Posted inଜାତୀୟ

ପାକିସ୍ତାନରେ ପଢ଼ିଲେ ଭାରତରେ ଚାକିରି ନାହିଁ

ନୂଆଦିଲ୍ଲୀ,୪।୫: ପାକିସ୍ତାନରେ ଡାକ୍ତରୀ ଶିକ୍ଷା ଲାଭ କରିବାକୁ ଚାହୁଁଥିବା ଛାତ୍ରୀଛାତ୍ରଙ୍କ ପାଇଁ ନ୍ୟାଶନାଲ ମେଡିକାଲ କମିଶନ ଏବଂ ଡେଣ୍ଟାଲ କମିଶନ୍‌ ଅଫ୍‌ ଇଣ୍ଡିଆ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି। କୌଣସି ଭାରତୀୟ ନାଗରିକ ଅବା ପ୍ରବାସୀ ଭାରତୀୟ ପାକିସ୍ତାନର ମେଡିକାଲ କଲେଜରୁ ଡାକ୍ତରୀ ଶିକ୍ଷା କରିବାକୁ ଇଚ୍ଛା ରଖିଥିଲେ ସେମାନେ ନ ଯାଆନ୍ତୁ। କାରଣ ଉକ୍ତ ଛାତ୍ରଙ୍କୁ ବୈଦେଶିକ ମେଡିକାଲ ଗ୍ରାଜୁଏଟ୍‌ ଏକ୍‌ଜାମିନେଶନ ସ୍କ୍ରିନିଂ ଟେଷ୍ଟରେ ବସିବାକୁ ଅନୁମତି ଦିଆଯିବ ନାହିଁ ବୋଲି ଉଭୟ ଅନୁଷ୍ଠାନ ବିଜ୍ଞପ୍ତିରେ ଦର୍ଶାଇଛନ୍ତିି।

ଏହାଛଡ଼ା ଶରଣାର୍ଥୀ ଏବଂ ସେମାନଙ୍କ ପିଲାଙ୍କ ପ୍ରତି ଭିନ୍ନ ନିୟମ କରାଯାଇଛି। ସେମାନେ ଭାରତର ନାଗରିକତ୍ୱ ପାଇବା ସହ ପାକିସ୍ତାନରୁ ଡାକ୍ତରୀ ଡିଗ୍ରୀ କିମ୍ବା ଉଚ୍ଚଶିକ୍ଷା ହାସଲ କରିଥିଲେ ଏଫ୍‌ଏମ୍‌ଜିଇ ଅଥବା ନ୍ୟାଶନାଲ ଏକ୍‌ଜିିଟ୍‌ ଟେଷ୍ଟରେ ବସିପାରିବେ। ତେବେ ଗୃହ ମନ୍ତ୍ରଣାଳୟର ଅନୁମତି ପରେ ସେମାନେ ଭାରତରେ ଚାକିରି ପାଇବାକୁ ହକ୍‌ଦାର ହେବେ ବୋଲି କୁହାଯାଇଛି।

ତେବେ, ଡିସେମ୍ବର ୨୦୧୮ ପୂର୍ବରୁ ପାକିସ୍ତାନରୁ ଡିଗ୍ରୀ ହାସଲ କରିଥିବା ଛାତ୍ରମାନଙ୍କ ପାଇଁ ଏହି ନୂତନ ନିୟମ ପ୍ରଯୁଜ୍ୟ ହେବ ନାହିଁ। କେବଳ ଏତିକି ନୁହେଁ, ଡିସେମ୍ବର ୨୦୧୮ ପରଠାରୁ ଗୃହ ମନ୍ତ୍ରଣାଳୟର ଅନୁମତି ପରେ ପାକିସ୍ତାନର ଅନୁଷ୍ଠାନରେ ନାମ ଲେଖାଇଥିବା ଛାତ୍ରମାନଙ୍କ ପାଇଁ ମଧ୍ୟ ଏହି ନୂତନ ନିୟମ ପ୍ରଯୁଜ୍ୟ ହେବ ନାହିଁ।

ନିକଟରେ ୟୁଜିସି, ଅଲ୍‌ ଇଣ୍ଡିଆ କାଉନସିଲ୍‌ ଫର୍‌ ଟେକ୍ନିକାଲ ଏଜୁକେଶନ ପକ୍ଷରୁ ମଧ୍ୟ ଏକ ବିବୃତି ଜାରି କରାଯାଇ ଛାତ୍ରଙ୍କୁ ଉଚ୍ଚଶିକ୍ଷା ପାଇଁ ପାକିସ୍ତାନ ନ ଯିବାକୁ ପରାମର୍ଶ ଦିଆଯାଇଛି। ଯଦି କୌଣସି ଛାତ୍ର ଏହାକୁ ନ ମାନେ, ତେବେ ଭାରତରେ ସେମାନଙ୍କର ଡିଗ୍ରୀ ବୈଧ ହେବ ନାହିଁ। ପାକିସ୍ତାନରେ କରାଯାଇଥିବା ପାଠ୍ୟକ୍ରମ ଆଧାରରେ ସେମାନେ ଭାରତରେ ଚାକିରି ପାଇବେ ନାହିଁ।

ପ୍ରକାଶ ଯେ, ପାକିସ୍ତାନରେ ପଢ଼ୁଥିବା ଛାତ୍ରମାନେ ଆଇଏସ୍‌ଆଇରେ ସାମିଲ ହେଉଛନ୍ତି। ଏପରିକି ଛାତ୍ରମାନଙ୍କୁ ଭାରତ ବିରୋଧୀ କାର୍ଯ୍ୟକଳାପ ପାଇଁ ଉସୁକାଯାଉଛି ବୋଲି ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ପଶ୍ଚିମ ଏସିଆ ଯୁଦ୍ଧ, ଭାରତରେ ୨୦-୨୫% ମହଙ୍ଗା ହେବ କପଡ଼ା

ନୂଆଦିଲ୍ଲୀ,୭।୪: ପଶ୍ଚିମ ଏସିଆ ଯୁଦ୍ଧ ଏବେ ଭାରତର ସାଧାରଣ ଲୋକଙ୍କ ପକେଟ ଉପରେ ପ୍ରଭାବ ପକାଉଛି। ଖାଦ୍ୟ, ପେଟ୍ରୋଲ ଏବଂ ଗାଡ଼ି ମରାମତି ପରେ ଏବେ କପଡ଼ା…

ମାଷ୍ଟର ନାହାନ୍ତି

କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ (ସିବିଏସ୍‌ଇ) ପକ୍ଷରୁ ୨୦୨୬-୨୭ ଶିକ୍ଷାବର୍ଷ ପାଇଁ ନୂଆ ପାଠ୍ୟକ୍ରମ ଅଣାଯାଇଛି। ଛାତ୍ରୀଛାତ୍ରମାନେ ୩ଟି ଭାଷା ପଢ଼ିବାର ବ୍ୟବସ୍ଥା ହୋଇଥିବା ବେଳେ ସେଥିମଧ୍ୟରୁ…

ମଧ୍ୟପ୍ରାଚ୍ୟ ଉତ୍ତେଜନା ମଧ୍ୟରେ ଇରାନର ତେଲ ଉପରେ ଟ୍ରମ୍ପଙ୍କ ନଜର!

ତେହରାନ,୭।୪: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ଯେ, ଚାଲିଥିବା ସଂଘର୍ଷର ପରିଣାମ ସ୍ବରୂପ, ଆମେରିକା ଇରାନର ତୈଳ ସମ୍ପଦ ଉପରେ ନିୟନ୍ତ୍ରଣ ନେଇପାରେ। ସେ ଏହାକୁ…

ପ୍ରଯୋଜକ ରବି ସ୍ବାଇଁଙ୍କ ପରଲୋକ: ଖେଳିଗଲା ଶୋକର ଛାୟା

ଭୁବନେଶ୍ୱର,୭।୪: ଓଡ଼ିଆ ଚଳଚ୍ଚିତ୍ର ପ୍ରଯୋଜକ ରବି ସ୍ବାଇଁଙ୍କ ପରଲୋକ ଘଟିଛି। ସେ କିଛି ଦିନ ହେବ ଲିଭର ସିରୋସିସ୍‌ରେ ପୀଡ଼ିତ ହୋଇ ଚିକିତ୍ସାଧୀନ ଥିଲେ। ଚିକିତ୍ସାଧିନ ଅବସ୍ଥାରେ…

ରେଳବାଇର ଅଣଦେଖା: ଉପଭୋକ୍ତା ସଂଘର ଆନ୍ଦୋଳନ ଚେତାବନୀ

ବରଗଡ଼,୬ା୪(ପ୍ରେମାନନ୍ଦ ଖମାରୀ):ବରଗଡ଼ ଓ ବଲାଙ୍ଗୀର ଜିଲା ରେଳ ଉପଭୋକ୍ତା ସଂଘର ମିଳିତ କାର୍ଯ୍ୟାନୁଷ୍ଠାନ କମିଟିର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ରବିବାଋ ବରଗଡ଼ ଅଗ୍ରଗାମୀ ଯୁବକ ସଂଘ ସଭାକକ୍ଷରେ…

ଟ୍ରମ୍ପଙ୍କ ଧମକର କଡ଼ା ଜବାବ ଦେଲା ଇରାନ, କହିଲା ପରାଜୟ ଭୟରେ ଡରିଗଲେଣି ଟ୍ରମ୍ପ

ତେହରାନ,୭।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ତୀବ୍ରତର ହେଉଛି। ସୋମବାର (ଏପ୍ରିଲ ୬) ରେ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନକୁ ଏକ ଧମକ ଦେଇ କହିଛନ୍ତି ଯେ…

କୋଲକାତାକୁ ନେଇ ପାକିସ୍ତାନ ପ୍ରତିରକ୍ଷା ମନ୍ତ୍ରୀ ଖ୍ବାଜା ଆସିଫଙ୍କ ଧମକ ପରେ ତାତିଲେ ଅଭିଷେକ ବାନାର୍ଜୀ, କହିଲେ…

କୋଲକାତା,୭।୪: ତ୍ରୁଣମୂଳ କଂଗ୍ରେସ (ଟିଏମସି) ଏମପି ଅଭିଷେକ ବାନାର୍ଜୀ ସୋମବାର (୬ ଏପ୍ରିଲ, ୨୦୨୬) ପାକିସ୍ତାନର ପ୍ରତିରକ୍ଷା ମନ୍ତ୍ରୀ ଖ୍ବାଜା ଆସିଫଙ୍କ ଦ୍ୱାରା ଦିଆଯାଇଥିବା କୋଲକାତା ଆକ୍ରମଣ…

ଶାହରୁଖ ଖାନଙ୍କ ଟିମକୁ ପରିହାସ କଲେ ଶ୍ରେୟସ ଆୟରଙ୍କ ଭଉଣୀ, ପଞ୍ଜାବୀମାନଙ୍କର ହୃଦୟ…

ନୂଆଦିଲ୍ଲୀ,୭।୪: IPL ୨୦୨୬ର ୧୨ ନମ୍ବର ମ୍ୟାଚ୍ ବାତିଲ ହୋଇଯାଇଛି । କୋଲକାତା ନାଇଟ୍ ରାଇଡର୍ସ ଏବଂ ପଞ୍ଜାବ କିଙ୍ଗସ୍ ମଧ୍ୟରେ ଖେଳାଯିବାକୁ ଥିବା ମ୍ୟାଚ୍ ବର୍ଷାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri