Posted inଜାତୀୟ

ପୁଣି ନୀତୀଶଙ୍କ ରାଜୁତି ଆରମ୍ଭ: ରେକର୍ଡ ୧୦ମ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ନେଲେ ଶପଥ

ପାଟନା,୨୦।୧୧: ପାଟନାର ଗାନ୍ଧୀ ମଇଦାନରେ ସେ ୧୦ମ ଥର ପାଇଁ ବିହାର ମୁଖ୍ୟମନ୍ତ୍ରୀ ରୂପେ ଶପଥ ନେଇଛନ୍ତି ନୀତୀଶ କୁମାର। ତାଙ୍କ ସହ ଅନ୍ୟ ୨୬ ବିଧାୟକ ମଧ୍ୟ ମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ଏହି ଶପଥ ଗ୍ରହଣ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା, ଏନ୍‌ଡିଏ ରାଜ୍ୟର ମୁଖ୍ୟମନ୍ତ୍ରୀ ପ୍ରମୁଖ ଯୋଗଦେଇଛନ୍ତି।

ସଂଯୁକ୍ତ ଜନତା ଦଳ (ଜେଡିୟୁ) ନେତା ନୀତୀଶ କୁମାର ବୁଧବାର ସର୍ବସମ୍ମତିକ୍ରମେ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (ଏନ୍‌ଡିଏ) ନେତା ନିର୍ବାଚିତ ହୋଇଥିଲେ। ଏହା ପରେ ସେ ପାଟନାସ୍ଥିତ ରାଜଭବନରେ ରାଜ୍ୟପାଳ ଆରିଫ୍‌ ମହମ୍ମଦ ଖାନ୍‌ଙ୍କୁ ଭେଟି ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ସହ ରାଜ୍ୟରେ ପରବର୍ତ୍ତୀ ସରକାର ଗଠନ ପାଇଁ ଦାବି ଜଣାଇଥିଲ।

ଭାଜପା ବିଧାୟକ ଦଳ ବୈଠକରେ ଉପମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧରୀ ନେତା ନିର୍ବାଚିତ ହୋଇଛନ୍ତି। ସେହିପରି ଅନ୍ୟତମ ଉପମୁଖ୍ୟମନ୍ତ୍ରୀ ବିଜୟ ସିହ୍ନାଙ୍କୁ ଉପନେତା ବଛାଯାଇଛି। ତେଣୁ ଉଭୟେ ପୁଣି ଥରେ ଉପମୁଖ୍ୟମନ୍ତ୍ରୀ ରୂପେ ଶପଥ ନେଇଛନ୍ତି। ଲକ୍ଷାଧିକ ଲୋକଙ୍କ ସମାଗମକୁ ଦୃଷ୍ଟିରେ ରଖି ପାଟନାରେ କଡ଼ା ସୁରକ୍ଷା ବନ୍ଦୋବସ୍ତ କରାଯାଇଛି।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ଭାରତର ଭିତ୍ତିଭୂମି କ୍ଷେତ୍ରରେ ଅଭିବୃଦ୍ଧି: ଡିସେମ୍ବରରେ ୩.୭ ପ୍ରତିଶତକୁ ବୃଦ୍ଧି

ନୂଆଦିଲ୍ଲୀ,୨୦।୧: ଦେଶର ଶିଳ୍ପାୟନ କ୍ଷେତ୍ରରୁ ଭଲ ଖବର ଆସିଛି। ଭାରତର ୮ଟି ପ୍ରମୁଖ ଭିତ୍ତିଭୂମି କ୍ଷେତ୍ରର ଅଭିବୃଦ୍ଧି ହାର ଡିସେମ୍ବର ମାସରେ ୩.୭ ପ୍ରତିଶତକୁ ବୃଦ୍ଧି...

ବିଶ୍ୱସ୍ତରୀୟ ଭିତ୍ତିଭୂମି ମିଳିଲେ କ’ଣ ହେବ, ଯଦି ଲୋକଙ୍କ ପାଖରେ ନାହିଁ ସାଧାରଣ ଜ୍ଞାନ

କୋଲକାତା/ଗୁୱାହାଟୀ,୨୦।୧: ଦେଶର ପ୍ରଥମ ହାଇଟେକ୍ ‘ବନ୍ଦେ ଭାରତ ସ୍ଲିପର’ ଏକ୍ସପ୍ରେସ୍‌ର ପରିଚାଳନା ଆରମ୍ଭ ହେବା ପୂର୍ବରୁ ଏହାର ସ୍ୱଚ୍ଛତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଶନିବାର...

