ଭାକ୍‌ସିନ ନେବା ପରେ ୨ ମାସ ପାଇଁ ଛାଡ଼ିବାକୁ ପଡ଼ିବ ମଦ

ନୂଆଦିଲ୍ଲୀ,୧୦।୧୨- ରୁଷିଆରେ ପ୍ରସ୍ତୁତ ସ୍ପୁଟନିକ ଭି କୋଭିଡ୍‌-୧୯ ଭାକ୍‌ସିନ ନେବା ପରେ ୨ ମାସ ପାଇଁ ମଦ ଛାଡ଼ିବାକୁ ପଡ଼ିବ। ଏ ନେଇ ରୁଷିଆନ ଅଫିସିଆଲ ପରାମର୍ଶ ଦେଇଥିବା ନ୍ୟୁୟର୍କ ପୋଷ୍ଟରେ ଏକ ରିପୋର୍ଟ ପ୍ରକାଶ ପାଇଛି। ମଣିଷଙ୍କ ଶରୀରରେ ସ୍ପୁଟନିକ ଭି କରୋନା ଭାଇରସ ଭାକ୍‌ସିନକୁ କାର୍ଯ୍ୟ କରିବା ପାଇଁ ୪୨ ଦିନ ଦରକାର। ଏହି ସମୟରେ ଲୋକଙ୍କୁ ଅଧିକ ସତର୍କ ରହିବାକୁ ପଡ଼ିବ ବୋଲି ରୁଷିଆର ଉପ ପ୍ରଧାନମନ୍ତ୍ରୀ ଟାଟିଆନା ଗୋଲିକୋଭା କହିଥିବା ନ୍ୟୁ ୟର୍କ ପୋଷ୍ଟରେ ଉଲ୍ଲେଖ ହୋଇଛି।

ରୁଷିଆ ନାଗରିକଙ୍କୁ ଜନଗହଳି ସ୍ଥାନକୁ ଯିବାକୁ ବାରଣ କରିବାକୁ ପଡ଼ିବ। ଆବଶ୍ୟକସ୍ଥଳେ ମୁହଁରେ ମାସ୍କ, ସାନିଟାଇଜର ବ୍ୟବହାର, ଆଲକହଲ ଓ ଇମ୍ୟୁନୋପ୍ରେସାଣ୍ଟ ଡ୍ରଗ୍ସ ଠାରୁ ଦୂରେଇ ରହିବାକୁ ପଡ଼ିବ ବୋଲି ଗୋଲିକୋଭା ଟାସ ନ୍ୟୁଜ ଏଜେନ୍ସିକୁ ଦେଇଥିବା ଏକ ସାକ୍ଷାତ୍‌କାରରେ କହିଛନ୍ତି।

ରୁଷିଆର ଗ୍ରାହକ ସୁରକ୍ଷା ନିରୀକ୍ଷକ ରୋସପୋଟ୍ରେବଜାଡଜର ମୁଖ୍ୟ ଆନ୍ନା ପୋପାଭା ମଧ୍ୟ ଆଲକହଲ ଠାରୁ ଦୂରେଇ ରହିବାକୁ ପରାମର୍ଶ ଦଇଛନ୍ତି। ଆମକୁ ସୁସ୍ଥ ରହିବାକୁ ହେଲେ ଶକ୍ତ ଇମ୍ୟୁନ ଦରକାର। ଏଣୁ ଆଲକହଲ ସେବନ କରନ୍ତୁ ନାହିଁ ବୋଲି ପୋପୋଭା କହିଛନ୍ତି।

ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ (ଡବ୍ଲ୍ୟୁଏଚ୍‌ଓ)ର ରିପୋର୍ଟ ଅନୁଯାୟୀ, ରୁଷିଆରେ ମଦ୍ୟପାନ କରୁଥିବା ନାଗରିକଙ୍କ ସଂଖ୍ୟା ବିଶ୍ୱରେ ଚତୁର୍ଥ ସର୍ବାଧିକ। ପ୍ରତ୍ୟେକ ବର୍ଷ ରୁଷିୟମାନେ ୧୫.୧ ଲିଟର ଆଲକହଲ ସେବନ କରିଥାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଯୁଦ୍ଧ ଅଟକାଇ ବାଃ ବାଃ ସାଉଣ୍ଟିଲା ପାକିସ୍ତାନ, ମଧ୍ୟପ୍ରାଚ୍ୟରେ ବଢ଼ିବ ଦବ୍‌ଦବା ? ରହିଛି ଅନେକ ସ୍ବାର୍ଥ

ଇସଲାମାବାଦ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ ଏକ ବଡ଼ ଧରଣର ଯୁଦ୍ଧବିରତି (ସିଜ୍‌ଫାୟାର୍‌) ହୋଇଛି। ଏହି ପ୍ରକ୍ରିୟାରେ ପାକିସ୍ତାନ ଏକ ମୁଖ୍ୟ ‘ଦୂତ’…

