ସୃଷ୍ଟିର ପୌରାଣିକ କଥା ସମ୍ପର୍କରେ ବିଚାର କରୁ, ସେତେବେଳେ ସଂସ୍କୃତ କାହାଣୀ ଉପସ୍ଥାପନ କରିଥାଉ। ବିଶେଷକରି ବିଷ୍ଣୁ ଅନନ୍ତନାଗ ଉପରେ ଶୟନ…

ରାଜା ଗୁଣେ ପ୍ରଜା

ପ୍ରଜାଙ୍କୁ ପ୍ରଜାମାନେ ଅନୁସରଣ କରିବା ସ୍ବାଭାବିକ କଥା। ରାଜାଙ୍କ ହାବଭାବ, ଚାଲିଚଳନ, କଥାବାର୍ତ୍ତା, ଆଚାର ବ୍ୟବହାର ଏପରି କି ଚିନ୍ତାଦର୍ଶନକୁ ପ୍ରଜାମାନେ ଅନୁସରଣ କରୁଥିଲେ। ତେଣୁ ଲୋକପ୍ରିୟ…

ଗୋଡ଼ ଖସିବ

ଆମେରିକା-ଇସ୍ରାଏଲ ମିଳିତ ଭାବେ ଇରାନ୍‌ ସହିତ ଯୁଦ୍ଧ କରୁଛନ୍ତି। ଇସ୍ରାଏଲ-ହମାସ୍‌ ସଂଘର୍ଷ ପ୍ରାୟ ଅଢ଼େଇ ବର୍ଷ ଧରି ଚାଲିଥିବା ବେଳେ ରୁଷିଆ-ୟୁକ୍ରେନ୍‌ ଯୁଦ୍ଧ ୪ ବର୍ଷ ଅତିକ୍ରମ…

ଆଇନା ଓ ମଇନା

ଆଇନା ସବୁବେଳେ ସତ କହେ! ହୋଇଥିବ ବୋଧେ! ଏକଥା ସତ ବୋଲି ବି ମୋତେ ଲାଗିଲା। ଯଦିଓ ମୁଁ ସବୁବେଳେ ଆଇନା ଦେଖି ମୋ ରୂପ ସଜାଏ।…

ବରିଷ୍ଠ ନାଗରିକଙ୍କୁ ତାଚ୍ଛଲ୍ୟ

ମନୁଷ୍ୟ ସ୍ବାଭାବିକ ଜୀବନଚକ୍ରରେ ନିର୍ଦ୍ଦିଷ୍ଟ ବର୍ଷ ଅତିକ୍ରମ ପରେ ବୃଦ୍ଧାବସ୍ଥା ପ୍ରାପ୍ତହୁଏ । ଅନେକ ମାତାପିତା ବୃଦ୍ଧାବସ୍ଥାରେ ଅବହେଳାର ଶିକାର ହେଉଥିବା ଅନୁଭବକରି ମିଳିତ ଜାତିସଂଘ ସେମାନଙ୍କର…

ଭାଗ୍ୟ ବଳରେ

କଟକସ୍ଥିତ ଶ୍ରୀରାମଚନ୍ଦ୍ର ଭଞ୍ଜ ଭେଷଜ ମହାବିଦ୍ୟାଳୟ ଓ ହସ୍ପିିଟାଲରେ ୧୫ ମାର୍ଚ୍ଚ ବିଳମ୍ବିତ ରାତ୍ରିରେ ଟ୍ରମା କେୟାର ଇଣ୍ଟେନସିଭ୍‌ କେୟାର ୟୁନିଟ (ଆଇସିୟୁ)ରେ ଅଗ୍ନିକାଣ୍ଡ ଘଟି ୧୦…

ମଧ୍ୟପ୍ରାଚ୍ୟ ଯୁଦ୍ଧ

ମଧ୍ୟପ୍ରାଚ୍ୟ ଯୁଦ୍ଧର ତାଣ୍ଡବଲୀଳା ବଢିଚାଲିଛି। ଇରାନ ଉପରେ ଆମେରିକା ଓ ଇସ୍ରାଏଲର ମିଳିତ ଆକ୍ରମଣ ଏବଂ ଇରାନର ଭୀଷଣ ପ୍ରତିଆକ୍ରମଣ ଯୁଦ୍ଧର ବିଭୀଷିକାକୁ ଆହୁରି ଗମ୍ଭୀର କରି…

କୃଷକ ବଜାର ଓ ଆର୍ଥିକ ସୁରକ୍ଷା

ଓଡ଼ିଶା ଦେଶର ଅଷ୍ଟମ ବୃହତ୍ତମ ରାଜ୍ୟ। ପ୍ରଚୁର କଞ୍ଚାମାଲ ଓ ଭିତ୍ତିଭୂମି ଥିବା ସତ୍ତ୍ୱେ ଆବଶ୍ୟକ ଶିଳ୍ପାୟନ ଅଭାବରୁ ଓଡ଼ିଶାରେ ଏବେ ବି ପ୍ରାୟ ୬୦-୭୦ ଭାଗ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri