Posted inଜାତୀୟ

ମନ୍ତ୍ରୀଙ୍କ ବିରୋଧରେ ଅଭିଯୋଗ ପରେ ମୁହଁ ଖୋଲିଲେ ନୀତୀଶ-ତେଜସ୍ବୀ…

ପାଟନା, ୧୮।୮ : ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ନେତୃତ୍ୱାଧୀନ ମହାମେଣ୍ଟ ସରକାର ଲଗାତାର ସଙ୍କଟରେ ପଡ଼ିବାରେ ଲାଗିଛନ୍ତି। ଆଇନ ମନ୍ତ୍ରୀ କାର୍ତ୍ତିକେୟ ସିଂଙ୍କ ପରେ ବର୍ତ୍ତମାନ କୃଷି ମନ୍ତ୍ରୀ ସୁଧାକର ସିଂ ମଧ୍ୟ ବିବାଦକୁ ଆସିଛନ୍ତି। ୨୦୧୩ରେ ସୁଧାକର ସିଂ କୋଟି କୋଟି ଟଙ୍କାର ଚାଉଳ ଦୁର୍ନୀତିରେ ସମ୍ପୃକ୍ତ ଥିବା ଅଭିଯୋଗ ହୋଇଛି। ଏହି ଦୁର୍ନୀତି ମାମଲାର ଅଭିଯୋଗ ନୀତୀଶ କୁମାରଙ୍କ ନେତୃତ୍ୱରେ ଏନଡିଏ ସରକାର କରିଥିଲେ। ତେବେ ତାଙ୍କ ବିରୋଧରେ ଆସିଥିବା ସମସ୍ତ ଅଭିଯୋଗକୁ ମିଥ୍ୟା ବୋଲି ସୁଧାକର ସିଂ କହିଛନ୍ତି।

ଗଣମାଧ୍ୟମ ସହ ବାର୍ତ୍ତାଳାପରେ ସେ ଗୁରୁବାର କହିଛନ୍ତି ଯେ ଏହି ଅଭିଯୋଗ ସତ୍ୟ ନୁହେଁ। କୋର୍ଟ ଏହା ଉପରେ ନିଷ୍ପତ୍ତି ନେବେ। ବର୍ତ୍ତମାନ ପର୍ଯ୍ୟନ୍ତ ଶୁଣାଣି ଆମ ସପକ୍ଷରେ ଅଛି। ଏହି ମାମଲାରେ ସରକାରଙ୍କୁ ତାଗିଦ କରାଯାଇଛି ବୋଲି ହାଇକୋର୍ଟ କହିଛନ୍ତି। ଚାଉଳ ମିଲଗୁଡିକ ପ୍ରକ୍ରିୟାକରଣ ପାଇଁ ପାଇଥିବା ଚାଉଳକୁ ଫେରାଇ ଆଣିବା ସରକାରଙ୍କ କର୍ତ୍ତବ୍ୟ ବୋଲି କୋର୍ଟ କହିଛନ୍ତି। ଏହା ଚାଉଳକୁ ଫେରାଇ ନ ନେଇ ସରକାରଙ୍କ ଅବହେଳା

କୃଷି ମନ୍ତ୍ରୀ କହିଛନ୍ତି ଯେ, ଯେତେବେଳେ ଏହି ମାମଲା ପଞ୍ଜୀକୃତ ହୋଇଥିଲା, ସେତେବେଳେ ବିହାରରେ  ଭାଜପା ମେଣ୍ଟ ସରକାର ଥିଲା। ଭାଜପା ଲୋକମାନେ କାଗଜପତ୍ର ନ ଦେଖି  ମିଥ୍ୟା ପ୍ରଚାର କରୁଛନ୍ତି।

ନୀତୀଶ କ୍ୟାବିନେଟରେ ଆଇନ ମନ୍ତ୍ରୀ କାର୍ତ୍ତିକେୟ କୁମାର ସିଂ ମଧ୍ୟ ବିବାଦ ମଧ୍ୟରେ ଅଛନ୍ତି। ଅଭିଯୋଗ ହୋଇଛି ଯେ ଅପହରଣ ମାମଲାରେ ତାଙ୍କୁ ଅଗଷ୍ଟ ୧୬ ରେ କୋର୍ଟରେ ଆତ୍ମସମର୍ପଣ କରିବାକୁ ପଡୁଥିଲା, କିନ୍ତୁ କୋର୍ଟକୁ ଯିବା ପରିବର୍ତ୍ତେ ସେ ଶପଥ ଗ୍ରହଣ କରିଥିଲେ। ତାଙ୍କ ବିରୋଧରେ ୱାରେଣ୍ଟ ମଧ୍ୟ ଜାରି କରାଯାଇଥିଲା।

ମନ୍ତ୍ରୀଙ୍କ ଉପରେ ଅଭିଯୋଗ ପରେ ମୁଖ୍ୟମନ୍ତ୍ରୀ ନୀତୀଶ ଏବଂ ଉପମୁଖ୍ୟମନ୍ତ୍ରୀ ତେଜସ୍ବୀ ଯାଦବ ମୁହଁ ଖୋଲିଛନ୍ତି।

