Categories: ଜାତୀୟ

ଜନସଂଖ୍ୟା ନେଇ ନୀତୀଶଙ୍କ ବିବାଦୀୟ ମନ୍ତବ୍ୟ, ପୁରୁଷ ଦାୟିତ୍ୱହୀନ-ମହିଳା ଅଶିକ୍ଷିତ …

ପାଟନା,୮।୧ : ବିହାରର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଏକ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି ଯେ ବିହାରର ଜନସଂଖ୍ୟା ନିୟନ୍ତ୍ରଣକୁ ଆସିବ ନାହିଁ କାରଣ ରାଜ୍ୟରେ ମହିଳାମାନେ ଅଶିକ୍ଷିତ ଥିବାବେଳେ ପୁରୁଷମାନେ ଦାୟିତ୍ୱହୀନ। ସେମାନେ ଦାୟିତ୍ୱ ଗ୍ରହଣ କରିବେ ନାହିଁ।

ତାଙ୍କ ମନ୍ତବ୍ୟକୁ ନେଇ ବିରୋଧୀ ଭାଜପା ତାଙ୍କୁ ଘୃଣା ଭାଷଣ ଏବଂ ରାଜ୍ୟର ଭାବମୂର୍ତ୍ତିକୁ କ୍ଷୁର୍ଣ୍ଣ କରିଥିବା ପାଇଁ ଚେତାବନୀ ଦେଇଛି। ମୁଖ୍ୟମନ୍ତ୍ରୀ ତାଙ୍କ ସମାଧାନ ଯାତ୍ରା ମଧ୍ୟରେ ବୈଶାଳୀଠାରେ ଏକ ସାଧାରଣ ସଭାକୁ ସମ୍ବୋଧିତ କରି କହିଥିଲେ ଦିନେ ତାଙ୍କ ସରକାର ଜାତି ଭିତ୍ତିକ ଜନଗଣନାର ପ୍ରଥମ ପର୍ଯ୍ୟାୟ ଆରମ୍ଭ କରିଥିଲେ।

ନୀତୀଶ କୁମାର କହିଛନ୍ତି, ମହିଳାମାନଙ୍କ ମଧ୍ୟରେ ପାଠପଢୁଆଙ୍କ ସଂଖ୍ୟା ବୃଦ୍ଧି ପାଇଲେ ରାଜ୍ୟରେ ପ୍ରଜନନ ହାର ହ୍ରାସ ପାଇବ। ଏହା ଦ୍ୱାରା ଜନସଂଖ୍ୟା ନିୟନ୍ତ୍ରଣରେ ରହିବ। ତେବେ ଏହାକୁ ନେଇ ରାଜ୍ୟ ରାଜନୀତିରେ ବିବାଦ ଆରମ୍ଭ ହୋଇଛି।

Share