ହେଉନି ବିଜେଡି ପ୍ରାର୍ଥୀ ଘୋଷଣା, ଆଶାୟୀ ଛଟପଟ

ବାଲେଶ୍ୱର, ୫।୪(ମାନସ ବିଶ୍ୱାଳ):ବାଲେଶ୍ୱର ଜିଲା ରେମୁଣା ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ଭାଜପା ପ୍ରାର୍ଥୀ ଘୋଷଣା କରିଥିବା ବେଳେ ବିଜେଡି ପ୍ରାର୍ଥୀ ତାଲିକା ପ୍ରକାଶ ନ ପାଇବାରୁ ଆଶାୟୀମାନେ ଆଶଙ୍କାରେ ରହି ଛଟପଟ ହେଉଛନ୍ତି। ଏସ୍‌ସି ବର୍ଗଙ୍କ ପାଇଁ ସଂରକ୍ଷିତ ଏହି ଆସନ ୨୦୦୯ରେ ପୁର୍ନଗଠନ ହୋଇଥିଲା। ସେତେବେଳେ ଅନୁଷ୍ଠିତ ସାଧାରଣ ନିର୍ବାଚନରେ ବିଜେଡିର ସୁଦର୍ଶନ ଜେନା ବିଜୟୀ ହୋଇ ପ୍ରଥମ ବିଧାୟକ ହୋଇଥିଲେ। ୨୦୧୪ରେ ଭାଜପା ପ୍ରାର୍ଥୀ ଗୋବିନ୍ଦ ଚନ୍ଦ୍ର ଦାସ ବାଜି ମାରିନେଇଥିବା ବେଳେ ୨୦୧୯ରେ ପୁଣି ବିଜେଡି ପ୍ରାର୍ଥୀ ସୁଧାଂଶୁ ଶେଖର ପରିଡ଼ା ବିଜୟୀ ହୋଇଥିଲେ। ଏହି ନିର୍ବାଚନ ମଣ୍ଡଳୀ ବାଲେଶ୍ୱର ସହରକୁ ଲାଗିଛି। ୨୦୨୪ ସୁଦ୍ଧା ସରକାରୀ ତଥ୍ୟ ଅନୁସାରେ ଏହି ନିର୍ବାଚନମଣ୍ଡଳୀରେ ପୁରୁଷ ଭୋଟରଙ୍କ ସଂଖ୍ୟା ୧ଲକ୍ଷ ୧୪ହଜାର ୬୯୯, ମହିଳାଙ୍କ ସଂଖ୍ୟା ୧ଲକ୍ଷ ୧୧ହଜାର ୨୫ ଓ ଅନ୍ୟାନ୍ୟ ୨୮ ଜଣଙ୍କ ସହ ମୋଟ୍‌ ୨ଲକ୍ଷ ୨୫ହଜାର ୭୫୨ଜଣ ଭୋଟର ଅଛନ୍ତି।
ତା’ର ପ୍ରାର୍ଥୀ ଭାବେ ଗୋବିନ୍ଦ ଚନ୍ଦ୍ର ଦାସଙ୍କ ନାମ ଘୋଷଣା କରିଥିବା ବେଳେ ଅନ୍ୟ ଦୁଇ ପ୍ରମୁଖ ଦଳ ବିଜେଡି ଓ କଂଗ୍ରେସ ଅଦ୍ୟାବଧି ପ୍ରାର୍ଥୀ ଘୋଷଣା କରିନାହାନ୍ତି। ବିଜେଡିରେ ଆଶାୟୀଙ୍କ ସଂଖ୍ୟା ଏକାଧିକ ଥିବାବେଳେ କଂଗ୍ରେସକୁ ପ୍ରାର୍ଥୀ ଯୋଗାଡରେ ବିଳମ୍ବ ହେଉଥିବା ପାରିପାର୍ଶ୍ୱିକ ରାଜନୈତିକ ପରିସ୍ଥିତିରୁ ଜଣାପଡୁଛି। ବିଜେଡି ବିଧାୟକ ସୁଧାଂଶୁ ଶେଖର ପରିଡ଼ା ଦଳରୁ ନିଲମ୍ବିତ ହେବା ପରେ ଏହି ଆସନ ପାଇଁ ଟିକେଟ ଆଶାୟୀଙ୍କ ସଂଖ୍ୟା ବଢ଼ି ଯାଇଛି। ସାମାଜିକ କର୍ମୀ ବଂଶୀଧର ଦଳେଇ, ଇଂ. ଦୀପକ ମଲ୍ଲିକ, ସମିତିସଭ୍ୟା ଶାନ୍ତା ଦାସ, ଯୁବନେତା ଚନ୍ଦନ ମଲ୍ଲିକ, ପ୍ରଫେସର ଶତ୍ରୁଘ୍ନ ମଲ୍ଲିକ, ଭାରତୀ ଦଣ୍ଡପାଟ ଟିକେଟ ଆଶାୟୀ ଥିବା ଚର୍ଚ୍ଚା ହେଉଛି। ବିଜେଡି ଦ୍ୱିତୀୟ ପର୍ଯ୍ୟାୟ ସୁଦ୍ଧା ବସ୍ତା, ଜଳେଶ୍ୱର ଏବଂ ସୋର ନିର୍ବାଚନମଣ୍ଡଳୀରେ ପ୍ରାର୍ଥୀଙ୍କ ନାମ ଘୋଷଣା କରିଥିବା ବେଳେ ଭାଜପା ଜଳେଶ୍ୱର, ବାଲେଶ୍ୱର, ରେମୁଣା, ସୋର, ସିମୁଳିଆ ନିର୍ବାଚନମଣ୍ଡଳୀରେ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି। ଅନ୍ୟ ନିର୍ବାଚନମଣ୍ଡଳୀରେ ଟିକେଟ ଆଶାୟୀ ନେତାମାନେ ନାମ ଘୋଷଣାକୁ ନେଇ ଛଟପଟ ହେଉଥିବା ବେଳେ ସମର୍ଥକମାନେ ଟେନସନରେ ରହୁଥିବାର ଦେଖିବାକୁ ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ବଡ଼ ରେକର୍ଡ କଲେ ରିଙ୍କୁ ସିଂ: ଧୋନୀଙ୍କ ସହ ସମକକ୍ଷ