କେବଳ ଏତିକି ନୁହେଁ, ନୀତୀଶ କୁମାରଙ୍କ ବିଧାୟକ ବିମା ଭାରତୀ ଏକ ବିଦ୍ରୋହୀ ସ୍ବର ଗ୍ରହଣ କରିଛନ୍ତି। ମନ୍ତ୍ରୀପଦ ନ ପାଇ ସେ ଅସନ୍ତୋଷ ପ୍ରକାଶ କରିଛନ୍ତି। ବିମା ଭାରତୀଙ୍କ ଅସନ୍ତୋଷର ଉତ୍ତରରେ ନୀତୀଶ କୁମାର କହିଛନ୍ତି ଯେ ମୁଁ ୨୦୧୪ ଏବଂ ୨୦୧୯ ସୁଯୋଗ ଦେଇଥିଲି। ଦଳର ସମସ୍ତ ଲୋକ ମନ୍ତ୍ରୀ ହେବା ସମ୍ଭବ ନୁହେଁ। ମୁଁ ପଚାରୁଛି ଦଳରେ କିଏ ଏହିପରି କହିବାକୁ ଉସୁକାଉଛି? ଲେଶି ସିଂଙ୍କୁ ଯାହା ଦିଆଯାଇଛି ତାହା ସମ୍ପୂର୍ଣ୍ଣ ଠିକ । ଯଦି ଦଳର କେହି ଏପରି ବିବୃତ୍ତି ଦିଅନ୍ତି, ତେବେ ଏହାକୁ ପ୍ରଥମେ ବ୍ୟାଖ୍ୟା କରାଯାଇ ପ୍ରଶ୍ନ କରାଯିବ। କିନ୍ତୁ ଯଦି କାହାର ମନ ଏପଟ ସେପଟ ହେଉଛି, ତେବେ ସେମାନେ ନିଜ ପାଇଁ ଚିନ୍ତା କରିବା ଉଚିତ। କେହି ଜଣେ ନିଶ୍ଚିତ ଭାବରେ ବିମା ଭାରତୀଙ୍କୁ ଉସୁକାଉଛି, ସେଥିପାଇଁ ସେ ଏପରି ବିବୃତ୍ତି ଦେଉଛନ୍ତି ବୋଲି କାହାର  ନାମ ନନେଇ ନୀତୀଶ ଭାଜପା ଉଦ୍ଦେଶ୍ୟରେ ଏଭଳି କହିଛନ୍ତି।

ବିହାରରେ ଜଙ୍ଗଲ ରାଜ ଆରମ୍ଭ ନେଇ ଭାଜପାର ସମାଲୋଚନା ନେଇ ଉପମୁଖ୍ୟମନ୍ତ୍ରୀ ତେଜସ୍ବୀ ଯାଦବ କହିଛନ୍ତି ଯେ ଆମକୁ ବଦନାମ କରିବା ବ୍ୟତୀତ ଏହି ଦଳର ଅନ୍ୟ କୌଣସି କାମ ନାହିଁ। ଯେଉଁ ଦିନଠାରୁ ଆମେ ରାଜ୍ୟର ଯୁବବର୍ଗଙ୍କୁ ୧୦ ଲକ୍ଷ ଚାକିରି ଦେବାକୁ ଘୋଷଣା କରିଛୁ, ସେମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି। ଅପରପକ୍ଷରେ କାର୍ତ୍ତିକେୟ ସିଂ ଏବଂ ସୁଧାକର ସିଂଙ୍କ ବିରୋଧରେ ଆସିଥିବା ଅଭିଯୋଗର ଜବାବ ଦେଇ ତେଜସ୍ବୀ କହିଛନ୍ତି ଯେ ଭାଜପା ଭିତ୍ତିହୀନ ଅଭିଯୋଗ କରୁଛି। ଦୁଇ ମନ୍ତ୍ରୀ ସମ୍ପୂର୍ଣ୍ଣ ନିର୍ଦ୍ଦୋଷ।


Enter your email to get our daily news in your inbox.

All Right Reserved By Dharitri.Com

ହେମସାଗର ଭୋଇ ହେଲେ ପଦ୍ମପୁର ନୂତନ ଉପଜିଲାପାଳ

ପଦ୍ମପୁର,୩୦।୩( ପ୍ରଦୀପ୍ତ ଦାଶ ): ପଦ୍ମପୁର ଉପଖଣ୍ଡରେ ନୂତନ ଉପଜିଲାପାଳ ଭାବେ ହେମସାଗର ଭୋଇଙ୍କୁ ନିଯୁକ୍ତି ଦିଆଯାଇଛି। ଏନେଇ ଓଡିଶା ସରକାରଙ୍କ ସାଧାରଣ ପ୍ରଶାସନ ଓ ଅଭିଯୋଗ…

୩୧ରେ ସରିଯିବ ଧାନ ସଂଗ୍ରହ ପ୍ରକ୍ରିୟା, ବିକ୍ରି ଅପେକ୍ଷାରେ ହଜାର ହଜାର ବସ୍ତା ଧାନ

ବରଗଡ଼,୩୦।୩(ପ୍ରେମାନନ୍ଦ ଖମାରୀ): ଖରିଫ୍‌ ଧାନ ସଂଗ୍ରହ ପ୍ରକ୍ରିୟା ସରିବାକୁ ଆଉମାତ୍ର ୨ଦିନ ବାକି। ଆସନ୍ତା ୩୧ତାରିଖରେ ଏହି ପ୍ରକ୍ରିୟା ଶେଷ ହୋଇଯିବ। ଅନ୍ୟପଟେ ଏବେ ମଧ୍ୟ ବରଗଡ଼…

ହଷ୍ଟେଲରେ ଖାଇବା ପରେ ବିଗିଡ଼ିଲା ଛାତ୍ରୀଙ୍କ ସ୍ବାସ୍ଥ୍ୟ, ହସ୍ପିଟାଲରେ ଭର୍ତ୍ତି ହେଲେ ୧୫

ମୋରଡ଼ା,୩୦।୩(ସ୍ମାରକ ମାଜୀ): କର୍ତ୍ତୃପକ୍ଷଙ୍କ ଅବହେଳା ଯୋଗୁଁ ୧୫ ଜଣ ଛାତ୍ରୀ ଗୁରୁତର ହୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ଏମିତି ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲା…

ଫଳପ୍ରଦ ଆଣ୍ଟିବାୟୋଟିକ୍‌ ପଦାର୍ଥର ବିକାଶ

ବ୍ୟାକ୍ଟେରିଓଫେଜ୍‌ ଭାଇରସ୍‌ ବ୍ୟାକ୍ଟେରିଆର ପ୍ରତିରକ୍ଷା ବ୍ୟବସ୍ଥା ଭେଦ କରେ କିପରି। ବ୍ୟାକ୍ଟେରିଓଫେଜ୍‌ ହେଉଛି ବ୍ୟାକ୍ଟେରିଆକୁ ସଂକ୍ରମିତ କରୁଥିବା ଏକ ଭାଇରସ୍‌। ବଞ୍ଚତ୍ବା ପାଇଁ ସେମାନଙ୍କୁ ଏକ ବ୍ୟାକ୍ଟେରିଆ…

ରୋହିତ ଶର୍ମାଙ୍କ ବିସ୍ଫୋରକ ଇନିଂସ ଦେଖି ଏମିତି ବୟାନ ଦେଲେ ଯୁବରାଜ ସିଂହ, ହେଉଛି ଖୁବ ଭାଇରାଲ

ନୂଆଦିଲ୍ଲୀ,୩୦।୩: IPL 2026 ର ଦ୍ୱିତୀୟ ମ୍ୟାଚରେ ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ଏକ ଧମାକାଦାର ଇନିଂସ ଖେଳି ରୋହିତ ଶର୍ମା ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ରୋହିତଙ୍କ…

ଯୁଦ୍ଧ ନୁହେଁ ମହାଯୁଦ୍ଧର ପ୍ରସ୍ତୁତି, ଆମେରିକା କରୁଛି ଏହି ବଡ଼ ଯୋଜନା

ଓ୍ବାଶିଂଟନ,୩୦।୩:ପଶ୍ଚିମ ଏସିଆରେ ସଂଘର୍ଷ ଆରମ୍ଭ ହେବାର ୩୧ଦିନ ବିତିଗଲାଣି, ତଥାପି ଏହାର ଗତିପଥ ଅନିର୍ଦ୍ଦିଷ୍ଟ ରହିଛି । ଏହି ସମୟରେ, ଇରାନ ଉପରେ ଆମେରିକାର ସମ୍ଭାବ୍ୟ ସ୍ଥଳ…

ଏ କେଉଁ ପ୍ରକାର ସଙ୍କେତ? ଶ୍ରୀମନ୍ଦିର ନୀଳଚକ୍ର ଉପରେ ପୁଣି ବସିଲା ଚିଲ

ପୁରୀ,୩୦।୩( ଅଜିତ୍ କୁମାର ମହାନ୍ତି)ଶ୍ରୀମନ୍ଦିର ନୀଳଚକ୍ର ଉପରେ ଲଗାତାର ଚିଲ ବସୁଥିବା ଦେଖିବାକୁ ମିଳୁଛି ।  ସୋମବାର ସକାଳୁ ଚିଲ ବସିଥିବା ଦେଖିବାକୁ ମିଳିଛି । ଏକ…

ଧାନମଣ୍ଡିରେ ବ୍ୟାପକ ଅନିୟମିତତା: ରାସ୍ତାରେ ଧାନ ରଖି ପ୍ରତିବାଦ କଲେ ଚାଷୀ

ପରଜଙ୍ଗ,୩୦ା୩(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ବ୍ଲକସ୍ଥିତ ସାଆନ୍ଦା କୃଷି ସମବାୟ ସମିତି କାର୍ଯ୍ୟାଳୟ ଅଧିନରେ ହେଉଥିବା ଧାନମଣ୍ଡିରେ ବ୍ୟାପକ ଅନିୟମିତତା ଅଭିଯୋଗ ହୋଇଛି। ଯେଉଁ ଚାଷୀମାନେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri