Categories: ଜାତୀୟ

ସୋସିଆଲ ମିଡିଆରେ ଅମ୍ଳଜାନ, ଶଯ୍ୟା, ଔଷଧ ପାଇଁ ପୋଷ୍ଟ କରୁଥିବା ବ୍ୟକ୍ତିଙ୍କ ବିରୋଧରେ ନିଆଯିବ ନାହିଁ କାର୍ଯ୍ୟାନୁଷ୍ଠାନ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୩୦।୪: କରୋନା ମହାମାରୀ ସମୟରେ ଯେଉଁମାନେ ସୋସିଆଲ ମିଡିଆରେ ଅମ୍ଳଜାନ, ଶଯ୍ୟା, ଔଷଧ ଇତ୍ୟାଦି ପୋଷ୍ଟ କରୁଛନ୍ତି ସେମାନଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ନାହିଁ ବୋଲି ସୁପ୍ରିମକୋର୍ଟ ଶୁକ୍ରାବାର ଏକ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଦେଇଛନ୍ତି। ନାଗରିକଙ୍କ ଦ୍ୱାରା ସୋସିଆଲ ମିଡିଆରେ ରଖାଯାଇଥିବା ସୂଚନା ଉପରେ କୌଣସି ସରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ନାହିଁ। ସୁପ୍ରିମକୋର୍ଟ କେନ୍ଦ୍ର, ରାଜ୍ୟ ଏବଂ ଡିଜିପିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଯେ ଯଦି ସେମାନେ ଗୁଜବ ପ୍ରଚାର କରିବା ନାମରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତି, ତେବେ ସେମାନେ ଅବମାନନା ମାମଲା ରୁଜୁ କରିବେ। ଏଥିସହିତ କରୋନାର ଅତ୍ୟାବଶ୍ୟକ ଔଷଧ ଉତ୍ପାଦନ ଏବଂ ବଣ୍ଟନ ଦେଶରେ କାହିଁକି ହେଉନାହିଁ ବୋଲି କୋର୍ଟ ସରକାରଙ୍କୁ ପ୍ରଶ୍ନ କରିଛନ୍ତି।

Share