Categories: ଜାତୀୟ

ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ଭାବେ ରାହୁଲଙ୍କୁ ସମର୍ଥନ କଲେ ନୀତିଶ…

ପାଟନା,୩୧।୧୨ : ୨୦୨୪ ସାଧାରଣ ନିର୍ବାଚନରେ କଂଗ୍ରେସ ପକ୍ଷରୁ ରାହୁଲ ଗାନ୍ଧୀଙ୍କୁ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ କରାଯିବାକୁ ବିବହାର ମୁଖ୍ୟନ୍ତ୍ରୀ ନୀତିଶ କୁମାର ସମର୍ଥନ କରିଛନ୍ତି। ଏଭଳି କହି ସେ ପ୍ରଧାନମନ୍ତ୍ରୀ ଦୌଡ଼ରେ ନଥିବା ସ୍ପଷ୍ଟ କରିଛନ୍ତି। ଶନିବାର ସେ କହିଛନ୍ତି ଆଗାମୀ ଲୋକସଭା ନିର୍ବାଚନରେ ସେ ବିରୋଧୀ ଦଳ ପ୍ରାର୍ଥୀଙ୍କ ପ୍ରଧାନମନ୍ତ୍ରୀ ପ୍ରାର୍ଥିତ୍ୱକୁ ବିରୋଧ କରିବା ନୀତିକୁ ସମର୍ଥନ କରୁଛନ୍ତି।

ବିହାର ମହାମେଣ୍ଟ ସରକାରରେ କଂଗ୍ରେସ ଏକ ସହଯୋଗୀ। ଯଦି ରାହୁଲଙ୍କୁ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ଭାବେ ଚୟନ କରାଯାଏ ତେବେ ଏଥିରେ ମୋର କୌଣସି ଆପତ୍ତି ନାହିଁ ବୋଲି ସେ କହିଛନ୍ତି। ପାଟନାରେ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ନୀତିଶ ଏହା କହିଛନ୍ତି। ଭାଜପା ବିରୋଧରେ ସମସ୍ତ ବିରୋଧୀ ଦସଳ ଏକଜୁଟ ହୋଇଥିବା ସେ ସୂଚନା ଦେଇଛନ୍ତି।

Share