Categories: ଜାତୀୟ

‘ଏକାକୀ ଜିତିପାରିବ କଂଗ୍ରେସ’

ଲକ୍ଷ୍ନୌ,୧୪।୧୧: ଯଦି କଂଗ୍ରେସକୁ ଜିତିବାର ଅଛି, ତେବେ ଏହାକୁ ଏକାକୀ ଲଢ଼ିବାକୁ ପଡ଼ିବ। ଏଭଳି କହି ନିର୍ବାଚନ ଲାଗି କଂଗ୍ରେସ ଅନ୍ୟ କୌଣସି ଦଳ ସହ ମେଣ୍ଟ କରିବାକୁ ମନା କରି ଦେଇଛନ୍ତି କଂଗ୍ରେସର ସାଧାରଣ ସମ୍ପାଦିକା ପ୍ରିୟଙ୍କା ଗାନ୍ଧୀ ଭଦ୍ରା।

ବୁଲନ୍ଦଶେହରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ୪୯ ବର୍ଷୀୟା ପ୍ରିୟଙ୍କା କହିଛନ୍ତି, ରାଜ୍ୟର ବିଧାନସଭା ଆସନ ଲାଗି ଆମେ କେବଳ କଂଗ୍ରେସ କର୍ମୀଙ୍କୁ ହିଁ ଟିକେଟ୍‌ ଦେବୁ। ଯଦି କଂଗ୍ରେସକୁ ଜିତିବାର ଅଛି, ତେବେ ଏକାକୀ ଲଢ଼ିବାକୁ ପଡ଼ିବ। କାରଣ କୋଭିଡ୍‌-୧୯ ହେଉ କି ଅନ୍ୟ ସଙ୍କଟ ବେଳେ ଲୋକଙ୍କୁ କଂଗ୍ରେସ କର୍ମୀ ସହାୟତା କରିଛନ୍ତି। ଉନ୍ନାଓ, ଲଖିମପୁର ଓ ହାଥରସ ପୀଡ଼ିତଙ୍କ ପାଇଁ ସପା ଓ ବହୁଜନ ସମାଜବାଦୀ ପାର୍ଟି ଲଢ଼େଇ କରି ନ ଥଲେ। କିନ୍ତୁ ଆମେ କରିଥିଲୁ। ରାଜ୍ୟର ସମସ୍ତ ୪୦୩ ଆସନରେ ଆମେ ପ୍ରାର୍ଥୀ ଛିଡ଼ା କରିବୁ।

Share