ବାଇକ ଧକ୍କା ପରେ ଚାପିଦେଲା ଟ୍ରାକ୍ଟର, ୨ ବର୍ଷ ଶିଶୁର ମୃତ୍ୟୁ

ସୁନ୍ଦରଗଡ଼,୨୦।୧: ସୁନ୍ଦରଗଡ଼ ସହରରେ ମଙ୍ଗଳବାର ଏକ ଶୋକାକୁଳ ପରିସ୍ଥିତି ଦେଖିବାକୁ ମିଳିଛି। ପଞ୍ଚମୁଖୀ ହନୁମାନ ମନ୍ଦିର ନିକଟରେ ଏକ ଟ୍ରାକ୍ଟର ଚଢ଼ିଯିବା ଫଳରେ ୨ ବର୍ଷର...

ଶେୟାର ବଜାରରେ ହାହାକାର: ୧୦୦୦ ପଏଣ୍ଟ ଖସିଲା ସେନସେକ୍ସ, ନିବେଶକଙ୍କ ୭.୬୭ ଲକ୍ଷ କୋଟି ଟଙ୍କା ସ୍ଵାହା

ମୁମ୍ବାଇ,୨୦।୧: ସପ୍ତାହର ଦ୍ଵିତୀୟ କାର୍ଯ୍ୟ ଦିବସରେ ଭାରତୀୟ ଶେୟାର ବଜାରରେ ବଡ଼ ଧରଣର ବିପର୍ଯ୍ୟୟ ଦେଖିବାକୁ ମିଳିଛି। ଆଇଟି, ଅଟୋମୋବାଇଲ୍ ଏବଂ ରିଏଲ୍ ଇଷ୍ଟେଟ୍ କ୍ଷେତ୍ରର...

ବୁଲା କୁକୁର ମାମଲା: ମେନକା ଗାନ୍ଧୀଙ୍କ ଉପରେ ବର୍ଷିଲେ ସୁପ୍ରିମକୋର୍ଟ, ଉଠାଇଲେ ଏପରି ପ୍ରଶ୍ନ

ନୂଆଦିଲ୍ଲୀ,୨୦ା୧: ବୁଲା କୁକୁର ମାମଲାରେ ପ୍ରାଣୀ ଅଧିକାର କର୍ମୀ ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ମେନକା ଗାନ୍ଧୀଙ୍କୁ ସୁପ୍ରିମକୋର୍ଟ କଡ଼ା ସମାଲୋଚନା କରିଛନ୍ତି। ଏକ ପଡକାଷ୍ଟରେ...

ଏହି କ୍ରିକେଟର୍‌ଙ୍କୁ ଟାର୍ଗେଟ କଲେ କୋହଲିଙ୍କ ଭାଇ: କହିଲେ, କରିବା ଅପେକ୍ଷା କହିବା ସହଜ

ନୂଆଦିଲ୍ଲୀ,୨୦।୧: ଭାରତୀୟ ଷ୍ଟାର କ୍ରିକେଟର୍‌ ବିରାଟ କୋହଲିଙ୍କ ଭାଇ ବିକାଶ କୋହଲି ପୁଣି ଥରେ ପୂର୍ବତନ ଭାରତୀୟ କ୍ରିକେଟର ଏବଂ ପ୍ରସିଦ୍ଧ ଭାଷ୍ୟକାର ସଞ୍ଜୟ ମାଞ୍ଜରେକରଙ୍କୁ...

ଚା’ ବଦଳରେ ସକାଳୁ ଏଥିରୁ ପିଅନ୍ତୁ ଗୋଟିଏ ଗ୍ଲାସ, ଉପକାରିତା ଜାଣିଲେ ଆଶ୍ଚର୍ଯ୍ୟ ହେବେ

ନୂଆଦିଲ୍ଲୀ: ଅଧିକାଂଶ ଭାରତୀୟଙ୍କ ସକାଳ ଗରମ ଚା’ ସହିତ ଆରମ୍ଭ ହୁଏ। ତଥାପି, ଖାଲି ପେଟରେ ଚା ପିଇବା ସ୍ବାସ୍ଥ୍ୟକର ନୁହେଁ। ଯଦି ଆପଣ ଏକ...

ଓଡ଼ିଶା ନାଁ ନେଇ ଏମିତି କଥା କହିଲେ ପ୍ରଧାନମନ୍ତ୍ରୀ ମୋଦି: ସବୁଠି ହେଉଛି ଚର୍ଚ୍ଚା

ନୂଆଦିଲ୍ଲୀ,୨୦।୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାଜପାର ନୂଆ ଅଧ୍ୟକ୍ଷ ନୀତିନ ନବୀନଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ମୁଁ ବିଶ୍ୱର ସର୍ବବୃହତ ରାଜନୈତିକ ଦଳର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri