Categories: ଖେଳ

ନୀତୁଙ୍କ ଚମତ୍କାର ପ୍ରଦର୍ଶନ: ବକ୍ସିଂରେ ଭାରତକୁ ସ୍ବର୍ଣ୍ଣ

ବର୍ମିଂହାମ,୭।୮:ରାଜ୍ୟଗୋଷ୍ଠୀ କ୍ରୀଡାରେ ବକ୍ସିଂରେ ଭାରତ ସ୍ବର୍ଣ୍ଣ ପଦକ ମିଳିଛି। ହରିୟାଣାର ବକ୍ସର ନୀତୁ ଘଙ୍ଗାସ ଭାରତକୁ ଏହି ପଦକ ଜିତାଇଛନ୍ତି। ମହିଳା ୪୫-୪୮ କିଗ୍ରା ଫାଇନାଲରେ ନୀତୁ ଇଂଲଣ୍ଡ ବକ୍ସର ଡାମି ଜାଡେ ରେଜଟାନଙ୍କୁ ପରାସ୍ତ କରିଛନ୍ତି। ଏକପାଖିଆ ଢଙ୍ଗରେ ନୀତୁ ୫-୦ରେ ଏହି ମ୍ୟାଚ ଜିତିଥିଲେ। ନୀତୁ ସେମିଫାଇନାଲ ଏବଂ କ୍ୱାର୍ଟର ଫାଇନାଲରେ ଦେଖାଇଥିବା ସମାନ ଆକ୍ରମଣାତ୍ମକ ଫର୍ମ ଫାଇନାଲ ମ୍ୟାଚରେ ମଧ୍ୟ ଦେଖାଇଥିଲେ।
ସୂଚନାଯୋଗ୍ୟ, ୨୧ ବର୍ଷୀୟା ନୀତୁ ପ୍ରଥମ ଥର ପାଇଁ ରାଜ୍ୟଗୋଷ୍ଠୀ କ୍ରୀଡାରେ ଅଂଶଗ୍ରହଣ କରୁଛନ୍ତି। ହରିୟାଣାର ଭବାନୀ ଜିଲାର ଧନାନା ଗାଁରେ ସେ ରୁହନ୍ତି। ସେ ପ୍ରତିଦିନ ତାଲିମ ପାଇଁ ନିଜ ଗାଁଠାରୁ ୨୦ କିଲୋମିଟର ଦୂରରେ ଥିବା ଧନନାରେ ଥିବା ବକ୍ସିଂ କ୍ଲବକୁ ଯାଉଥିଲେ। ନୀତୁଙ୍କୁ ଜଣେ ବକ୍ସର କରିବା ପାଇଁ ତାଙ୍କ ପିତା ବହୂ ସଂଘର୍ଷ କରିଥିଲେ।

Share