ହର୍ମୁଜ୍ ପ୍ରଣାଳୀରେ ତେଲ ଚ୍ୟାଙ୍କରକୁ ଅଟକାଇଲା ଇରାନ, ଯୁଦ୍ଧବିରତି ଭଙ୍ଗ କରିବାକୁ ଧମକ ଦେଲା…

ତେହେରାନ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ସତ୍ତ୍ବେ ଉତ୍ତେଜନା ଜାରି ରହିଛି । ବୁଧବାର ସକାଳେ ଯୁଦ୍ଧବିରତି ଘୋଷଣା ହେବା ପରେ ମଧ୍ୟ ଆକ୍ରମଣର ରିପୋର୍ଟ…

ଯୋଗାଣ ମନ୍ତ୍ରୀଙ୍କ ବଡ଼ ଘୋଷଣା, ପେଟ୍ରୋଲ ପମ୍ପରେ ମିଳିବ ୫ କେଜିଆ LPG ଗ୍ୟାସ, କେତେ ଟଙ୍କା?

ଭୁବନେଶ୍ବର,୮।୪: ୫ କେଜିଆ ଗ୍ୟାସ ସିଲିଣ୍ଡର ନେଇ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ବଡ଼ ଘୋଷଣା କରିଛନ୍ତି । ପେଟ୍ରୋଲ ପମ୍ପରେ ମିଳିବ ୫ କେଜିଆ ଏଲ୍‌ପିଜି…

ବଡ଼ ଖବର: ବିଜେଡି ସଂସଦୀୟ ଦଳ ନେତା ପଦରୁ ସସ୍ମିତ ପାତ୍ରଙ୍କ ଇସ୍ତଫା, ବଢ଼ିଲା ଚର୍ଚ୍ଚା

ଭୁବନେଶ୍ୱର,୮।୪: ଓଡ଼ିଶା ରାଜନୀତିରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ରାଜ୍ୟ ସଭାରେ ବିଜେଡି ସଂସଦୀୟ ଦଳ ନେତା ପଦରୁ ଇସ୍ତଫା ଦେଇଛନ୍ତି ଡକ୍ଟର ସସ୍ମିତ ପାତ୍ର।…

ଇରାନକୁ ଅସ୍ତ୍ରଶସ୍ତ୍ର ଯୋଗାଉଥିବା ଦେଶ ଉପରେ ଲାଗିବ ୫୦% ଟାରିଫ, ଯୁଦ୍ଧବିରତି ପରେ ଟ୍ରମ୍ପଙ୍କ ଘୋଷଣା

ଓ୍ବାଶିଂଟନ୍‌,୮।୪:  ଯୁଦ୍ଧବିରତି ପରେ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି । ସେ ଦୃଢ଼ତାର ସହିତ କହିଛନ୍ତି ଯେ ଇରାନରେ ନେତୃତ୍ୱର ଏକ…

ଯୁଦ୍ଧବିରତିର ସତ କହିଦେଲା ରୁଷିଆ, ଟ୍ରମ୍ପ କରିଥିଲେ…

ନୂଆଦିଲ୍ଲୀ,୮।୪: ମଧ୍ୟପ୍ରାଚ୍ୟରେ ଦୁଇ ସପ୍ତାହ ପାଇଁ ଯୁଦ୍ଧବିରତି ପାଇଁ ଆମେରିକା ଏବଂ ଇରାନ ରାଜି ହୋଇଛନ୍ତି, ଯାହା ଉଭୟ ପକ୍ଷ ଦ୍ୱାରା ଘୋଷଣା କରାଯାଇଛି। ଡୋନାଲ୍ଡ ଟ୍ରମ୍ପଙ୍କ…

ଯୁଦ୍ଧବିରତି ଭିତରେ ଇରାନ କଲା ବଡ଼ ଘୋଷଣା, ହର୍ମୁଜରେ ଜାହାଜ ଗଲେ ଉଡାଇ ଦେବୁ…

ନୂଆଦିଲ୍ଲୀ,୮।୪: ଇରାନ ଏବଂ ଆମେରିକା ମଧ୍ୟରେ ଯୁଦ୍ଧବିରତି କାର୍ଯ୍ୟକାରୀ ହେବାର ପ୍ରାୟ 12 ଘଣ୍ଟା ବିତିଗଲା, ଯେତେବେଳେ ଇରାନ ନୌସେନା ହରମୁଜ ପ୍ରଣାଳୀ ସମ୍ପର୍କରେ ଏକ ବଡ଼…

ଯୁଦ୍ଧବିରତିର ମାତ୍ର କିଛି ଘଣ୍ଟା ପରେ ଇରାନ ତୈଳ ବିଶୋଧନାଗାରରେ ବିସ୍ଫୋରଣ, କିଏ କଲା ଆକ୍ରମଣ?

ତେହେରାନ,୮।୪: ଆମେରିକା ସର୍ତ୍ତମୂଳକ ଯୁଦ୍ଧବିରତି ଘୋଷଣା କରିବାର କିଛି ଘଣ୍ଟା ପରେ ଇରାନର ଲାଭାନ ଦ୍ୱୀପରେ ପ୍ରଥମ ବଡ଼ ଆକ୍ରମଣ ହୋଇଛି । ଲାଭାନ ଦ୍ୱୀପରେ ଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri