ଓଜେଇ ରିପୋର୍ଟ ପରେ ବି ନିଆଯାଉନି କାର୍ଯ୍ୟାନୁଷ୍ଠାନ

ଖୋର୍ଦ୍ଧା,୧୬ା୧୦(ପ୍ରଭାତ ପାଣିଗ୍ରାହୀ): ପୁରୀସ୍ଥିତ ଗୋପବନ୍ଧୁ ଆୟୁର୍ବେଦ କଲେଜ(ଜିଏଏମ୍‌)ରେ ବିନା ଏନ୍‌ଇଇଟି, ଓଜେଇ ଆଲଟ୍‌ମେଣ୍ଟ ନମ୍ବର ଏପରି କି ପୂର୍ବରୁ କୌଣସି କଲେଜରେ ନାମ ଲେଖାଇ ନ ଥିବା ପିଲାଙ୍କୁ ଡାକ୍ତରୀ ପାଠ୍ୟକ୍ରମ ପାଇଁ ନାମ ଲେଖାଇବାକୁ ସୁଯୋଗ ଦିଆଯାଉଛି। ଏହାର ସମସ୍ତ ତଥ୍ୟ ପ୍ରମାଣ ସତ୍ତ୍ୱେ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଏବଂ ରାଜ୍ୟ ଆୟୁଷ ନିର୍ଦ୍ଦେଶାଳୟର ପଛଘୁଞ୍ଚା ତଦନ୍ତରେ ସ୍ବଚ୍ଛତା, ନିରପେକ୍ଷତା ଏବଂ କାର୍ଯ୍ୟଦକ୍ଷତା ଉପରେ ଅଙ୍ଗୁଳି ଉଠିଛି। ଏପରି କି ଓଜେଇ ଚେୟାରମ୍ୟାନ ଆୟୁଷ ନିର୍ଦ୍ଦେଶକଙ୍କୁ ଦେଇଥିବା ରିପୋର୍ଟକୁ ମଧ୍ୟ ଚାପି ଦିଆଯାଇଛି। ଧରିତ୍ରୀକୁ ମିଳିଥିବା ତଥ୍ୟ ଅନୁସାରେ ଗତ ଜୁନ ୨୭ ରେ ଓଜେଇ ଏହାର ରିପୋର୍ଟ ଆୟୁଷ ନିର୍ଦ୍ଦେଶକଙ୍କୁ ପ୍ରଦାନ କରିଛି, ଯେଉଁଥିରେ ଗୋପବନ୍ଧୁ ଆୟୁର୍ବେଦ କଲେଜରେ ନାମଲେଖାରେ ଅନିୟମିତତା ହୋଇଥିବା ସ୍ପଷ୍ଟ ହେଉଛି। ବଲାଙ୍ଗୀରରେ ନକଲି ସାର୍ଟିଫିକେଟ ଘଟଣାରେ ୫ଜଣ ଶିକ୍ଷୟିତ୍ରୀଶିକ୍ଷକଙ୍କୁ ନିଲମ୍ବିତ କରାଯାଇଥିବାବେଳେ ଏଠାରେ ସବୁ ପ୍ରମାଣ ମିଳିବା ପରେ ମଧ୍ୟ କାୈଣସି ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆ ନ ଯିବା ବୁଦ୍ଧିଜୀବୀ ମହଲରେ ଆଲୋଚନା ହେଉଛି।
