Categories: ଜାତୀୟ

ନୀତିଶଙ୍କ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ: ୧୭ ମନ୍ତ୍ରୀ ନେଲେ ଶପଥ

ପାଟନା,୯।୨: ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ହୋଇଛି। ମଙ୍ଗଳବାର ୧୭ ଜଣ ମନ୍ତ୍ରୀ ନୀତିଶଙ୍କ କ୍ୟାବିନେଟ୍‌ରେ ସାମିଲ ହୋଇଛନ୍ତି। ସେଥିମଧ୍ୟରେ ଭାଜପାର ୯ ଜଣ ମନ୍ତ୍ରୀ ହୋଇଛନ୍ତି। ଅପରପକ୍ଷରେ ଜେଡ଼ିୟୁର ୮ ଜଣ ମନ୍ତ୍ରୀଭାବେ ରାଜଭବନର ରାଜେନ୍ଦ୍ର ମଣ୍ଡପରେ ଶପଥ ପାଠ କରିଛନ୍ତି। ମନ୍ତ୍ରିମଣ୍ଡଳରେ ଶାହାନଓ୍ବାଜ୍‌ ହୁସେନ୍‌ ଏବଂ ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଭାଇ ନୀରଜ କୁମାର ବବଲୁଙ୍କୁ ସାମିଲ କରାଯାଇଛି। ନୂଆ ମନ୍ତ୍ରୀଙ୍କୁ ମିଶାଇ ନୀତିଶଙ୍କ କ୍ୟାବିନେଟ୍‌ ଏବେ ୩୦ରେ ପହଞ୍ଚିଛି। ପୂର୍ବରୁ ନୀତିଶ ୨୦୨୦ ନଭେମ୍ବର ୧୬ରେ ୧୪ ଜଣ ମନ୍ତ୍ରୀଙ୍କ ସହିତ ଶପଥ ନେଇଥିଲେ। ତେବେ ପରେ ମନ୍ତ୍ରୀ ମୋଓ୍ବାଲାଲ ଚୌଧୁରୀ ଇସ୍ତଫା ଦେଇଥିଲେ। ଭାଜପାର ନୀତିନ ନବୀନ, ସମ୍ରାଟ୍‌ ଚୌଧୁରୀ, ସୁଭାଷ ସିଂ, ନାରାୟଣ ପ୍ରସାଦ, ଆଲୋକ ରଞ୍ଜନ ଝା, ପ୍ରମୋଦ କୁମାର ଏବଂ ଜନକ ରାମ ମନ୍ତ୍ରିମଣ୍ଡଳରେ ଯୋଗ ଦେଇଛନ୍ତି। ସେହିପରି ଜେଡ଼ିୟୁର ଲେସି ସିଂ, ଜମା ଖାଁ, ଜୟନ୍ତ ରାଜ, ମଦନ ସହନି, ଶ୍ରବଣ କୁମାର, ସଞ୍ଜୟ ଝା, ସୁନୀଲ କୁମାର ଏବଂ ନିର୍ଦ୍ଦଳୀୟ ସୁମିତ ସିଂଙ୍କୁ ମନ୍ତ୍ରିମଣ୍ଡଳରେ ସାମିଲ କରାଯାଇଛି।

Share