ନାଗପୁର,୨୨।୧: ଭାରତୀୟ ଦଳ ନ୍ୟୁଜିଲାଣ୍ଡ ବିପକ୍ଷରେ ପାଞ୍ଚ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜକୁ ଧମାକାଦାର ଭାବରେ ଆରମ୍ଭ କରି ପ୍ରଥମ ମ୍ୟାଚକୁ ୪୮ ରନରେ ଜିତିଛି।...

IND vs NZ 1st T20I: ମ୍ୟାଚ ପରେ ଗମ୍ଭୀର ଦେଲେ ଏମିତି ବୟାନ, ଯାହାକୁ ନେଇ ସୋସିଆଲ ମିଡ଼ିଆରେ ହେଉଛି ଖୁବ ଚର୍ଚ୍ଚା

ନୂଆଦିଲ୍ଲୀ,୨୨।୧: ଟିମ ଇଣ୍ଡିଆର ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର ଆଜିକାଲି ନିରନ୍ତର ଖବରର ଶିରୋନାମାରେ ଅଛନ୍ତି। କାରଣ ହେଉଛି ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ଘରୋଇ ପରିବେଶରେ ପ୍ରଥମ...

ରାଜ୍ୟ ସଭା ନିର୍ବାଚନ ପାଇଁ ପ୍ରକ୍ରିୟା ତ୍ବରାନ୍ବିତ, ନିର୍ବାଚନ କମିଶନ ପ୍ରସ୍ତାବ…

ଭୁବନେଶ୍ବର,୨୨।୧:  ରାଜ୍ୟ ସଭା ନିର୍ବାଚନ ପାଇଁ ଆରମ୍ଭ ହେଲା ପ୍ରକ୍ରିୟା । ଦେଶର ୧୦  ରାଜ୍ୟରେ ଖାଲି ହେବାକୁ ଥିବା ୩୭ ରାଜ୍ୟ ସଭା ଆସନ...

ପ୍ଲାଷ୍ଟିକ ନେଉଛି ଜୀବନ, ବିପଦରେ ପ୍ରାଣୀସମ୍ପଦ

ଦାରିଙ୍ଗବାଡି,୨୨।୧(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ଅଞ୍ଚଳରେ କୁଢ଼ କୁଢ଼ ପ୍ଲାଷ୍ଟିକ, ଥର୍ମାକୋଲ ଥାଳି, ପଲିଥିନ ଏବେ ପ୍ରାଣୀସମ୍ପଦ ପାଇଁ ବିପଦ ସାଜିଛନ୍ତି। ଉକ୍ତ...

ସର୍ଭେ କରିବାକୁ ଯାଇ କାଜୁ ଜଙ୍ଗଲରେ ଫସିଗଲା ଟିମ୍‌, ଅନ୍ଧାରରେ ବାଟ ନ ପାଇ ଘଣ୍ଟାଏ ପରେ…

ମହାକାଳପଡ଼ା,୨୨ା୧(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଞ୍ଚଳରେ ଆର୍ସେଲର ମିତ୍ତଲ ଶିଳ୍ପ ପ୍ରତିଷ୍ଠା ପାଇଁ ଏକ ଟିମ୍‌ ପକ୍ଷରୁ ଜଙ୍ଗଲ ପାଶର୍‌ବ ସୀମା...

ICC vs BCB: ବଢିଲା ବାଂଲାଦେଶର ଟେନସନ, ସରକାର-ଖେଳାଳିଙ୍କ ମଧ୍ୟରେ ବୈଠକ

ଢାକା,୨୨।୧: ବାଂଲାଦେଶ କ୍ରିକେଟ ବର୍ତ୍ତମାନ ୨୦୨୬ ଟି-୨୦ ବିଶ୍ୱକପ ସମ୍ପର୍କରେ ଏକ ବଡ଼ ନିଷ୍ପତ୍ତି ନେବାକୁ ଯାଉଛି। ପ୍ରଶ୍ନଟି ସରଳ: ବାଂଲାଦେଶ ତାର ଦଳକୁ ଭାରତ...

ଶ୍ରୀମନ୍ଦିରକୁ ବୋମା ଧମକ: ସୋସିଆଲ ମିଡିଆରେ ଧମକପୂର୍ଣ୍ଣ ମେସେଜ ପରେ…

ପୁରୀ,୨୨।୧: ଶ୍ରୀମନ୍ଦିରକୁ ବୋମା ଧମକ। ସୋସିଆଲ ମିଡିଆରେ ଧମକପୂର୍ଣ୍ଣ ମେସେଜ ମାମଲାରେ ଜଣକୁ ପୋଲିସ ଅଟକ ରଖିଛି । ଜୁଲି ରାଣୀ ପଣ୍ଡା ନାମକ ଏକ...

‘ଖୁବ ଶୀଘ୍ର ଭାରତ ସହ ହେବ ବଡ଼ ଡିଲ’, ଡାଭୋସରେ ମୋଦିଙ୍କୁ ଏମିତି ପ୍ରଶଂସା କଲେ ଟ୍ରମ୍ପ ସଭିଏଁ ଆଶ୍ଚର୍ଯ୍ୟ!

ଡାଭୋସ,୨୨।୧: ଡାଭୋସରେ ବିଶ୍ୱ ଅର୍ଥନୈତିକ ଫୋରମକୁ ସମ୍ବୋଧିତ କରିବା ପରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ ସହିତ ବାଣିଜ୍ୟ ଚୁକ୍ତି ସମ୍ପର୍କରେ ଏକ ପ୍ରମୁଖ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri