Categories: ଜାତୀୟ

ବିହାରକୁୁ ସମ୍ଭାଳିବାରେ ନୀତିଶ ଅକ୍ଷମ: ତେଜସ୍ବୀ

ପାଟନା,୨।୧୧: ବିହାର ବିଧାନସଭା ନିର୍ବାଚନ ପ୍ରଚାରରେ ବିଭିନ୍ନ ରାଜନୈତିକ ଦଳ ମଧ୍ୟରେ କାଦୁଅ ଫିଙ୍ଗା ଜାରି ରହିଛି। ଆର୍‌ଜେଡ଼ି ପକ୍ଷରୁ ତେଜସ୍ବୀ ଯାଦବ ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କୁ ଟାର୍ଗେଟ କରିଛନ୍ତି। ସୋମବାର ସେ କହିଛନ୍ତି ଯେ, ବିହାରକୁ ସମ୍ଭାଳିବାରେ ନୀତିଶ ଅକ୍ଷମ। ତାଙ୍କର ପରାଜୟ ସୁନିଶ୍ଚିତ। ନୀତିଶଙ୍କ ଶାସନରେ ରାଜ୍ୟରେ ବେକାରି ସମସ୍ୟା ବଢ଼ିଥିବାବେଳେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇପଡ଼ିଛି। ଲୋକଙ୍କୁ ସୁରକ୍ଷା ଦେବାରେ ସରକାର ଅପାରଗ ସାବ୍ୟସ୍ତ ହୋଇଛନ୍ତି। ରାଜ୍ୟର ପ୍ରତି ଏକ ଲକ୍ଷ ଲୋକଙ୍କ ପାଇଁ ମାତ୍ର ୭୭ ଜଣ ପୋଲିସ ଅଛନ୍ତି। ବହୁ ପଦବୀ ଖାଲି ପଡ଼ିଥିଲେ ମଧ୍ୟ ଏହାର ପୂରଣ କରାଯାଉନାହିଁ ବୋଲି ତେଜସ୍ବୀ ଅଭିଯୋଗ କରିଛନ୍ତି।

Share