ଜିଏଏମ୍‌ କଲେଜରେ ଡାକ୍ତରୀପାଠ ଭଳି ଗୁରୁତ୍ୱପୂର୍ଣ୍ଣ ବିଭାଗରେ ନକଲି ନିଟ୍‌ ଆପ୍ଲିକେଶନ ନମ୍ବର, ର଼୍ୟାଙ୍କ କାର୍ଡ ଏବଂ ଓଜେଇ ଆଲଟମେଣ୍ଟ ଲେଟର, କଲେଜ ଲିଭିଂ ସାର୍ଟିଫିକେଟ(ସିଏଲ୍‌ସି) ଓ ମାଇଗ୍ରେଶନ ସାର୍ଟିଫିକେଟ, କଲେଜ ଟ୍ରାନ୍ସଫର ସାର୍ଟିଫିକେଟ ବ୍ୟବସ୍ଥା କରାଯାଇ ବେଆଇନଭାବେ ଛାତ୍ରୀଛାତ୍ରଙ୍କୁ ନାମଲେଖା ସୁଯୋଗ ଦିଆଯାଇଛି ବୋଲି ଓଜେଇ ରିପୋର୍ଟରୁ ଜଣାପଡ଼ିଛି। ଏହି ଘଟଣାରେ କଲେଜ କର୍ତ୍ତୃପକ୍ଷଙ୍କଠାରୁ ରାଜ୍ୟ ଆୟୁଷ ନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ସମ୍ପୃକ୍ତି ରହିଛି। ଏଥିସହିତ ୨୦୧୬ ନାମଲେଖା ପଛରେ ଜଣେ ଆଇଏଏସ୍‌ ଅଧିକାରୀଙ୍କ ସମ୍ପୃକ୍ତି ରହିଥିବା ଜଣାପଡ଼ିବା ପରେ ଏହି ଘଟଣାକୁ ଚାପି ଦେବା ପାଇଁ ଷଡ଼ଯନ୍ତ୍ର ଚାଲିଥିବା କୁହାଯାଉଛି। କାହା ଇଙ୍ଗିତରେ ଏହି ବେଆଇନ ନାମଲେଖାକୁ ପ୍ରଶ୍ରୟ ଦିଆଯାଇଛି ଏବଂ କେଉଁମାନଙ୍କ ଏଥିରେ ସମ୍ପୃକ୍ତି ରହିଛି। ତାହାର ଖୋଳତାଡ଼ କରାଗଲେ ବହୁ ଗୁମର ତଥ୍ୟ ପଦାକୁ ଆସିପାରିବ ବୋଲି ଚର୍ଚ୍ଚା ହେଉଛି। ଏହି ଘଟଣାର ତଦନ୍ତ ପାଇଁ ଗତ ଅକ୍ଟୋବର ୫ରେ ଜଣେ ବ୍ୟକ୍ତି ମୁଖ୍ୟମନ୍ତ୍ରୀ ଏବଂ ୧୦ତାରିଖରେ ଭୁବନେଶ୍ୱର ଦୁର୍ନୀତି ନିବାରଣ ଏସ୍‌ପିଙ୍କ ନିକଟରେ ଲିଖିତ ଅଭିଯୋଗ କରିଛନ୍ତି।
ପ୍ରକାଶ ଯେ, ଗୋପବନ୍ଧୁ ଆର୍ୟୁବେଦ କଲେଜରେ ୨୦୧୬-୧୭, ୨୦୧୭-୧୮ ଏବଂ ୨୦୨୦-୨୧ ବ୍ୟାଚରେ ବିନା ଯୋଗ୍ୟତାରେ ଛାତ୍ରୀଛାତ୍ରଙ୍କଠାରୁ ମୋଟା ଅଙ୍କର ଅର୍ଥ ନେଇ ସେମାନଙ୍କୁ ପାଠପଢ଼ା ସୁଯୋଗ ଦିଆଯାଇଛି। ୨୦୧୬ରେ ବିନା ଏନ୍‌ଇଇଟିଧାରୀ ଜଣେ ଛାତ୍ରୀ ପାସ୍‌ କରିଥିବାବେଳେ ୨୦୧୭ରେ ନାମ ଲେଖାଇଥିବା ଦୁଇଜଣ ଗତ ଜୁଲାଇ ମାସରେ ହାଉସ ସର୍ଜନ କାର୍ଯ୍ୟ ସାରି ସାର୍ଟିଫିକେଟ ହାସଲ କରିଛନ୍ତି। ୨୦୨୦-୨୧ରେ ନାମ ଲେଖାଇଥିବା ଦୁଇ ଜଣ ଛାତ୍ରୀଛାତ୍ରଙ୍କୁ କଲେଜ ନୋଟିସ ଦେଇ ବାହାର କରିଦେଇଥିବା ଖୋଦ୍‌ କଲେଜ ଅଧ୍ୟକ୍ଷ ସୁଦର୍ଶନ ବେହେରା ଗଣମାଧ୍ୟମ ଆଗରେ ସ୍ବୀକାର କରିଥିବାବେଳେ କର୍ତ୍ତୃପକ୍ଷଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ। ଏସମ୍ପର୍କରେ ପୂର୍ବରୁ ଧରିତ୍ରୀରେ ପ୍ରକାଶିତ ଖବର ଉପରେ ଭାରତ ସରକାରଙ୍କ ଆୟୁଷ ମନ୍ତ୍ରଣାଳୟ ପକ୍ଷରୁ ତପତ୍ରତା ପ୍ରକାଶ ପାଇଥିଲା। ମନ୍ତ୍ରଣାଳୟ ଏ ସଂକ୍ରାନ୍ତରେ ନ୍ୟାଶନାଲ କମିଶନ ଫର ଇଣ୍ଡିଆନ ସିଷ୍ଟମ ଅଫ ମେଡିସିନି(ଏନ୍‌ସିଆଇଏସ୍‌ଏମ୍‌) କୁ ତୁରନ୍ତ କାର୍ଯ୍ୟାନୁଷ୍ଠାନ ରିପୋର୍ଟ ଦାଖଲ ପାଇଁ ନୋଟିସ ଜାରି କରିଛନ୍ତି। ତେବେ ଏହା ସତ୍ତ୍ୱେ ବିଭାଗୀୟ ଶୀଥିଳତା ନେଇ ଗତ ଜୁଲାଇ ମାସରେ ତଥ୍ୟ ସମ୍ବଳିତ ଏକ ଅଭିଯୋଗ ଫର୍ଦ୍ଦ ରାଜ୍ୟ ସ୍ବାସ୍ଥ୍ୟ ସଚିବଙ୍କ ନିକଟରେ ଦାଖଲ ହୋଇଥିଲା। ଏହି ଅଭିଯୋଗକୁ ୩ ମାସ ବିତିଯାଇଥିବା ସତ୍ୱେ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଇନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରସବ କରାଇବାକୁ ଆସି  ଫସିଗଲେ ନାବାଳିକା:  ଯାହାକୁ ସ୍ବାମୀ କହୁଥିଲେ ସେ ଥାନାରେ

ଧର୍ମଶାଳା,୧୯।୧୨(ଶିବ ପ୍ରସାଦ ମହାନ୍ତି): ପ୍ରସବ କରାଇବାକୁ ଆସି  ଫସିଗଲେ ନାବାଳିକା। ଯାହାଙ୍କୁ ସ୍ବାମୀ  କହିଲେ ତାଙ୍କୁ ପୋଲିସ ନେଇ ପଚରାଉଚରା କରୁଛି। ଏଭଳି ଅଭାବନୀୟ ଘଟଣା...

‘ଜନସାଧାରଣଙ୍କ ସହଯୋଗ ବିନା ହାତୀ ସୁରକ୍ଷା ଅସମ୍ଭବ’

ଦିଗପହଣ୍ଡି, ୧୯ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଗଙ୍ଗାପୁର ପଞ୍ଚାୟତ ଜନଜାତି ବହୁଳ ଢେପାଗୁଡ଼ା ଗ୍ରାମବାସୀ ଏବଂ ସ୍କୁଲ ଛାତ୍ରୀ ଛାତ୍ରଙ୍କୁ ନେଇ...

ଭାରତରେ Google ଲଞ୍ଚ କଲା ପ୍ରଥମ କ୍ରେଡିଟ୍‌ କାର୍ଡ, ଲାଇଫଟାଇମ୍‌ ଯାଏ Free

ନୂଆଦିଲ୍ଲୀ,୧୯।୧୨: ଭାରତୀୟମାନଙ୍କ ଜୀବନକୁ ଆହୁରି ସହଜ କରିବା ପାଇଁ ଗୁଗଲ ନୂଆ ଡିଜିଟାଲ କ୍ରେଡିଟ କାର୍ଡ ‘ଫ୍ଲେକ୍ସ ବାଇ ଗୁଗଲ ପେ’ ଲଞ୍ଚ କରିଛି। ଏହା...

ଆନ୍ଧ୍ର କୋଟିଆର ମାଉସୀ ହୋଇ ରହୁ, ମା’ ହେବାକୁ ଚେଷ୍ଟା ନ କରୁ: ରାଜସ୍ବମନ୍ତ୍ରୀ

ପଟ୍ଟାଙ୍ଗି,୧୯ା୧୨(ଶରତ କୁମାର ଧଳ)-ରାଜ୍ୟ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍‌ ସୀମାନ୍ତ କୋଟିଆ ପଞ୍ଚାୟତକୁ ଶୁକ୍ରବାର ଗସ୍ତ...

ଫାଇନାଲରେ ଭାରତ, ପାକିସ୍ତାନ ସହ ହେବ ମୁକାବିଲା

ଦୁବାଇ,୧୯।୧୨:  ସିନିଅର୍‌ ମେନ୍ସ ଏସିଆ କପ୍‌ ୨୦୨୫ ପରେ ଏବେ ଅଣ୍ଡର-୧୯ ମେନ୍ସ ଏସିଆ କପ୍‌ ୨୦୨୫ରେ ମଧ୍ୟ ଭାରତ ପ୍ରବେଶ କରିଛି। ଦୁବାଇରେ ଚାଲିଥିବା...

ଛତୁଆ ବିଲ୍‌ କରିଦେବା ପାଇଁ ପୂର୍ବତନ ସିଡିପିଓ ମାଗିଥିଲେ୮୦ ହଜାର ଲାଞ୍ଚ : ଆସିଲା ବଡ଼ ରାୟ 

ଭବାନୀପାଟଣା,୧୯।୧୨(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକର ପୂର୍ବତନ ସିଡିପିଓ (ସମ୍ମନିତ ଶିଶୁ ବିକାଶ ସେବା ପ୍ରକଳ୍ପ ଅଧିକାରିଣୀ) ମୀନା ପାତ୍ର ୨୦୨୧ ମସିହାର...

ଆସିଲା ନିଷ୍ପତ୍ତି: ରବି ଚାଷ ପାଇଁ ଘୋଡ଼ାହାଡ଼ ଡ଼୍ୟାମରୁ …

ଦିଗପହଣ୍ଡି,୧୯।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଖମାରିି ଗାଁ ନିକଟ ଘୋଡ଼ାହାଡ଼ ଡ଼୍ୟାମରୁ ରବି ଚାଷ ନିମନ୍ତେ ପାଣି ଛଡାଯିବା ପାଇଁ ନିଷ୍ପତ୍ତି...

ସଶକ୍ତ ସମୃଦ୍ଧ କରିବା କେବିକେର ଲକ୍ଷ

ଭଞ୍ଜନଗର,୧୯।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କୃଷି ବିଜ୍ଞାନ କେନ୍ଦ୍ରରେ ଶୁକ୍ରବାର ଜିଲାର ଅଗ୍ରଣୀ ଚାଷୀ ଏବଂ କୃଷକ ଉତ୍ପାଦକ ସଂଘର କର୍ମକର୍ତ୍ତାମାନଙ୍କୁ ନେଇ ଏକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri