Categories: ଜାତୀୟ

ଆଜି ଶପଥ ନେବେ ନୀତୀଶ

ପାଟନା,୧୦।୮: ମହାମେଣ୍ଟର ନେତା ଭାବେ ନିର୍ବାଚିତ ହୋଇଥିବା ଜେଡ଼ିୟୁ ନେତା ନୀତୀଶ କୁମାର ବୁଧବାର ରାଜଭବନରେ ବିହାରରର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଅପରାହ୍ନରେ ଶପଥ ନେବେ । ଏ ନେଇ ଆରଜେଡି ପକ୍ଷରୁ ଟୁଇଟ୍‌ ମାଧ୍ୟମରେ ସୂଚନା ଦିଆଯାଇଛି। ସେହିପରି ଆରଜେଡି ନେତା ତେଜସ୍ବୀ ଯାଦବ ଉପମୁଖ୍ୟମନ୍ତ୍ରୀ ଭାବେ ମଧ୍ୟ ଶପଥ ନେବାର କାର୍ଯ୍ୟକ୍ରମ ରହିଛି। ଭାଜପା ହାତ ଛାଡ଼ିବା ପରେ ନୀତୀଶ ମଙ୍ଗଳବାର ରାଜ୍ୟପାଳଙ୍କୁ ତାଙ୍କ ଇସ୍ତଫା ପତ୍ର ପ୍ରଦାନ କରିଥିଲେ।

Share