Categories: ଜାତୀୟ

୮ମ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ନୀତୀଶ

ପାଟନା, ୧୦।୮ : ଜେଡ଼ିୟୁ ନେତା ନୀତୀଶ କୁମାର ୮ମ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ବୁଧବାର ଶପଥ ଗ୍ରହଣ କରିଛନ୍ତି। ରାଜ୍ୟପାଳ ଫଗୁ ଚୌହ୍ବାନ ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି।

ଏହା ସହିତ ଆର୍‌ଜେଡ଼ି ନେତା ତେଜସ୍ବୀ ଯାଦବ ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ରାଜ ଭବନରେ ଆୟୋଜିତ ଶପଥ ଗ୍ରହଣ ଉତ୍ସବରେ ରାବ୍ରୀ ଦେବୀ, ତେଜପ୍ରତାପ ଯାଦବ,  ତେଜସ୍ବୀଙ୍କ ସ୍ତ୍ରୀ ରାଜଶ୍ରୀ ମଧ୍ୟ ସାମିଲ ହୋଇଥିଲେ।

ଲାଲୁ ଯାଦବଙ୍କ ଚିକିତ୍ସା ଦିଲ୍ଲୀରେ ଜାରି ରହିଥିବାରୁ ସେ ପାଟନାରେ ଆୟୋଜିତ ହୋଇଥିବା ଶପଥ ଗ୍ରହଣ ଉତ୍ସବରେ ଯୋଗ ଦେଇ ପାରି ନ ଥିଲେ।

 

Share